1151 lines
268 KiB
Plaintext
1151 lines
268 KiB
Plaintext
\id 2SA
|
||
\ide UTF-8
|
||
\sts Odia Old Version Revision
|
||
\rem Copyright Information: Creative Commons Attribution-ShareAlike 4.0 License
|
||
\h ଦ୍ୱିତୀୟ ଶାମୁୟେଲ
|
||
\toc1 ଶାମୁୟେଲଙ୍କ ଦ୍ୱିତୀୟ ପୁସ୍ତକ
|
||
\toc2 ଦ୍ୱିତୀୟ ଶାମୁୟେଲ
|
||
\toc3 2sa
|
||
\mt1 ଶାମୁୟେଲଙ୍କ ଦ୍ୱିତୀୟ ପୁସ୍ତକ
|
||
\mt2 The Second Book of SAMUEL
|
||
|
||
|
||
\s5
|
||
\c 1
|
||
\s ଶାଉଲଙ୍କ ମୃତ୍ୟୁରେ ଦାଉଦଙ୍କ ପ୍ରତିକ୍ରିୟା
|
||
\p
|
||
\v 1 ଶାଉଲଙ୍କ ମୃତ୍ୟୁ ପରେ, ଦାଉଦ ଅମାଲେକୀୟମାନଙ୍କୁ ବଧକରି ଫେରି ସିକ୍ଲଗ୍ରେ ଦୁଇ ଦିନ ରହିଲେ ।
|
||
\v 2 ତୃତୀୟ ଦିନରେ ଶାଉଲଙ୍କ ଛାଉଣି ଭିତରୁ ଜଣେ ଲୋକ ଆପଣା ବସ୍ତ୍ର ଚିରି ଓ ମସ୍ତକରେ ମାଟି ଦେଇ ଆସିଲା; ପୁଣି ସେ ଦାଉଦଙ୍କ ନିକଟରେ ଉପସ୍ଥିତ ହୁଅନ୍ତେ, ଭୂମିରେ ପଡ଼ି ପ୍ରଣାମ କଲା ।
|
||
\s5
|
||
\v 3 ତହିଁରେ ଦାଉଦ ତାହାକୁ କହିଲେ, "ତୁମ୍ଭେ କେଉଁଠାରୁ ଆସିଅଛ ?" ତହୁଁ ସେ କହିଲା, "ମୁଁ ଇସ୍ରାଏଲ ଛାଉଣିରୁ ପଳାଇ ଆସିଲି ।"
|
||
\v 4 ତହିଁରେ ଦାଉଦ ତାହାକୁ କହିଲେ, "କଥା କଅଣ, ମୋତେ କହିଲ ?" ତହୁଁ ସେ ଉତ୍ତର କଲା, "ଲୋକମାନେ ଯୁଦ୍ଧରୁ ପଳାଇଲେ, ପୁଣି ଅନେକ ଲୋକ ପତିତ ହେଲେ ଓ ମଲେ, ଆଉ ଶାଉଲ ଓ ତାଙ୍କର ପୁତ୍ର ଯୋନାଥନ ମଧ୍ୟ ମଲେ ।"
|
||
\v 5 ତହିଁରେ ଦାଉଦ ସେହି ଯୁବାକୁ କହିଲେ, "ଶାଉଲ ଓ ତାଙ୍କର ପୁତ୍ର ଯୋନାଥନ ମଲେ ବୋଲି ତୁମ୍ଭେ କିପରି ଜାଣିଲ ?"
|
||
\s5
|
||
\v 6 ତହିଁରେ ସେହି ଯୁବା ତାଙ୍କୁ କହିଲା, "ମୁଁ ଅଚାନକ ଗିଲ୍ବୋୟ ପର୍ବତରେ ଉପସ୍ଥିତ ହୁଅନ୍ତେ, ଶାଉଲ ଆପଣା ବର୍ଚ୍ଛା ଉପରେ ଆଉଜି ପଡ଼ିଅଛନ୍ତି; ରଥ ଓ ଅଶ୍ୱାରୋହୀମାନେ ତାଙ୍କ ପଛେ ଲାଗି ରହିଅଛନ୍ତି ।
|
||
\v 7 ଶାଉଲ ପଛକୁ ଅନାନ୍ତେ, ମୋତେ ଦେଖି ଡାକିଲେ । ତହିଁରେ ମୁଁ ଉତ୍ତର କଲି, "ଏଠାରେ ମୁଁ ଅଛି ।"
|
||
\s5
|
||
\v 8 ତେଣୁ ସେ ମୋତେ କହିଲେ, "ତୁମ୍ଭେ କିଏ ?" ମୁଁ ଉତ୍ତର କଲି, "ମୁଁ ଜଣେ ଅମାଲେକୀୟ ଲୋକ ।"
|
||
\v 9 ତେବେ ସେ ମୋତେ କହିଲେ, "ବିନୟ କରୁଅଛି, ମୋ' ଉପରେ ଠିଆ ହୋଇ ମୋତେ ବଧ କର, ମୋତେ ବଡ଼ କଷ୍ଟ ହୋଉଅଛି; କାରଣ ଏପର୍ଯ୍ୟନ୍ତ ମୋ'ଠାରେ ପ୍ରାଣ ସମ୍ପୂର୍ଣ୍ଣ ରହିଅଛି ।"
|
||
\v 10 ତହିଁରେ ମୁଁ ତାଙ୍କ ଉପରେ ଠିଆ ହୋଇ ତାଙ୍କୁ ବଧ କଲି; କାରଣ ସେ ପତନ ହେଲା ଉତ୍ତାରେ ସେ ଆଉ ବଞ୍ଚିବେ ନାହିଁ ବୋଲି ମୁଁ ଜାଣିଲି; ପୁଣି ମୁଁ ତାଙ୍କ ମସ୍ତକର ମୁକୁଟ ଓ ବାହୁର ବାଜୁ ନେଇ ଏଠାକୁ ମୋ' ପ୍ରଭୁଙ୍କ କତିକି ଆଣିଅଛି ।
|
||
\s5
|
||
\v 11 ଏଥିରେ ଦାଉଦ ଆପଣା ବସ୍ତ୍ର ଧରି ଚିରିଲେ ଓ ତାଙ୍କ ସଙ୍ଗୀ ଲୋକମାନେ ମଧ୍ୟ ସେହିପରି କଲେ;
|
||
\v 12 ପୁଣି ଶାଉଲ ଓ ତାଙ୍କର ପୁତ୍ର ଯୋନାଥନ ଓ ସଦାପ୍ରଭୁଙ୍କ ଲୋକମାନେ ଓ ଇସ୍ରାଏଲ ବଂଶ ଖଡ଼୍ଗରେ ପତିତ ହେବାରୁ ଦାଉଦ ଓ ତାଙ୍କ ସଙ୍ଗୀମାନେ ସେମାନଙ୍କ ନିମନ୍ତେ ବିଳାପ ଓ ରୋଦନ କଲେ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଉପବାସ କଲେ ।
|
||
\v 13 ଏଉତ୍ତାରେ ଦାଉଦ ସେହି ଯୁବାକୁ କହିଲେ, "ତୁମ୍ଭେ କେଉଁ ସ୍ଥାନର ଲୋକ ?" ସେ ଉତ୍ତର କଲା, "ମୁଁ ଜଣେ ବିଦେଶୀ ଅମାଲେକୀୟ ଲୋକର ପୁତ୍ର ।"
|
||
\s5
|
||
\v 14 ତହୁଁ ଦାଉଦ ତାହାକୁ କହିଲେ, "ତୁମ୍ଭେ ଯେ ସଦାପ୍ରଭୁଙ୍କ ଅଭିଷିକ୍ତଙ୍କୁ ନାଶ କରିବା ପାଇଁ ଆପଣା ହସ୍ତ ବଢ଼ାଇବାକୁ ଭୟ ନ କଲ, ଏ କିପରି ?"
|
||
\v 15 ଏଥିରେ ଦାଉଦ ଯୁବାମାନଙ୍କ ମଧ୍ୟରୁ ଜଣକୁ ଡାକି କହିଲେ, "ପାଖକୁ ଯାଇ ତାକୁ ଆକ୍ରମଣ କର ।" ତହିଁରେ ସେ ତାକୁ ଆଘାତ କରନ୍ତେ, ସେ ଅମାଲେକୀୟ ମଲା ।
|
||
\v 16 ପୁଣି ଦାଉଦ ମୃତ ଅମାଲେକୀୟକୁ କହିଲେ, "ତୁମ୍ଭ ରକ୍ତ ତୁମ୍ଭ ମସ୍ତକରେ ବର୍ତ୍ତୁ; କାରଣ ତୁମ୍ଭର ମୁଖ ତୁମ୍ଭ ବିରୁଦ୍ଧରେ ସାକ୍ଷ୍ୟ ଦେଇ କହିଅଛି, ମୁଁ ସଦାପ୍ରଭୁଙ୍କ ଅଭିଷିକ୍ତଙ୍କୁ ବଧ କରିଅଛି ।"
|
||
\s ଶାଉଲ ଓ ଯୋନାଥନ ପାଇଁ ଦାଉଦଙ୍କ ଶୋକ
|
||
\p
|
||
\s5
|
||
\v 17 ଅନନ୍ତର ଦାଉଦ ଶାଉଲ ଓ ତାଙ୍କ ପୁତ୍ର ଯୋନାଥନଙ୍କ ମୃତ୍ୟୁରେ ବିଳାପ କଲେ;
|
||
\v 18 ପୁଣି ଯିହୁଦା-ସନ୍ତାନମାନଙ୍କୁ ସେହି ଧନୁର୍ଗୀତ ଶିଖାଇବାକୁ ଆଜ୍ଞା ଦେଲେ; ଦେଖ, ତାହା ଯାଶେର୍ ପୁସ୍ତକରେ ଲେଖା ଅଛି ।
|
||
\v 19 "ହେ ଇସ୍ରାଏଲ, ତୁମ୍ଭର ଭୂଷଣ ସ୍ୱରୂପ, ତୁମ୍ଭ ଉଚ୍ଚସ୍ଥଳୀରେ ହତ ହେଲେ ! ବୀରମାନେ କିପରି ପତିତ ହେଲେ !
|
||
\v 20 ଗାଥ୍ରେ ଏହା ନ ଜଣାଅ, ଅସ୍କିଲୋନର ଦାଣ୍ଡରେ ଏହା ପ୍ରଚାର ନ କର; କଲେ ପଲେଷ୍ଟୀୟ କନ୍ୟାମାନେ ଆନନ୍ଦ କରିବେ ଓ ଅସୁନ୍ନତମାନଙ୍କ କନ୍ୟାଗଣ ଜୟଧ୍ୱନି କରିବେ ।
|
||
\s5
|
||
\v 21 ହେ ଗିଲ୍ବୋୟ ପର୍ବତଗଣ, ତୁମ୍ଭମାନଙ୍କ ଉପରେ କାକର କି ବୃଷ୍ଟି ନ ପଡ଼ୁ କିଅବା ଉପହାରଜନକ କ୍ଷେତ୍ର ନ ହେଉ; କାରଣ ସେଠାରେ ବୀରମାନଙ୍କର ଢାଲ ମଳିନ ହେଲା, ଶାଉଲଙ୍କର ଢାଲ ତୈଳରେ ଅନଭିଷିକ୍ତ ରହିଲା ।
|
||
\v 22 ହତ ଲୋକମାନଙ୍କ ରକ୍ତରୁ, ବୀରମାନଙ୍କ ମେଦରୁ ଯୋନାଥନଙ୍କ ଧନୁ ଫେରେ ନାହିଁ ଓ ଶାଉଲଙ୍କର ଖଡ଼୍ଗ ଖାଲି ହୋଇ ଫେରେ ନାହିଁ ।
|
||
\s5
|
||
\v 23 ଶାଉଲ ଓ ଯୋନାଥନ ଜୀବଦ୍ଦଶାରେ ପରସ୍ପର ପ୍ରିୟ ଓ ତୁଷ୍ଟିଜନକ ଥିଲେ, ମରଣ ସମୟରେ ହେଁ ସେମାନେ ବିଭିନ୍ନ ନୋହିଲେ; ସେମାନେ ଉତ୍କ୍ରୋଶ ପକ୍ଷୀଠାରୁ ବେଗବାନ, ସେମାନେ ସିଂହଠାରୁ ବଳବାନ ଥିଲେ ।
|
||
\v 24 ହେ ଇସ୍ରାଏଲର କନ୍ୟାଗଣ, ଶାଉଲଙ୍କ ପାଇଁ ରୋଦନ କର, ସେ ତୁମ୍ଭମାନଙ୍କୁ ସିନ୍ଦୂରବର୍ଣ୍ଣ ବସ୍ତ୍ରରେ ସୁନ୍ଦର ରୂପେ ବସ୍ତ୍ରାନ୍ୱିତ କଲେ, ସେ ତୁମ୍ଭମାନଙ୍କ ବସ୍ତ୍ର ଉପରେ ସ୍ୱର୍ଣ୍ଣ ଅଳଙ୍କାର ମଣ୍ଡିଲେ ।
|
||
\s5
|
||
\v 25 ବୀରମାନେ ଯୁଦ୍ଧ ମଧ୍ୟରେ କିପରି ପଡ଼ିଲେ । ଯୋନାଥନ ତୁମ୍ଭ ଉଚ୍ଚସ୍ଥଳୀରେ ହତ ହେଲେ ।
|
||
\v 26 ହେ ମୋହର ଭାଇ ଯୋନାଥନ, ମୁଁ ତୁମ୍ଭ ଲାଗି ବ୍ୟାକୁଳ ହେଉଅଛି; ତୁମ୍ଭେ ମୋହର ଅତି ତୁଷ୍ଟିଜନକ ଥିଲ; ମୋ' ପ୍ରତି ତୁମ୍ଭର ପ୍ରେମ ଆଶ୍ଚର୍ଯ୍ୟ, ତାହା ସ୍ତ୍ରୀମାନଙ୍କ ପ୍ରେମରୁ ବଳିଗଲା ।
|
||
\v 27 ବୀରମାନେ କିପରି ପତିତ ହେଲେ ଓ ଯୁଦ୍ଧାସ୍ତ୍ରସକଳ ବିନଷ୍ଟ ହେଲା ।"
|
||
|
||
\s5
|
||
\c 2
|
||
\s ଦାଉଦ ଯିହୁଦାରେ ରାଜା ଅଭିଷିକ୍ତ
|
||
\p
|
||
\v 1 ଏଥିଉତ୍ତାରେ ଦାଉଦ ସଦାପ୍ରଭୁଙ୍କୁ ପଚାରି କହିଲେ, "ମୁଁ କ'ଣ ଯିହୁଦାର କୌଣସି ଏକ ନଗରକୁ ଯିବି" ? ସଦାପ୍ରଭୁ ତାଙ୍କୁ କହିଲେ, "ଯାଅ" । ପୁଣି ଦାଉଦ କହିଲେ, "ମୁଁ କେଉଁ ସହରକୁ ଯିବି ?" ସେ କହିଲେ "ହିବ୍ରୋଣକୁ ।"
|
||
\v 2 ଏଣୁ ଦାଉଦ ଓ ତାଙ୍କର ଦୁଇ ଭାର୍ଯ୍ୟା ଯିଷ୍ରିୟେଲୀୟା ଅହୀନୋୟମ୍ ଓ କର୍ମିଲୀୟ ନାବଲର ଭାର୍ଯ୍ୟା ଅବୀଗଲ ନାମ୍ନୀ ସେସ୍ଥାନକୁ ଗଲେ ।
|
||
\v 3 ଆଉ ଦାଉଦ ଆପଣା ସଙ୍ଗୀମାନଙ୍କୁ ନେଇ ପରିବାର ସହିତ ଆସିଲେ; ତହିଁରେ ସେମାନେ ହିବ୍ରୋଣର ନଗରମାନରେ ବାସ କଲେ ।
|
||
\s5
|
||
\v 4 ତହୁଁ ଯିହୁଦାର ଲୋକମାନେ ଆସି ସେହି ସ୍ଥାନରେ ଦାଉଦଙ୍କୁ ଯିହୁଦା ବଂଶ ଉପରେ ରାଜାଭିଷିକ୍ତ କଲେ । ଏଉତ୍ତାରେ ଯାବେଶ୍-ଗିଲୀୟଦୀୟମାନେ ଶାଉଲଙ୍କୁ କବର ଦେଲେ ବୋଲି ଲୋକମାନେ ଦାଉଦଙ୍କୁ ଜଣାଇଲେ ।
|
||
\v 5 ତହିଁରେ ଦାଉଦ ଯାବେଶ୍-ଗିଲୀୟଦର ଲୋକମାନଙ୍କ ନିକଟକୁ ଦୂତଗଣ ପଠାଇ କହିଲେ, "ତୁମ୍ଭେମାନେ ସଦାପ୍ରଭୁଙ୍କର ଦ୍ୱାରା ଆଶୀର୍ବାଦପାତ୍ର, କାରଣ ତୁମ୍ଭେମାନେ ଆପଣା ରାଜା ଶାଉଲଙ୍କ ପ୍ରତି ଏହି ଦୟା ପ୍ରକାଶ କରି ତାଙ୍କୁ କବର ଦେଇଅଛ ।
|
||
\s5
|
||
\v 6 ଏଣୁ ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ଦୟା ଓ ସତ୍ୟତା ପ୍ରକାଶ କରନ୍ତୁ; ପୁଣି ତୁମ୍ଭେମାନେ ଏହି କର୍ମ କରିବାରୁ ମୁଁ ମଧ୍ୟ ତୁମ୍ଭମାନଙ୍କୁ ସେହି ଦୟାର ପ୍ରତିଦାନ କରିବି ।
|
||
\v 7 ଏହେତୁ ଏବେ ତୁମ୍ଭମାନଙ୍କ ହସ୍ତ ସବଳ ହେଉ ଓ ତୁମ୍ଭେମାନେ ସାହସିକ ହୁଅ; କାରଣ ତୁମ୍ଭମାନଙ୍କ ରାଜା ଶାଉଲ ମରିଅଛନ୍ତି, ମଧ୍ୟ ଯିହୁଦା ବଂଶ ଆପଣା ଉପରେ ମୋତେ ରାଜାଭିଷିକ୍ତ କରିଅଛନ୍ତି ।"
|
||
\s ଈଶ୍ବୋଶତ ଇସ୍ରାଏଲର ରାଜା ରୂପେ ମନୋନୀତ
|
||
\p
|
||
\s5
|
||
\v 8 ଏଥି ମଧ୍ୟରେ ନରର ପୁତ୍ର ଅବ୍ନର ନାମକ ଶାଉଲଙ୍କର ସୈନ୍ୟଦଳର ସେନାପତି ଶାଉଲଙ୍କର ପୁତ୍ର ଈଶ୍ବୋଶତକୁ ମହନୟିମକୁ ନେଇଯାଇ,
|
||
\v 9 ଗିଲୀୟଦ ଓ ଅଶୂରି ଓ ଯିଷ୍ରିୟେଲ ଓ ଇଫ୍ରୟିମ ଓ ବିନ୍ୟାମୀନ ଓ ସମସ୍ତ ଇସ୍ରାଏଲ ଉପରେ ରାଜା କଲେ ।
|
||
\s5
|
||
\v 10 ଶାଉଲଙ୍କର ପୁତ୍ର ଈଶ୍ବୋଶତ ଚାଳିଶ ବର୍ଷ ବୟସରେ ଇସ୍ରାଏଲ ବଂଶ ଉପରେ ରାଜ୍ୟ କରିବାକୁ ଆରମ୍ଭ କରି ଦୁଇ ବର୍ଷ ରାଜତ୍ୱ କଲା । ମାତ୍ର ଯିହୁଦା ବଂଶ ଦାଉଦଙ୍କର ପଶ୍ଚାଦ୍ଗାମୀ ହେଲେ ।
|
||
\v 11 ପୁଣି ହିବ୍ରୋଣରେ ଯିହୁଦା ବଂଶ ଉପରେ ଦାଉଦଙ୍କ ରାଜା ହେବାର ସାତ ବର୍ଷ ଛଅ ମାସ ଥିଲା ।
|
||
\s ଇସ୍ରାଏଲ ଓ ଯିହୁଦା ମଧ୍ୟରେ ଯୁଦ୍ଧ
|
||
\p
|
||
\s5
|
||
\v 12 ନରର ପୁତ୍ର ଅବ୍ନର ଓ ଶାଲଲଙ୍କର ପୁତ୍ର ଈଶ୍ବୋଶତର ଦାସମାନେ ମହନୟିମରୁ ବାହାରି ଗିବୀୟୋନକୁ ଗଲେ ।
|
||
\v 13 ସେତେବେଳେ ସରୁୟାର ପୁତ୍ର ଯୋୟାବ ଓ ଦାଉଦଙ୍କର ଦାସଗଣ ବାହାରି ଗିବୀୟୋନର ପୁଷ୍କରିଣୀ ନିକଟରେ ସେମାନଙ୍କୁ ଭେଟିଲେ; ପୁଣି ସେମାନଙ୍କର ଏକ ଦଳ ପୁଷ୍କରିଣୀର ଏକ ପାଖରେ, ଅନ୍ୟ ଦଳ ପୁଷ୍କରିଣୀର ଅନ୍ୟ ପାଖରେ ବସିଲେ ।
|
||
\s5
|
||
\v 14 ଏଥିରେ ଅବ୍ନର ଯୋୟାବକୁ କହିଲା, "ଯୁବାମାନଙ୍କୁ ଆମ୍ଭମାନଙ୍କ ସମ୍ମୁଖରେ ଉଠି ଖେଳିବା ପାଇଁ କହନ୍ତୁ ।" ତହୁଁ ଯୋୟାବ କହିଲା, "ଉଠନ୍ତୁ ।"
|
||
\v 15 ତେଣୁ ସେମାନେ ସଂଖ୍ୟାନୁସାରେ ଉଠିଲେ; ବିନ୍ୟାମୀନ ଓ ଶାଉଲଙ୍କର ପୁତ୍ର ଈଶ୍ବୋଶତ ପକ୍ଷରେ ବାର ଜଣ ଓ ଦାଉଦଙ୍କର ଦାସମାନଙ୍କ ମଧ୍ୟରୁ ବାର ଜଣ ଅଗ୍ରସର ହେଲେ ।
|
||
\s5
|
||
\v 16 ତହୁଁ ସେମାନେ ପ୍ରତ୍ୟେକେ ଆପଣା ଆପଣା ସହଯୋଦ୍ଧାର ମସ୍ତକ ଧରି ଏକଆରେକ ବକ୍ଷରେ ଖଡ଼୍ଗ ଭୁସିଲେ; ତହୁଁ ସେସମସ୍ତେ ଏକତ୍ର ପଡ଼ିଲେ; ଏହେତୁ ଗିବୀୟୋନ-ମଧ୍ୟବର୍ତ୍ତୀ ସେହି ସ୍ଥାନର ନାମ ହିଲ୍କତ୍ ହତ୍ସୂରୀମ୍ (ତିକ୍ନ ଖଡ଼୍ଗ-ଭୂମି) ହେଲା ।
|
||
\v 17 ସେହି ଦିନ ଅତି ଘୋର ଯୁଦ୍ଧ ହେଲା; ପୁଣି ଅବ୍ନର ଓ ଇସ୍ରାଏଲ ଲୋକମାନେ ଦାଉଦଙ୍କର ଦାସମାନଙ୍କ ସମ୍ମୁଖରେ ପରାସ୍ତ ହେଲେ ।
|
||
\s5
|
||
\v 18 ସେ ସ୍ଥାନରେ ଯୋୟାବ ଓ ଅବୀଶୟ ଓ ଅସାହେଲ ନାମରେ ସରୁୟାର ତିନି ପୁତ୍ର ଥିଲେ; ସେହି ଅସାହେଲ କ୍ଷେତ୍ରସ୍ଥ ମୃଗ ପରି ଦ୍ରୁତଗତି ଥିଲା ।
|
||
\v 19 ପୁଣି ଅସାହେଲ ଅବ୍ନର ପଛେ ପଛେ ଗୋଡ଼ାଇଲା; ଆଉ ଅବ୍ନରର ପଛେ ଗଲା ବେଳେ ସେ ଦକ୍ଷିଣ କି ବାମକୁ ଫେରିଲା ନାହିଁ ।
|
||
\s5
|
||
\v 20 ତେବେ ଅବ୍ନର ଆପଣା ପଛକୁ ଅନାଇ କହିଲା, "ଅସାହେଲ, ଏ କି ତୁମ୍ଭେ ?" ସେ ଉତ୍ତର କଲା, "ମୁଁ ।"
|
||
\v 21 ଏଥିରେ ଅବ୍ନର ତାହାକୁ କହିଲା, "ତୁମ୍ଭେ ଆପଣା ଦକ୍ଷିଣ କି ବାମ ଆଡ଼େ ଫେରି ଏହି ଯୁବାମାନଙ୍କର କୌଣସି ଜଣକୁ ଧରି ତାହାର ସଜ୍ଜା ଲୁଟି ନିଅ ।" ମାତ୍ର ଅସାହେଲ ତାହାର ପଶ୍ଚାତ୍ଗମନରୁ ଫେରିଲା ନାହିଁ ।
|
||
\s5
|
||
\v 22 ତହୁଁ ଅବ୍ନର ପୁନର୍ବାର ଅସାହେଲକୁ କହିଲା, "ମୋହର ପଶ୍ଚାଦ୍ଗମନରୁ ଫେର; ମୁଁ କାହିଁକି ତୁମ୍ଭକୁ ଆଘାତ କରି ଭୂମିସାତ୍ କରିବି ? ତାହା କଲେ ମୁଁ କିରୂପେ ତୁମ୍ଭ ଭାଇ ଯୋୟାବ ଆଗରେ ମୁଖ ଟେକିବି ?"
