translationCore-Create-BCS_.../translate/figs-doublet/01.md

53 lines
7.7 KiB
Markdown

### ବିବରଣ
ଆମେ ଦୁଇଟି ଶବ୍ଦ ବା ବାକ୍ୟାଂଶକୁ ଦର୍ଶାଇବା ପାଇଁ “ଯୋଡ଼ା” ବାକ୍ୟକୁ ବ୍ୟବହାର କରୁଅଛୁ ଯାହା ଏକତ୍ର ବ୍ୟବହୃତ ହୁଏ ଏବଂ ସମାନ ବିଷୟ ବା ସେଥିର ଅତି ନିକଟବର୍ତ୍ତୀ ବିଷୟକୁ ସୁଚିତ କରେ। ଅନେକ ସମୟରେ ସେଗୁଡ଼ିକ “ଏବଂ” ଶବ୍ଦ ସହ ସଂଯୁକ୍ତ ହୋଇଅଛି। ଅଲଗାଭାବରେ [ହେଣ୍ଡିଆଡିସ୍](../figs-hendiadys/01.md), ଯେଉଁଥିରେ ଗୋଟିଏ ଶବ୍ଦ ଅନ୍ୟ ଶବ୍ଦର ଗୁଣ ପ୍ରକାଶ କରେ, ଏକ ଯୋଡ଼ାରେ ଦୁଇଟି ଶବ୍ଦ କିମ୍ବା ବାକ୍ୟାଂଶ ସମାନ ଅଟେ ଏବଂ ଗୋଟିଏ ଧାରଣାକୁ ଗୁରୁତ୍ଵାରୋପ କିମ୍ବା ତୀବ୍ର କରିବା ପାଇଁ ବ୍ୟବହୃତ ହୁଏ ଯାହା ଦୁଇଟି ଶବ୍ଦ ବା ବାକ୍ୟାଂଶ ଦ୍ୱାରା ପ୍ରକାଶିତ।
#### ଉଦ୍ଦେଶ୍ୟ ଏହା ଅନୁବାଦ ସମସ୍ୟା ଅଟେ
କେତେକ ଭାଷାରେ ଲୋକେ ଯୋଡା ଶବ୍ଦକୁ ବ୍ୟବହାର କରନ୍ତି ନାହିଁ। କିମ୍ବା ସେମାନେ ଯୋଡା ଶବ୍ଦକୁ ବ୍ୟବହାର କରିପାରିବେ, କିନ୍ତୁ କେତେକ ନିର୍ଦ୍ଦିଷ୍ଟ ଅବସ୍ଥାରେ, ଏଣୁ କେତେକ ପଦ୍ୟରେ ସେମାନଙ୍କ ଭାଷାରେ ଯୋଡା ଶବ୍ଦ ବୁଝିପାରି ହୋଇ ନ ଥାଏ। ଲୋକମାନେ ଭାବିପାରନ୍ତି ଯେ ପଦ୍ୟଟି ଦୁଇଟି ବିକଳ୍ପ କିମ୍ବା କାର୍ଯ୍ୟକୁ ବର୍ଣ୍ଣନା କରୁଛି, ଯେବେ ଏହା କେବଳ ଗୋଟିଏ ବର୍ଣ୍ଣନା କରେ। ଏହି କ୍ଷେତ୍ରରେ, ଅନୁବାଦକମାନେ ଯୋଡା ଶବ୍ଦ ଦ୍ଵାରା ପ୍ରକାଶ କରାଯାଇଥିବା ଅର୍ଥକୁ ପ୍ରକାଶ କରିବା ପାଇଁ କେତେକ ଭିନ୍ନ ମାଧ୍ୟମକୁ ଆବଶ୍ୟକ ମନେ କରିପାରିବେ।
