translationCore-Create-BCS_.../translate/figs-rquestion/01.md

22 KiB

ଏକ ଆଳଙ୍କାରିକ ପ୍ରଶ୍ନ ଏପରି ଏକ ପ୍ରଶ୍ନ ଯାହା ଜଣେ ବକ୍ତା କୌଣସି ବିଷୟରେ କିଛି ତଥ୍ୟ ପାଇବା ପରିବର୍ତ୍ତେ ସେ ପ୍ରକାଶ କରିବାକୁ ଚାହୁଁଥିବା ବିଷୟକୁ ଜାଣିବା ପାଇଁ ପଚାରିଥାନ୍ତି । ବକ୍ତାମାନେ ସେମାନଙ୍କର ଶ୍ରୋତାମାନଙ୍କୁ କୌଣସି ବିଷୟରେ ଗଭୀର ଭାବେ ଚିନ୍ତା କରିବାରେ ଉତ୍ସାହିତ କରିବା ପାଇଁ କିମ୍ବା ଗଭୀର ଆବେଗକୁ ପ୍ରକାଶ କରିବା ପାଇଁ ଆଳଙ୍କାରିକ ପ୍ରଶ୍ନଗୁଡ଼ିକୁ ବ୍ୟବହାର କରନ୍ତି ।

ବାଇବେଲରେ ଏଭଳି ଅନେକ ଆଳଙ୍କାରିକ ପ୍ରଶ୍ନଗୁଡିକ ଅନ୍ତର୍ଭୁକ୍ତ ଅଟେ, ଯଥା, ଅନେକ ସମୟରେ ଶ୍ରୋତାମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିବା ପାଇଁ, ଭର୍ସନା କରିବା ପାଇଁ, ଗାଳି ଦେବା ପାଇଁ କିଅବା ଶିକ୍ଷା ଦେବା ପାଇଁ । କେତେକ ଭାଷାର ବକ୍ତାମାନେ ଅନ୍ୟାନ୍ୟ ଉଦ୍ଦେଶ୍ୟ ନିମନ୍ତେ ମଧ୍ୟ ଏହି ଆଳଙ୍କାରିକ ପ୍ରଶ୍ନଗୁଡ଼ିକୁ ବ୍ୟବହାର କରନ୍ତି ।

ବିବରଣ

ଏକ ଆଳଙ୍କାରିକ ପ୍ରଶ୍ନ ଏପରି ଏକ ପ୍ରଶ୍ନ ଯାହାକି କୌଣସି ବିଷୟ ପ୍ରତି ଥିବା ଜଣେ ବକ୍ତାଙ୍କ ସ୍ଵଭାବକୁ ଦୃଢ ଭାବରେ ପ୍ରକାଶ କରିଥାଏ । ଅନେକ ସମୟରେ ବକ୍ତା ଜଣକ କୌଣସି ସୂଚନାକୁ ଧ୍ୟାନ ଦେଇ ନ ଥାଏ, କିନ୍ତୁ ଯଦି ସେ କିଛି ତଥ୍ୟ ପାଇବା ପାଇଁ ପ୍ରଶ୍ନ କରୁଛନ୍ତି, ତେବେ ଏହା ସାଧାରଣତଃ ସେହି ସୂଚନା ବା ତଥ୍ୟ ପାଇବା ପାଇଁ ନ ଥାଏ ଯାହାର ପ୍ରଶ୍ନ ସେଭଳି ଦେଖାଯାଇଥାଏ । ବକ୍ତା ଜଣକ ସୂଚନା ପାଇବା ପରିବର୍ତ୍ତେ ନିଜ ସ୍ଵଭାବକୁ ପ୍ରକାଶ କରିବାରେ ଅଧିକ ଆଗ୍ରହୀ ହୋଇଥାଏ ।

ସେଥିରେ ପାଖରେ ଠିଆ ହୋଇଥିବା ଲୋକମାନେ କହିଲେ, “ତୁ କି ଈଶ୍ଵରଙ୍କ ମହାଯାଜକଙ୍କୁ ନିନ୍ଦା କରୁଅଛୁ? (ପ୍ରେରିତ 23:4)