|
||
\v 23 ତଥାପି ସେ ଫେରିବାକୁ ନାସ୍ତି କଲା; ଏଣୁ ଅବ୍ନର ବର୍ଚ୍ଛାର ପଛ ଅଗରେ ତାହାର ପେଟ ଭୁସି ଦିଅନ୍ତେ, ବର୍ଚ୍ଛା ତାହାର ପଛଆଡ଼େ ଫୁଟି ବାହାରିଲା; ତହୁଁ ସେ ସେହିଠାରେ ପଡ଼ି ସେହି ସ୍ଥାନରେ ମଲା; ପୁଣି ଯେତେ ଲୋକ ଅସାହେଲର ପଡ଼ିବା ଓ ମରିବା ସ୍ଥାନକୁ ଆସିଲେ, ସେମାନେ ଠିଆ ହୋଇ ରହିଲେ ।
|
||
\s5
|
||
\v 24 ମାତ୍ର ଯୋୟାବ ଓ ଅବୀଶୟ ଅବ୍ନରର ପଛେ ପଛେ ଗୋଡ଼ାଇଲେ; ପୁଣି ସେମାନେ ଗିବୀୟୋନ ପ୍ରାନ୍ତରର ପଥ ନିକଟବର୍ତ୍ତୀ ଗୀଆ ସମ୍ମୁଖସ୍ଥ ଅମା ପର୍ବତ ନିକଟରେ ଉପସ୍ଥିତ ହେବା ବେଳକୁ ସୂର୍ଯ୍ୟାସ୍ତ ହେଲା ।
|
||
\v 25 ଏଥି ମଧ୍ୟରେ ବିନ୍ୟାମୀନ-ସନ୍ତାନଗଣ ଅବ୍ନରର ପଶ୍ଚାତ୍ ମିଳି ଏକ ଦଳ ହୋଇ ଗୋଟିଏ ପର୍ବତ ଶୃଙ୍ଗରେ ଠିଆ ହେଲେ ।
|
||
\s5
|
||
\v 26 ତେବେ ଅବ୍ନର ଯୋୟାବକୁ ଡାକି କହିଲା, "ଖଡ଼୍ଗ କ'ଣ ସର୍ବଦା ଗ୍ରାସ କରିବ ? ଶେଷରେ ତାହା ଯେ ତିକ୍ତ ହେବ, ଏହା କ'ଣ ତୁମ୍ଭେ ଜାଣ ନାହିଁ ? ତେବେ ତୁମ୍ଭେ ଲୋକମାନଙ୍କୁ ସେମାନଙ୍କ ଭାଇମାନଙ୍କ ପଶ୍ଚାଦ୍ଗମନରୁ ଫେରିବା ପାଇଁ କେତେ କାଳ ଆଜ୍ଞା ନ ଦେବ ?"
|
||
\v 27 ଏଥିରେ ଯୋୟାବ କହିଲା, "ପରମେଶ୍ୱର ଜୀବିତ ଥିବା ପ୍ରମାଣେ (କହୁ), ତୁମ୍ଭେ କହି ନ ଥିଲେ ତ ମୋର ସୈନିକ ମାନେ ନିଶ୍ଚୟ ସକାଳ ପର୍ଯ୍ୟନ୍ତ ପ୍ରତ୍ୟେକେ ଆପଣା ଭାଇ ପଛରେ ଗୋଡ଼ାଇ ଥା'ନ୍ତେ ।"
|
||
\s5
|
||
\v 28 ତହୁଁ ଯୋୟାବ ତୂରୀ ବଜାନ୍ତେ, ସମସ୍ତ ଲୋକ ଅଟକି ରହିଲେ ଓ ଇସ୍ରାଏଲ ପଛରେ ଆଉ ଗୋଡ଼ାଇଲେ ନାହିଁ, କି ଆଉ ଯୁଦ୍ଧ କଲେ ନାହିଁ ।
|
||
\v 29 ଏଉତ୍ତାରେ ଅବ୍ନର ଓ ତାହାର ଲୋକମାନେ ସେହି ରାତ୍ରିଯାକ ପଦାଭୂମି ଦେଇ ଗମନ କଲେ ଓ ସେମାନେ ଯର୍ଦ୍ଦନ ପାର ହୋଇ ସମୁଦାୟ ବିଥ୍ରୋଣ ଦେଇ ଯାଇ ମହନୟିମରେ ଉପସ୍ଥିତ ହେଲେ ।
|
||
\s5
|
||
\v 30 ଆଉ ଯୋୟାବ ଅବ୍ନରର ପଶ୍ଚାଦ୍ଗମନରୁ ଫେରିଲା; ପୁଣି ସେ ସମୁଦାୟ ଲୋକଙ୍କୁ ଏକତ୍ର କରନ୍ତେ, ଦାଉଦଙ୍କର ସୈନିକମାନଙ୍କ ମଧ୍ୟରୁ ଊଣାଇଶ ଜଣ ଓ ଅସାହେଲ ଅନୁପସ୍ଥିତ ଥିଲେ ।
|
||
\v 31 ମାତ୍ର ଦାଉଦଙ୍କର ଦାସମାନେ ଆଘାତ କରିବାରୁ ବିନ୍ୟାମୀନର ଓ ଅବ୍ନରର ଲୋକମାନଙ୍କ ମଧ୍ୟରୁ ତିନି ଶହ ଷାଠିଏ ଲୋକ ମରିଥିଲେ ।
|
||
\v 32 ଏଉତ୍ତାରେ ସେମାନେ ଅସାହେଲକୁ ଉଠାଇ ନେଇ ବୈଥ୍ଲେହାମ୍ସ୍ଥିତ ତାହାର ପିତାର କବରରେ କବର ଦେଲେ । ପୁଣି ଯୋୟାବ ଓ ତାହାର ଲୋକମାନେ ରାତ୍ରିଯାକ ଯାତ୍ରା କଲେ ଓ ହିବ୍ରୋଣ ନିକଟରେ ସେମାନଙ୍କୁ ସକାଳ ହେଲା ।
|
||
|
||
\s5
|
||
\c 3
|
||
\s ଅବ୍ନର ଦାଉଦଙ୍କ ପକ୍ଷଭୁକ୍ତ
|
||
\p
|
||
\v 1 ଅନନ୍ତର ଶାଉଲ ବଂଶ ଓ ଦାଉଦ ବଂଶ ମଧ୍ୟରେ ଦୀର୍ଘ କାଳ ଯୁଦ୍ଧ ହେଲା; ପୁଣି ଦାଉଦ ଧିରେଧିରେ ବଳବାନ ହେଲେ, ମାତ୍ର ଶାଉଲ ବଂଶ ଧିରେ ଧିରେ କ୍ଷୀଣ ହେଲେ ।
|
||
\s5
|
||
\v 2 ପୁଣି ହିବ୍ରୋଣରେ ଦାଉଦଙ୍କର କେତେକ ପୁତ୍ର ଜାତ ହେଲେ; ତାଙ୍କର ପ୍ରଥମଜାତ ଅମ୍ନୋନ, ସେ ଯିଷ୍ରିୟେଲୀୟା ଅହୀନୋୟମଠାରୁ ଜାତ;
|
||
\v 3 ପୁଣି ଦ୍ୱିତୀୟ ପୁତ୍ର କିଲାବ୍, ସେ କର୍ମିଲୀୟ ନାବଲର ଭାର୍ଯ୍ୟା ଅବୀଗଲଠାରୁ ଜାତ, ପୁଣି ତୃତୀୟ ଅବଶାଲୋମ୍, ସେ ଗଶୂରର ରାଜା ତଲ୍ମୟର କନ୍ୟା ମାଖାର ପୁତ୍ର ।
|
||
\s5
|
||
\v 4 ପୁଣି ଚତୁର୍ଥ ଅଦୋନୀୟ, ସେ ହଗୀତର ପୁତ୍ର; ପୁଣି ପଞ୍ଚମ ଶଫଟୀୟ, ସେ ଅବିଟଲର ପୁତ୍ର ।
|
||
\v 5 ଷଷ୍ଠ ଯିତ୍ରିୟମ, ସେ ଦାଉଦଙ୍କର ଭାର୍ଯ୍ୟା ଇଗ୍ଲାର ପୁତ୍ର; ହିବ୍ରୋଣରେ ଦାଉଦଙ୍କର ଏହିସବୁ ପୁତ୍ର ଜାତ ହେଲେ ।
|
||
\s5
|
||
\v 6 ଶାଉଲ ବଂଶ ଓ ଦାଉଦ ବଂଶ ମଧ୍ୟରେ ଯୁଦ୍ଧ ଲାଗିଥିବା ବେଳେ ଅବ୍ନର ଶାଉଲ ବଂଶ ମଧ୍ୟରେ ଆପଣାକୁ ବଳବାନ କଲା ।
|
||
\v 7 ମାତ୍ର ଶାଉଲଙ୍କର ଏକ ଉପପତ୍ନୀ ଥିଲା, ତାହାର ନାମ ରିସ୍ପା, ସେ ଅୟାର କନ୍ୟା; ପୁଣି (ଈଶ୍ବୋଶତ) ଅବ୍ନରକୁ କହିଲା, "ତୁମ୍ଭେ କାହିଁକି ମୋହର ପିତାଙ୍କ ଉପପତ୍ନୀ ସହିତ ସହବାସ କଲ ?"
|
||
\s5
|
||
\v 8 ତେବେ ଅବ୍ନର ଈଶ୍ବୋଶତର କଥା ସକାଶୁ ଅତି କ୍ରୋଧ କରି କହିଲା, "ମୁଁ କି ଯିହୁଦାର କୁକୁର ମୁଣ୍ଡ ? ମୁଁ ଆଜି ତୁମ୍ଭ ପିତା ଶାଉଲ ବଂଶକୁ ଓ ତାଙ୍କର ଭାଇ ଓ ବନ୍ଧୁମାନଙ୍କୁ ଦୟା କରୁଅଛି, ମଧ୍ୟ ତୁମ୍ଭକୁ ଦାଉଦ ହସ୍ତରେ ସମର୍ପଣ କରି ନାହିଁ, ତଥାପି ତୁମ୍ଭେ ଆଜି ଏହି ସ୍ତ୍ରୀ ବିଷୟରେ ମୋ' ଉପରେ ଆରୋପ କରୁଅଛ ?
