5.4 KiB
ଦୁଇ ପ୍ରକାରର ଲିଖିତ ବିପରୀତ ଅନୁବାଦ ରହିଛି ।
ଦୁଇ ଧାଡ଼ି ମଧ୍ୟରେ ଲିଖିତ ବିପରୀତ ଅନୁବାଦ ।
ଏକ ଦୁଇ ଧାଡ଼ି ମଧ୍ୟରେ ଲିଖିତ ବିପରୀତ ଅନୁବାଦ ଯେଉଁଥିରେ ବିପରୀତ ଅନୁବାଦକ ନିର୍ଦ୍ଦିଷ୍ଟ ଭାଷା ଅନୁବାଦର ପ୍ରତ୍ୟେକ ଶବ୍ଦ ନିମନ୍ତେ ଥିବା ଅନୁବାଦକୁ ସେହି ଶବ୍ଦର ତଳେ ଲେଖି ରଖିବ ।
ଏହାର ସନ୍ତୋଷଜନକ ପରିଣାମ ଏକ ପାଠରେ ଦେଖାଯାଏ, ଯେଉଁଥିରେ ନିର୍ଦ୍ଦିଷ୍ଟ ଭାଷା ଅନୁବାଦର ପ୍ରତ୍ୟେକ ଧାଡି ବ୍ୟାପକ ଯୋଗାଯୋଗର ଭାଷାରେ ଥିବା ଧାଡ଼ି ଦ୍ଵାରା ଅନୁଧାବିତ ହୋଇଥାଏ ।
ଏହି ପ୍ରକାର ବିପରୀତ ଅନୁବାଦର ଉପକାର ହେଉଛି, ଯେ ଜଣେ ଯାଞ୍ଚକାରୀ ନିର୍ଦ୍ଦିଷ୍ଟ ଭାଷାର ପ୍ରତ୍ୟକ ଶବ୍ଦକୁ ଅନୁବାଦ ଦଳ କିପରି ଅନୁବାଦ କରୁଛନ୍ତି ତାହା ସେ ସହଜରେ ଦେଖିପାରିବେ ।
ସେ ପ୍ରତ୍ୟେକ ନିର୍ଦ୍ଦିଷ୍ଟ ଭାଷା ଶବ୍ଦର ଅର୍ଥ ସୀମାକୁ ଅତି ସହଜରେ ଦେଖି ପାରିବେ ଓ ବିଭିନ୍ନ ପୃଷ୍ଠଭୂମିରେ କିପରି ବ୍ୟବହୃତ ହୋଇଛି ଏହାକୁ ତୁଳନା କରିପାରିବେ ।
ଏହି ପ୍ରକାର ବିପରୀତ ଅନୁବାଦର ଅପକାରିତା ହେଉଛି ଯେ ବ୍ୟାପକ ଯୋଗାଯୋଗ ଭାଷାରେ ଥିବା ପାଠର ଧାଡ଼ି ବ୍ୟକ୍ତିଗତ ଶବ୍ଦଗୁଡିକର ଅନୁବାଦରୁ ତିଆରି ହୋଇଛି ।
ଏହା ପାଠକୁ ପଢିବା ଓ ବୁଝିବାରେ କଷ୍ଟ ହୋଇଥାଏ, ଓ ଅନୁବାଦ ଯାଞ୍ଚକାରୀର ମନରେ ବିପରୀତ ଅନୁବାଦର ଅନ୍ୟ ପ୍ରଣାଳୀ ଅପେକ୍ଷା ଅଧିକ ପ୍ରଶ୍ନ ଓ ଭୁଲ ବୁଝାମଣା ସୃଷ୍ଟି କରିପାରେ ।
ଏହି ସମାନ କାରଣ ହେତୁ ଆମେ ବାଇବଲର ଅନୁବାଦ ନିମନ୍ତେ ରହିଥିବା ଆକ୍ଷରିକ (ଅକ୍ଷରେ ଅକ୍ଷରେ) ପ୍ରଣାଳୀକୁ ସୁପାରିଶ କରି ନ ଥାଉ ।