ପାଉଲଙ୍କୁ ଏହି ପ୍ରଶ୍ନ କରିଥିବା ଲୋକମାନେ ଈଶ୍ଵରଙ୍କ ମହାଯାଜକଙ୍କୁ ନିନ୍ଦା କରିବାର ତାହାର ଏଭଳି ଶୈଳୀ ବିଷୟରେ ପଚାରି ନଥିଲେ । ବରଂ ମହାଯାଜକଙ୍କୁ ନିନ୍ଦା କରିବାର ଅଭିଯୋଗ ରୂପେ ପାଉଲଙ୍କୁ ଅଭିଯୁକ୍ତ କରିବା ଉଦ୍ଦେଶ୍ୟରେ ସେମାନେ ଏଭଳି ପ୍ରଶ୍ନକୁ ବ୍ୟବହାର କରିଥିଲେ । ବାଇବେଲରେ ଏଭଳି ଅନେକ ଆଳଙ୍କାରିକ ପ୍ରଶ୍ନଗୁଡିକ ଅନ୍ତର୍ଭୁକ୍ତ ଅଟେ ।

ଏଭଳି କେତେକ ଆଳଙ୍କାରିକ ପ୍ରଶ୍ନର ଉଦ୍ଦେଶ୍ୟ ହେଉଛି ଲୋକମାନେ ଜାଣିଥିବା କିଛି ବିଷୟକୁ ସ୍ମରଣ କରାଇବା ପାଇଁ ନିଜ ସ୍ଵଭାବ ବା ଅନୁଭବକୁ ବ୍ୟକ୍ତ କରିବା, ଲୋକମାନଙ୍କୁ ଭର୍ସନା କରିବା, ଶିକ୍ଷା ଦେବା ଓ ସେମାନଙ୍କୁ ଏସବୁକୁ ନୂତନ ଭାବରେ ପ୍ରୟୋଗ କରିବା ପାଇଁ ଉତ୍ସାହିତ କରିବା ଏବଂ ସେମାନେ ଚାହୁଁଥିବା ବିଷୟକୁ ପରିଚିତ କରିବା ।

ଉଦ୍ଦେଶ୍ୟ ଏହା ଅନୁବାଦ ସମସ୍ୟା ଅଟେ

  • କେତେକ ଭାଷା ଆଳଙ୍କାରିକ ପ୍ରଶ୍ନର ବ୍ୟବହାର କରନ୍ତି ନାହିଁ, ସେମାନଙ୍କ ନିମନ୍ତେ ପ୍ରଶ୍ନ କେବଳ ସୂଚନା ପାଇବାର ଏକ ଅନୁରୋଧ ଅଟେ ।
  • କେତେକ ଭାଷା ଆଳଙ୍କାରିକ ପ୍ରଶ୍ନର ବ୍ୟବହାର କରନ୍ତି, କିନ୍ତୁ ସେଗୁଡ଼ିକ ବାଇବେଲରେ ଥିବା ଉଦ୍ଦେଶ୍ୟ ଅପେକ୍ଷା ଅଧିକ ସୀମିତ କିମ୍ବା ଭିନ୍ନ ରହିଥାଏ ।
  • ଭାଷା ମଧ୍ୟରେ ଥିବା ବିଭିନ୍ନତା ହେତୁ, କେତେକ ପାଠକମାନେ ବାଇବେଲରେ ଥିବା ଆଳଙ୍କାରିକ ପ୍ରଶ୍ନର ଉଦ୍ଦେଶ୍ୟକୁ ଭୁଲ ବୁଝିଥାନ୍ତି ।

ବାଇବେଲରୁ କେତେକ ଉଦାହରଣ

ତୁମ୍ଭେ କଣ ଇସ୍ରାଏଲର ରାଜ୍ୟ ଉପରେ କର୍ତ୍ତୁତ୍ଵ କରୁନାହଁ ? (1ମ ରାଜାବଳୀ 21:7)