|
||
\s5
|
||
\v 9 ସଦାପ୍ରଭୁ ଦାଉଦଙ୍କ ବିଷୟରେ ଯେଉଁ ଶପଥ କରିଅଛନ୍ତି, ତଦନୁସାରେ ଯେବେ ମୁଁ ତାଙ୍କ ପ୍ରତି ନ କରେ, ତେବେ ପରମେଶ୍ୱର ଅବ୍ନରକୁ ସେହି ଦଣ୍ଡ ଓ ତହିଁରୁ ଅଧିକ ଦେଉନ୍ତୁ,
|
||
\v 10 ଶାଉଲ ବଂଶରୁ ରାଜ୍ୟ ଅନ୍ତର କରିବାକୁ ଓ ଦାନ୍ଠାରୁ ବେର୍ଶେବା ପର୍ଯ୍ୟନ୍ତ ଇସ୍ରାଏଲ ଓ ଯିହୁଦା ଉପରେ ଦାଉଦଙ୍କର ସିଂହାସନ ସ୍ଥାପନ କରିବାକୁ ।"
|
||
\v 11 ତହିଁରେ ସେ ଅବ୍ନରକୁ ଗୋଟିଏ କଥା ଉତ୍ତର ଦେଇ ପାରିଲା ନାହିଁ, କାରଣ ସେ ତାହାକୁ ଭୟ କଲା ।
|
||
\s5
|
||
\v 12 ଏଉତ୍ତାରେ ଅବ୍ନର ଆପଣା ପକ୍ଷରୁ ଦାଉଦଙ୍କ ନିକଟକୁ ବାର୍ତ୍ତାବହ ପଠାଇ କହିଲା, "ଏ ଦେଶ କାହାର ? ଆହୁରି କହିଲା, 'ଆପଣ ମୋ' ସଙ୍ଗରେ ନିୟମ କରନ୍ତୁ, ତହିଁରେ ଦେଖନ୍ତୁ, ସମସ୍ତ ଇସ୍ରାଏଲକୁ ଆପଣଙ୍କ ନିକଟକୁ ଆଣିବା ପାଇଁ ମୋ' ହସ୍ତ ଆପଣଙ୍କର ସହାୟ ହେବ ।'"
|
||
\v 13 ଏଥିରେ ଦାଉଦ କହିଲେ, "ଭଲ; ମୁଁ ତୁମ୍ଭ ସଙ୍ଗରେ ନିୟମ କରିବି; ମାତ୍ର ମୁଁ ତୁମ୍ଭଠାରୁ ଗୋଟିଏ କଥା ଚାହେଁ, ତାହା ଏହି, ତୁମ୍ଭେ ମୋ' ମୁଖ ଦେଖିବାକୁ ଆସିବା ବେଳେ ପ୍ରଥମେ ଶାଉଲଙ୍କର କନ୍ୟା ମୀଖଲକୁ ନ ଆଣିଲେ ମୋ' ମୁଖ ଦେଖି ପାରିବ ନାହିଁ ।"
|
||
\s5
|
||
\v 14 ତହୁଁ ଦାଉଦ ଶାଉଲଙ୍କର ପୁତ୍ର ଈଶ୍ବୋଶତ ନିକଟକୁ ବାର୍ତ୍ତାବହ ମାନଙ୍କୁ ପଠାଇ କହିଲେ, "ମୁଁ ପଲେଷ୍ଟୀୟ-ମାନଙ୍କର ଏକ ଶହ ସୁନ୍ନତ ଚର୍ମ ଦେଇ ଯାହାକୁ ବିବାହ କରିଅଛି, ମୋହର ଭାର୍ଯ୍ୟା ସେହି ମୀଖଲକୁ ମୋତେ ଦିଅ ।"
|
||
\v 15 ତହଁରେ ଈଶ୍ବୋଶତ ଲୋକ ପଠାଇ ଲୟିଶର ପୁତ୍ର ପଲ୍ଟୀୟେଲ ନାମକ ତାହାର ସ୍ୱାମୀ ନିକଟରୁ ମୀଖଲକୁ ନେଲା ।
|
||
\v 16 ଏଣୁ ତାହାର ସ୍ୱାମୀ ରୋଦନ କରି କରି ତାହା ସଙ୍ଗେ ଆସି ବହୁରୀମ ପର୍ଯ୍ୟନ୍ତ ତାହା ପଛେ ପଛେ ଗଲା । ଏଥିରେ ଅବ୍ନର ତାହାକୁ କହିଲା, "ଯାଅ ଗୃହକୁ ଫେରିଯାଅ", ତହୁଁ ସେ ଫେରିଗଲା ।
|
||
\s5
|
||
\v 17 ଅନନ୍ତର ଅବ୍ନର ଇସ୍ରାଏଲର ପ୍ରାଚୀନବର୍ଗ ସହିତ ଏରୂପ କଥାବାର୍ତ୍ତା କଲା, "ପୂର୍ବରେ ତୁମ୍ଭେମାନେ ଆପଣାମାନଙ୍କ ଉପରେ ରାଜା ହେବା ପାଇଁ ଦାଉଦଙ୍କୁ ଚାହିଁଥିଲ;
|
||
\v 18 ଏବେ ତାହା କର; କାରଣ ସଦାପ୍ରଭୁ ଦାଉଦଙ୍କ ବିଷୟରେ କହିଅଛନ୍ତି, ଆମ୍ଭେ ଆପଣା ଦାସ ଦାଉଦର ହସ୍ତ ଦ୍ୱାରା ଆପଣା ଲୋକମାନଙ୍କୁ ପଲେଷ୍ଟୀୟମାନଙ୍କ ହସ୍ତରୁ ଓ ସେମାନଙ୍କ ସମସ୍ତ ଶତ୍ରୁ ହସ୍ତରୁ ଉଦ୍ଧାର କରିବା ।"
|
||
\s5
|
||
\v 19 ଆଉ ଅବ୍ନର ବିନ୍ୟାମୀନର କର୍ଣ୍ଣଗୋଚରରେ ମଧ୍ୟ ସେହି କଥା କହିଲା; ପୁଣି ଇସ୍ରାଏଲ ଓ ବିନ୍ୟାମୀନର ସମସ୍ତ ବଂଶ ଦୃଷ୍ଟିରେ ଯାହା ଭଲ ଦେଖାଗଲା, ଅବ୍ନର ସେସମସ୍ତ କଥା ଦାଉଦଙ୍କର କର୍ଣ୍ଣଗୋଚରରେ ମଧ୍ୟ କହିବା ପାଇଁ ହିବ୍ରୋଣକୁ ଯାତ୍ରା କଲା ।
|
||
\v 20 ଏରୂପେ ଅବ୍ନର ଆପଣା ସଙ୍ଗରେ କୋଡ଼ିଏ ଜଣକୁ ନେଇ ହିବ୍ରୋଣରେ ଦାଉଦଙ୍କ ନିକଟରେ ଉପସ୍ଥିତ ହେଲା । ତହିଁରେ ଦାଉଦ ଅବ୍ନର ଓ ତାହାର ସଙ୍ଗୀ ଲୋକମାନଙ୍କ ପାଇଁ ଭୋଜ ପ୍ରସ୍ତୁତ କଲେ ।
|
||
\s5
|
||
\v 21 ଏଉତ୍ତାରେ ଅବ୍ନର ଦାଉଦଙ୍କୁ କହିଲା, "ମୁଁ ଉଠିଯାଇ ସମସ୍ତ ଇସ୍ରାଏଲକୁ ମୋହର ପ୍ରଭୁ ମହାରାଜଙ୍କ ନିକଟରେ ସଂଗ୍ରହ କରିବି; ତହିଁରେ ସେମାନେ ଆପଣଙ୍କ ସହିତ ନିୟମ କରିବେ ଓ ଆପଣ ସମସ୍ତଙ୍କ ଉପରେ ନିଜ ପ୍ରାଣର ଇଚ୍ଛାମତେ ରାଜତ୍ୱ କରିବେ ।" ତହୁଁ ଦାଉଦ ଅବ୍ନରକୁ ବିଦାୟ କରନ୍ତେ, ସେ କୁଶଳରେ ପ୍ରସ୍ଥାନ କଲା ।
|
||
\s ଅବ୍ନରଙ୍କ ହତ୍ୟା
|
||
\p
|
||
\s5
|
||
\v 22 ଏଉତ୍ତାରେ, ଦାଉଦଙ୍କର ସୈନ୍ୟଦଳ ଓ ଯୋୟାବ ପ୍ରଚୁର ଲୁଟଦ୍ରବ୍ୟ ସଙ୍ଗରେ ନେଇ ଆସିଲେ; ମାତ୍ର ଅବ୍ନର ହିବ୍ରୋଣରେ ଦାଉଦଙ୍କ ସଙ୍ଗରେ ନ ଥିଲା, କାରଣ ଦାଉଦ ତାହାକୁ ବିଦାୟ କରିବାରୁ ସେ କୁଶଳରେ ଯାଇଥିଲା ।
|
||
\v 23 ଯୋୟାବ ଓ ତାହାର ସଙ୍ଗୀ ସୈନ୍ୟଦଳ ଉପସ୍ଥିତ ହୁଅନ୍ତେ, ଲୋକମାନେ ଯୋୟାବକୁ କହିଲେ, "ନରର ପୁତ୍ର ଅବ୍ନର ରାଜାଙ୍କ ନିକଟକୁ ଆସିଥିଲା ଓ ସେ ତାହାକୁ ବିଦାୟ କରିବାରୁ ସେ କୁଶଳରେ ଯାଇଅଛି" ।
|
||
\s5
|
||
\v 24 ଏଥିରେ ଯୋୟାବ ରାଜାଙ୍କ ନିକଟକୁ ଆସି କହିଲା, "ଆପଣ କଅଣ କଲେ ? ଦେଖନ୍ତୁ, ଅବ୍ନର ଆପଣଙ୍କ ନିକଟକୁ ଆସିଥିଲା, ଆପଣ କାହିଁକି ତାହାକୁ ବିଦାୟ କରି ଦେଲେ, ସେ ତ ଗଲାଣି ?
|
||
\v 25 ଆପଣ କ'ଣ ଜାଣନ୍ତି ନାହିଁ, ନରର ପୁତ୍ର ଅବ୍ନର ଆପଣଙ୍କୁ ଭୁଲାଇବାକୁ ଓ ଆପଣଙ୍କ ଗମନାଗମନ ଜାଣିବାକୁ ଓ ଆପଣ ଯାହା ଯାହା କରନ୍ତି, ସେସବୁ ଜାଣିବାକୁ ଆସିଥିଲା ?"
|
||
\v 26 ଏଉତ୍ତାରେ ଯୋୟାବ ଦାଉଦଙ୍କ ନିକଟରୁ ବାହାରି ଆସି ଅବ୍ନରର ପଛରେ ବାର୍ତ୍ତାବହ ପଠାନ୍ତେ, ସେମାନେ ସିରାକୂପ ନିକଟରୁ ତାହାକୁ ଫେରାଇ ଆଣିଲେ; ମାତ୍ର ଦାଉଦ ଏହା ଜାଣିଲେ ନାହିଁ ।
|
||
\s5
|
||
\v 27 ପୁଣି ଅବ୍ନର ହିବ୍ରୋଣକୁ ଫେରି ଆସନ୍ତେ, ଯୋୟାବ ତାହା ସଙ୍ଗରେ ନିରୋଳାରେ ଆଳାପ କରିବା ପାଇଁ ତାହାକୁ ନଗର-ଦ୍ୱାର ଭିତରକୁ ନେଇଗଲା, ମାତ୍ର ଆପଣା ଭାଇ ଅସାହେଲର ରକ୍ତପାତ ହେତୁରୁ ତାହାର ପେଟରେ ଆଘାତ କରନ୍ତେ, ସେ ମଲା ।
|
||
\s5
|
||
\v 28 ଏଥିଉତ୍ତାରେ ଦାଉଦ ତାହା ଶୁଣି କହିଲେ, "ନରର ପୁତ୍ର ଅବ୍ନରର ରକ୍ତପାତ ବିଷୟରେ ମୁଁ ଓ ମୋହର ରାଜ୍ୟ ସଦାପ୍ରଭୁଙ୍କ ସାକ୍ଷାତରେ ଅନନ୍ତ କାଳ ନିର୍ଦ୍ଦୋଷ;
|
||
\v 29 ତାହା ଯୋୟାବର ମସ୍ତକରେ ଓ ତାହାର ପିତୃବଂଶ ସମସ୍ତଙ୍କ ଉପରେ ବର୍ତ୍ତୁ ଓ ଯୋୟାବ-ବଂଶରେ ପ୍ରମେହୀ କି କୁଷ୍ଠୀ କି ଯଷ୍ଟିରେ ନିର୍ଭରଶୀଳ କି ଖଡ଼୍ଗହତ କି ଭକ୍ଷ୍ୟହୀନ ଲୋକର ଅଭାବ ନ ହେଉ ।"
|
||
\v 30 ଏହିରୂପେ ଯୋୟାବ ଓ ତାହାର ଭାଇ ଅବୀଶୟ, ଅବ୍ନରକୁ ବଧ କଲେ; ଯେହେତୁ ସେ ଗିବୀୟା-ଯୁଦ୍ଧରେ ସେମାନଙ୍କ ଭାଇ ଅସାହେଲକୁ ମାରିଥିଲା ।
|
||
\s ଦାଉଦଙ୍କ ଶୋକ
|
||
\p
|
||
\s5
|
||
\v 31 ଅନନ୍ତର ଦାଉଦ ଯୋୟାବକୁ ଓ ତାହାର ସଙ୍ଗୀ ଲୋକ ସମସ୍ତଙ୍କୁ କହିଲେ, "ତୁମ୍ଭେମାନେ ଆପଣା ଆପଣା ବସ୍ତ୍ର ଚିରି ଅଖା ପିନ୍ଧ ଓ ଅବ୍ନରର ଆଗେ ଆଗେ ଶୋକ କରି ଚାଲ ।" ପୁଣି ଦାଉଦ ରାଜା ଶବଶଯ୍ୟାର ପଛେ ପଛେ ଚାଲିଲେ ।
|
||
\v 32 ଆଉ ସେମାନେ ହିବ୍ରୋଣରେ ଅବ୍ନରକୁ କବର ଦେଲେ ଓ ରାଜା ରବ ଉଠାଇ ଅବ୍ନର-କବର ନିକଟରେ ରୋଦନ କଲେ ଓ ସମସ୍ତ ଲୋକ ମଧ୍ୟ ରୋଦନ କଲେ ।
|
||
\s5
|
||
\v 33 ପୁଣି ରାଜା ଅବ୍ନର ପାଇଁ ବିଳାପ କରି କହିଲେ," ଯେପରି ମୂଢ଼ ମରେ, ସେପରି କି ଅବ୍ନରକୁ ମରିବାକୁ ହେଲା ?
|
||
\v 34 ତୁମ୍ଭ ହାତ ବନ୍ଧା ନ ଥିଲା, କି ବେଡ଼ିରେ ତୁମ୍ଭ ପାଦ ବନ୍ଧା ନ ଥିଲା; ଯେପରି ମନୁଷ୍ୟ ଅଧର୍ମୀ-ସନ୍ତାନମାନଙ୍କ ଆଗରେ ପଡ଼େ, ସେପରି ତୁମ୍ଭେ ପଡ଼ିଲ ।" ଏଥିରେ ସମସ୍ତ ଲୋକ ପୁନର୍ବାର ତାହା ପାଇଁ ରୋଦନ କଲେ ।
|
||
\s5
|
||
\v 35 ଏଉତ୍ତାରେ ଦିନ ଥାଉ ଥାଉ ଦାଉଦଙ୍କୁ ଭୋଜନ କରାଇବା ନିମନ୍ତେ ସମସ୍ତ ଲୋକ ଆସିଲେ; ମାତ୍ର ଦାଉଦ ଶପଥ କରି କହିଲେ, "ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଯେବେ ମୁଁ ରୋଟୀ କି ଆଉ କିଛି ସ୍ପର୍ଶ କରେ, ତେବେ ପରମେଶ୍ୱର ମୋତେ ସେହି ଦଣ୍ଡ ଓ ତହିଁରୁ ଅଧିକ ଦେଉନ୍ତୁ ।"
|
||
\v 36 ତହିଁରେ ସମସ୍ତ ଲୋକ ବୁଝିଲେ ଓ ତାହା ସେମାନଙ୍କ ଦୃଷ୍ଟିରେ ଭଲ ଦେଖାଗଲା; ରାଜା ମଧ୍ୟ ଯାହା ଯାହା କଲେ, ତାହାସବୁ ସମସ୍ତ ଲୋକଙ୍କ ଦୃଷ୍ଟିରେ ଭଲ ଥିଲା ।
|
||
\s5
|
||
\v 37 ଏହିରୂପେ ନରର ପୁତ୍ର ଅବ୍ନରକୁ ବଧ କରାଇବା ଯେ ରାଜାଙ୍କ ଆଡ଼ୁ ହୋଇ ନାହିଁ, ଏହା ସମସ୍ତ ଲୋକ ଓ ସମୁଦାୟ ଇସ୍ରାଏଲ ସେହି ଦିନ ଜାଣିଲେ ।
|
||
\v 38 ଆହୁରି ରାଜା ଆପଣା ଦାସମାନଙ୍କୁ କହିଲେ, "ଆଜି ଇସ୍ରାଏଲ ମଧ୍ୟରେ ଜଣେ ଅଧିପତି ଓ ମହାନ ପୁରୁଷ ଯେ ପତିତ ହେଲା, ଏହା କି ତୁମ୍ଭେମାନେ ଜାଣ ନାହିଁ ?
|
||
\v 39 ଏଣୁ ମୁଁ ରାଜାଭିଷିକ୍ତ ହେଲେ ହେଁ ଆଜି ଦୁର୍ବଳ ହେଲି; ଏହି ପୁରୁଷମାନେ, ଅର୍ଥାତ୍, ସରୁୟାର ପୁତ୍ରମାନେ ଆମ୍ଭ ପ୍ରତି ନିଷ୍ଠୁର; ସଦାପ୍ରଭୁ ଏହି କୁକ୍ରିୟାକାରୀକୁ ତାହାର କୁକର୍ମ ଅନୁସାରେ ପ୍ରତିଫଳ ଦେଉନ୍ତୁ ।"
|
||
|
||
\s5
|
||
\c 4
|
||
\s ଈଶ୍ବୋଶତଙ୍କ ହତ୍ୟା
|
||
\p
|
||
\v 1 ଆଉ ଶାଉଲଙ୍କର ପୁତ୍ର ଈଶ୍ବୋଶତ ଯେତେବେଳେ ଶୁଣିଲା ଯେ, ହିବ୍ରୋଣରେ ଅବ୍ନର ମରିଅଛି, ସେତେବେଳେ ତାହାର ହସ୍ତ ଦୁର୍ବଳ ହେଲା ଏବଂ ସମୁଦାୟ ଇସ୍ରାଏଲ ନିରାଶ ହେଲେ ।
|
||
\v 2 ପୁଣି ଶାଉଲଙ୍କର ପୁତ୍ର ଈଶ୍ବୋଶତର ଦୁଇ ଜଣ ଦଳପତି ଥିଲେ; ଜଣକର ନାମ ବାନା ଓ ଅନ୍ୟର ନାମ ରେଖବ୍; ଏମାନେ ବିନ୍ୟାମୀନ ବଂଶଜାତ ବୋରୋତୀୟ ରିମ୍ମୋଣର ପୁତ୍ର । (କାରଣ ବେରୋତ୍ ମଧ୍ୟ ବିନ୍ୟାମୀନର ଅଧିକାରରେ ଗଣିତ;
|
||
\v 3 ମାତ୍ର ବେରୋତୀୟମାନେ ଗିତ୍ତୟିମକୁ ପଳାଇଲେ ଓ ସେହି ସ୍ଥାନରେ ଆଜି ପର୍ଯ୍ୟନ୍ତ ବାସ କରୁଅଛନ୍ତି ।)
|
||
\s5
|
||
\v 4 ଶାଉଲଙ୍କର ପୁତ୍ର ଯୋନାଥନଙ୍କର ଗୋଟିଏ ପୁତ୍ର ଥିଲା, ତାହାର ଦୁଇ ପାଦ ଛୋଟା । ଯିଷ୍ରିୟେଲରୁ ଶାଉଲ ଓ ଯୋନାଥନ ବିଷୟକ ସମ୍ବାଦ ଆସିବା ବେଳେ ତାହାକୁ ପାଞ୍ଚ ବର୍ଷ ହୋଇଥିଲା, ପୁଣି ତାହାର ସେବିକା ତାହାକୁ ନେଇ ପଳାଇଲା; ମାତ୍ର ପଳାଇବା ପାଇଁ ଚଞ୍ଚଳ ହେବାରୁ ପିଲା ପଡ଼ି ଯାଇ ଛୋଟା ହେଲା । ତାହାର ନାମ ମଫୀବୋଶତ୍ ।
|
||
\s5
|
||
\v 5 ଅନନ୍ତର ଈଶ୍ବୋଶତ ମଧ୍ୟାହ୍ନ ସମୟରେ ବିଶ୍ରାମ ନେବା ବେଳେ ବେରୋତୀୟ ରିମ୍ମୋଣର ପୁତ୍ର ରେଖବ୍ ଓ ବାନା ଯାଇ ପ୍ରାୟ ଖରା ବେଳେ ତାହାର ଗୃହରେ ଉପସ୍ଥିତ ହେଲେ ।
|
||
\v 6 ପୁଣି ସେମାନେ ସେଠାରେ ପ୍ରବେଶ କରି ଗହମ ଆଣିବା ଛଳରେ ଗୃହ ଭିତରକୁ ଯାଇ ତାହାର ପେଟରେ ଆଘାତ କଲେ । ତହୁଁ ରେଖବ୍ ଓ ତାହାର ଭାଇ ବାନା ପଳାଇ ଗଲେ ।
|
||
\v 7 (ଘଟଣା) ଏରୂପ ହେଲା ଯେ, ସେମାନେ ଗୃହ ଭିତରକୁ ଆସି ସେ ଆପଣା ଶୟନ ଗୃହରେ ଶଯ୍ୟା ଉପରେ ଶୋଇଥିବା ବେଳେ ତାହାକୁ ଆଘାତ କରି ବଧ କଲେ ଓ ତାହାର ମସ୍ତକ କାଟି ସେହି ମସ୍ତକ ନେଇ ପଦାଭୂମିର ପଥ ଦେଇ ରାତ୍ରିଯାକ ଗମନ କଲେ ।
|
||
\s5
|
||
\v 8 ଏଉତ୍ତାରେ ସେମାନେ ଈଶ୍ବୋଶତର ମସ୍ତକ ହିବ୍ରୋଣରେ ଦାଉଦଙ୍କ କତିକି ଆଣିଲେ ଓ ରାଜାଙ୍କୁ କହିଲେ, "ଦେଖନ୍ତୁ, ଆପଣଙ୍କ ପ୍ରାଣ ଅନ୍ୱେଷଣକାରୀ ଶତ୍ରୁ ଯେ ଶାଉଲ, ତାଙ୍କର ପୁତ୍ର ଈଶ୍ବୋଶତର ମସ୍ତକ ଏହି; ସଦାପ୍ରଭୁ ଆଜି ଆମ ପ୍ରଭୁ ମହାରାଜାଙ୍କ ପକ୍ଷରେ ଶାଉଲ ଓ ତାଙ୍କର ବଂଶଠାରୁ ପରିଶୋଧ ନେଇଅଛନ୍ତି ।"
|
||
\v 9 ମାତ୍ର ଦାଉଦ ବୋରୋତୀୟ ରିମ୍ମୋଣର ପୁତ୍ର ରେଖବ୍କୁ ଓ ତାହାର ଭାଇ ବାନାକୁ ଉତ୍ତର ଦେଇ କହିଲେ, "ଯେ ସମୁଦାୟ କ୍ଳେଶରୁ ମୋ' ପ୍ରାଣକୁ ମୁକ୍ତ କରିଅଛନ୍ତି, ସେହି ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ କହୁଅଛି,
|
||
\v 10 ଯେତେବେଳେ ଜଣେ ଆପଣାକୁ ଶୁଭ ବାର୍ତ୍ତାବାହକ ମନେକରି ମୋତେ କହିଲା, 'ଦେଖନ୍ତୁ, ଶାଉଲ ମରିଅଛି,' ସେତେବେଳେ ମୁଁ ତହିଁର ପୁରସ୍କାର ଦେବା ନିମନ୍ତେ ତାହାକୁ ଧରି ସିକ୍ଳଗ୍ ଠାରେ ବଧ କଲି ।
|
||
\s5
|
||
\v 11 ତେବେ ଯେଉଁମାନେ ଧାର୍ମିକ ଲୋକକୁ ତାହାର ନିଜ ଗୃହ ଭିତରେ, ତାହାର ଶଯ୍ୟା ଉପରେ ମାରି ପକାଇଅଛନ୍ତି, ଏପରି ଦୁଷ୍ଟ ଲୋକଙ୍କୁ କି ତତୋଧିକ ନ କରିବି, ଏବେ ମୁଁ କି ତୁମ୍ଭମାନଙ୍କ ହସ୍ତରୁ ତାହାର ରକ୍ତର ପରିଶୋଧ ନ ନେବି ଓ ପୃଥିବୀରୁ ତୁମ୍ଭମାନଙ୍କୁ ଉଚ୍ଛିନ୍ନ ନ କରିବି ?"
