4.2 KiB
ତୃତୀୟ ସ୍ତର ଯାଞ୍ଚ୍ – ବିଶ୍ଵାସଯୋଗ୍ୟ ଯାଞ୍ଚ୍
ଭାଷା ସମ୍ପ୍ରଦାୟରେ ଥିବା ମଣ୍ଡଳୀମାନଙ୍କ ଦ୍ଵାରା ସ୍ଵୀକୃତି ପ୍ରାପ୍ତ ଦଳ କିମ୍ବା ଅନୁଷ୍ଠାନମାନଙ୍କ ଦ୍ଵାରା ତୃତୀୟ ସ୍ତରର ଯାଞ୍ଚ୍ କାର୍ଯ୍ୟ କରାଯିବ।
ଏହି ଦଳରୁ ଆଗତ ନେତାମାନେ ସଠିକତା ନିର୍ଣ୍ଣୟ କରିବେ ଯେ ସେମାନେ ସେମାନଙ୍କ ସହିତ ଅନୁବନ୍ଧିତ ଲୋକମାନଙ୍କ ମଧ୍ୟରେ ଅନୁବାଦର ବ୍ୟବହାର ଓ ବଣ୍ଟନର ଅନୁମୋଦନ କରିଛନ୍ତି । ଏହି ଅନୁମୋଦନ ଅନୁବାଦର ବିତରଣ ନିମନ୍ତେ ଆବଶ୍ୟକତା ନୁହେଁ, କିନ୍ତୁ ଏହାକୁ ଯର୍ଥାତ୍ ପ୍ରତିପାଦନ କରିବା ପାଇଁ କାର୍ଯ୍ୟ କରିଥାଏ ।
ଯେଉଁମାନେ ତୃତୀୟ ସ୍ତର ଯାଞ୍ଚ୍ କରନ୍ତି ସେମାନେ ଦ୍ଵିତୀୟ ସ୍ତର ଯାଞ୍ଚ୍ କରିଥିବା ଲୋକମାନଙ୍କଠାରୁ ଭିନ୍ନ ହେବା ଆବଶ୍ୟକ ।
ଅନୁବାଦର ଶ୍ରେଣୀବଦ୍ଧତାକୁ ମୂଳ ଲେଖା/ପାଠର ଓ ମଣ୍ଡଳୀ ଇତିହାସ ଓ ବିଶ୍ଵର ହିତଜନକ ଶିକ୍ଷା/ସିଦ୍ଧାନ୍ତର ଉଦ୍ଦେଶ୍ୟ ସହ ଏବଂ ନିର୍ଦ୍ଧିଷ୍ଟ ଭାଷା କହୁଥିବା ମଣ୍ଡଳୀର ନେତୃତ୍ଵ ଦ୍ଵାରା ସମୀକ୍ଷା ଓ ଦୃଢ ଘୋଷଣା ମଧ୍ୟଦେଇ ସୁନିଶ୍ଚିତ କରିବା ଏହି ସ୍ତରର ଅଭିପ୍ରାୟ ଅଟେ ।
ବହୁ ମଣ୍ଡଳୀ ସମ୍ମିଳନୀର ନେତୃତ୍ଵମାନଙ୍କର ପରସ୍ପରର ବୁଝାମଣା ଦ୍ଵାରା ତୃତୀୟ ସ୍ତରକୁ ହାସଲ କରାଯାଏ।
ମଣ୍ଡଳୀ ସମ୍ମିଳନୀ ଭାଷା ସଂପ୍ରଦାୟରେ ଥିବା ମଣ୍ଡଳିଗୁଡ଼ିକର ପ୍ରତିନିଧିତ୍ଵ ନେବା ଉଚିତ୍ ।
ଅନୁବାଦକୁ ଯାଞ୍ଚ୍ କରୁଥିବା ଲୋକମାନେ ନିର୍ଦ୍ଧିଷ୍ଟ ଭାଷାର ପ୍ରଥମ–ଭାଷା (ମାତୃ ଭାଷା) କହିବା ବ୍ୟକ୍ତି ହେବା ଉଚିତ୍, ଓ ଚେକ୍ ରେ ଦସ୍ତଖତ କରିବା ଲୋକ ମଣ୍ଡଳୀ ସମ୍ମିଳନୀରେ ନେତୃତ୍ଵର ଭୂମିକାରେ ରହିବା ବ୍ୟକ୍ତି ହେବା ଉଚିତ୍ ।
ଗୋଟିଏ ମଣ୍ଡଳୀ ସମ୍ମିଳନୀର ଜଣେ ନେତା ଯିଏକି ଅନୁବାଦ କରାଯାଉଥିବା ଭାଷାର ମାତୃ ଭାଷା କହୁଥୁବା ବ୍ୟକ୍ତି ହୋଇଥିବ ଏବଂ ଉଭୟ ଅନୁବାଦର ଯାଞ୍ଚ୍ କରିପାରିବ ଓ ଏହାର ଯୋଗ୍ୟତାରେ ମଧ୍ୟ ଦସ୍ତଖତ କରି ପାରିବ।
ଯେବେ ଅନୁବାଦଟି ଅନ୍ୟ ଦୁଇଟି ମଣ୍ଡଳୀ ସମ୍ମିଳନୀ ନେତୃତ୍ଵ (ବା ସେମାନଙ୍କ ପ୍ରତିନିଧିଗଣ), ଯେଉଁମାନେ କି ବାଇବଲଭିତ୍ତିକ ଭାଷା ଓ ବିଷୟବସ୍ତୁରେ ତାଲିମ ପ୍ରାପ୍ତ, ସେମାନଙ୍କ ଦ୍ଵାରା ତନ୍ନ ତନ୍ନ କରି ଯାଞ୍ଚ୍ କରାଯାଇ ଓ ଅନୁମୋଦନ କରାଯାଇଛି, ତୃତୀୟ ସ୍ତର ସମ୍ପୂର୍ଣ୍ଣ ହୋଇସାରିଛି ।
ତୃତୀୟ ସ୍ତର ଯାଞ୍ଚ୍ ରେ ଆଗକୁ ବଢିବା ପାଇଁ, ତୃତୀୟ ସ୍ତର ଯାଞ୍ଚ୍ ନିମନ୍ତେ ପ୍ରଶ୍ନାବଳୀ ପାଠକୁ ଯାଅନ୍ତୁ ।