ରାଜା ଆହବ ପୂର୍ବରୁ ଜାଣିଥିବା: ଯାହାକି ସେ ଯେ ଏପର୍ଯ୍ୟନ୍ତ ଇସ୍ରାଏଲର ରାଜ୍ୟକୁ ଶାସନ କରୁଛନ୍ତି, ଏହି ବିଷୟକୁ ସ୍ମରଣ କରାଇବା ପାଇଁ ହିଁ ଈଷେବଲ ଉପରୋକ୍ତ ପ୍ରଶ୍ନକୁ ବ୍ୟବହାର କଲେ । ସେ କେବଳ ଏହାକୁ ସରଲ ଭାବରେ ବ୍ୟକ୍ତ କରିବା ପରିବର୍ତ୍ତେ ଏହି ଆଳଙ୍କାରିକ ପ୍ରଶ୍ନ ତାହାଙ୍କ ଉଦ୍ଦେଶ୍ୟକୁ ଅଧିକ ଦୃଢ କରିଥିଲା, ଯେହେତୁ ତାହା ଆହବଙ୍କୁ ବାଧ୍ୟ କରିଥିଲା ।

ଗରିବ ବ୍ୟକ୍ତିଙ୍କ ସମ୍ପତ୍ତିକୁ ଅଧିକାର କରିବାକୁ ଅନିଚ୍ଛା ପ୍ରକାଶ କରିଥିବା ହେତୁ ତାହାଙ୍କୁ ଭର୍ସନା କରିବା ପାଇଁ ସେ ଏପରି କହିଥିଲେ । ସେ ଆଭାସ ଦେଲେ ଯେ ସେ ଇସ୍ରାଏଲର ରାଜା ଅଟନ୍ତି, ତାଙ୍କ ପାଖରେ ଜଣେ ବ୍ୟକ୍ତିଙ୍କର ସମ୍ପତ୍ତିକୁ ଜବର ଦଖଲ କରିବାର ଅଧିକାର ରହିଛି ।

କନ୍ୟା କି ଆପଣା ଅଳଙ୍କାର ଓ ବିବାହିତା କନ୍ୟା କି ଆପଣା ଭୂଷଣ ପାସୋରି ପାରେ ? ତଥାପି ଆମ୍ଭର ଲୋକେ ଆମ୍ଭକୁ ଅସଂଖ୍ୟ ଦିନ ପାସୋରି ଅଛନ୍ତି । (ଯିରିମିୟ 2:32)

ଲୋକମାନେ ପୂର୍ବରୁ ଜାଣିଥିବା: ଯାହାକି ଜଣେ ଯୁବତୀ କନ୍ୟା ଆପଣା ଅଳଙ୍କାରକୁ କଦାପି ଭୁଲି ପାରେନି କିଅବା ବିବାହିତା କନ୍ୟା ଆପଣା ଭୁଷଣକୁ ଭୁଲି ନ ଥାଏ, ଏହି ବିଷୟକୁ ପରମେଶ୍ଵର ଆପଣା ଲୋକମାନଙ୍କୁ ସ୍ମରଣ କରାଇବା ପାଇଁ ଉପରୋକ୍ତ ପ୍ରଶ୍ନକୁ ବ୍ୟବହାର କରନ୍ତି । ତତ୍ ପରେ ତାହାଙ୍କୁ, ଯିଏକି ଏସମସ୍ତ ବସ୍ତୁ ଅପେକ୍ଷା ଅଧିକ ମହାନ ଅଟନ୍ତି, ଏପରି ପରମେଶ୍ଵରଙ୍କୁ ଭୁଲି ଥିବା ହେତୁ ସେ ଆପଣା ଲୋକମାନଙ୍କୁ ଭର୍ସନା କରନ୍ତି ।