|
||
\v 12 ତହିଁରେ ଦାଉଦ ଆପଣା ଯୁବାମାନଙ୍କୁ ଆଜ୍ଞା ଦିଅନ୍ତେ, ସେମାନେ ସେମାନଙ୍କୁ ବଧ କଲେ, ଆଉ ସେମାନଙ୍କର ହସ୍ତ ଓ ପାଦ ଛେଦନ କରି ହିବ୍ରୋଣର ପୁଷ୍କରିଣୀ ନିକଟରେ ଟଙ୍ଗାଇ ଦେଲେ । ମାତ୍ର ସେମାନେ ଈଶ୍ବୋଶତର ମସ୍ତକ ନେଇ ହିବ୍ରୋଣରେ ଅବ୍ନର-କବରରେ କବର ଦେଲେ ।
|
||
|
||
\s5
|
||
\c 5
|
||
\s ଦାଉଦ, ଇସ୍ରାଏଲର ରାଜା ଅଭିଷିକ୍ତ
|
||
\p
|
||
\v 1 ଅନନ୍ତର ଇସ୍ରାଏଲର ସମସ୍ତ ବଂଶ ହିବ୍ରୋଣକୁ ଦାଉଦଙ୍କ ନିକଟକୁ ଆସି କହିଲେ, "ଦେଖ, ଆମ୍ଭେମାନେ ତୁମ୍ଭର ଅସ୍ଥି ଓ ତୁମ୍ଭର ମାଂସ ।
|
||
\v 2 ଅତୀତରେ ଶାଉଲ ଆମ୍ଭମାନଙ୍କ ଉପରେ ରାଜା ଥିବା ବେଳେ ତୁମ୍ଭେ ଇସ୍ରାଏଲର ସେନାକୁ ନେତୃତ୍ୱ ଦେଉଥିଲ; ପୁଣି ସଦାପ୍ରଭୁ ତୁମ୍ଭକୁ କହିଅଛନ୍ତି, ତୁମ୍ଭେ ଆମ୍ଭ ଇସ୍ରାଏଲ ଲୋକଙ୍କୁ ପାଳନ କରିବ ଓ ତୁମ୍ଭେ ଇସ୍ରାଏଲର ଅଗ୍ରଣୀ ହେବ ।"
|
||
\s5
|
||
\v 3 ଏହିରୂପେ ଇସ୍ରାଏଲର ସମସ୍ତ ପ୍ରାଚୀନ ହିବ୍ରୋଣକୁ ରାଜାଙ୍କ ନିକଟକୁ ଆସିଲେ; ତହିଁରେ ଦାଉଦ ରାଜା ହିବ୍ରୋଣରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କ ସଙ୍ଗରେ ନିୟମ କଲେ ଓ ସେମାନେ ଇସ୍ରାଏଲ ଉପରେ ଦାଉଦଙ୍କୁ ରାଜାଭିଷିକ୍ତ କଲେ ।
|
||
\v 4 ଦାଉଦ ତିରିଶ ବର୍ଷ ବୟସରେ ରାଜତ୍ୱ କରିବାକୁ ଆରମ୍ଭ କଲେ ଓ ସେ ଚାଳିଶ ବର୍ଷ ରାଜତ୍ୱ କଲେ ।
|
||
\v 5 ସେ ହିବ୍ରୋଣରେ ଯିହୁଦା ଉପରେ ସାତ ବର୍ଷ ଛଅ ମାସ ରାଜତ୍ୱ କଲେ; ପୁଣି ସେ ଯିରୂଶାଲମରେ ସମସ୍ତ ଇସ୍ରାଏଲ ଓ ଯିହୁଦା ଉପରେ ତେତିଶ ବର୍ଷ ରାଜତ୍ୱ କଲେ ।
|
||
\s5
|
||
\v 6 ଏଉତ୍ତାରେ ରାଜା ଓ ତାଙ୍କର ଲୋକମାନେ ଦେଶବାସୀ ଯିବୂଷୀୟମାନଙ୍କ ବିରୁଦ୍ଧରେ ଯିରୂଶାଲମକୁ ଯାତ୍ରା କଲେ, ତହିଁରେ ଦାଉଦ ଏସ୍ଥାନକୁ ଆସି ପାରିବେ ନାହିଁ ବୋଲି ମନେ କରି ସେମାନେ ଦାଉଦଙ୍କୁ କହିଲେ, "ତୁମ୍ଭେ ଅନ୍ଧ ଓ ଛୋଟାମାନଙ୍କୁ ଦୂର ନ କଲେ, ଏସ୍ଥାନକୁ ଆସି ପାରିବ ନାହିଁ ।"
|
||
\v 7 ତଥାପି ଦାଉଦ ସିୟୋନର ଦୃଢ଼ ଗଡ଼କୁ ଅଧିକାର କଲେ; ଯାହା ଦାଉଦ-ନଗର ହେଲା ।
|
||
\s5
|
||
\v 8 ପୁଣି ଦାଉଦ ସେହି ଦିନ କହିଲେ, "ଯେ କେହି ଯିବୂଷୀୟମାନଙ୍କୁ ବଧ କରେ, ସେ ଜଳପ୍ରଣାଳୀକି ଯାଇ ଦାଉଦ-ପ୍ରାଣର ଘୃଣିତ ସେହି ଛୋଟା ଓ ଅନ୍ଧମାନଙ୍କୁ ବଧ କରୁ । ଏହେତୁ ଲୋକେ କହନ୍ତି, ଅନ୍ଧ ଓ ଛୋଟାମାନେ ସେଠାରେ ଅଛନ୍ତି; ସେ ଘର ଭିତରକୁ ଆସି ପାରିବ ନାହିଁ ।"
|
||
\v 9 ଅନନ୍ତର ଦାଉଦ ସେହି ଦୃଢ଼ ଗଡ଼ରେ ବାସ କରି ତାହାର ନାମ ଦାଉଦ-ନଗର ରଖିଲେ । ଆଉ ଦାଉଦ ମିଲ୍ଲୋଠାରୁ ଭିତର ଆଡ଼େ ଚତୁର୍ଦ୍ଦିଗରେ ଗଡ଼ ନିର୍ମାଣ କଲେ ।
|
||
\v 10 ଆଉ ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର ଦାଉଦଙ୍କର ସହାୟ ହେବାରୁ ସେ ଅଧିକରୁ ଅଧିକ ମହାନ ହେଲେ ।
|
||
\s5
|
||
\v 11 ଅନନ୍ତର ସୋରର ରାଜା ହୀରମ୍ ଦାଉଦଙ୍କ ନିକଟକୁ ଦୂତଗଣ ଓ ଏରସ କାଠ ଓ ବଢ଼େଇ ଓ ରାଜମିସ୍ତ୍ରୀମାନଙ୍କୁ ପଠାଇଲା; ତହିଁରେ ସେମାନେ ଦାଉଦଙ୍କ ନିମନ୍ତେ ଗୃହ ନିର୍ମାଣ କଲେ ।
|
||
\v 12 ତହିଁରେ ସଦାପ୍ରଭୁ ଦାଉଦଙ୍କୁ ଇସ୍ରାଏଲର ରାଜପଦରେ ସ୍ଥିର କଲେ ଓ ଆପଣା ଇସ୍ରାଏଲ ଲୋକଙ୍କ ସକାଶୁ ତାଙ୍କ ରାଜ୍ୟ ଉନ୍ନତ କଲେ, ଏହା ସେ ବୁଝିଲେ ।
|
||
\s5
|
||
\v 13 ଅନନ୍ତର ଦାଉଦ ହିବ୍ରୋଣରୁ ଆସିଲା ଉତ୍ତାରେ ଯିରୂଶାଲମରେ ଆଉ ଅନେକ ଉପପତ୍ନୀ ଓ ଭାର୍ଯ୍ୟା ଗ୍ରହଣ କଲେ; ତହିଁରେ ଦାଉଦଙ୍କର ଆହୁରି ପୁତ୍ର କନ୍ୟା ଜାତ ହେଲେ ।
|
||
\v 14 ଯିରୂଶାଲମରେ ତାଙ୍କର ଔରସରେ ଯେଉଁମାନେ ଜନ୍ମିଲେ, ସେମାନଙ୍କର ନାମ ଏହି: ଯଥା :- ସମ୍ମୂୟ ଓ ଶୋବବ୍ ଓ ନାଥନ୍ ଓ ଶଲୋମନ୍
|
||
\v 15 ଓ ୟିଭର ଓ ଇଲୀଶୂୟ ଓ ନେଫଗ୍ ଓ ଯାଫୀୟ
|
||
\v 16 ଓ ଇଲୀଶାମା ଓ ଇଲୀୟାଦା ଓ ଇଲୀଫେଲଟ ।
|
||
\s ପଲେଷ୍ଟୀୟମାନଙ୍କ ଉପରେ ବିଜୟ
|
||
\p
|
||
\s5
|
||
\v 17 ଏଉତ୍ତାରେ ଲୋକମାନେ ଦାଉଦଙ୍କୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କରିଅଛନ୍ତି, ଏହା ପଲେଷ୍ଟୀୟମାନେ ଶୁଣି ସମସ୍ତ ପଲେଷ୍ଟୀୟ ଲୋକ ଦାଉଦଙ୍କୁ ଅନ୍ୱେଷଣ କରିବାକୁ ଆସିଲେ; ତହୁଁ ଦାଉଦ ତାହା ଶୁଣି ଗଡ଼କୁ ଚାଲିଗଲେ ।
|
||
\v 18 ଏହି ସମୟରେ ପଲେଷ୍ଟୀୟମାନେ ଆସି ରଫାୟିମ ତଳଭୂମିରେ ବିସ୍ତାର ହୋଇଥିଲେ
|
||
\s5
|
||
\v 19 ଏଥିରେ ଦାଉଦ ସଦାପ୍ରଭୁଙ୍କ ଠାରୁ ସାହାଯ୍ୟ ମାଗି କହିଲେ, "ମୁଁ କି ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଉଠି ଯିବି ? ତୁମ୍ଭେ କି ସେମାନଙ୍କୁ ମୋ' ହସ୍ତରେ ସମର୍ପଣ କରିବ ? ତହିଁରେ ସଦାପ୍ରଭୁ ଦାଉଦଙ୍କୁ କହିଲେ, 'ଉଠି ଯାଅ', କାରଣ ଆମ୍ଭେ ନିଶ୍ଚୟ ପଲେଷ୍ଟୀୟମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବା ।"
|
||
\v 20 ତହୁଁ ଦାଉଦ ବାଲ୍-ପରାସୀମକୁ ଆସିଲେ ଓ ଦାଉଦ ସେଠାରେ ସେମାନଙ୍କୁ ଆଘାତ କଲେ; ପୁଣି ସେ କହିଲେ, "ସଦାପ୍ରଭୁ ମୋ' ସମ୍ମୁଖରେ ମୋ' ଶତ୍ରୁମାନଙ୍କୁ ଜଳ ଦ୍ୱାରା ସେତୁଭଙ୍ଗ ତୁଲ୍ୟ ଭଗ୍ନ କରିଅଛନ୍ତି ।" ଏହେତୁ ସେ ସେହି ସ୍ଥାନର ନାମ ବାଲ୍-ପରାସୀମ (ଭଗ୍ନ-ସ୍ଥାନ) ରଖିଲେ ।
|
||
\v 21 ସେହି ସ୍ଥାନରେ ସେମାନେ ଆପଣା ପ୍ରତିମାଗଣକୁ ପରିତ୍ୟାଗ କରିଥିଲେ, ତହିଁରେ ଦାଉଦ ଓ ତାଙ୍କର ଲୋକମାନେ ସେସବୁ ଦଗ୍ଧ କଲେ ।
|
||
\s5
|
||
\v 22 ଏଥିଉତ୍ତାରେ ପଲେଷ୍ଟୀୟମାନେ ପୁନର୍ବାର ଆସି ରଫାୟିମ ତଳଭୂମିରେ ବିସ୍ତାର(ବିଶ୍ରାମ ନେଲେ) ହେଲେ ।
|
||
\v 23 ତହିଁରେ ଦାଉଦ ସଦାପ୍ରଭୁଙ୍କୁ ସାହାଯ୍ୟ ମାଗନ୍ତେ, ସେ କହିଲେ, "ତୁମ୍ଭେ ଉଠି ନ ଯାଅ; ସେମାନଙ୍କ ପଶ୍ଚାତ୍ ଘୁରି ଆସି ତୂତ ବୃକ୍ଷ ତୋଟା ସମ୍ମୁଖରେ ସେମାନଙ୍କୁ ଆକ୍ରମଣ କର ।
|
||
\s5
|
||
\v 24 ପୁଣି ତୁମ୍ଭେ ସେହି ତୂତ ବୃକ୍ଷ ତୋଟା ଉପରେ ସୈନ୍ୟଗମନର ଶବ୍ଦ ଶୁଣିଲେ ଆକ୍ରମଣ କରିବ; କାରଣ ସେତେବେଳେ ସଦାପ୍ରଭୁ ପଲେଷ୍ଟୀୟମାନଙ୍କ ସୈନ୍ୟଦଳକୁ ଆଘାତ କରିବା ପାଇଁ ତୁମ୍ଭ ସମ୍ମୁଖରେ ଅଗ୍ରସର ହେବେ ।"
|
||
\v 25 ତହିଁରେ ସଦାପ୍ରଭୁ ଯେପରି ଆଜ୍ଞା ଦେଲେ, ଦାଉଦ ସେପରି କଲେ ଓ ଗେବାଠାରୁ ଗେଷର ନିକଟ ପର୍ଯ୍ୟନ୍ତ ପଲେଷ୍ଟୀୟମାନଙ୍କୁ ଆଘାତ କଲେ ।
|
||
|
||
\s5
|
||
\c 6
|
||
\s ଯିରୂଶାଲମରେ ନିୟମ-ସିନ୍ଦୁକ
|
||
\p
|
||
\v 1 ଅନନ୍ତର ଦାଉଦ ପୁନର୍ବାର ଇସ୍ରାଏଲର ତିରିଶ ହଜାର ବଛା ଲୋକ ସମସ୍ତଙ୍କୁ ସଂଗ୍ରହ କଲେ ।
|
||
\v 2 ଆଉ ଦାଉଦ ଓ ତାଙ୍କର ସଙ୍ଗୀ ଲୋକ ସମସ୍ତେ ଉଠି, ସେହି ନାମରେ ଖ୍ୟାତ, ଅର୍ଥାତ୍, କିରୂବଗଣ ମଧ୍ୟରେ ଉପବିଷ୍ଟ ସୈନ୍ୟାଧିପତି ସଦାପ୍ରଭୁଙ୍କ ନାମରେ ଖ୍ୟାତ, ପରମେଶ୍ୱରଙ୍କ ସିନ୍ଦୁକ ବାଲି-ଯିହୁଦାଠାରୁ ଆଣିବାକୁ ଗଲେ ।
|
||
\s5
|
||
\v 3 ପୁଣି ସେମାନେ ପରମେଶ୍ୱରଙ୍କ ସିନ୍ଦୁକ ଏକ ନୂଆ ଶଗଡ଼ରେ ରଖି ପର୍ବତସ୍ଥ ଅବୀନାଦବର ଗୃହରୁ ଆଣିଲେ; ପୁଣି ଅବୀନାଦବର ପୁତ୍ର ଉଷ ଓ ଅହୀୟୋ ସେହି ନୂଆ ଶଗଡ଼ ଚଳାଇଲେ ।
|
||
\v 4 ଆଉ ସେମାନେ ପର୍ବତସ୍ଥ ଅବୀନାଦବର ଗୃହରୁ ପରମେଶ୍ୱରଙ୍କ ସିନ୍ଦୁକ ସହିତ ତାହା ଆଣିଲେ; ଅହୀୟୋ ସିନ୍ଦୁକର ଆଗେ ଆଗେ ଚାଲିଲା ।
|
||
\v 5 ପୁଣି ଦାଉଦ ଓ ସମୁଦାୟ ଇସ୍ରାଏଲ ବଂଶ ସଦାପ୍ରଭୁଙ୍କ ସମ୍ମୁଖରେ ଦେବଦାରୁ କାଷ୍ଠନିର୍ମିତ ନାନା ପ୍ରକାର ବାଦ୍ୟଯନ୍ତ୍ର, ବୀଣା ଓ ନେବଲ ଓ ଦାରା ଓ ମନ୍ଦିରା ଓ କରତାଳ ବଜାଇଲେ ।
|
||
\s ଉଷ ଏବଂ ନିୟମ-ସିନ୍ଦୁକ
|
||
\p
|
||
\s5
|
||
\v 6 ଆଉ ସେମାନେ ନାଖୋନ ନାମକ ଶସ୍ୟମର୍ଦ୍ଦନ ସ୍ଥାନରେ ଉପସ୍ଥିତ ହୁଅନ୍ତେ, ବଳଦମାନେ ଅମଣା ହେବାରୁ ଉଷ ହସ୍ତ ବିସ୍ତାର କରି ପରମେଶ୍ୱରଙ୍କ ସିନ୍ଦୁକ ଧରିଲା ।
|
||
\v 7 ସେତେବେଳେ ଉଷ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା; ଏଣୁ ପରମେଶ୍ୱର ତାହାର ଭ୍ରମ ସକାଶୁ ତାହାକୁ ଆଘାତ କରନ୍ତେ, ସେ ସେହିଠାରେ ପରମେଶ୍ୱରଙ୍କ ସିନ୍ଦୁକ ପାଖରେ ମଲା ।
|
||
\s5
|
||
\v 8 ପୁଣି ସଦାପ୍ରଭୁ ଉଷକୁ ଆକ୍ରମଣ କରିବାରୁ ଦାଉଦ ଅସନ୍ତୁଷ୍ଟ ହେଲେ, ଏଣୁ ସେ ସେହି ସ୍ଥାନର ନାମ ପେରସ- ଉଷ (ଉଷ ପ୍ରତି ଆକ୍ରମଣ) ରଖିଲେ; ଆଜି ପର୍ଯ୍ୟନ୍ତ ସେହି ନାମ ଅଛି ।
|
||
\v 9 ପୁଣି ଦାଉଦ ସେହି ଦିନ ସଦାପ୍ରଭୁଙ୍କୁ ଭୟ କରି କହିଲେ, "ସଦାପ୍ରଭୁଙ୍କ ସିନ୍ଦୁକ କି ପ୍ରକାରେ ମୋ' ନିକଟକୁ ଆସିବ ?"
