translationCore-Create-BCS_.../checking/accuracy-check/01.md

13 KiB

ନିର୍ଭୁଲତା ପାଇଁ ଅନୁବାଦକୁ ଯାଞ୍ଚ୍ କରିବା ।

ନୂତନ ଅନୁବାଦ ଯେ ନିର୍ଭୁଲ ଅଛି ଏହାକୁ ସୁନିଶ୍ଚିତ କରିବା ଏହି ଭାଗର ଉଦ୍ଦେଶ୍ୟ ଅଟେ ।ଅନ୍ୟ ଶଦ୍ଦରେ, ମୂଳ ଅନୁବାଦ ସହ ତୁଳନା କରିବା ସମୟରେ, ନୂତନ ଅନୁବାଦଟି କ’ଣ ସେହି ଭାବାର୍ଥର ଯୋଗାଯୋଗ କରୁଛି କି (ସମାନ ଶଦ୍ଦ କିମ୍ବା ସଠିକ୍ ପଦ୍ଧତିର ଢାଞ୍ଚା ସହ ହୋଇ ନ ପାରେ) ?

ପ୍ରଥମ ସ୍ତର

ପ୍ରଥମ ସ୍ତର ନିର୍ଭୁଲତାର ଯାଞ୍ଚ୍ କରୁଥିବା ବ୍ୟକ୍ତିମାନେ ଅନୁବାଦକ ଦଳର ସଭ୍ୟ ହୋଇପାରିବେ, କିନ୍ତୁ ସେମାନେ କହାଣୀଗୁଡ଼ିକ ଅନୁବାଦ କରୁଥିବା କିମ୍ବା ବାଇବଲ ଶସ୍ତ୍ରାଂଶଗୁଡିକୁ ଯାଞ୍ଚ୍ କରୁଥିବା ବ୍ୟକ୍ତିବିଶେଷ ହେବା ଅନୁଚିତ୍ । ସେମାନେ ମଧ୍ୟ ଅନୁବାଦକ ଦଳର ଅଂଶୀ ହୋଇନଥିବା ଏକ ନିର୍ଦ୍ଧିଷ୍ଟ ସମାଜର ସଭ୍ୟ ହୋଇପାରିବେ । ସେମାନେ ଅନୁବାଦ କରାଯାଉଥିବା ଭାଷାକୁ କହି ପାରୁଥିବା ଲୋକ, ସମାଜରେ ଆଦର ସମ୍ମାନ ପାଉଥିବା ଲୋକ, ଏବଂ ଯଥା ସମ୍ଭବ, ବହୁ ଭାଷାରେ ବାଇବେଲକୁ ଜାଣିବା ଲୋକ ହେବା ଉଚିତ୍ । ଅନୁବାଦଟି ମୂଳ କାହାଣୀ କିମ୍ବା ବାଇବେଲ ଶାସ୍ତ୍ରାଂଶର ଭାବାର୍ଥକୁ ନିର୍ଭୁଲ ଭାବରେ ଯୋଗାଯୋଗ କରୁଛି କିମ୍ବା ନୁହେ, ତାହାକୁ ସୁନିଶ୍ଚିତ କରିବା ଏହି ପର୍ଯ୍ୟାୟର ଉଦ୍ଦେଶ୍ୟ ଅଟେ । ଯାଞ୍ଚ୍ କାରୀମାନେ ଅନୁବାଦକମାନଙ୍କୁ ସେମାନଙ୍କର ନିଜ ଭାଷାରେ କାହାଣୀ କିମ୍ବା ବାଇବଲ ଶାସ୍ତ୍ରାଂଶର ଭାବାର୍ଥକୁ ଭଲ ଭାବରେ ଅନୁବାଦ କରିବା ବିଷୟକୁ ଚିନ୍ତା କରିବାରେ ସାହାଯ୍ୟ କରିବେ । ଗୋଟିଏ କାହାଣୀ କିମ୍ବା ବାଇବଲ ଶାସ୍ତ୍ରାଂଶକୁ ଜଣେ କିମ୍ବା ତହିରୁ ଉର୍ଦ୍ଧ ବ୍ୟକ୍ତି ଯାଞ୍ଚ୍ କରିପାରିବେ । ଗୋଟିଏ କାହାଣୀ କିମ୍ବା ଶାସ୍ତ୍ରାଂଶକୁ ଯାଞ୍ଚ୍ କରିବା ପାଇଁ ଜଣେରୁ ଉର୍ଦ୍ଧ ବ୍ୟକ୍ତି ସହାୟକ ହୋଇପାରିବ, କାରଣ ଅନେକ ସମୟରେ ଭିନ୍ନ ଭିନ୍ନ ଯାଞ୍ଚ୍ କାରୀମାନେ ଭିନ୍ନ ଭିନ୍ନ ବିଷୟକୁ ଚିହ୍ନଟ କରିଥାନ୍ତି ।