ମୁଁ କାହିଁକି ଗର୍ଭରୁ ମଲି ନାହିଁ ? ଉଦରରୁ ପଡ଼ିବାମାତ୍ର କାହିଁକି ମୁଁ ପ୍ରାଣତ୍ୟାଗ କଲି ନାହିଁ ? (ଆୟୁବ 3:11)

ଗଭୀର ଆବେଗକୁ ପ୍ରକାଶ କରିବା ପାଇଁ ଆୟୁବ ଉପରୋକ୍ତ ପ୍ରଶ୍ନକୁ ବ୍ୟବହାର କରନ୍ତି । ଏହି ଆଳଙ୍କାରିକ ପ୍ରଶ୍ନ ବ୍ୟକ୍ତ କରେ ସେ କେତେ ଦୁଃଖିତ ଥିଲେ ଯେ ସେ ଜନ୍ମ ହେବା ମାତ୍ର କାହିଁକି ମାଲେ ନାହିଁ । ସେ ବଞ୍ଚିବାକୁ ଚାହୁଁ ନ ଥିଲେ ।

ଆଉ, ମୋ’ ପ୍ରଭୁଙ୍କ ମାତା ଯେ ମୋ’ ନିକଟକୁ ଆସିବେ, ମୋହର ଏ ସୌଭାଗ୍ୟ କେଉଁଠାରୁ ହେଲା ? (ଲୂକ 1:43)

ତାହାର ପ୍ରଭୁଙ୍କ ମାତା ତା’ ନିକଟକୁ ଆସିଛନ୍ତି, ଓ ସେ କେଡେ ଆଶ୍ଚର୍ଯ୍ୟ ଓ ଖୁସି ଥିଲେ, ତାହା ପ୍ରକାଶ କରିବା ପାଇଁ ଏଲିଜାବେଥ ଉପରୋକ୍ତ ପ୍ରଶ୍ନକୁ ବ୍ୟବହାର କରନ୍ତି ।

କିମ୍ବା ତୁମ୍ଭମାନଙ୍କ ମଧ୍ୟରେ ଏପରି କେଉଁ ଲୋକ ଅଛି, ଯେ ନିଜ ପୁଅ ରୋଟି ମାଗିଲେ ତାହାକୁ ପଥର ଦେବ ? (ମାଥିଉ 7:9)

ଲୋକମାନେ ପୂର୍ବରୁ ଜାଣିଥିବା: ଯାହାକି ଜଣେ ଉତ୍ତମ ପିତା ନିଜ ପୁଅକୁ ମନ୍ଦ ଜିନିଷ କଦାପି ଖାଇବାକୁ ଦେବା ନାହିଁ, ଏହି ବିଷୟକୁ ଯୀଶୁ ଆପଣା ଲୋକମାନଙ୍କୁ ସ୍ମରଣ କରାଇବା ପାଇଁ ଉପରୋକ୍ତ ପ୍ରଶ୍ନକୁ ବ୍ୟବହାର କରନ୍ତି । ଏହି ବିଷୟକୁ କହି, ଯୀଶୁ ଆପଣା ପରବର୍ତ୍ତୀ ଆଳଙ୍କାରିକ ପ୍ରଶ୍ନ ସହ ଈଶ୍ବରଙ୍କ ବିଷୟରେ ସେମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ ।

ଏଣୁ ତୁମ୍ଭେମାନେ ଦୁଷ୍ଟ ହେଲେ ସୁଦ୍ଧା ଯେବେ ଆପଣା ଆପଣା ପିଲାମାନଙ୍କୁ ଉତ୍ତମ ଉତ୍ତମ ଦାନ ଦେଇ ଜାଣ, ତେବେ ତୁମ୍ଭମାନଙ୍କର ସ୍ଵର୍ଗସ୍ଥ ପିତା ତାହାଙ୍କ ଛାମୁରେ ମାଗିବା ଲୋକମାନଙ୍କୁ କେତେ ଅଧିକ ରୂପେ ଉତ୍ତମ ଉତ୍ତମ ବିଷୟ ନ ଦେବେ ? (ମାଥିଉ 7:11)