|
||
\s5
|
||
\v 10 ତହୁଁ ଦାଉଦ ସଦାପ୍ରଭୁଙ୍କ ସିନ୍ଦୁକ ଦାଉଦ-ନଗରକୁ ଆପଣା କତିକି ଆଣିବାକୁ ଅନିଚ୍ଛୁକ ହେଲେ; ମାତ୍ର ଦାଉଦ ତାହା ନେଇ ପଥପାଶ୍ୱର୍ସ୍ଥ ଗିତ୍ତୀୟ ଓବେଦ-ଇଦୋମର ଗୃହରେ ରଖିଲେ,
|
||
\v 11 ତହିଁରେ ସଦାପ୍ରଭୁଙ୍କ ସିନ୍ଦୁକ ଗିତ୍ତୀୟ ଓବେଦ- ଇଦୋମର ଗୃହରେ ତିନି ମାସ ରହିଲା; ପୁଣି ସଦାପ୍ରଭୁ ଓବେଦ-ଇଦୋମକୁ ଓ ତାହାର ସମସ୍ତ ପରିବାରକୁ ଆଶୀର୍ବାଦ କଲେ ।
|
||
\s5
|
||
\v 12 ଏଉତ୍ତାରେ ପରମେଶ୍ୱରଙ୍କ ସିନ୍ଦୁକ ସକାଶୁ ସଦାପ୍ରଭୁ ଓବେଦ-ଇଦୋମର ପରିବାରକୁ ଓ ତାହାର ସର୍ବସ୍ୱକୁ ଆଶୀର୍ବାଦ କରିଅଛନ୍ତି ବୋଲି ଦାଉଦ ରାଜାଙ୍କୁ ଜ୍ଞାତ କରାଗଲା । ତହୁଁ ଦାଉଦ ଯାଇ ଓବେଦ-ଇଦୋମର ଗୃହରୁ ଆନନ୍ଦପୂର୍ବକ ପରମେଶ୍ୱରଙ୍କ ସିନ୍ଦୁକକୁ ଦାଉଦ-ନଗରକୁ ଆଣିଲେ ।
|
||
\v 13 ଆଉ, ସଦାପ୍ରଭୁଙ୍କ ସିନ୍ଦୁକବାହକମାନେ ଛଅ ପାଦ ଗଲା ଉତ୍ତାରେ ସେ ଏକ ଗୋରୁ ଓ ଏକ ପୁଷ୍ଟ ପଶୁ ବଳିଦାନ କଲେ ।
|
||
\s5
|
||
\v 14 ପୁଣି ଦାଉଦ ଆପଣାର ସମସ୍ତ ବଳରେ ସଦାପ୍ରଭୁଙ୍କ ସମ୍ମୁଖରେ ନୃତ୍ୟ କଲେ; ସେସମୟରେ ଦାଉଦ ଶୁକ୍ଳ ଏଫୋଦ ପିନ୍ଧିଥିଲେ ।
|
||
\v 15 ଏହିରୂପେ ଦାଉଦ ଓ ସମୁଦାୟ ଇସ୍ରାଏଲ ବଂଶ ଜୟଧ୍ୱନି ଓ ତୂରୀଧ୍ୱନି କରି ସଦାପ୍ରଭୁଙ୍କ ସିନ୍ଦୁକ ଆଣିଲେ ।
|
||
\s ମୀଖଲ ଏବଂ ଦାଉଦ
|
||
\p
|
||
\s5
|
||
\v 16 ପୁଣି ସଦାପ୍ରଭୁଙ୍କ ସିନ୍ଦୁକ ଦାଉଦ-ନଗରରେ ଉପସ୍ଥିତ ହେବା ବେଳେ ଶାଉଲଙ୍କର କନ୍ୟା ମୀଖଲ ଝରକା ଦେଇ ଅନାଇ ଦାଉଦ ରାଜାଙ୍କୁ ସଦାପ୍ରଭୁଙ୍କ ସମ୍ମୁଖରେ କୁଦିବାର ଓ ନାଚିବାର ଦେଖିଲା; ଏଣୁ ସେ ଆପଣା ମନେ ମନେ ତାଙ୍କୁ ତୁଚ୍ଛ କଲା ।
|
||
\v 17 ଏଉତ୍ତାରେ ଲୋକମାନେ ସଦାପ୍ରଭୁଙ୍କ ସିନ୍ଦୁକ ଭିତରକୁ ଆଣି ସେହି ସ୍ଥାନରେ, ଅର୍ଥାତ୍, ତହିଁ ପାଇଁ ଦାଉଦ ଯେଉଁ ତମ୍ବୁ ସ୍ଥାପନ କରିଥିଲେ, ତହିଁ ମଧ୍ୟରେ ରଖିଲେ; ତହୁଁ ଦାଉଦ ସଦାପ୍ରଭୁଙ୍କ ସମ୍ମୁଖରେ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ ।
|
||
\s5
|
||
\v 18 ପୁଣି ଦାଉଦ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରି ସାରିଲା ଉତ୍ତାରେ ସୈନ୍ୟାଧିପତି ସଦାପ୍ରଭୁଙ୍କ ନାମରେ ସେ ଲୋକମାନଙ୍କୁ ଆଶୀର୍ବାଦ କଲେ ।
|
||
\v 19 ପୁଣି ସେ ଇସ୍ରାଏଲର ସମୁଦାୟ ଜନତା ମଧ୍ୟରେ ସମସ୍ତ ଲୋକଙ୍କୁ, ପୁରୁଷ ଓ ସ୍ତ୍ରୀ ଉଭୟ ମଧ୍ୟରେ ପ୍ରତ୍ୟେକଙ୍କୁ ଏକ ଏକ ଖଣ୍ଡ ରୋଟୀ ଓ ଏକ ଏକ ଅଂଶ ମାଂସ ଓ ଏକ ଏକ ଦ୍ରାକ୍ଷାଚକ୍ତି ପରିବେଷଣ କଲେ । ତହିଁରେ ସମସ୍ତ ଲୋକ ପ୍ରତ୍ୟେକେ ଆପଣା ଆପଣା ଗୃହକୁ ପ୍ରସ୍ଥାନ କଲେ ।
|
||
\s5
|
||
\v 20 ଏଥିଉତ୍ତାରେ ଦାଉଦ ଆପଣା ପରିବାରକୁ ଆଶୀର୍ବାଦ କରିବା ପାଇଁ ଫେରି ଗଲେ । ତହିଁରେ ଶାଉଲଙ୍କର କନ୍ୟା ମୀଖଲ ଦାଉଦଙ୍କୁ ଭେଟିବା ପାଇଁ ବାହାରେ ଆସି କହିଲା, "ଆଜି ଇସ୍ରାଏଲର ରାଜା କେଡ଼େ ଗୌରବ ପାଇଲେ, ସେ ଆଜି ଆପଣା ଦାସଗଣର ଦାସୀମାନଙ୍କ ସାକ୍ଷାତରେ ବିବସ୍ତ୍ର ହୋଇଥିଲେ, ଯେପରି କୌଣସି ଅଗାଡ଼ି ଲୋକ ନିର୍ଲଜ ରୂପେ ବିବସ୍ତ୍ର ହୁଏ !"
|
||
\s5
|
||
\v 21 ଏଥିରେ ଦାଉଦ ମୀଖଲକୁ କହିଲେ, "ତାହା ତ ସଦାପ୍ରଭୁଙ୍କ ସମ୍ମୁଖରେ ହେଲା, ସେ ତ ତୁମ୍ଭ ପିତା ଓ ତାଙ୍କର ସମସ୍ତ ବଂଶ ଅପେକ୍ଷା ସଦାପ୍ରଭୁଙ୍କ ଲୋକ ଇସ୍ରାଏଲ ଉପରେ ଅଗ୍ରଣୀ ରୂପେ ନିଯୁକ୍ତ କରିବାକୁ ମୋତେ ମନୋନୀତ କରିଅଛନ୍ତି; ଏହେତୁ ସଦାପ୍ରଭୁଙ୍କ ସମ୍ମୁଖରେ ମୁଁ ଆମୋଦ କରିବି ।
|
||
\v 22 ପୁଣି ମୁଁ ଏଥିରୁ ହିଁ ଆହୁରି କ୍ଷୁଦ୍ର ହେବି ଓ ନିଜ ଦୃଷ୍ଟିରେ ନୀଚ ହେବି; ତଥାପି ତୁମ୍ଭେ ଯେଉଁ ଦାସୀମାନଙ୍କ କଥା କହିଲ, ସେମାନଙ୍କଠାରୁ ମୁଁ ଗୌରବ ପାଇବି ।"
|
||
\v 23 ଏହେତୁ ଶାଉଲଙ୍କର କନ୍ୟା ମୀଖଲର ମରଣ ଦିନ ପର୍ଯ୍ୟନ୍ତ ସନ୍ତାନ ହେଲା ନାହିଁ।
|
||
|
||
\s5
|
||
\c 7
|
||
\s ଦାଉଦଙ୍କ ସହ ପରମେଶ୍ୱରଙ୍କ ନିୟମ
|
||
\p
|
||
\v 1 ଅନନ୍ତର ରାଜା ଆପଣା ଗୃହରେ ବାସ କରିବା ବେଳେ ଓ ସଦାପ୍ରଭୁ ତାଙ୍କର ଚତୁର୍ଦ୍ଦିଗସ୍ଥିତ ଶତ୍ରୁମାନଙ୍କଠାରୁ ତାଙ୍କୁ ବିଶ୍ରାମ ଦେଲା ଉତ୍ତାରେ
|
||
\v 2 ରାଜା ନାଥନ ଭବିଷ୍ୟଦ୍ବକ୍ତାଙ୍କୁ କହିଲେ, "ଦେଖ, ଏବେ ମୁଁ ଏରସ କାଷ୍ଠନିର୍ମିତ ଗୃହରେ ବାସ କରୁଅଛି, ମାତ୍ର ପରମେଶ୍ୱରଙ୍କ ସିନ୍ଦୁକ ପରଦା ପଛରେ ବାସ କରୁଅଛି ।"
|
||
\s5
|
||
\v 3 ତହିଁରେ ନାଥନ ରାଜାଙ୍କୁ କହିଲେ, "ଯାଅ, ତୁମ୍ଭ ହୃଦୟରେ ଯାହା ଅଛି, ତାହାସବୁ କର; କାରଣ ସଦାପ୍ରଭୁ ତୁମ୍ଭ ସଙ୍ଗରେ ଅଛନ୍ତି ।"
|
||
\v 4 ଏଉତ୍ତାରେ ସେହି ରାତ୍ରି ସଦାପ୍ରଭୁଙ୍କ ବାକ୍ୟ ନାଥନଙ୍କ ନିକଟରେ ଉପସ୍ଥିତ ହେଲା, ଯଥା,
|
||
\v 5 "ଯାଅ, ଆମ୍ଭ ଦାସ ଦାଉଦକୁ ଜଣାଅ, 'ସଦାପ୍ରଭୁ ଏହି କଥା କହନ୍ତି,' ତୁମ୍ଭେ କି ଆମ୍ଭ ନିମନ୍ତେ ବସତିଗୃହ ନିର୍ମାଣ କରିବ ?
|
||
\s5
|
||
\v 6 ଆମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ମିସରରୁ ବାହାର କରି ଆଣିବା ଦିନାବଧି ଆଜି ପର୍ଯ୍ୟନ୍ତ କୌଣସି ଗୃହରେ ବାସ କରି ନାହୁଁ, ମାତ୍ର ତମ୍ବୁ ଓ ଆବାସ ମଧ୍ୟରେ ଗତାୟାତ କରିଅଛୁ ।
|
||
\v 7 ଆମ୍ଭେ ସମୁଦାୟ ଇସ୍ରାଏଲ-ସନ୍ତାନ ସହିତ ଯେସବୁ ସ୍ଥାନରେ ଗମନାଗମନ କଲୁ, ତହିଁ ମଧ୍ୟରୁ କୌଣସି ସ୍ଥାନରେ, ଆମ୍ଭ ଲୋକ ଇସ୍ରାଏଲକୁ ପାଳନ କରିବା ପାଇଁ ଯେଉଁମାନଙ୍କୁ ଆଜ୍ଞା ଦେଇଥିଲୁ, ଇସ୍ରାଏଲର ଏପରି କୌଣସି ବଂଶକୁ, ତୁମ୍ଭେମାନେ କିହେତୁ ଆମ୍ଭ ପାଇଁ ଏରସ କାଷ୍ଠଗୃହ ନିର୍ମାଣ କରି ନାହଁ, ଏପରି ଏକ କଥା କି ଆମ୍ଭେ କହିଅଛୁ ?"
|
||
\s5
|
||
\v 8 ଏଣୁ ଏବେ ତୁମ୍ଭେ ଆମ୍ଭ ଦାସ ଦାଉଦକୁ ଏପରି କୁହ, "ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ଯେପରି ଆମ୍ଭ ଲୋକ ଇସ୍ରାଏଲ ଉପରେ ଅଗ୍ରଣୀ ହେବ, ଏଥିପାଇଁ ଆମ୍ଭେ ତୁମ୍ଭକୁ ମେଷଶାଳାରୁ, ମେଷମାନଙ୍କ ପଶ୍ଚାଦ୍ଗମନରୁ ଗ୍ରହଣ କଲୁ;
|
||
\v 9 ପୁଣି ତୁମ୍ଭେ ଯେଉଁ ଯେଉଁ ସ୍ଥାନକୁ ଗଲ, ଆମ୍ଭେ ତୁମ୍ଭର ସଙ୍ଗୀ ହେଲୁ ଓ ତୁମ୍ଭ ସମ୍ମୁଖରୁ ତୁମ୍ଭର ସମସ୍ତ ଶତ୍ରୁଙ୍କୁ ଉଚ୍ଛିନ୍ନ କଲୁ; ଆହୁରି ଆମ୍ଭେ ପୃଥିବୀସ୍ଥ ମହାନ ଲୋକମାନଙ୍କ ନାମ ତୁଲ୍ୟ ତୁମ୍ଭର ମହାନାମ କରିବା ।
|
||
\s5
|
||
\v 10 ପୁଣି ଆମ୍ଭେ ଆପଣା ଇସ୍ରାଏଲ ଲୋକମାନଙ୍କ ନିମନ୍ତେ ଗୋଟିଏ ସ୍ଥାନ ନିରୂପଣ କରି ସେମାନଙ୍କୁ ରୋପଣ କରିବା, ତହିଁରେ ସେମାନେ ଆପଣାମାନଙ୍କ ସେହି ସ୍ଥାନରେ ବାସ କରି ଆଉ ଶାସିତ ହେବେ ନାହିଁ;
|
||
\v 11 କିଅବା ଯେପରି ପୂର୍ବକାଳରେ ଓ ଯେସମୟାବଧି ଆମ୍ଭେ ଆପଣା ଲୋକ ଇସ୍ରାଏଲ ଉପରେ ବିଚାରକର୍ତ୍ତୃଗଣକୁ ନିଯୁକ୍ତ କରିଅଛୁ, ସେସମୟାବଧି ଯେପରି ହୋଇଅଛି, ସେପରି ଅଧର୍ମର ସନ୍ତାନମାନେ ସେମାନଙ୍କୁ ଆଉ କ୍ଳେଶ ଦେବେ ନାହିଁ; ପୁଣି ଆମ୍ଭେ ତୁମ୍ଭର ସମସ୍ତ ଶତ୍ରୁଠାରୁ ତୁମ୍ଭକୁ ବିଶ୍ରାମ ଦେବା । ଆଉ ମଧ୍ୟ ସଦାପ୍ରଭୁ ତୁମ୍ଭକୁ କହନ୍ତି ଯେ, ସଦାପ୍ରଭୁ ତୁମ୍ଭ ପାଇଁ ଏକ ବଂଶ ସ୍ଥାପନ କରିବେ ।
|
||
\s5
|
||
\v 12 ତୁମ୍ଭର ଦିନ ପୂର୍ଣ୍ଣ ହେଲେ ଓ ତୁମ୍ଭେ ଆପଣା ପିତୃଲୋକମାନଙ୍କ ସଙ୍ଗରେ ଶୟନ କଲେ, ଆମ୍ଭେ ତୁମ୍ଭ ଔରସଜାତ ବଂଶକୁ ତୁମ୍ଭ ଉତ୍ତାରେ ସ୍ଥାପନ କରିବା ଓ ଆମ୍ଭେ ତାହାର ରାଜ୍ୟ ସ୍ଥିର କରିବା ।
|
||
\v 13 ସେ ଆମ୍ଭ ନାମ ନିମନ୍ତେ ଏକ ଗୃହ ନିର୍ମାଣ କରିବ ଓ ଆମ୍ଭେ ତାହାର ରାଜ୍ୟ-ସିଂହାସନ ଅନନ୍ତକାଳସ୍ଥାୟୀ କରିବା ।
|
||
\v 14 ଆମ୍ଭେ ତାହାର ପିତା ହେବା ଓ ସେ ଆମ୍ଭର ପୁତ୍ର ହେବ; ସେ ଅପରାଧ କଲେ ଆମ୍ଭେ ତାହାକୁ ମନୁଷ୍ୟମାନଙ୍କ ଦଣ୍ଡରେ ଓ ମନୁଷ୍ୟ-ସନ୍ତାନମାନଙ୍କ ପ୍ରହାରରେ ଶାସ୍ତି ଦେବା ।
|
||
\s5
|
||
\v 15 ମାତ୍ର ତୁମ୍ଭ ସମ୍ମୁଖରୁ ଦୂରୀକୃତ ଶାଉଲଠାରୁ ଯେପରି ଆମ୍ଭେ ଆପଣା ଦୟା ଦୂର କଲୁ, ସେପରି ତାହାଠାରୁ ଆମ୍ଭର ଦୟା ଦୂର ହେବ ନାହିଁ ।
|
||
\v 16 ପୁଣି ତୁମ୍ଭ ବଂଶ ଓ ତୁମ୍ଭ ରାଜତ୍ୱ ତୁମ୍ଭ ସମ୍ମୁଖରେ ଅନନ୍ତ କାଳ ସ୍ଥିରିକୃତ ହେବ; ତୁମ୍ଭର ସିଂହାସନ ଅନନ୍ତ କାଳସ୍ଥାୟୀ ହେବ ।"
|
||
\v 17 ନାଥନ ଦାଉଦଙ୍କୁ ଏସମସ୍ତ ବାକ୍ୟ ଓ ଦର୍ଶନ ସମ୍ୱନ୍ଧରେ କଥା କହିଲେ ।
|
||
\s ଦାଉଦଙ୍କର ଧନ୍ୟବାଦ ପ୍ରାର୍ଥନା
|
||
\p
|
||
\s5
|
||
\v 18 ଏଥିରେ ଦାଉଦ ରାଜା ଭିତରକୁ ଯାଇ ସଦାପ୍ରଭୁଙ୍କ ସମ୍ମୁଖରେ ବସିଲେ ଓ କହିଲେ, "ହେ ପ୍ରଭୁ, ସଦାପ୍ରଭୁ, ମୁଁ କିଏ ଓ ମୋର ବଂଶ ବା କଅଣ ଯେ, ତୁମ୍ଭେ ମୋତେ ଏ ପର୍ଯ୍ୟନ୍ତ ଆଣିଅଛ ?
|
||
\v 19 ତଥାପି, ହେ ପ୍ରଭୁ, ସଦାପ୍ରଭୁ, ତୁମ୍ଭ ଦୃଷ୍ଟିରେ ଏହା ହିଁ କ୍ଷୁଦ୍ର ବିଷୟ ହେଲା; ଏହେତୁ ତୁମ୍ଭେ ଆପଣା ଦାସର ବଂଶ ବିଷୟରେ ଆଗତ ଦୀର୍ଘକାଳର କଥା ମଧ୍ୟ କହିଅଛ; ହେ ପ୍ରଭୁ, ସଦାପ୍ରଭୁ, ଏହା କ'ଣ ମନୁଷ୍ୟର ବ୍ୟବସ୍ଥା ?