### ବାଇବଲରୁ କେତେକ ଉଦାହରଣ
> ତାହାଙ୍କର **ଛିନ୍ନଭିନ୍ନ** ଗୋଟିଏ ଜାତି ଅଛି ଏବଂ ଲୋକମାନଙ୍କ ମଧ୍ୟରେ **ବିକ୍ଷିପ୍ତ** ହୋଇଅଛନ୍ତି (ଏଷ୍ଟର 3:8 ULT)
ସାହସିକ ଶବ୍ଦଗୁଡ଼ିକ ସେହି ସମାନ ବିଷୟକୁ ସୁଚିତ କରେ। ସେମାନେ ଏକତ୍ରର ଉଦ୍ଦେଶ୍ୟ ସେ ଲୋକମାନେ/ ଜାତୀ ବିସ୍ତାରିତ କରା ଯାଇଥିଲେ।
> … ସେ ଆପଣାଠାରୁ **ଅଧିକ ଧାର୍ମିକ** ଓ **ଉତ୍ତମ** ଦୁଇ ବ୍ୟକ୍ତିଙ୍କୁ ଆକ୍ରମଣ କଲେ। (1ମ ରାଜାବଳି 2:32ଖ ULT)
ଏହାର ଅର୍ଥ, ସେମାନେ ତା’ଠାରୁ “ଅତ୍ୟଧିକ ଧାର୍ମିକ” ଥିଲେ ।
> ତୁମ୍ଭେମାନେ **ମିଥ୍ୟା** ଓ **ପ୍ରବଞ୍ଚନା** ବାକ୍ୟ କହିବା ପାଇଁ ସ୍ଥିର କରିଅଛ; (ଦାନିୟେଲ 2:9ଖ ULT)
ଏହାର ଅର୍ଥ ଯେ, ସେମାନେ ମିଥ୍ୟା କହିବାକୁ ସ୍ଥିର କରିଅଛନ୍ତି, ଯାହାକି ସେମାନେ ଲୋକମାନଙ୍କୁ ପ୍ରତାରଣା କରିବା ଉଦ୍ଦେଶ୍ୟରେ ଅନ୍ୟ ଭାବରେ କହୁଅଛନ୍ତି।
> … **ନିଖୁନ୍ତ** ଓ **ନିଷ୍କଳଙ୍କ** ମେଷଶାବକ ସଦୃଶ। (1ମ ପିତର 1:19ଖ ULT)
ଏହାର ଅର୍ଥ, ସେ ଏକ ମେଷଶାବକ ଭଳି ଥିଲେ ଯାହାଠାରେ କୌଣସି ଦୋଷ କଳଙ୍କ—ଗୋଟିଏ ସୁଧା କଳଙ୍କ ନଥିଲା।
### ଅନୁବାଦ କୌଶଳ
ଯଦି ଯୋଡା ବାକ୍ୟାଂଶ ସ୍ଵାଭାବିକ ଓ ଆପଣଙ୍କ ଭାଷାରେ ଯଥାର୍ଥ ଅର୍ଥ ପ୍ରକାଶ କରିପାରୁଛି, ଏହା ବ୍ୟବହାର କରିବା ପାଇଁ ବିଚାର କରନ୍ତୁ। ଯଦି ନୁହେଁ, ଏହି କୌଶଳଗୁଡ଼ିକୁ ବିଚାର କରନ୍ତୁ।
(1) କେବଳ ସେଗୁଡ଼ିକରୁ ଗୋଟିଏ ଶବ୍ଦ କିମ୍ବା ବାକ୍ୟାଂଶଗୁଡ଼ିକୁ ଅନୁବାଦ କର। (2) ଯଦି ଯୋଡା ବାକ୍ୟାଂଶ ଅର୍ଥକୁ ଆହୁରି ତୀବ୍ର କରିବା ପାଇଁ ବ୍ୟବହୃତ, ତେବେ ତହିଁରୁ ଗୋଟିଏ ଶବ୍ଦକୁ ଅନୁବାଦ କରି ଏହାକୁ ତୀବ୍ରତର କରୁଥିବା