ଯେଉଁମାନେ ଈଶ୍ଵରଙ୍କୁ ମାଗନ୍ତି, ସେ ସେମାନଙ୍କୁ ଉତ୍ତମ ଉତ୍ତମ ବିଷୟ ଯେ ଯୋଗାନ୍ତି, ଏହି ବିଷୟକୁ ପ୍ରାଧାନ୍ୟଯୋଗ୍ୟ ଭାବରେ ଲୋକମାନଙ୍କୁ ଶିକ୍ଷା ଦେବା ପାଇଁ ଯୀଶୁ ଉପରୋକ୍ତ ପ୍ରଶ୍ନକୁ ବ୍ୟବହାର କରନ୍ତି ।

ସେଥିରେ ସେ କହିଲେ, ଈଶ୍ଵରଙ୍କ ରାଜ୍ୟ କାହା ସଦୃଶ ? ପୁଣି, କାହା ସାଙ୍ଗରେ ମୁଁ ତାହାର ତୁଳନା କରିବି ? ତାହା ଏପ୍ରକାର ଗୋଟିଏ ସୋରିଷଦାନା ପରି, ଯାହା ନେଇ ଜଣେ ଲୋକ ଆପଣା ବଗିଚାରେ ବୁଣିଲା... (ଲୂକ 13:18-19)

ଯୀଶୁ ଯାହା କହିବାକୁ ଚାହୁଁଥିଲେ, ତାହା ପରିଚିତ କରିବା ପାଇଁ ସେ ଉପରୋକ୍ତ ପ୍ରଶ୍ନକୁ ବ୍ୟବହାର କରନ୍ତି । ସେ ଈଶ୍ଵରଙ୍କ ରାଜ୍ୟ ସହ କିଛି ବିଷୟ ସହିତ ତୁଳନା କରନ୍ତି ।

ଅନୁବାଦ କୌଶଳ

ଆଳଙ୍କାରିକ ପ୍ରଶ୍ନକୁ ନିର୍ଭୁଲ ଭାବରେ ଅନୁବାଦ କରିବା ପାଇଁ, ପ୍ରଥମେ ନିଶ୍ଚିତ ହୁଅନ୍ତୁ ଯେ, ଆପଣ ଅନୁବାଦ କରିବାକୁ ଯାଉଥିବା ପ୍ରଶ୍ନ ଆଳଙ୍କାରିକ ପ୍ରଶ୍ନ ଓ ସୂଚନା ପ୍ରଦାନକାରୀ ପ୍ରଶ୍ନ ନୁହେଁ । ନିଜକୁ ପଚାରନ୍ତୁ, “ପ୍ରଶ୍ନ ପଚାରିବା ବ୍ୟକ୍ତି ଜଣକ କଣ ସେହି ପ୍ରଶ୍ନର ଉତ୍ତର ପୂର୍ବରୁ ଜାଣନ୍ତି କି ?” ଯଦି ହଁ, ତେବେ ଏହା ଆଳଙ୍କାରିକ ପ୍ରଶ୍ନ ଅଟେ । କିମ୍ବା, ଯଦି କେହି ପ୍ରଶ୍ନର ଉତ୍ତର ଦେଉ ନାହାଁନ୍ତି, ତେବେ ପ୍ରଶ୍ନ ପଚାରିବା ବ୍ୟକ୍ତିଙ୍କୁ ବ୍ୟଥିତ କରିବ ଯେ ସେ ଉତ୍ତରଟିକୁ ପାଇଲେ ନାହିଁ ।