|
||
\v 20 ଏଣୁ ଦାଉଦ ତୁମ୍ଭକୁ ଆଉ କଅଣ କହିପାରେ ? କାରଣ ହେ ପ୍ରଭୁ, ସଦାପ୍ରଭୁ, ତୁମ୍ଭେ ଆପଣା ଦାସକୁ ଜାଣୁଅଛ ।
|
||
\s5
|
||
\v 21 ତୁମ୍ଭେ ନିଜ ବାକ୍ୟ ସକାଶୁ ଓ ନିଜ ଇଛାସାଧନ କରି ମହାନ କାର୍ଯ୍ୟ କରି ଆପଣା ଦାସକୁ ଜଣାଇ ଅଛ ।
|
||
\v 22 ଏହେତୁ ହେ ସଦାପ୍ରଭୁ ପରମେଶ୍ୱର, ତୁମ୍ଭେ ମହାନ; କାରଣ ତୁମ୍ଭ ତୁଲ୍ୟ ଆଉ କେହି ନାହିଁ, କିଅବା ଆମ୍ଭେମାନେ ନିଜ କର୍ଣ୍ଣରେ ଯାହା ଶୁଣିଅଛୁ, ତଦନୁସାରେ ତୁମ୍ଭ ଛଡ଼ା ଆଉ ପରମେଶ୍ୱର କେହି ନାହିଁ ।
|
||
\v 23 ତୁମ୍ଭ ଲୋକ ଇସ୍ରାଏଲ ତୁଲ୍ୟ ପୃଥିବୀରେ ଆଉ କେଉଁ ଗୋଷ୍ଠୀ ଅଛି ? ସେମାନଙ୍କୁ ଆପଣା ଉଦ୍ଦେଶ୍ୟରେ ଏକ ଲୋକ ରୂପେ ମୁକ୍ତ କରିବାକୁ, ଓ ଆପଣା ନାମ କରିବାକୁ ପୁଣି ମିସରରୁ, ନାନା ଗୋଷ୍ଠୀ ଓ ସେମାନଙ୍କ ଦେବଗଣଠାରୁ ତୁମ୍ଭ ଉଦ୍ଦେଶ୍ୟରେ ମୁକ୍ତ ତୁମ୍ଭର ସେହି ଲୋକମାନଙ୍କ ସମ୍ମୁଖରେ ସେମାନଙ୍କ ପାଇଁ ମହତ କର୍ମ ଓ ତୁମ୍ଭ ଦେଶ ପାଇଁ ଭୟାନକ କର୍ମ କରିବାକୁ ପରମେଶ୍ୱର ଆଗମନ କରିଥିଲେ ।
|
||
\s5
|
||
\v 24 ପୁଣି ତୁମ୍ଭେ ଅନନ୍ତ କାଳ ଯାଏ ଆପଣା ଉଦ୍ଦେଶ୍ୟରେ ଏକ ଲୋକ କରିବା ନିମନ୍ତେ ଆପଣା ଲୋକ ଇସ୍ରାଏଲକୁ ଆପଣା ପାଇଁ ସ୍ଥାୟୀ କରିଅଛ । ଆଉ ହେ ସଦାପ୍ରଭୁ, ତୁମ୍ଭେ ସେମାନଙ୍କର ପରମେଶ୍ୱର ହୋଇଅଛ ।
|
||
\v 25 ଏବେ ହେ ସଦାପ୍ରଭୁ, ପରମେଶ୍ୱର, ତୁମ୍ଭେ ଆପଣା ଦାସ ବିଷୟରେ ଓ ତାହାର ବଂଶ ବିଷୟରେ ଯେଉଁ ବାକ୍ୟ କହିଅଛ, ତାହା ଅନନ୍ତ କାଳ ପର୍ଯ୍ୟନ୍ତ ଦୃଢ଼ କର ଓ ଯେପରି କହିଅଛ, ସେପରି କର ।
|
||
\v 26 "ପୁଣି ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଅଟନ୍ତି ଓ ତୁମ୍ଭ ଦାସ ଦାଉଦର ବଂଶ ତୁମ୍ଭ ସମ୍ମୁଖରେ ସ୍ଥାୟୀ ହେବ," ଏହି କଥା ଦ୍ୱାରା ତୁମ୍ଭ ନାମ ଅନନ୍ତ କାଳ ମହତ ହେଉ ।
|
||
\s5
|
||
\v 27 କାରଣ ହେ ସୈନ୍ୟାଧିପତି ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ମୁଁ ତୁମ୍ଭ ପାଇଁ ଏକ ବଂଶ ସ୍ଥାପନ କରିବି ବୋଲି ତୁମ୍ଭେ ଆପଣା ଦାସର କର୍ଣ୍ଣଗୋଚର କରିଅଛ; ଏହେତୁ ତୁମ୍ଭ ନିକଟରେ ଏହି ପ୍ରାର୍ଥନା କରିବା ପାଇଁ ତୁମ୍ଭର ଦାସ ସାହସ ପାଇଲା ।
|
||
\v 28 ଆଉ ଏବେ, ହେ ପ୍ରଭୁ, ସଦାପ୍ରଭୁ , ତୁମ୍ଭେ ହିଁ ପରମେଶ୍ୱର ଓ ତୁମ୍ଭର ବାକ୍ୟ ସତ୍ୟ, ପୁଣି ତୁମ୍ଭେ ଆପଣା ଦାସ ପ୍ରତି ଏହି ମଙ୍ଗଳ ପ୍ରତିଜ୍ଞା କରିଅଛ;
|
||
\v 29 ଏହେତୁ ଯେପରି ତୁମ୍ଭ ଦାସର ବଂଶ ତୁମ୍ଭ ସମ୍ମୁଖରେ ଅନନ୍ତ କାଳ ବିଦ୍ୟମାନ ରହିବ, ଏଥିପାଇଁ ଅନୁଗ୍ରହ କରି ତାକୁ ଆଶୀର୍ବାଦ କର; କାରଣ ହେ ପ୍ରଭୁ, ସଦାପ୍ରଭୁ, ତୁମ୍ଭେ ଆପେ ଏହା କହିଅଛ; ଏଣୁ ତୁମ୍ଭ ଦାସର ବଂଶ ତୁମ୍ଭ ଆଶୀର୍ବାଦରେ ଅନନ୍ତ କାଳ ଆଶୀର୍ବାଦଯୁକ୍ତ ହେଉ ।"
|
||
|
||
\s5
|
||
\c 8
|
||
\s ଦାଉଦଙ୍କ ସାମରିକ ବିଜୟ
|
||
\p
|
||
\v 1 ଅନନ୍ତର ଦାଉଦ ପଲେଷ୍ଟୀୟମାନଙ୍କୁ ପରାସ୍ତ କରି ନତ କଲେ ଓ ଦାଉଦ ପଲେଷ୍ଟୀୟମାନଙ୍କ ହସ୍ତରୁ ଗାଥ୍ ଏବଂ ମାତୃନଗରର କର୍ତ୍ତୃତ୍ୱ ନେଲେ ।
|
||
\s5
|
||
\v 2 ପୁଣି ସେ ମୋୟାବକୁ ପରାସ୍ତ କରି ସେହି ଲୋକମାନଙ୍କୁ ଭୂମିରେ ଶୟନ କରାଇ ଦଉଡ଼ିରେ ମାପିଲେ ଓ ସେ ବଧ କରିବା ପାଇଁ ଦୁଇ ଦଉଡ଼ି ଓ ଜୀବିତ ରଖିବା ପାଇଁ ସମ୍ପୂର୍ଣ୍ଣ ଏକ ଦଉଡ଼ି ମାପିଲେ । ତହିଁରେ ମୋୟାବୀୟମାନେ ଦାଉଦଙ୍କର ଦାସ ହୋଇ ତାଙ୍କୁ କର ଦେଲେ ।
|
||
\s5
|
||
\v 3 ସୋବାର ରାଜା ରହୋବର ପୁତ୍ର ହଦଦେଷର ଫରାତ୍ ନଦୀ ନିକଟରେ ଆପଣା ରାଜ୍ୟ ପୁନର୍ବାର ପାଇବାକୁ ଯିବା ସମୟରେ ଦାଉଦ ତାହାକୁ ପରାସ୍ତ କଲେ ।
|
||
\v 4 ପୁଣି ଦାଉଦ ତାହାଠାରୁ ଏକ ସହସ୍ର ସାତ ଶହ ଅଶ୍ୱାରୂଢ଼ ଓ କୋଡ଼ିଏ ସହସ୍ର ପଦାତିକ ସୈନ୍ୟ ନେଲେ; ଆଉ ଦାଉଦ ରଥ-ଅଶ୍ୱ ସମସ୍ତର ଗୋଡ଼-ଶିରା କାଟି ପକାଇଲେ, ମାତ୍ର ତହିଁ ମଧ୍ୟରୁ ଶହେ ରଥ ପାଇଁ ଅଶ୍ୱ ରଖିଲେ ।
|
||
\s5
|
||
\v 5 ଏଉତ୍ତାରେ ଦମ୍ମେଶକର ଅରାମୀୟମାନେ ସୋବାର ହଦଦେଷର ରାଜାର ସାହାଯ୍ୟ କରିବାକୁ ଆସନ୍ତେ, ଦାଉଦ ସେହି ଅରାମୀୟମାନଙ୍କର ବାଇଶ ହଜାର ଲୋକଙ୍କୁ ଆଘାତ କଲେ ।
|
||
\v 6 ତହୁଁ ଦାଉଦ ଦମ୍ମେଶକର ଅରାମ ଦେଶରେ ପ୍ରହରୀ-ଦଳ ସ୍ଥାପନ କଲେ; ପୁଣି ଅରାମୀୟ ଲୋକମାନେ ଦାଉଦଙ୍କର ଦାସ ହୋଇ କର ଆଣିଲେ । ଏହି ପ୍ରକାରେ ଦାଉଦ ଯେଉଁଆଡ଼େ ଗଲେ, ସଦାପ୍ରଭୁ ତାଙ୍କୁ ଜୟ ଦେଲେ ।
|
||
\s5
|
||
\v 7 ଆଉ, ଦାଉଦ ହଦଦେଷରର ଦାସମାନଙ୍କ ସୁବର୍ଣ୍ଣ ଢାଲସବୁ ନେଇ ଯିରୂଶାଲମକୁ ଆଣିଲେ ।
|
||
\v 8 ପୁଣି ଦାଉଦ ରାଜା ହଦଦେଷର-ଅଧିକାରସ୍ଥ ବେଟହ ଓ ବେରୋଥା ନଗରରୁ ବହୁ ପରିମାଣର ପିତ୍ତଳ ଆଣିଲେ ।
|
||
\s5
|
||
\v 9 ଅନନ୍ତର ଦାଉଦ ହଦଦେଷରର ସମସ୍ତ ସୈନ୍ୟଦଳକୁ ପରାସ୍ତ କରିଅଛନ୍ତି, ଏହା ହମାତର ରାଜା ତୟି ଶୁଣନ୍ତେ,
|
||
\v 10 ଦାଉଦ ରାଜାଙ୍କର ମଙ୍ଗଳ ବାର୍ତ୍ତା ପଚାରିବା ନିମନ୍ତେ ଓ ହଦଦେଷର ପ୍ରତିକୂଳରେ ଯୁଦ୍ଧ କରି ପରାସ୍ତ କରିବା ସକାଶୁ ତାଙ୍କୁ ଧନ୍ୟବାଦ ଦେବା ନିମନ୍ତେ ସେ ଆପଣା ପୁତ୍ର ଯୋରାମକୁ ତାଙ୍କ ନିକଟକୁ ପଠାଇଲା; ଯେହେତୁ ହଦଦେଷର ସଙ୍ଗେ ତୟିର ଯୁଦ୍ଧ ଥିଲା । ପୁଣି ଯୋରାମ୍ ଆପଣା ସଙ୍ଗେ ରୂପାପାତ୍ର ଓ ସୁନାପାତ୍ର ଓ ପିତ୍ତଳପାତ୍ର ନେଇ ଆସିଥିଲା ।
|
||
\s5
|
||
\v 11 ଦାଉଦ ରାଜା ଏହିସବୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର କଲେ, ପୁଣି ଯେସମସ୍ତ ଗୋଷ୍ଠୀକି ବଶୀଭୂତ କରିଥିଲେ, ସେମାନଙ୍କଠାରୁ,
|
||
\v 12 ଅର୍ଥାତ୍, ଅରାମ ଓ ମୋୟାବ ଓ ଅମ୍ମୋନ ସନ୍ତାନଗଣ ଓ ପଲେଷ୍ଟୀୟ ଲୋକ ଓ ଅମାଲେକୀୟମାନଙ୍କଠାରୁ ପ୍ରାପ୍ତ ସୁନା ଓ ରୂପା , ପୁଣି ସୋବାର ରାଜା ରହୋବର ପୁତ୍ର ହଦଦେଷରଠାରୁ ପ୍ରାପ୍ତ ଲୁଟଦ୍ରବ୍ୟ ମଧ୍ୟ ପବିତ୍ର କରିଥିଲେ ।
|
||
\s5
|
||
\v 13 ଆହୁରି ଦାଉଦ ଲବଣ ଉପତ୍ୟକାରେ ଅରାମୀୟମାନଙ୍କର ଅଠର ହଜାର ଲୋକ ବଧ କରି ଫେରି ଆସି ବଡ଼ ନାମ ପାଇଲେ ।
|
||
\v 14 ପୁଣି ସେ ଇଦୋମ ଦେଶରେ ପ୍ରହରୀଦଳ ସ୍ଥାପନ କଲେ; ସେ ଇଦୋମର ସର୍ବତ୍ର ପ୍ରହରୀଦଳ ସ୍ଥାପନ କଲେ, ଆଉ ଇଦୋମୀୟ ଲୋକ ସମସ୍ତେ ଦାଉଦଙ୍କର ଦାସ ହେଲେ । ଆଉ ଦାଉଦ ଯେଉଁଆଡ଼େ ଗଲେ, ସଦାପ୍ରଭୁ ତାଙ୍କୁ ଜୟ ଦେଲେ ।
|
||
\s5
|
||
\v 15 ଏହିରୂପେ ଦାଉଦ ସମୁଦାୟ ଇସ୍ରାଏଲ ଉପରେ ରାଜତ୍ୱ କଲେ; ପୁଣି ଦାଉଦ ଆପଣାର ସମସ୍ତ ଲୋକ ପ୍ରତି ବିଚାର ଓ ନ୍ୟାୟ କଲେ ।
|
||
\v 16 ଆଉ ସରୁୟାର ପୁତ୍ର ଯୋୟାବ ସୈନ୍ୟ ଉପରେ ପ୍ରଧାନ ଥିଲା; ଅହୀଲୂଦର ପୁତ୍ର ଯିହୋଶାଫଟ୍ ଇତିହାସ ଲେଖକ ଥିଲା;
|
||
\v 17 ପୁଣି ଅହୀଟୂବର ପୁତ୍ର ସାଦୋକ୍ ଓ ଅବୀୟାଥରର ପୁତ୍ର ଅହୀମେଲକ୍ ଯାଜକ ଥିଲେ; ସରାୟ ଲେଖକ ଥିଲା;
|
||
\v 18 ଆଉ ଯିହୋୟାଦାର ପୁତ୍ର ବନାୟ କରେଥୀୟ ଓ ପଲେଥୀୟମାନଙ୍କ ଉପରେ ନିଯୁକ୍ତ ଥିଲା, ପୁଣି ଦାଉଦଙ୍କର ପୁତ୍ରମାନେ ଯାଜକ ବା ଉପଦେଷ୍ଟା ଥିଲେ ।
|
||
|
||
\s5
|
||
\c 9
|
||
\s ଦାଉଦ ଓ ମଫୀବୋଶତ୍
|
||
\p
|
||
\v 1 ଅନନ୍ତର ଦାଉଦ ପଚାରିଲେ, "ଯୋନାଥନ ସକାଶୁ ମୁଁ ଯାହା ପ୍ରତି ଦୟା ପ୍ରକାଶ କରିପାରେ, ଏପରି କେହି କି ଶାଉଲଙ୍କ ବଂଶରେ ଅବଶିଷ୍ଟ ଅଛି ?"
|
||
\v 2 ତହିଁରେ ଲୋକମାନେ ସୀବଃ ନାମକ ଶାଉଲଙ୍କ ବଂଶର ଏକ ଦାସକୁ ଦାଉଦଙ୍କ ନିକଟକୁ ଡାକନ୍ତେ, ରାଜା ତାହାକୁ ପଚାରିଲେ, "ତୁମ୍ଭେ କି ସୀବଃ ?" ତହୁଁ ସେ କହିଲା, "ଆପଣଙ୍କ ଦାସ ସେହି ।"
|
||
\s5
|
||
\v 3 ତହିଁରେ ରାଜା ପଚାରିଲେ, "ମୁଁ ଯାହା ପ୍ରତି ପରମେଶ୍ୱରଙ୍କ ଦୟା ପ୍ରକାଶ କରି ପାରେ, ଏପରି କେହି କି ଏବେ ଶାଉଲଙ୍କ ବଂଶରେ ଅଛି ?" ଏଥିରେ ସୀବଃ ରାଜାଙ୍କୁ କହିଲା, "ଯୋନାଥନର ଏକ ପୁତ୍ର ଏବେ ଅଛି, ତାହାର ପାଦ ଛୋଟା ।"
|
||
\v 4 ତହୁଁ ରାଜା ତାହାକୁ ପଚାରିଲେ, "ସେ କେଉଁଠାରେ ଅଛି ?" ତହିଁରେ ସୀବଃ ରାଜାଙ୍କୁ କହିଲା, "ଦେଖନ୍ତୁ, ସେ ଲୋ-ଦବାରରେ ଅମ୍ମୀୟେଲର ପୁତ୍ର ମାଖୀରର ଗୃହରେ ଅଛି ।"
|
||
\s5
|
||
\v 5 ତେବେ ଦାଉଦ ରାଜା ଲୋ-ଦବାରକୁ ଲୋକ ପଠାଇ ଅମ୍ମୀୟେଲର ପୁତ୍ର ମାଖୀରର ଗୃହରୁ ତାହାକୁ ଅଣାଇଲେ ।
|
||
\v 6 ଏଥିରେ ଶାଉଲଙ୍କର ପୌତ୍ର, ଯୋନାଥନର ପୁତ୍ର ମଫୀବୋଶତ୍ ଦାଉଦଙ୍କ ନିକଟକୁ ଆସି ମୁହଁ ମାଡ଼ି ପଡ଼ି ପ୍ରଣାମ କଲା । ତହୁଁ ଦାଉଦ କହିଲେ, "ହେ ମଫୀବୋଶତ୍ ।" ସେ ଉତ୍ତର କଲା, "ଦେଖନ୍ତୁ, ଆପଣଙ୍କ ଦାସ ଉପସ୍ଥିତ ଅଛି ।"
|
||
\s5
|
||
\v 7 ତହିଁରେ ଦାଉଦ ତାହାକୁ କହିଲେ, "ଭୟ ନ କର; କାରଣ ମୁଁ ତୁମ୍ଭ ପିତା ଯୋନାଥନ ସକାଶୁ ଅବଶ୍ୟ ତୁମ୍ଭ ପ୍ରତି ଦୟା ପ୍ରକାଶ କରିବି ଓ ତୁମ୍ଭ ପିତାମହ ଶାଉଲଙ୍କର ସମସ୍ତ ଭୂମି ତୁମ୍ଭକୁ ଫେରାଇ ଦେବି ଓ ତୁମ୍ଭେ ନିତ୍ୟ ମୋହର ମେଜରେ ଭୋଜନ କରିବ ।"
|
||
\v 8 ତେଣୁ ସେ ପ୍ରଣାମ କରି କହିଲା, "ମୁଁ ତ ମଲା କୁକୁର ପରି, ଆପଣ ଯେ ମୋତେ ଅନାଇବେ, ଆପଣଙ୍କ ଦାସ ଏପରି କଅଣ ?"