ଦ୍ଵିତୀୟ ଓ ତୃତୀୟ ସ୍ତର

ଦ୍ଵିତୀୟ ସ୍ତର କିମ୍ବା ତୃତୀୟ ସ୍ତର ସଠିକ ଯାଞ୍ଚ୍ କରୁଥିବା ବ୍ୟକ୍ତି ଅନୁବାଦ ଦଳର ସଭ୍ୟ ହେବା ଅନୁଚିତ୍ । ସେମାନେ ମଣ୍ଡଳୀର ନେତାଗଣ ହେବା ଉଚିତ, ଯେଉମାନେ କି ଅନୁବାଦର ଭାଷା କହୁଥିବେ ଓ ମୂଳ ଭାଷାରେ ବାଇବଲକୁ ଭଲ ଭାବରେ ଜାଣୁଥିବେ। ଏହା ସତ୍ୟ ଯେ ଭାଷା ସମାଜର ସଭ୍ୟମାନେ, ଯେଉମାନେକି ଭାଷା ସମାଜର ଯାଞ୍ଚ୍ ର, ସେମାନେ ଅନୁବାଦର ସ୍ଵାଭାବିକତା ଓ ସୁସ୍ପଷ୍ଟତାର ଯାଞ୍ଚ୍ କରିବା ସମୟରେ ମୂଳ ଅନୁବାଦକୁ ଦେଖିବା ଅନୁଚିତ୍ । କିନ୍ତୁ ନିର୍ଭୁଲତା ଯାଞ୍ଚ୍ କରିବା ପାଇଁ, ନିର୍ଭୁଲତା ପରୀକ୍ଷା କରୁଥିବା ଯାଞ୍ଚ୍ କାରୀ ମୂଳ ଲେଖାକୁ ଦେଖିବା ଆବଶ୍ୟକ, ଯଦ୍ୱାରା ସେମାନେ ନୂତନ ଅନୁବାଦ ସହ ଏହାକୁ ତୁଳନା କରି ପାରିବେ।

ସମସ୍ତ ସ୍ତରଗୁଡିକ

ଯାଞ୍ଚ୍ କରୁଥିବା ଲୋକମାନେ ନିମ୍ନ ସୋପାନଗୁଡିକ ପାଳନ କରିବା ଉଚିତ୍:

୧. ପ୍ରତ୍ୟେକ ଯାଞ୍ଚ୍ କାରୀ /ପରିକ୍ଷକମାନେ ନିଜେ ପଡିବା (କିମ୍ବା ରେକଡିଙ୍ଗକୁ ଶୁଣିବା) ଉଚିତ୍ ଏବଂ ବହୁଭାଷୀ ଯୋଗାଯୋଗରେ ଥିବା ବାଇବଲ ଶାସ୍ତ୍ରାଂଶ କିମ୍ବା କାହାଣୀ ସହ ତାହାକୁ ତୁଳନା କରିବା ଉଚିତ୍ । ପରିକ୍ଷକ ଜଣକ ବାଇବଲର ମୂଳ ଅନୁବାଦକୁ ଦେଖିବା ସମୟରେ ଅନୁବାଦକ ପରିକ୍ଷକଙ୍କ ନିକଟରେ ଅନୁବାଦକୁ ଉଚ୍ଚ ସ୍ଵରରେ ପଡିବା ଦ୍ଵାରା ଅନୁବାଦକକୁ ସହାୟକ ହୋଇ ପାରିବ । ଯାଞ୍ଚ୍ କାରୀ/ପରିକ୍ଷକ ଜଣକ ମୂଳ ଅନୁବାଦ ସହ ତୁଳନା କରି ଅନୁବାଦକୁ ପଡିବା (ବା ଶୁଣିବା )ସମୟରେ, କେତେକ ସାଧାରଣ ପ୍ରଶ୍ନଗୁଡିକୁ ସେ ମନେ ରଖିବା ଉଚିତ:

  • ଉକ୍ତ ଅନୁବାଦଟି ମୂଳ ଅର୍ଥରେ କିଛି ଯୋଗ କରୁଛି କି ? (ମୂଳ ଅର୍ଥ ମଧ୍ୟ ସଂପୂର୍ଣ୍ଣ ସୂଚନାକୁ ଅନ୍ତର୍ଭୁକ୍ତ କରିଥାଏ ।)
  • ଅନୁବାଦରେ କୌଣସି ଅର୍ଥ ବ୍ୟକ୍ତ କରୁଥିବା ଅଂଶକୁ ବାଦ ଦିଆଯାଇଛି କି ?
  • ଅନୁବାଦଟି କୌଣସି ପ୍ରକାରେ ଭିନ୍ନ ଅର୍ଥ ବ୍ୟକ୍ତ କରୁଛି କି?

