4.6 KiB
4.6 KiB
ଦଳର ଚୟନ
ଆପଣ ଅନୁବାଦ ଓ ଯାଞ୍ଚ୍ ଦଳକୁ ଚୟନ କରିବା ଆରମ୍ଭ କରିବା ସମୟରେ, ଅନେକ ବିଭିନ୍ନ ପ୍ରକାର ଲୋକ ଓ ଭୂମିକାର ଆବଶ୍ୟକ ହୋଇପାରେ । ପ୍ରତ୍ୟେକ ଦଳ ନିମନ୍ତେ ଆବଶ୍ୟକ ହେଉଥିବା ନିର୍ଦ୍ଦିଷ୍ଟ ଯୋଗ୍ୟତାଗୁଡ଼ିକ ମଧ୍ୟ ରହିଅଛି ।
- ଅନୁବାଦ ଦଳର ଚୟନ – ଆବଶ୍ୟକ ହେଉଥିବା ଅନେକ ଭୂମିକାଗୁଡ଼ିକୁ ବର୍ଣ୍ଣନା କରେ ।
- ଅନୁବାଦକର ଯୋଗ୍ୟତାଗୁଡ଼ିକ – ଅନୁବାଦକର ଆବଶ୍ୟକ ହେଉଥିବା କେତେକ ଦକ୍ଷତାକୁ ବର୍ଣ୍ଣନା କରେ ।
- ମନେ ରଖନ୍ତୁ ଯେ ଦଳର ପ୍ରତ୍ୟେକ ଜଣ ନିଜର ବିବୃତିରେ ସ୍ଵାକ୍ଷର କରିବା ଆବଶ୍ୟକ ଯାହା ସେମାନେ ( ରେ ଉପଲବ୍ଧ ଫର୍ମ) ସହ ଏକମତ ଅଟନ୍ତି ।
- ବିଶ୍ଵାସର ବକ୍ତବ୍ୟ
- ଅନୁବାଦର ମାର୍ଗଦର୍ଶିକା ନୀତି
- ମୁକ୍ତ ଅନୁମତି ପତ୍ର
- ଦଳର ପ୍ରତ୍ୟେକେ ଗୋଟିଏ ଉତ୍ତମ ଅନୁବାଦର ଯୋଗ୍ୟତାଗୁଡ଼ିକୁ ମଧ୍ୟ ଜାଣିବାର ଆବଶ୍ୟକତା ରହିଛି (ଗୋଟିଏ ଉତ୍ତମ ଅନୁବାଦର ଯୋଗ୍ୟତାଗୁଡ଼ିକ ପାଠକୁ ଦେଖନ୍ତୁ) ।
- ଦଳ ମଧ୍ୟ ଏହା ଜାଣିବା ଆବଶ୍ୟକ ଯେ କେଉଁଠାରୁ ସେମାନେ ଉତ୍ତରଗୁଡିକୁ ଖୋଜି ପାଇପାରିବେ (ଉତ୍ତରଗୁଡ଼ିକୁ ଖୋଜି ପାଇବା ପାଠକୁ ଦେଖନ୍ତୁ) ।
ଅନୁବାଦର ନିର୍ଣ୍ଣୟସମୂହ
ଅନୁବାଦ ଦଳ ଅନେକ ନିର୍ଣ୍ଣୟଗୁଡ଼ିକୁ ନେବାକୁ ହେବ, ସେଗୁଡ଼ିକ ମଧ୍ୟରୁ ଅନେକ ପରିଯୋଜନାର ଆରମ୍ଭରେ ହିଁ ରହିଛି । ନିମ୍ନ ଲିଖିତଗୁଡ଼ିକ ଅନ୍ତର୍ଭୁକ୍ତ:
- ଅନୁବାଦ କରିବା ପାଇଁ କଣ ଚୟନ କରିବେ – ସର୍ବପ୍ରଥମେ ଅନୁବାଦ କରିବା ପାଇଁ କଣ ଚୟନ କରିବେ ତାହା ଆଉ ଏକ ନିର୍ଣ୍ଣୟ ଅଟେ ।
- ଗୋଟିଏ ମୂଳ ପାଠର ଚୟନ – ଗୋଟିଏ ମୂଳ ପାଠକୁ ଚୟନ କରିବା ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ ।
- ପ୍ରକାଶନ ଅଧିକାର, ଅନୁମତି ପତ୍ର ପ୍ରଦାନ, ଓ ମୂଳ ପାଠଗୁଡ଼ିକ – ମୂଳ ପାଠକୁ ଚୟନ କରିବା ସମୟରେ ପ୍ରକାଶନ ଅଧିକାର ସମସ୍ୟାଗୁଡ଼ିକ ପ୍ରତି ଚିନ୍ତା କରିବା ଆବଶ୍ୟକ ।
- ମୂଳ ପାଠ ଓ ସଂସ୍କରଣ ସଂଖ୍ୟାଗୁଡ଼ିକ – ମୂଳ ପାଠର ନୂତନ ସଂସ୍କରଣରୁ ଅନୁବାଦ କରିବା ଉତ୍ତମ ବିଷୟ ଅଟେ ।
- ବର୍ଣ୍ଣମାଳା/ବର୍ଣ୍ଣଶୁଦ୍ଧି – ଅନେକ ଭାଷାର ବର୍ଣ୍ଣମାଳା ନିର୍ଣ୍ଣୟଗୁଡ଼ିକ ରହିଅଛି ଯାହାକୁ ନିର୍ଣ୍ଣୟ କରିବା ଆବଶ୍ୟକ ।
- ଆପଣଙ୍କ ଭାଷା ଲେଖନୀ ନିମନ୍ତେ ନିର୍ଣ୍ଣୟଗୁଡ଼ିକ – ଲେଖନୀ ଶୈଳୀ, ବିରାମ ଚିହ୍ନ, ନାମଗୁଡିକର ଅନୁବାଦ, ଶବ୍ଦର ସଠିକ୍ ବନାନ, ଓ ଅନ୍ୟାନ୍ୟ ନିର୍ଣ୍ଣୟଗୁଡ଼ିକ ନେବା ଆବଶ୍ୟକ ।