translationCore-Create-BCS_.../translate/figs-pastforfuture/01.md

8.3 KiB

ବିବରଣ

ପ୍ରତ୍ୟାଶିତ ଅତୀତ ଏକ ଅଳଙ୍କାର ଶବ୍ଦ ଯାହାକି ଭବିଷ୍ୟତରେ ଘଟିବାକୁ ଯାଉଥିବା ବିଷୟକୁ ସୂଚିତ କାରିବା ପାଇଁ ଅତୀତ କାଳକୁ ବ୍ୟବହାର କରିଥାଏ । ଘଟଣାଟି ଯେ ନିଶ୍ଚିତ ଭାବରେ ଘଟିବ, ଏହାକୁ ପ୍ରକାଶ କରିବା ପାଇଁ ଏହାକୁ ବେଳେ ବେଳେ ଭାବବାଣୀ କରି କୁହା ଯାଇଥାଏ । ଏହାକୁ ମଧ୍ୟ ଭାବବାଣୀ ସମ୍ବନ୍ଧୀୟ ପୂର୍ଣ୍ଣାଙ୍ଗ ବୋଲି କୁହାଯାଏ ।

ଏହିହେତୁ ମୋହର ଲୋକମାନେ ଜ୍ଞାନ ଅଭାବରୁ ବନ୍ଦୀ ହୋଇ ଯାଇଅଛନ୍ତି; ପୁଣି, ସେମାନଙ୍କର ସମ୍ଭ୍ରାନ୍ତ ଲୋକମାନେ କ୍ଷୁଧାର୍ତ୍ତା ଓ ସେମାନଙ୍କର ଲୋକାରଣ୍ୟ ତୃଷ୍ଣାରେ ଶୁଷ୍କ ହେଉଅଛନ୍ତି । (ଯିଶାଇୟ 5:13 ULT)

ଉପରୋକ୍ତ ଉଦାହରଣରେ, ଇସ୍ରାଏଲର ଲୋକମାନେ ଏପର୍ଯ୍ୟନ୍ତ ବନ୍ଦିତ୍ଵ ଅବସ୍ଥା ମଧ୍ୟକୁ ଯାଇ ନ ଥିଲେ, କିନ୍ତୁ ପରମେଶ୍ଵର ସେମାନଙ୍କର ବନ୍ଦିତ୍ଵ ଅବସ୍ଥା ମଧ୍ୟକୁ ଯିବା ବିଷୟକୁ ଏପରି ଭାବରେ କହୁଛନ୍ତି ଯେପରି ଏହା ପୂର୍ବରୁ ଘଟି ସାରିଅଛି, କାରଣ ସେ ନିର୍ଣ୍ଣୟ କରି ସାରିଥିଲେ ଯେ ସେମାନେ ନିଶ୍ଚିତ ଭାବରେ ବନ୍ଦିତ୍ଵ ଅବସ୍ଥା ମଧ୍ୟକୁ ଯିବେ ।

ଉଦ୍ଦେଶ୍ୟ ଏହା ଅନୁବାଦ ସମସ୍ୟା ଅଟେ:

ଭବିଷ୍ୟତ ଘଟଣାକୁ ସୂଚିତ କରିବା ପାଇଁ ଯେ ଭାବବାଣୀରେ ଏହାକୁ ବ୍ୟବହାର କରାଯାଇଛି, ଏହା ଅତୀତ କାଳ ସମ୍ବନ୍ଧରେ ଜାଣି ନ ଥିବା ପାଠକମାନଙ୍କ ମନରେ ଦ୍ଵନ୍ଦ ଜାତ ହୋଇପାରେ ।

ବାଇବେଲରୁ କେତେକ ଉଦାହରଣ

ସେହି ସମୟରେ ଇସ୍ରାଏଲ-ସନ୍ତାନଗଣ ସକାଶୁ ଯିରୀହୋ ରୁଦ୍ଧ ଥିଲା, ଦୃଢ ରୂପେ ରୁଦ୍ଧ ହୋଇଥିଲା; କେହି ବାହାରକୁ ଗଲା ନାହିଁ ଓ କେହି ଭିତରକୁ ଆସିଲା ନାହିଁ । ତହୁଁ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ଦେଖ, ଆମ୍ଭେ ତୁମ୍ଭ ହସ୍ତରେ ଯିରୀହୋ ନଗର ଓ ତହିଁର ରାଜା ଓ ମାହାବିକ୍ରମଶାଳୀ ଲୋକମାନଙ୍କୁ ସମର୍ପଣ କଲୁ ।” (ଯିହୋଶୂୟ 6:1-2 ULT) କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମିଅଛନ୍ତି, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି; ଓ ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ୱଭାର ଥୁଆଯିବ; (ଯିଶାଇୟ 9:6 ULT) ଉପରୋକ୍ତ ଉଦାହରଣରେ, ପରମେଶ୍ଵର ଭବିଷ୍ୟତରେ ଘଟିବାକୁ ଯାଉଥିବା ବିଷୟକୁ ପୂର୍ବରୁ ଘଟି ସାରିଥିବା ଭଳି କହୁଅଛନ୍ତି । ଆଦମଙ୍କଠାରୁ ସମସ୍ତ ପୁରୁଷ ଯେ ହନୋକ, ସେ ମଧ୍ୟ ସେମାନଙ୍କ ବିଷୟରେ ଭାବବାଣୀ ପ୍ରଚାର କରି କହିଥିଲେ, “ଦେଖ, ପ୍ରଭୁ ଆପଣା ଅଯୁତ ଅଯୁତ ସାଧୁଙ୍କ ସହିତ ଆସୁଅଛନ୍ତି । (ଯିହୂଦା 1:14 ULT) ହାନୋକ ଭବିଷ୍ୟତରେ ଘଟିବାକୁ ଯାଉଥିବା ବିଷୟରେ କହିଥିଲେ, କିନ୍ତୁ “ସଦାପ୍ରଭୁ ଆସୁଅଛନ୍ତି” ବୋଲି କହିବା ସମୟରେ ସେ ଅତୀତ କାଳକୁ ବ୍ୟବହାର କରିଥିଲେ ।