୧. ଯାଞ୍ଚ୍ କାରୀ ଜଣକ ଯେଉଁ ଯେଉଁଠାରେ ସମସ୍ୟା କିମ୍ବା ଉନ୍ନତି ହେବାର ମନେ କରନ୍ତି, ସେଗୁଡିକୁ ଲେଖି ରଖିବା ଉଚିତ୍ । ପ୍ରତ୍ୟେକ ଯାଞ୍ଚ୍ କାରୀ ସେହି ଲେଖା/ଟିପ୍ପଣୀଗୁଡିକୁ ନେଇ ଅନୁବାଦ ଦଳ ସହ ଆଲୋଚନା କରିବେ ।

୧. ଯାଞ୍ଚ୍ କାରୀମାନେ ବ୍ୟକ୍ତିଗତ ଭାବରେ ଗୋଟିଏ ବାଇବଲ କାହାଣୀକୁ କିମ୍ବା ଅଧ୍ୟାୟକୁ ପରିକ୍ଷା କରିବା ପରେ, ସେମାନେ ସମସ୍ତେ ଅନୁବାଦକ କିମ୍ବା ଅନୁବାଦକ ଦଳ ସହ ସାକ୍ଷାତ କରିବେ ଓ ଏକତ୍ର କାହାଣୀ କିମ୍ବା ବାଇବଲ ଶସ୍ତ୍ରାଂଶର ପୁନଃସମୀକ୍ଷା କରିବା ଉଚିତ୍ । ସେମାନେ ଗୋଟିଏ ସ୍ଥାନରେ ଏକତ୍ର ହେବା ବେଳେ ଯାଞ୍ଚ୍ କାରୀମାନେ ଯେଉଁ ସମସ୍ୟା କିମ୍ବା ପ୍ରଶ୍ନଗୁଡିକୁ ଅନୁଧ୍ୟାନ କରିଛନ୍ତି, ସେମାନେ ସେହି ପ୍ରଶ୍ନ କିମ୍ବା ଉନ୍ନତି ସାଧନ ପାଇଁ ଥିବା ପ୍ରସ୍ତାବ ବିଷୟରେ ପଚାରି ପାରିବେ । ଯାଞ୍ଚ୍ କାରୀମାନେ ଓ ଅନୁବାଦକ ଦଳ ଉକ୍ତ ପ୍ରଶ୍ନ ଓ ପ୍ରସ୍ତାବଗୁଡିକର ଆଲୋଚନା କରିବା ସମୟରେ, ସେମାନେ ଅନ୍ୟ ପ୍ରଶ୍ନଗୁଡିକର କିମ୍ବା କହିବାର ନୂତନ ମାଧ୍ୟମ ବିଷୟରେ ଚିନ୍ତା କରିପାରନ୍ତି । ଏହା ଭଲ ବିଷୟ ଅଟେ । ଯାଞ୍ଚ୍ କାରୀଗଣ ଓ ଅନୁବାଦକ ଦଳ ଏକତ୍ର କାର୍ଯ୍ୟ କରିବା ସମୟରେ, କାହାଣୀ କିମ୍ବା ବାଇବଲ ଶାସ୍ତ୍ରାଂଶର ଅର୍ଥକୁ ଯୋଗାଯୋଗ କରିବା ପାଇଁ ଉତ୍ତମ ମାଧ୍ୟମକୁ ଆବିଷ୍କାର କରିବାରେ ପରମେଶ୍ଵର ସେମାନଙ୍କୁ ସାହାଯ୍ୟ କରିବେ ।

୧. ସେମାନେ କ’ଣ ସବୁ ପରିବର୍ତ୍ତନ କରିବାକୁ ଆବଶ୍ୟକ ମନେ କରୁଛନ୍ତି କି, ତହିଁ ବିଷୟରେ ଯାଞ୍ଚ୍ କାରୀଗଣ ଓ ଅନୁବାଦକ ଦଳ ନିଷ୍ପତି କରିବା ପରେ, ଅନୁବାଦକ ଦଳ ଅନୁବାଦକୁ ସଂଶୋଧନ କରିବେ ।