ସ୍ଵାଧୀନ (ମାଗଣା) ବିପରୀତ ଅନୁବାଦ
ଏକ ସ୍ଵାଧୀନ ବିପରୀତ ଅନୁବାଦ ଏହା ଯେଉଁଥିରେ ଜଣେ ବିପରୀତ ଅନୁବାଦକ ନିର୍ଦ୍ଦିଷ୍ଟ ଭାଷା ଅନୁବାଦରୁ ଏକ ପୃଥକ ସ୍ଥାନରେ ବ୍ୟାପକ ଯୋଗାଯୋଗ ଭାଷାରେ ଅନୁବାଦ କରନ୍ତି ।
ଏହି ପ୍ରଣାଳୀର ଅପକାରିତା ହେଉଛି ଯେ ବିପରୀତ ଅନୁବାଦ ନିର୍ଦ୍ଦିଷ୍ଟ ଭାଷା ଅନୁବାଦ ସହ ଘନିଷ୍ଠରୂପେ ସମ୍ପୃକ୍ତ ନୁହେଁ ।
ବାଇବେଲକୁ ବିପରୀତ ଅନୁବାଦ କରିବା ସମୟରେ ଜଣେ ବିପରୀତ ଅନୁବାଦକ ଏହି ଅପକାରିତାକୁ ଜୟଲାଭ କରିପାରିବ, ତଥାପି, ବିପରୀତ ଅନୁବାଦ ସହ ପଦସଂଖ୍ୟାଗୁଡିକୁ ଅନ୍ତର୍ଭୁକ୍ତ କରି ଏହା କରି ପାରିବ ।
ଉଭୟ ଅନୁବାଦଗୁଡିକରେ ପଦସଂଖ୍ୟାଗୁଡିକୁ ଦର୍ଶାଇ, ଅନୁବାଦ ଯାଞ୍ଚକାରୀ ବିପରୀତ ଅନୁବାଦର କେଉଁ ଅଂଶ ନିର୍ଦ୍ଦିଷ୍ଟ ଭାଷା ଅନୁବାଦର କେଉଁ ଅଂଶକୁ ପ୍ରତିନିଧିତ୍ଵ କରୁଛି ସେହି କାର୍ଯ୍ୟପନ୍ଥା ବା ପଦ୍ଧତିକୁ ବଜାୟ ରଖି ପାରିବ ।
ଏହି ପ୍ରଣାଳୀର ଉପକାରୀତା ଏହା ଯେ ବିପରୀତ ଅନୁବାଦ ବ୍ୟାପକ ଯୋଗାଯୋଗ ଭାଷାର ବ୍ୟାକରଣ ଓ ଶବ୍ଦକ୍ରମର ବ୍ୟବହାର କରିପାରିବେ, ଏଣୁ ଅନୁବାଦ ଯାଞ୍ଚକାରୀଙ୍କୁ ପଢିବା ଓ ବୁଝିବା ପାଇଁ ଏହା ଅଧିକ ସହଜ ଅଟେ ।
ଏପରିକି ଯେବେ ବ୍ୟାପକ ଯୋଗାଯୋଗ ଭାଷାର ବ୍ୟାକରଣ ଓ ଶବ୍ଦକ୍ରମର ବ୍ୟବହାର କରନ୍ତି, ତଥାପି, ଜଣେ ବିପରୀତ ଅନୁବାଦକ ଶବ୍ଦଗୁଡ଼ିକୁ ଆକ୍ଷରିକ ଭାବରେ ଅନୁବାଦ କରିବା ପାଇଁ ମନେ ରଖିବା ଉଚିତ୍ ।
ଆମେ ସୁପାରିଶ କରୁ ଯେ, ବିପରୀତ ଅନୁବାଦକ ସ୍ଵାଧୀନ ବା ମାଗଣା ବିପରୀତ ଅନୁବାଦର ପ୍ରଣାଳୀକୁ ବ୍ୟବହାର କରୁ ।