ଯଦି ନାହିଁ, ଏହା ଆଳଙ୍କାରିକ ପ୍ରଶ୍ନ ଅଟେ । ଯେବେ ପ୍ରଶ୍ନଟି ଆଳଙ୍କାରିକ ବୋଲି ଆପଣ ନିଶ୍ଚିତ ହୁଅନ୍ତି, ତେବେ ଆଳଙ୍କାରିକ ପ୍ରଶ୍ନର ଉଦ୍ଦେଶ୍ୟ କଣ, ତାହା ଜାଣିବା ବିଷୟକୁ ନିଶ୍ଚିତ ହୁଅନ୍ତୁ । କଣ ଏହା ଶ୍ରୋତାମାନଙ୍କୁ ଉତ୍ସାହିତ କରିବା, ଭର୍ସନା କରିବା କିଅବା ଲଜ୍ଜ୍ୟା ଦେବା ପାଇଁ ଉଦ୍ଦିଷ୍ଟ ଅଟେ ? କଣ ଏହା ନୂଆ ପ୍ରସଙ୍ଗକୁ ଉପସ୍ଥାପିତ କରିବା ପାଇଁ ଉଦ୍ଦିଷ୍ଟ ? କିମ୍ବା ଆଉ କୌଣସି ବିଷୟ କରିବା ପାଇଁ ଉଦ୍ଦିଷ୍ଟ ଅଟେ ?

ଯେବେ ପ୍ରଶ୍ନଟି ଆଳଙ୍କାରିକ ପ୍ରଶ୍ନ ବୋଲି ଆପଣ ଜାଣନ୍ତି, ତେବେ ସେହି ନିର୍ଦ୍ଦିଷ୍ଟ ଭାଷାରେ ସେହି ଉଦ୍ଦେଶ୍ୟକୁ ବ୍ୟକ୍ତ କରିବା ପାଇଁ ଅତ୍ୟନ୍ତ ପ୍ରାକୃତିକ ମାଧ୍ୟମ ବିଷୟରେ ଚିନ୍ତା କରନ୍ତୁ । ଏହା ହୋଇପାରେ, ଗୋଟିଏ ପ୍ରଶ୍ନ, କିମ୍ବା ବକ୍ତବ୍ୟ, କିମ୍ବା ଗୋଟିଏ ବିସ୍ମୟସୂଚକ ଶବ୍ଦସମୂହ । ଯଦି ଆଳଙ୍କାରିକ ପ୍ରଶଙ୍କୁ ବ୍ୟବହାର କରିବା ଦ୍ଵାରା ଏହା ଆପଣଙ୍କ ଭାଷାରେ ପ୍ରାକୃତିକ ଓ ସଠିକ୍ ଅର୍ଥ ପ୍ରକାଶ କରୁଛି, ତେବେ ଏହାକୁ ବ୍ୟବହାର କରିବା ପାଇଁ ବିଚାର କରନ୍ତୁ । ଯଦି ନାହିଁ, ତେବେ ଏଠାରେ କେତେକ ଭିନ୍ନ ମାଧ୍ୟମଗୁଡିକ ଦିଆଯାଇଛି:

  1. ପ୍ରଶ୍ନ ପରେ ଉତ୍ତରକୁ ଯୋଗ କରନ୍ତୁ ।
  2. ଆଳଙ୍କାରିକ ପ୍ରଶ୍ନକୁ ଗୋଟିଏ ବକ୍ତବ୍ୟ କିମ୍ବା ବିସ୍ମୟସୂଚକ ଶବ୍ଦରେ ପରିବର୍ତ୍ତନ କରନ୍ତୁ ।
  3. ଆଳଙ୍କାରିକ ପ୍ରଶ୍ନକୁ ଗୋଟିଏ ବକ୍ତବ୍ୟ ଶବ୍ଦରେ ପରିବର୍ତ୍ତନ କରନ୍ତୁ, ଏବଂ ପରେ ଏହାକୁ ଗୋଟିଏ କ୍ଷୁଦ୍ର ପ୍ରଶ୍ନରେ ବଦଳାନ୍ତୁ ।
  4. ପ୍ରଶ୍ନର ଗଠନ ଶୈଳୀକୁ ପ୍ରାୟବର୍ତ୍ତନ କରନ୍ତୁ, ଯଦ୍ୱାରା ଏହା ଆପଣଙ୍କ ଭାଷାରେ ଯୋଗାଯୋଗ କରିବ, ଯାହା ମୂଳ ବକ୍ତା ଆପଣା ସମୟରେ ଯୋଗାଯୋଗ କରିଥିଲେ ।