୧. ଅନୁବାଦକ ଦଳ ଅନୁବାଦକୁ ସଂଶୋଧନ କରିବା ପରେ, ସେମାନେ ପରସ୍ପର ନିକଟରେ କିମ୍ବା ଭାଷା ସମାଜର ସଭ୍ୟମାନଙ୍କ ନିକଟରେ ଏହାକୁ ଉଚ୍ଚ ସ୍ଵରରେ ପାଠ କରି ଏହା ସେମାନଙ୍କର ଭାଷାରେ ସଠିକ୍ ଭାବ ବା ଧାରଣାସୂଚକ ଶବ୍ଦ ପ୍ରକାଶ କରୁଛି କିମ୍ବା ନୁହେଁ ତାହାକୁ ନିଶ୍ଚିତ କରିବା ଉଚିତ୍ ।

୧. ଏ ପର୍ଯ୍ୟନ୍ତ ବୁଝିବାରେ କଷ୍ଟ ହେଉଥିବା କୌଣସି ବାଇବଲ ଶାସ୍ତ୍ରାଂଶଗୁଡିକ ଓ ଯେଉଁଠାରେକି ସେମାନେ ଅନ୍ୟ ବାଇବଲ ଯାଞ୍ଚ୍ କାରୀଗଣଙ୍କଠାରୁ ଅତିରିକ୍ତ ସାହାଯ୍ୟ ପାଇ ପାରନ୍ତି, ଏହିସବୁକୁ ଅନୁବାଦକ (କିମ୍ବା ଦଳ) ଲେଖି ରଖନ୍ତୁ । ଏହି ଟିପ୍ପଣିଗୁଡିକ ଦ୍ଵିତୀୟ ଓ ତୃତୀୟ ସ୍ତରରେ ଥିବା ମଣ୍ଡଳୀର ନେତା ଓ ଯାଞ୍ଚ୍ କାରୀଗଣଙ୍କ ଦ୍ଵାରା ବ୍ୟବହୃତ ହେବ, ଯଦ୍ଵାରା ସେମାନେ ଅନୁବାଦକମାନଙ୍କୁ ଏଥିର ଅର୍ଥକୁ ବୁଝିବାରେ ଓ ଏହାକୁ ଅଧିକ ସ୍ପଷ୍ଟ ରୂପେ ଯୋଗାଯୋଗ କରିବାରେ ସାହାଯ୍ୟ କରି ପାରିବେ ।

ଅତିରିକ୍ତ ପ୍ରଶ୍ନଗୁଡିକ

ଏହି ପ୍ରଶ୍ନଗୁଡିକ ମଧ୍ୟ ଅନୁବାଦରେ ଦେଖା ଦେବା ଯେକୌଣସି ତ୍ରୁଟିପୂର୍ଣ୍ଣ ଶବ୍ଦକୁ ଖୋଜିବାରେ ସହାୟକ ହୋଇପାରିବ ।

  • ମୂଳ ଭାଷାର ଅନୁବାଦରେ ଉଲ୍ଲେଖ ହୋଇଥିବା ସମସ୍ତ ବିଷୟ ନୂତନ (ସ୍ଥାନୀୟ) ଅନୁବାଦର ଧାରାରେ ଉଲ୍ଲେଖ ହୋଇଅଛି କି ?

  • ନୂତନ ଅନୁବାଦର ଭାବାର୍ଥ ମୂଳ ଅନୁବାଦର ବାର୍ତ୍ତାକୁ ପ୍ରକାଶ କରୁଛି କି ?(ପ୍ରତି ଶବ୍ଦ ଅନାବଶ୍ୟକ) (କୌଣସି କୌଣସି ସମୟରେ ଯଦି ଶବ୍ଦଗୁଡିକର ଶ୍ରେଣୀବଦ୍ଧତା କିମ୍ବା ଧାରଣାଗୁଡ଼ିକର ଶୃଙ୍ଖଳିତ ଅବସ୍ଥା ମୂଳ ଅନୁବାଦଠାରୁ ଭିନ୍ନ ଅଟେ, ଆଉ ତାହା ଉତ୍ତମ ଭାବାର୍ଥକୁ ପ୍ରକାଶ କରୁଛି, ତେବେ ତାହାକୁ ନିର୍ଭୁଲ ବୋଲି ଧରାଯିବ ।)

  • ମୂଳ ଭାଷାର ଅନୁବାଦରେ ଯେପରି ଉଲ୍ଲେଖ ହୋଇଛି, ଠିକ୍ ସେହିପରି ପ୍ରତ୍ୟେକ କାହାଣୀରେ ଥିବା ଲୋକମାନଙ୍କୁ ପରିଚିତ କରାଯାଇଛି କି ? (ମୂଳ ଭାଷା ସହ ତୁଳନା କରିବା ସମୟରେ ନୂତନ ଅନୁବାଦର ଘଟଣାଗୁଡିକୁ କିଏ କରିଥିଲା, ସେଗୁଡିକୁ ଦେଖିବାରେ ସହଜ ଥିଲା କି ?)