|
||
\s5
|
||
\v 9 ତେବେ ରାଜା ଶାଉଲଙ୍କର ଦାସ ସୀବଃକୁ ଡାକି କହିଲେ, "ମୁଁ ତୁମ୍ଭ କର୍ତ୍ତାର ପୁତ୍ରକୁ ଶାଉଲଙ୍କର ଓ ତାଙ୍କ ବଂଶର ସର୍ବସ୍ୱ ଦେଲି ।
|
||
\v 10 ଆଉ ତୁମ୍ଭେ ଓ ତୁମ୍ଭ ପୁତ୍ରମାନେ ଓ ତୁମ୍ଭ ଦାସମାନେ ତାହା ପାଇଁ ଭୂମିର କୃଷିକର୍ମ କରିବ ଓ ତୁମ୍ଭ କର୍ତ୍ତାର ପୁତ୍ରର ଖାଦ୍ୟ ନିମନ୍ତେ ତହିଁର ଫଳ ଆଣି ଦେବ; ମାତ୍ର ତୁମ୍ଭ କର୍ତ୍ତାର ପୁତ୍ର ମଫୀବୋଶତ୍ ନିତ୍ୟ ମୋହର ମେଜରେ ଭୋଜନ କରିବ ।" ଏହି ସୀବଃର ପନ୍ଦର ପୁତ୍ର ଓ କୋଡ଼ିଏ ଦାସ ଥିଲେ ।
|
||
\s5
|
||
\v 11 ତେବେ ସୀବଃ ରାଜାଙ୍କୁ କହିଲା, "ଆମ୍ଭ ପ୍ରଭୁ ମହାରାଜ ଆପଣା ଦାସକୁ ଯେସବୁ ଆଜ୍ଞା ଦେଉଅଛନ୍ତି, ତଦନୁସାରେ ଆପଣଙ୍କ ଦାସ କରିବ ।" ମଫୀବୋଶତ୍ ବିଷୟରେ ରାଜା କହିଲେ, "ସେ ଏକ ରାଜପୁତ୍ର ପରି ଆମ୍ଭ ମେଜରେ ଭୋଜନ କରିବ ।"
|
||
\v 12 ସେହି ମଫୀବୋଶତ୍ର ଏକ ସାନ ପୁତ୍ର ଥିଲା, ତାହାର ନାମ ମୀଖା । ପୁଣି ସୀବଃର ଗୃହରେ ବାସକାରୀ ସମସ୍ତ ଲୋକ ମଫୀବୋଶତ୍ର ଦାସ ହେଲେ ।
|
||
\v 13 ଏହିରୂପେ, ମଫୀବୋଶତ୍ ଯିରୂଶାଲମରେ ବାସ କଲା; ସେ ନିତ୍ୟ ରାଜମେଜରେ ଭୋଜନ କଲା; ଯଦିଓ ତାହାର ଦୁଇ ପାଦ ଛୋଟା ଥିଲା ।
|
||
|
||
\s5
|
||
\c 10
|
||
\s ଅମ୍ମୋନୀୟ ଓ ଅରାମୀୟର ପରାଜୟ
|
||
\p
|
||
\v 1 ଏଥି ଉତ୍ତାରେ ଅମ୍ମୋନ-ସନ୍ତାନଗଣର ରାଜା ମରନ୍ତେ, ତାହାର ପୁତ୍ର ହାନୂନ୍ ତାହାର ବଦଳରେ ରାଜା ହେଲା ।
|
||
\v 2 ତହିଁରେ ଦାଉଦ କହିଲେ, "ହାନୂନର ପିତା ନାହଶ ଯେପରି ମୋ' ପ୍ରତି ଦୟା ପ୍ରକାଶ କରିଥିଲା, ସେପରି ମୁଁ ହାନୂନ୍ ପ୍ରତି ଦୟା ପ୍ରକାଶ କରିବି ।" ତେଣୁ ତାହାକୁ ପିତୃଶୋକରୁ ସାନ୍ତ୍ୱନା କରିବା ନିମନ୍ତେ ଦାଉଦ ଆପଣା ଦାସମାନଙ୍କୁ ପଠାଇଲେ । ତହୁଁ ଦାଉଦଙ୍କର ଦାସମାନେ ଅମ୍ମୋନ-ସନ୍ତାନଗଣର ଦେଶରେ ଉପସ୍ଥିତ ହେଲେ ।
|
||
\v 3 ମାତ୍ର ଅମ୍ମୋନ-ସନ୍ତାନଗଣର ଅଧିପତିମାନେ ସେମାନଙ୍କ ପ୍ରଭୁ ହାନୂନ୍କୁ କହିଲେ, "ଦାଉଦ ଆପଣଙ୍କ ନିକଟକୁ ସାନ୍ତ୍ୱନାକାରୀମାନଙ୍କୁ ପଠାଇଅଛି ବୋଲି ସେ ଯେ ଆପଣଙ୍କ ପିତାଙ୍କର ସମ୍ଭ୍ରମ କରୁଅଛି, ଏହା କି ଆପଣ ବିଚାର କରନ୍ତି ? ଦାଉଦ କି ନଗର ଅନୁସନ୍ଧାନ କରିବା ଅଭିପ୍ରାୟରେ ତହିଁରେ ଭ୍ରମଣ କରିବାକୁ ଓ ତାହା ନାଶ କରିବାକୁ ଆପଣା ଦାସମାନଙ୍କୁ ତୁମ୍ଭ କତିକି ପଠାଇ ନାହିଁ ?"
|
||
\s5
|
||
\v 4 ତହିଁରେ ହାନୂନ୍ ଦାଉଦଙ୍କର ଦାସମାନଙ୍କୁ ଧରି ସେମାନଙ୍କ ଦାଢ଼ିର ଅଧେ କ୍ଷୌର କଲା ଓ ସେମାନଙ୍କ ପିଚା ପାଖ ବସ୍ତ୍ର ମଝିରୁ କାଟି ପକାଇ ସେମାନଙ୍କୁ ବିଦାୟ କରିଦେଲା ।
|
||
\v 5 ତହୁଁ ସେମାନେ ଦାଉଦଙ୍କୁ ଏହା ଜ୍ଞାତ କରାନ୍ତେ, ସେ ସେମାନଙ୍କୁ ଭେଟିବା ପାଇଁ ଲୋକ ପଠାଇଲେ; କାରଣ ସେମାନେ ଅତିଶୟ ଲଜ୍ଜିତ ଥିଲେ । ପୁଣି ରାଜା କହିଲେ, "ତୁମ୍ଭମାନଙ୍କ ଦାଢ଼ି ବଢ଼ିବା ପର୍ଯ୍ୟନ୍ତ ଯିରୀହୋରେ ଥାଅ, ତହିଁ ଉତ୍ତାରେ ଫେରି ଆସିବ ।"
|
||
\s5
|
||
\v 6 ଏଥିରେ ଅମ୍ମୋନ-ସନ୍ତାନମାନେ ଦେଖିଲେ ଯେ, ସେମାନେ ଦାଉଦଙ୍କ ସମ୍ମୁଖରେ ଦୁର୍ଗନ୍ଧ ସ୍ୱରୂପ ହୋଇଅଛନ୍ତି, ଏହେତୁ ଅମ୍ମୋନ-ସନ୍ତାନଗଣ ଲୋକ ପଠାଇ ବୈଥ୍ରହୋବସ୍ଥ ଓ ସୋବାସ୍ଥିତ ଅରାମୀୟ କୋଡ଼ିଏ ହଜାର ପଦାତିକକୁ ଓ ଏକ ହଜାର ଲୋକ ସହିତ ମାଖାର ରାଜାକୁ ଓ ଟୋବର ବାର ହଜାର ଲୋକଙ୍କୁ ବେତନ ଦେଇ ରଖିଲେ ।
|
||
\v 7 ଆଉ ଦାଉଦ ଏହା ଶୁଣି ଯୋୟାବକୁ ଓ ବୀର ସୈନ୍ୟ ସମସ୍ତଙ୍କୁ ପଠାଇଲେ ।
|
||
\v 8 ତହିଁରେ ଅମ୍ମୋନ-ସନ୍ତାନଗଣ ବାହାର ହୋଇ ଆସି ଦ୍ୱାର-ପ୍ରବେଶ ସ୍ଥାନ ନିକଟରେ ଯୁଦ୍ଧ କରିବାକୁ ପ୍ରସ୍ତୁତ କଲେ; ପୁଣି ସୋବା ଓ ରହୋବର ଅରାମୀୟ ଲୋକମାନେ, ଆଉ ଟୋବର ଓ ମାଖାର ଲୋକମାନେ କ୍ଷେତ୍ରରେ ଅଲଗା ରହିଲେ ।
|
||
\s5
|
||
\v 9 ଏହିରୂପେ ଯୋୟାବ ଆପଣା ବିରୁଦ୍ଧରେ ଆଗେ ଓ ପଛେ ଯୁଦ୍ଧ ପ୍ରସ୍ତୁତ ହେବାର ଦେଖି ଇସ୍ରାଏଲର ସମୁଦାୟ ବଛା ଲୋକ ମଧ୍ୟରୁ ଲୋକ ବାଛି ଅରାମୀୟମାନଙ୍କ ବିରୁଦ୍ଧରେ ସୈନ୍ୟ ସଜାଇଲା ।
|
||
\v 10 ପୁଣି ସେ ଅବଶିଷ୍ଟ ଲୋକମାନଙ୍କୁ ଆପଣା ଭାଇ ଅବୀଶୟ ହସ୍ତରେ ସମର୍ପଣ କଲା; ତହିଁରେ ସେ ସେମାନଙ୍କୁ ନେଇ ଅମ୍ମୋନ-ସନ୍ତାନଗଣ ବିରୁଦ୍ଧରେ ସୈନ୍ୟ ସଜାଇଲା ।
|
||
\s5
|
||
\v 11 ପୁଣି ସେ କହିଲା, "ଯେବେ ଅରାମୀୟମାନେ ମୋତେ ବଳିବେ, ତେବେ ତୁମ୍ଭେ ମୋତେ ସାହାଯ୍ୟ କରିବ; ମାତ୍ର ଯେବେ ଅମ୍ମୋନ-ସନ୍ତାନମାନେ ତୁମ୍ଭକୁ ବଳିବେ, ତେବେ ମୁଁ ଆସି ତୁମ୍ଭକୁ ସାହାଯ୍ୟ କରିବି ।
|
||
\v 12 ବଳବାନ ହୁଅ, ଆମ୍ଭେମାନେ ଆପଣା ଲୋକମାନଙ୍କ ନିମନ୍ତେ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନଗରମାନଙ୍କ ନିମନ୍ତେ ଆପଣାମାନଙ୍କୁ ବଳବାନ କରୁ; ପୁଣି ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ଭଲ, ସେ ତାହା କରନ୍ତୁ ।"
|
||
\s5
|
||
\v 13 ତହିଁରେ ଯୋୟାବ ଓ ତାହାର ସଙ୍ଗୀ ଲୋକମାନେ ଅରାମୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ନିକଟକୁ ଆସନ୍ତେ, ସେମାନେ ତାଙ୍କ ସମ୍ମୁଖରୁ ପଳାଇଲେ ।
|
||
\v 14 ଏଥିରେ ଅରାମୀୟମାନଙ୍କୁ ପଳାଇବାର ଦେଖି ଅମ୍ମୋନ-ସନ୍ତାନଗଣ ମଧ୍ୟ ଅବୀଶୟ ସମ୍ମୁଖରୁ ପଳାଇ ନଗରରେ ପ୍ରବେଶ କଲେ । ତେବେ ଯୋୟାବ ଅମ୍ମୋନ-ସନ୍ତାନମାନଙ୍କ ନିକଟରୁ ଯିରୂଶାଲମକୁ ଫେରି ଆସିଲା ।
|
||
\s5
|
||
\v 15 ଏଉତ୍ତାରେ ଅରାମୀୟମାନେ ଇସ୍ରାଏଲ ସମ୍ମୁଖରେ ଆପଣାମାନଙ୍କୁ ପରାସ୍ତ ଦେଖି ଏକତ୍ର ହେଲେ ।
|
||
\v 16 ପୁଣି ହଦଦେଷର ଲୋକ ପଠାଇ ଫରାତ୍ ନଦୀର ସେପାରିସ୍ଥିତ ଅରାମୀୟମାନଙ୍କୁ ଅଣାଇଲା; ତହୁଁ ସେମାନେ ହେଲମକୁ ଆସିଲେ; ହଦଦେଷରର ସେନାପତି ଶୋବକ ସେମାନଙ୍କର ଅଗ୍ରଗାମୀ ଥିଲା ।
|
||
\s5
|
||
\v 17 ଏଉତ୍ତାରେ ଦାଉଦଙ୍କୁ ଏହା ଜ୍ଞାତ କରାଯା'ନ୍ତେ, ସେ ସମୁଦାୟ ଇସ୍ରାଏଲକୁ ଏକତ୍ର କରି ଯର୍ଦ୍ଦନ ପାର ହୋଇ ହେଲମକୁ ଆସିଲେ । ତହିଁରେ ଅରାମୀୟମାନେ ଦାଉଦଙ୍କ ସମ୍ମୁଖରେ ସୈନ୍ୟ ସଜାଇ ତାଙ୍କ ସଙ୍ଗେ ଯୁଦ୍ଧ କଲେ ।
|
||
\v 18 ମାତ୍ର ଅରାମୀୟମାନେ ଇସ୍ରାଏଲ ସମ୍ମୁଖରୁ ପଳାଇଲେ; ପୁଣି ଦାଉଦ ଅରାମୀୟମାନଙ୍କ ସାତ ଶହ ରଥାରୂଢ଼ ଓ ଚାଳିଶ ହଜାର ଅଶ୍ୱାରୂଢ଼ ସୈନ୍ୟ ବଧ କଲେ, ପୁଣି ସେ ସେମାନଙ୍କ ସେନାପତି ଶୋବକକୁ ଆଘାତ କରନ୍ତେ, ସେ ସେହିଠାରେ ମଲା ।
|
||
\v 19 ତହୁଁ ହଦଦେଷରର ଅଧୀନ ସମସ୍ତ ରାଜା ଇସ୍ରାଏଲ ସମ୍ମୁଖରେ ଆପଣାମାନଙ୍କୁ ପରାସ୍ତ ଦେଖି ଇସ୍ରାଏଲ ସହିତ ଶାନ୍ତିର ଚୁକ୍ତି କରି ସେମାନଙ୍କର ଦାସ ହେଲେ । ଏହେତୁ ଅରାମୀୟମାନେ ଅମ୍ମୋନ-ସନ୍ତାନଗଣକୁ ଆଉ ସାହାଯ୍ୟ କରିବାକୁ ଭୟ କଲେ ।
|
||
|
||
\s5
|
||
\c 11
|
||
\s ଦାଉଦ ଓ ବତ୍ଶେବା
|
||
\p
|
||
\v 1 ଅନନ୍ତର ବର୍ଷର ପରିବର୍ତ୍ତନ ସମୟରେ ରାଜାମାନେ ଯୁଦ୍ଧକୁ ଯିବା ବେଳେ ଦାଉଦ ଯୋୟାବକୁ ଓ ତାହା ସହିତ ଆପଣା ଦାସମାନଙ୍କୁ ଓ ସମୁଦାୟ ଇସ୍ରାଏଲକୁ ପଠାଇଲେ; ତହିଁରେ ସେମାନେ ଅମ୍ମୋନ-ସନ୍ତାନମାନଙ୍କୁ ସଂହାର କରି ରବ୍ବା ନଗର ଅବରୋଧ କଲେ । ମାତ୍ର ଦାଉଦ ଯିରୂଶାଲମରେ ରହିଲେ ।
|
||
\s5
|
||
\v 2 ଦିନେ ସନ୍ଧ୍ୟା ସମୟରେ ଦାଉଦ ଆପଣା ଶଯ୍ୟାରୁ ଉଠି ରାଜଗୃହର ଛାତ ଉପରେ ବୁଲୁଥିଲେ; ପୁଣି ସେହି ଛାତ ଉପରୁ ସେ ଏକ ସ୍ତ୍ରୀକୁ ସ୍ନାନ କରୁଥିବା ଦେଖିଲେ; ସେହି ସ୍ତ୍ରୀ ଦେଖିବାକୁ ଅତି ସୁନ୍ଦରୀ ଥିଲା ।
|
||
\v 3 ତେଣୁ ଦାଉଦ ସେହି ସ୍ତ୍ରୀର ବିଷୟ ବୁଝିବା ପାଇଁ ଲୋକ ପଠାନ୍ତେ ଜଣେ କହିଲା, "ସେ କ'ଣ ଇଲୀୟାମର କନ୍ୟା ହିତ୍ତୀୟ ଊରୀୟର ଭାର୍ଯ୍ୟା ବତ୍ଶେବା ନୁହେଁ ?"
|
||
\s5
|
||
\v 4 ତହୁଁ ଦାଉଦ ଦୂତ ପଠାଇ ତାହାକୁ ଆଣିଲେ, ପୁଣି ସେ ତାଙ୍କ ନିକଟକୁ ଆସନ୍ତେ, ଦାଉଦ ତାହା ସହିତ ଶୟନ କଲେ; ସେସମୟରେ ସେ ସ୍ତ୍ରୀ ଋତୁସ୍ନାନ କରିଥିଲା । ଏଉତ୍ତାରେ ସେ ଆପଣା ଗୃହକୁ ଫେରିଗଲା ।
|
||
\v 5 ଅନନ୍ତର ସେ ସ୍ତ୍ରୀ ଗର୍ଭବତୀ ହୁଅନ୍ତେ, ଦାଉଦଙ୍କ ନିକଟକୁ ଲୋକ ପଠାଇ ଜଣାଇ କହିଲା, "ମୁଁ ଗର୍ଭବତୀ ହୋଇଅଛି ।"
|
||
\s5
|
||
\v 6 ତହୁଁ ଦାଉଦ ଯୋୟାବ ନିକଟକୁ ଲୋକ ପଠାଇ କହିଲେ, "ହିତ୍ତୀୟ ଊରୀୟକୁ ମୋ' ନିକଟକୁ ପଠାଇଦିଅ ।" ତହିଁରେ ଯୋୟାବ ଊରୀୟକୁ ଦାଉଦଙ୍କ ନିକଟକୁ ପଠାଇଦେଲା ।
|
||
\v 7 ତେଣୁ ଊରୀୟ ଉପସ୍ଥିତ ହୁଅନ୍ତେ, ଦାଉଦ ତାହାକୁ ଯୋୟାବର କୁଶଳ ବାର୍ତ୍ତା ଓ ଲୋକମାନଙ୍କର କୁଶଳ ବାର୍ତ୍ତା ଓ ଯୁଦ୍ଧର କୁଶଳ ବାର୍ତ୍ତା ପଚାରିଲେ ।
|
||
\v 8 ପୁଣି ଦାଉଦ ଊରୀୟକୁ କହିଲେ, "ଆପଣା ଗୃହକୁ ଯାଇ ପାଦ ପ୍ରକ୍ଷାଳନ କର ।" ତହିଁରେ ଊରୀୟ ରାଜଗୃହରୁ ବାହାରିଗଲା, ପୁଣି ତା' ପଛେ ପଛେ ରାଜାଙ୍କ ନିକଟରୁ ଉପହାର ଗଲା ।
|
||
\s5
|
||
\v 9 ମାତ୍ର ଊରୀୟ ଆପଣା ପ୍ରଭୁର ଦାସଗଣ ସହିତ ରାଜଗୃହ ଦ୍ୱାରରେ ଶୟନ କଲା, ଆଉ ଆପଣା ଗୃହକୁ ଗଲା ନାହିଁ ।
|
||
\v 10 ଏଥିରେ ଊରୀୟ ଆପଣା ଗୃହକୁ ଯାଇ ନାହିଁ, ଏହା ଲୋକମାନେ ଦାଉଦଙ୍କୁ ଜଣାନ୍ତେ, ଦାଉଦ ଊରୀୟକୁ କହିଲେ, "ତୁମ୍ଭେ କ'ଣ ଯାତ୍ରାରୁ ଆସି ନାହଁ ? ଆପଣା ଗୃହକୁ କାହିଁକି ଗଲ ନାହିଁ ?"
|
||
\v 11 ତେବେ ଊରୀୟ ଦାଉଦଙ୍କୁ କହିଲା, "ସିନ୍ଦୁକ ଓ ଇସ୍ରାଏଲ ଓ ଯିହୁଦା ପତ୍ରକୁଟୀରରେ ଅଛନ୍ତି ଓ ମୋ' ପ୍ରଭୁ ଯୋୟାବ ଓ ମୋହର ପ୍ରଭୁଙ୍କ ଦାସମାନେ ପଦାରେ ଛାଉଣି କରିଅଛନ୍ତି, ତେବେ ମୁଁ କ'ଣ ଭୋଜନ କରିବାକୁ ଓ ପାନ କରିବାକୁ ଓ ଭାର୍ଯ୍ୟା ସଙ୍ଗେ ଶୟନ କରିବାକୁ ଆପଣା ଗୃହକୁ ଯିବି ? ଆପଣ ଜୀବିତ ଓ ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ ମୁଁ ଏକଥା କରିବି ନାହିଁ ।"
|
||
\s5
|
||
\v 12 ଏଥିରେ ଦାଉଦ ଊରୀୟକୁ କହିଲେ, "ଆଜି ମଧ୍ୟ ଏଠାରେ ଥାଅ, ମୁଁ କାଲି ତୁମ୍ଭକୁ ବିଦାୟ କରିବି ।" ତହୁଁ ଊରୀୟ ସେ ଦିନ ଓ ପର ଦିନ ଯିରୂଶାଲମରେ ରହିଲା ।
|
||
\v 13 ଆଉ ଦାଉଦ ତାହାକୁ ନିମନ୍ତ୍ରଣ କରନ୍ତେ, ସେ ତାଙ୍କ ସମ୍ମୁଖରେ ଭୋଜନପାନ କଲା; ପୁଣି ଦାଉଦ ତାହାକୁ ମାତ୍ତାଲ କରାଇଲେ; ତଥାପି ସନ୍ଧ୍ୟାକାଳେ ସେ ଆପଣା ପ୍ରଭୁର ଦାସଗଣ ସହିତ ଆପଣା ଶଯ୍ୟାରେ ଶୟନ କରିବାକୁ ଗଲା, ମାତ୍ର ଆପଣା ଗୃହକୁ ଗଲା ନାହିଁ ।
|
||
\s5
|
||
\v 14 ଏଣୁ ଦାଉଦ ସକାଳେ ଯୋୟାବ ନିକଟକୁ ପତ୍ର ଲେଖି ଊରୀୟ ହାତରେ ତାହା ପଠାଇଲେ ।
|
||
\v 15 ପତ୍ରରେ ସେ ଏହା ଲେଖିଥିଲେ, ଯଥା, "ଯେପରି ଊରୀୟ ଆହତ ହୋଇ ମରିବ, ଏଥିପାଇଁ ତୁମ୍ଭେମାନେ ଘୋର ଯୁଦ୍ଧ ସମ୍ମୁଖରେ ତାହାକୁ ନିଯୁକ୍ତ କରି ତାହା ନିକଟରୁ ଘୁଞ୍ଚିଯିବ ।"
|
||
\s5
|
||
\v 16 ପୁଣି ଯୋୟାବ ନଗର ନିରୀକ୍ଷଣ କରିବା ବେଳେ ବିକ୍ରମଶାଳୀ ଲୋକମାନେ କେଉଁଠାରେ ଅଛନ୍ତି, ଏହା ଜାଣି ସେ ଊରୀୟକୁ ସେଠାରେ ନିଯୁକ୍ତ କଲା ।
|
||
\v 17 ଏଉତ୍ତାରେ ନଗରର ଲୋକମାନେ ବାହାରେ ଯାଇ ଯୋୟାବ ସଙ୍ଗେ ଯୁଦ୍ଧ କଲେ, ତହିଁରେ ଦାଉଦଙ୍କର ଦାସମାନଙ୍କ ମଧ୍ୟରୁ କେତେ ଲୋକ ପତିତ ହେଲେ ଓ ହିତ୍ତୀୟ ଊରୀୟ ମଧ୍ୟ ମଲା ।
|
||
\s5
|
||
\v 18 ତେବେ ଯୋୟାବ ଲୋକ ପଠାଇ ଦାଉଦଙ୍କୁ ଯୁଦ୍ଧର ସମସ୍ତ କଥା ଜଣାଇଲା;
|
||
\v 19 ପୁଣି ଦୂତକୁ ଆଜ୍ଞା ଦେଇ କହିଲା, "ତୁମ୍ଭେ ରାଜାଙ୍କୁ ଯୁଦ୍ଧର ସମସ୍ତ କଥା ଜଣାଇଲା ଉତ୍ତାରେ,
|
||
\v 20 ଯେବେ ରାଜାଙ୍କର କ୍ରୋଧ ଉଠେ ଓ ସେ ତୁମ୍ଭକୁ କହନ୍ତି, 'କାହିଁକି ତୁମ୍ଭେମାନେ ଯୁଦ୍ଧ କରିବା ପାଇଁ ନଗରର ଏତେ ନିକଟକୁ ଗଲ ? ସେମାନେ ପ୍ରାଚୀରରୁ ବାଣ ମାରିବେ ବୋଲି କ'ଣ ତୁମ୍ଭେମାନେ ଜାଣିଲ ନାହିଁ ?