ପ୍ରୟୋଗ କରାଯାଇଥିବା ଅନୁବାଦ କୌଶଳର ଉଦାହରଣଗୁଡ଼ିକ

  1. ପ୍ରଶ୍ନ ପରେ ଉତ୍ତରକୁ ଯୋଗ କରନ୍ତୁ ।
  • କନ୍ୟା କି ଆପଣା ଅଳଙ୍କାର ଓ ବିବାହିତା କନ୍ୟା କି ଆପଣା ଭୂଷଣ ପାସୋରି ପାରେ ? ତଥାପି ଆମ୍ଭର ଲୋକେ ଆମ୍ଭକୁ ଅସଂଖ୍ୟ ଦିନ ପାସୋରି ଅଛନ୍ତି !(ଯିରିମିୟ 2:32) କନ୍ୟା କି ଆପଣା ଅଳଙ୍କାର ଓ ବିବାହିତା କନ୍ୟା କି ଆପଣା ଭୂଷଣ ପାସୋରି ପାରେ ? ବାସ୍ତବରେ ପାସୋରିବେ ନାହିଁ! ତଥାପି ଆମ୍ଭର ଲୋକେ ଆମ୍ଭକୁ ଅସଂଖ୍ୟ ଦିନ ପାସୋରି ଅଛନ୍ତି ।

  • କିମ୍ବା ତୁମ୍ଭମାନଙ୍କ ମଧ୍ୟରେ ଏପରି କେଉଁ ଲୋକ ଅଛି, ଯେ ନିଜ ପୁଅ ରୋଟି ମାଗିଲେ ତାହାକୁ ପଥର ଦେବ ? (ମାଥିଉ 7:9) କିମ୍ବା ତୁମ୍ଭମାନଙ୍କ ମଧ୍ୟରେ ଏପରି କେଉଁ ଲୋକ ଅଛି, ଯେ ନିଜ ପୁଅ ରୋଟି ମାଗିଲେ ତାହାକୁ ପଥର ଦେବ ? ତୁମ୍ଭମାନଙ୍କ ମଧ୍ୟରୁ କେହିଁ ଏପରି କରିବ ନାହିଁ ।

  1. ଆଳଙ୍କାରିକ ପ୍ରଶ୍ନକୁ ଗୋଟିଏ ବକ୍ତବ୍ୟ କିମ୍ବା ବିସ୍ମୟସୂଚକ ଶବ୍ଦରେ ପରିବର୍ତ୍ତନ କରନ୍ତୁ ।
  • ସେଥିରେ ସେ କହିଲେ, ଈଶ୍ଵରଙ୍କ ରାଜ୍ୟ କାହା ସଦୃଶ ? ପୁଣି, କାହା ସାଙ୍ଗରେ ମୁଁ ତାହାର ତୁଳନା କରିବି ? ତାହା ଏପ୍ରକାର ଗୋଟିଏ ସୋରିଷଦାନା ପରି,... (ଲୂକ 13:18-19)

    • ଈଶ୍ଵରଙ୍କ ରାଜ୍ୟ ଏପରି ଏକ ସୋରିଷଦାନା...
  • ତୁ କି ଈଶ୍ଵରଙ୍କ ମହାଯାଜକଙ୍କୁ ନିନ୍ଦା କରୁଅଛୁ? (ପ୍ରେରିତ 23:4)

    • ତୁମ୍ଭେ ଈଶ୍ଵରଙ୍କ ମହାଯାଜକଙ୍କ ନିନ୍ଦା କରିବା ଅନୁଚିତ୍!
  • ମୁଁ କାହିଁକି ଗର୍ଭରୁ ମଲି ନାହିଁ ? ଉଦରରୁ ପଡ଼ିବାମାତ୍ର କାହିଁକି ମୁଁ ପ୍ରାଣତ୍ୟାଗ କଲି ନାହିଁ ? (ଆୟୁବ 3:11)