ଅନୁବାଦ କୌଶଳ

ଯଦି ଆପଣଙ୍କ ଭାଷାରେ ଅତୀତ କାଳ ସ୍ଵାଭାବିକ ଓ ଯଥାର୍ଥ ଅର୍ଥ ପ୍ରଦାନ କରୁଛି, ତେବେ ଏହାକୁ ବ୍ୟବହାର କରିବାକୁ ବିଚାର କରନ୍ତୁ ।

ଯଦି ନାହିଁ, ଏଠାରେ ଚୟନ କରିବା ପାଇଁ କେତେକ ବିଷୟଗୁଡ଼ିକ ଦିଆଗଲା ।

  1. ଭବିଷ୍ୟତ ଘଟଣାକୁ ସୂଚିତ କରିବା ପାଇଁ ଭବିଷ୍ୟତ କାଳକୁ ବ୍ୟବହାର କରନ୍ତୁ ।
  2. ଯଦି ଏହା ନିକଟତର ଭବିଷ୍ୟତରେ ଥିବା ବିଷୟକୁ ସୂଚିତ କରୁଛି, ତେବେ ତାହାକୁ ପ୍ରକାଶ କରୁଥିବା ପ୍ରଚଳିତ ପଦ୍ଧତିକୁ ବ୍ୟବହାର କର ।
  3. ଅତି ଶୀଘ୍ର ଘଟିବାକୁ ଯାଉଥିବା ବିଷୟକୁ ପ୍ରକାଶ କରିବା ପାଇଁ କେତେକ ଭାଷା ବର୍ତ୍ତମାନ କାଳକୁ ବ୍ୟବହାର କରି ପାରନ୍ତି ।

ପ୍ରୟୋଗ କରାଯାଇଥିବା ଅନୁବାଦ କୌଶଳର ଉଦାହରଣଗୁଡ଼ିକ

  1. ଭବିଷ୍ୟତ ଘଟଣାକୁ ସୂଚିତ କରିବା ପାଇଁ ଭବିଷ୍ୟତ କାଳକୁ ବ୍ୟବହାର କରନ୍ତୁ ।
  • କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମିଅଛନ୍ତି, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି; (ଯିଶାଇୟ 9:6a ULT)

    • କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମହେବ, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହେବ;
  1. ଯଦି ଏହା ଅତି ଶୀଘ୍ର ଘଟିବାକୁ ଥିବା ବିଷୟକୁ ସୂଚିତ କରୁଛି, ତେବେ ତାହାକୁ ପ୍ରକାଶ କରୁଥିବା ପ୍ରଚଳିତ ପଦ୍ଧତିକୁ ବ୍ୟବହାର କର ।
  • ତହୁଁ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ଦେଖ, ଆମ୍ଭେ ତୁମ୍ଭ ହସ୍ତରେଯିରୀହୋ ନଗର ଓ ତହିଁର ରାଜା ଓ ମାହାବିକ୍ରମଶାଳୀ ଲୋକମାନଙ୍କୁ ସମର୍ପଣ କଲୁ ।” (ଯିହୋଶୂୟ 6:2 ULT)

    • ତହୁଁ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ଦେଖ, ଆମ୍ଭେ ତୁମ୍ଭ ହସ୍ତରେ ଯିରୀହୋ ନଗର ଓ ତହିଁର ରାଜା ଓ ମାହାବିକ୍ରମଶାଳୀ ଲୋକମାନଙ୍କୁ ସମର୍ପଣ କରିବାକୁ ଯାଉଛୁ ।”
  1. ଅତି ଶୀଘ୍ର ଘଟିବାକୁ ଯାଉଥିବା ବିଷୟକୁ ପ୍ରକାଶ କରିବା ପାଇଁ କେତେକ ଭାଷା ବର୍ତ୍ତମାନ କାଳକୁ ବ୍ୟବହାର କରି ପାରନ୍ତି ।
  • ତହୁଁ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ଦେଖ, ଆମ୍ଭେ ତୁମ୍ଭ ହସ୍ତରେ ଯିରୀହୋ ନଗର ଓ ତହିଁର ରାଜା ଓ ମାହାବିକ୍ରମଶାଳୀ ଲୋକମାନଙ୍କୁ ସମର୍ପଣ କଲୁ ।” (ଯିହୋଶୂୟ 6:2 ULT)

    • ତହୁଁ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ଦେଖ, ଆମ୍ଭେ ତୁମ୍ଭ ହସ୍ତରେ ଯିରୀହୋ ନଗର ଓ ତହିଁର ରାଜା ଓ ମାହାବିକ୍ରମଶାଳୀ ଲୋକମାନଙ୍କୁ ସମର୍ପଣ କରୁଛୁ ।”