ଶବ୍ଦକୁ ଯୋଗ କର, ଯଥା, “ଅଧିକ”, “ମହାନ”, “ଅନେକ”। (3) ଯଦି ପ୍ରତିରୂପ ବାକ୍ୟାଂଶ ଅର୍ଥକୁ ଆହୁରି ତୀବ୍ର ବା ଗୁରୁତ୍ଵାରୋପ କରିବା ପାଇଁ ବ୍ୟବହୃତ, ତେବେ ଆପଣଙ୍କ ଭାଷାରେ ତାହାକୁ କରାଯାଉଥିବା ଯେକୌଣସି ଶୈଳୀରେ ବ୍ୟବହାର କରନ୍ତୁ।
### ପ୍ରୟୋଗ କରାଯାଇଥିବା ଅନୁବାଦ କୌଶଳ
1. କେବଳ ଶବ୍ଦଗୁଡ଼ିକରୁ ଗୋଟିଏକୁ ଅନୁବାଦ କର।
> ତୁମ୍ଭେମାନେ **ମିଥ୍ୟା** ଓ **ପ୍ରବଞ୍ଚନା** ବାକ୍ୟ କହିବା ପାଇଁ ସ୍ଥିର କରିଅଛ। (ଦାନିୟେଲ 2:9ଖ ULT)
>
> > "ତୁମ୍ଭେମାନେ **ମିଥ୍ୟା** ବିଷୟ କହିବାକୁ ସ୍ଥିର କରିଅଛ।"
(2) ଯଦି ଯୋଡା ବାକ୍ୟାଂଶ ଅର୍ଥକୁ ଆହୁରି ତୀବ୍ର କରିବା ପାଇଁ ବ୍ୟବହୃତ, ତେବେ ତହିଁରୁ ଗୋଟିଏ ଶବ୍ଦକୁ ଅନୁବାଦ କରି ଏହାକୁ ତୀବ୍ରତର କରୁଥିବା ଶବ୍ଦକୁ ଯୋଗ କର, ଯଥା, “ଅଧିକ”, “ମହାନ”, “ଅନେକ”।
> ତାହାଙ୍କର **ଛିନ୍ନଭିନ୍ନ** ଗୋଟିଏ ଜାତି ଅଛି ଏବଂ ଲୋକମାନଙ୍କ ମଧ୍ୟରେ **ବିକ୍ଷିପ୍ତ** ହୋଇଅଛନ୍ତି (ଏଷ୍ଟର 3:8 ULT)
>
> > "ତାହାଙ୍କର **ବହୁତ ବିସ୍ତାର** ଗୋଟିଏ ଜାତି ଅଛି।"
(3) ଯଦି ଯୋଡା ବାକ୍ୟାଂଶ ଅର୍ଥକୁ ଆହୁରି ତୀବ୍ର ବା ଗୁରୁତ୍ଵାରୋପ କରିବା ପାଇଁ ବ୍ୟବହୃତ, ତେବେ ଆପଣଙ୍କ ଭାଷାରେ ତାହାକୁ କରାଯାଉଥିବା ଯେକୌଣସି ଶୈଳୀରେ ବ୍ୟବହାର କରନ୍ତୁ।
> … **ନିଖୁନ୍ତ** ଓ **ନିଷ୍କଳଙ୍କ** ମେଷଶାବକ ସଦୃଶ … (1ମ ପିତର 1:19ଖ ULT)
>
> * ଇଂରାଜୀ ଏହାକୁ “ଯେ କୌଣସି” ଏବଂ “ସମସ୍ତ” ସହିତ ଗୁରୁତ୍ୱ ଦେଇପାରେ।
>
> > "… **କୌଣସି ପ୍ରକାରେ କଳଙ୍କ ବିହୀନ** ଗୋଟିଏ ମେଷଶାବକ ସଦୃଶ।"