    • ? ଉଦରରୁ ପଡ଼ିବାମାତ୍ର କାହିଁକି ମୁଁ ପ୍ରାଣତ୍ୟାଗ କରିଥିଲେ ଭଲ ହୋଇଥାନ୍ତା!
  • ଆଉ, ମୋ’ ପ୍ରଭୁଙ୍କ ମାତା ଯେ ମୋ’ ନିକଟକୁ ଆସିବେ, ମୋହର ଏ ସୌଭାଗ୍ୟ କେଉଁଠାରୁ ହେଲା ? (ଲୂକ 1:43)

    • କେଡ଼େ ଆଶ୍ଚର୍ଯ୍ୟ ଯେ ମୋ’ ପ୍ରଭୁଙ୍କ ମାତା ମୋ’ ନିକଟକୁ ଆସିଛନ୍ତି!
  1. ଆଳଙ୍କାରିକ ପ୍ରଶ୍ନକୁ ଗୋଟିଏ ବକ୍ତବ୍ୟ ଶବ୍ଦରେ ପରିବର୍ତ୍ତନ କରନ୍ତୁ, ଏବଂ ପରେ ଏହାକୁ ଗୋଟିଏ କ୍ଷୁଦ୍ର ପ୍ରଶ୍ନରେ ବଦଳାନ୍ତୁ ।
  • ତୁମ୍ଭେ କଣ ଇସ୍ରାଏଲର ରାଜ୍ୟ ଉପରେ କର୍ତ୍ତୁତ୍ଵ କରୁନାହଁ ? (1ମ ରାଜାବଳୀ 21:7)

    • ତୁମ୍ଭେ ଏପର୍ଯ୍ୟନ୍ତ ଇସ୍ରାଇଲର ରାଜ୍ୟ ଉପରେ କର୍ତ୍ତୁତ୍ଵ କରୁଅଛ, ନୁହେଁ କି?
  1. ପ୍ରଶ୍ନର ଗଠନ ଶୈଳୀକୁ ପ୍ରାୟବର୍ତ୍ତନ କରନ୍ତୁ, ଯଦ୍ୱାରା ଏହା ଆପଣଙ୍କ ଭାଷାରେ ଯୋଗାଯୋଗ କରିବ, ଯାହା ମୂଳ ବକ୍ତା ଆପଣା ସମୟରେ ଯୋଗାଯୋଗ କରିଥିଲେ ।
  • କିମ୍ବା ତୁମ୍ଭମାନଙ୍କ ମଧ୍ୟରେ ଏପରି କେଉଁ ଲୋକ ଅଛି, ଯେ ନିଜ ପୁଅ ରୋଟି ମାଗିଲେ ତାହାକୁ ପଥର ଦେବ ? (ମାଥିଉ 7:9)

    • ଯଦି ତୁମ୍ଭମାନଙ୍କର ପୁଅ ରୋଟି ମାଗିଲେ, କଣ ତୁମ୍ଭେ ତାହାକୁ ପଥର ଦେବ?
  • କନ୍ୟା କି ଆପଣା ଅଳଙ୍କାର ଓ ବିବାହିତା କନ୍ୟା କି ଆପଣା ଭୂଷଣ ପାସୋରି ପାରେ ? ତଥାପି ଆମ୍ଭର ଲୋକେ ଆମ୍ଭକୁ ଅସଂଖ୍ୟ ଦିନ ପାସୋରି ଅଛନ୍ତି! (ଯିରିମିୟ 2:32)

    • କନ୍ୟା କି ଆପଣା ଅଳଙ୍କାର ଓ ବିବାହିତା କନ୍ୟା କି ଆପଣା ଭୂଷଣ ପାସୋରି ପାରେ ? ତଥାପି ଆମ୍ଭର ଲୋକେ ଆମ୍ଭକୁ ଅସଂଖ୍ୟ ଦିନ ପାସୋରି ଅଛନ୍ତି ।