|
||
\s5
|
||
\v 21 ଯିରୁବ୍ବେଶତର ପୁତ୍ର ଅବୀମେଲକକୁ କିଏ ମାରିଲା ? ଜଣେ ସ୍ତ୍ରୀ ପ୍ରାଚୀରରୁ ତାହା ଉପରକୁ ଚକି ଉପର-ପଟ ପକାନ୍ତେ, ସେ କ'ଣ ତେବେସରେ ମଲା ନାହିଁ ? କାହିଁକି ତୁମ୍ଭେମାନେ ପ୍ରାଚୀରର ଏତେ ନିକଟକୁ ଗଲ ?' ତେବେ ତୁମ୍ଭେ କହିବ, 'ଆପଣଙ୍କ ଦାସ ହିତ୍ତୀୟ ଊରୀୟ ମଧ୍ୟ ମରିଅଛି ।'"
|
||
\s5
|
||
\v 22 ତହିଁରେ ସେହି ଦୂତ ପ୍ରସ୍ଥାନ କରି, ଯୋୟାବ ଯହିଁ ପାଇଁ ତାହାକୁ ପଠାଇଥିଲା, ସେସମସ୍ତ ଦାଉଦଙ୍କୁ ଯାଇ ଜଣାଇଲା ।
|
||
\v 23 ସେହି ଦୂତ ଦାଉଦଙ୍କୁ କହିଲା, "ସେ ଲୋକମାନେ ଆମ୍ଭମାନଙ୍କ ଉପରେ ପ୍ରବଳ ହୋଇ ପଦାକୁ ଆମ୍ଭମାନଙ୍କ ନିକଟକୁ ବାହାରି ଆସିଲେ, ତହୁଁ ଆମ୍ଭେମାନେ ଦ୍ୱାର-ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ସେମାନଙ୍କୁ ଆକ୍ରମଣ କରି କରି ଗଲୁ ।
|
||
\s5
|
||
\v 24 ଏଥିରେ ଧନୁର୍ଦ୍ଧରମାନେ ପ୍ରାଚୀରରୁ ଆପଣଙ୍କ ଦାସମାନଙ୍କ ଉପରେ ବାଣ ନିକ୍ଷେପ କଲେ; ତହୁଁ ମହାରାଜଙ୍କର କେତେକ ଦାସ ମଲେ ଓ ଆପଣଙ୍କ ଦାସ ହିତ୍ତୀୟ ଊରୀୟ ମଧ୍ୟ ମଲା ।"
|
||
\v 25 ସେତେବେଳେ ଦାଉଦ ସେହି ଦୂତକୁ କହିଲେ, "ତୁମ୍ଭେ ଯୋୟାବକୁ ଏପରି କହିବ, 'ଏଥିରେ ତୁମ୍ଭେ ଦୁଃଖିତ ହୁଅ ନାହିଁ, କାରଣ ଖଡ଼୍ଗ ଯେପରି ଏକକୁ, ସେପରି ଅନ୍ୟକୁ ଗ୍ରାସ କରେନ୍ତ ତୁମ୍ଭେ ନଗର ପ୍ରତିକୂଳରେ ଆହୁରି ଦୃଢ଼ ଯୁଦ୍ଧ କରି ତାହା ଉଚ୍ଛିନ୍ନ କର,' ଏହିରୂପେ ତୁମ୍ଭେ ତାହାକୁ ସାହସିକ କର ।"
|
||
\s5
|
||
\v 26 ଏଉତ୍ତାରେ ଊରୀୟର ଭାର୍ଯ୍ୟା ଆପଣା ସ୍ୱାମୀ ଊରୀୟର ମୃତ୍ୟୁ ସମ୍ବାଦ ପାଇ ଆପଣା ସ୍ୱାମୀ ନିମନ୍ତେ ବିଳାପ କଲା ।
|
||
\v 27 ପୁଣି ଶୋକ କରିବା ସମୟ ଗତ ହୁଅନ୍ତେ, ଦାଉଦ ଲୋକ ପଠାଇ ତାହାକୁ ଆପଣା ଗୃହକୁ ନେଲେ, ତହୁଁ ସେ ତାଙ୍କର ଭାର୍ଯ୍ୟା ହେଲା ଓ ତାଙ୍କର ଏକ ପୁତ୍ର ପ୍ରସବ କଲା । ମାତ୍ର ଦାଉଦ ଏହି ଯେଉଁ କର୍ମ କଲେ, ତାହା ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ ଥିଲା ।
|
||
|
||
\s5
|
||
\c 12
|
||
\s ନାଥନଙ୍କ ବାର୍ତ୍ତା ଓ ଦାଉଦଙ୍କ ଅନୁତାପ
|
||
\p
|
||
\v 1 ଅନନ୍ତର ସଦାପ୍ରଭୁ ଦାଉଦଙ୍କ ନିକଟକୁ ନାଥନଙ୍କୁ ପ୍ରେରଣ କଲେ । ତହୁଁ ସେ ତାଙ୍କ ନିକଟକୁ ଆସି ତାଙ୍କୁ କହିଲେ, "ଏକ ନଗରରେ ଦୁଇ ଲୋକ ଥିଲେ; ଜଣେ ଧନୀ ଓ ଜଣେ ଦରିଦ୍ର ।
|
||
\v 2 ଧନୀ ଲୋକର ଅତି ପ୍ରଚୁର ଗୋମେଷାଦି ଓ ପଲ ଥିଲା;
|
||
\v 3 ମାତ୍ର ଦରିଦ୍ର ଲୋକର ଗୋଟିଏ ସାନ ମେଷବତ୍ସା ବିନା ଅନ୍ୟ ଆଉ କିଛି ନ ଥିଲା, ଯାହା ସେ କିଣି ପାଳିଥିଲା; ତାହା ସଙ୍ଗେ ଓ ତାହାର ବାଳକମାନଙ୍କ ସଙ୍ଗେ ସେ ଏକତ୍ର ବଢ଼ିଲା; ସେ ତାହାର ନିଜ ତୁଣ୍ଡର ଆହାରରୁ ଖାଇଲା ଓ ତାହାର ନିଜ ପାତ୍ରରୁ ପାନ କଲା ଓ ତାହାର କୋଳରେ ଶୟନ କଲା, ପୁଣି ତାହା ପ୍ରତି ସେ କନ୍ୟା ତୁଲ୍ୟ ଥିଲା ।
|
||
\s5
|
||
\v 4 ଦିନେ ସେହି ଧନୀ ଲୋକ ନିକଟକୁ ଜଣେ ଯାତ୍ରୀ ଆସିଲା, କିନ୍ତୁ ସେ ଧନୀ ଲୋକ ଆପଣା ନିକଟକୁ ଆଗତ ପଥିକ ପାଇଁ ରାନ୍ଧିବାକୁ ନିଜ ପଲରୁ ଓ ନିଜ ଗୋଠରୁ ନେବାକୁ କୁଣ୍ଠିତ ହେଲା, ମାତ୍ର ସେହି ଦରିଦ୍ର ଲୋକର ମେଷବତ୍ସାଟିକି ନେଇ ଆଗନ୍ତୁକ ଲୋକ ପାଇଁ ରାନ୍ଧିଲା ।"
|
||
\v 5 ଏଥିରେ ସେହି ଧନୀ ଲୋକ ପ୍ରତି ଦାଉଦଙ୍କର କ୍ରୋଧ ଅତିଶୟ ପ୍ରଜ୍ୱଳିତ ହେଲା; ପୁଣି ସେ ନାଥନଙ୍କୁ କହିଲେ, "ଯେଉଁ ବ୍ୟକ୍ତି ଏହା କରିଅଛି, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ସେ ମୃତ୍ୟୁଯୋଗ୍ୟ;
|
||
\v 6 ସେ ଏହି କର୍ମ କରିବାରୁ ଓ ସେ କିଛି ଦୟା ନ କରିବାରୁ ସେହି ମେଷବତ୍ସାର ଚାରିଗୁଣ ଫେରାଇ ଦେବ ।"
|
||
\s5
|
||
\v 7 ଏଥିରେ ନାଥନ ଦାଉଦଙ୍କୁ କହିଲେ, "ସେହି ବ୍ୟକ୍ତି ତ ତୁମ୍ଭେ । ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, 'ଆମ୍ଭେ ତୁମ୍ଭକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କଲୁ, ଆମ୍ଭେ ତୁମ୍ଭକୁ ଶାଉଲ ହସ୍ତରୁ ରକ୍ଷା କଲୁ;
|
||
\v 8 ପୁଣି ଆମ୍ଭେ ତୁମ୍ଭକୁ ତୁମ୍ଭ ପ୍ରଭୁର ଗୃହ ଓ ତୁମ୍ଭ କୋଳରେ ତୁମ୍ଭ ପ୍ରଭୁର ଭାର୍ଯ୍ୟାମାନଙ୍କୁ ଦେଲୁ, ମଧ୍ୟ ଇସ୍ରାଏଲ ଓ ଯିହୁଦା ବଂଶ ତୁମ୍ଭକୁ ଦେଲୁ; ଆଉ ଯେବେ ଏହା ଅଳ୍ପ ହୋଇଥା'ନ୍ତା, ତେବେ ଆମ୍ଭେ ତୁମ୍ଭକୁ ଆହୁରି ଅନ୍ୟାନ୍ୟ ବିଷୟ ଦେଇଥା'ନ୍ତୁ ।
|
||
\s5
|
||
\v 9 ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା କରିବା ପାଇଁ ତୁମ୍ଭେ କାହିଁକି ତାହାଙ୍କ ବାକ୍ୟ ତୁଚ୍ଛ କଲ ? ତୁମ୍ଭେ ଖଡ଼୍ଗ ଦ୍ୱାରା ହିତ୍ତୀୟ ଊରୀୟକୁ ମାରିଅଛ ଓ ତାହାର ଭାର୍ଯ୍ୟାକୁ ତୁମ୍ଭର ଭାର୍ଯ୍ୟା ହେବା ପାଇଁ ନେଇଅଛ, ପୁଣି ଅମ୍ମୋନ୍ ସନ୍ତାନଗଣର ଖଡ଼୍ଗ ଦ୍ୱାରା ଊରୀୟକୁ ବଧ କରିଅଛ ।
|
||
\v 10 ଏହେତୁ ତୁମ୍ଭ ଗୃହରୁ ଖଡ଼୍ଗ କେବେ ଯିବ ନାହିଁ; କାରଣ ତୁମ୍ଭେ ଆମ୍ଭକୁ ତୁଚ୍ଛ କରି ତୁମ୍ଭ ଭାର୍ଯ୍ୟା ହେବା ପାଇଁ ହିତ୍ତୀୟ ଊରୀୟର ଭାର୍ଯ୍ୟାକୁ ନେଇଅଛ ।'
|
||
\s5
|
||
\v 11 ସଦାପ୍ରଭୁ ଏହି କଥା କହନ୍ତି, 'ଦେଖ, ଆମ୍ଭେ ତୁମ୍ଭ ନିଜ ବଂଶରୁ ତୁମ୍ଭ ବିରୁଦ୍ଧରେ ଅମଙ୍ଗଳ ଉତ୍ପନ୍ନ କରିବା ଓ ଆମ୍ଭେ ତୁମ୍ଭ ଭାର୍ଯ୍ୟାମାନଙ୍କୁ ତୁମ୍ଭ ସମ୍ମୁଖରେ ନେଇ ତୁମ୍ଭ ଆତ୍ମୀୟକୁ ଦେବା; ତହିଁରେ ସେ ପ୍ରକାଶ୍ୟରେ ତୁମ୍ଭ ଭାର୍ଯ୍ୟାଗଣ ସହିତ ଶୟନ କରିବ ।
|
||
\v 12 ତୁମ୍ଭେ ଏହା ଗୋପନରେ କଲ, ମାତ୍ର ଆମ୍ଭେ ଏହି କର୍ମ ସମୁଦାୟ ଇସ୍ରାଏଲ ଆଗରେ ଓ ପ୍ରକାଶ୍ୟରେ କରିବା ।'"
|
||
\v 13 ସେତେବେଳେ ଦାଉଦ ନାଥନଙ୍କୁ କହିଲେ, "ମୁଁ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛି ।" ଏଥିରେ ନାଥନ ଦାଉଦଙ୍କୁ କହିଲେ, "ସଦାପ୍ରଭୁ ତୁମ୍ଭର ପାପ ମଧ୍ୟ ଦୂର କରିଅଛନ୍ତି; ତୁମ୍ଭେ ମରିବ ନାହିଁ ।
|
||
\s5
|
||
\v 14 ତଥାପି ଏହି କର୍ମ ଦ୍ୱାରା ତୁମେ ସଦାପ୍ରଭୁଙ୍କୁ ନିନ୍ଦା କରିଅଛ, ଏହେତୁ ତୁମ୍ଭର ଏହି ଯେ ସନ୍ତାନ ଜନ୍ମିଅଛି, ସେ ନିଶ୍ଚୟ ମରିବ ।"
|
||
\v 15 ଏଉତ୍ତାରେ ନାଥନ ଆପଣା ଗୃହକୁ ଚାଲିଗଲେ । ଅନନ୍ତର ସଦାପ୍ରଭୁ ଊରୀୟର ଭାର୍ଯ୍ୟାଠାରୁ ଜାତ ଦାଉଦଙ୍କର ପୁତ୍ରକୁ ଆଘାତ କରନ୍ତେ, ସେ ଅତ୍ୟନ୍ତ ପୀଡ଼ିତ ହେଲା ।
|
||
\s ଦାଉଦଙ୍କ ପୁତ୍ରର ମୃତ୍ୟୁ
|
||
\p
|
||
\s5
|
||
\v 16 ଏହେତୁ ଦାଉଦ ବାଳକ ନିମନ୍ତେ ପରମେଶ୍ୱରଙ୍କ ନିକଟରେ ନିବେଦନ କଲେ ଓ ଦାଉଦ ଉପବାସ କଲେ ଓ ଭିତରେ ଯାଇ ରାତ୍ରିଯାକ ଭୂମିରେ ପଡ଼ି ରହିଲେ ।
|
||
\v 17 ଏଥିରେ ଦାଉଦଙ୍କ ଗୃହସ୍ଥ ପ୍ରାଚୀନମାନେ ଉଠି ତାଙ୍କୁ ଭୂମିରୁ ଉଠାଇବା ପାଇଁ ତାଙ୍କ ନିକଟରେ ଛିଡ଼ା ହେଲେ; ମାତ୍ର ସେ ଉଠିଲେ ନାହିଁ, କିଅବା ସେମାନଙ୍କ ସଙ୍ଗେ ଭୋଜନ କଲେ ନାହିଁ ।
|
||
\v 18 ଏଉତ୍ତାରେ ସପ୍ତମ ଦିନରେ ବାଳକ ମଲା । ମାତ୍ର ବାଳକ ଯେ ମରିଅଛି, ଏ କଥା ଦାଉଦଙ୍କୁ ଜଣାଇବା ପାଇଁ ତାଙ୍କର ଦାସମାନେ ଭୟ କଲେ; କାରଣ ସେମାନେ କହିଲେ, "ଦେଖ, ବାଳକ ବଞ୍ଚିଥିବା ବେଳେ ଆମ୍ଭେମାନେ ବହୁତ କହିଲେ ହେଁ ସେ ଆମ୍ଭମାନଙ୍କ ରବ ଶୁଣିଲେ ନାହିଁ; ଏବେ ବାଳକ ମରିଅଛି, ଏ କଥା ତାଙ୍କୁ ଜଣାଇଲେ, ସେ ଆପଣାର କି ଅନିଷ୍ଟ ନ କରିବେ ?"
|
||
\s5
|
||
\v 19 ମାତ୍ର ଦାଉଦ ଆପଣା ଦାସମାନଙ୍କୁ ପରସ୍ପର ଫୁସ୍ଫୁସ୍ ହେଉଥିବାର ଦେଖି ଅନୁମାନ କଲେ ଯେ, ବାଳକ ମରିଅଛି; ଏଣୁ ଦାଉଦ ଆପଣା ଦାସମାନଙ୍କୁ ପଚାରିଲେ, "ବାଳକ ମଲାଣି କି ?" ସେମାନେ କହିଲେ, "ମଲାଣି ।"
|
||
\v 20 ଏଥିରେ ଦାଉଦ ଭୂମିରୁ ଉଠି ସ୍ନାନ ଓ ମର୍ଦ୍ଦନ ଓ ବସ୍ତ୍ର ପରିବର୍ତ୍ତନ କରି ସଦାପ୍ରଭୁଙ୍କ ଗୃହକୁ ଯାଇ ପ୍ରଣାମ କଲେ; ତହିଁ ଉତ୍ତାରୁ ସେ ଆପଣା ଗୃହକୁ ଆସି ଆଜ୍ଞା ଦିଅନ୍ତେ, ଲୋକମାନେ ତାଙ୍କ ସମ୍ମୁଖରେ ଖାଦ୍ୟଦ୍ରବ୍ୟ ରଖିଲେ, ତହୁଁ ସେ ଭୋଜନ କଲେ ।
|
||
\s5
|
||
\v 21 ଏଥିରେ ତାଙ୍କର ଦାସମାନେ ତାଙ୍କୁ କହିଲେ, "ଆପଣ ଏ କି ପ୍ରକାର କର୍ମ କଲେ ? ବାଳକ ବଞ୍ଚିଥିବା ବେଳେ ଆପଣ ତାହା ପାଇଁ ଉପବାସ ଓ ରୋଦନ କଲେ; ମାତ୍ର ବାଳକ ମଲା ଉତ୍ତାରେ ଆପଣ ଉଠି ଭୋଜନ କଲେ ।"
|
||
\v 22 ତହିଁରେ ସେ କହିଲେ, "ବାଳକ ବଞ୍ଚିଥିବା ବେଳେ ମୁଁ ଉପବାସ ଓ ରୋଦନ କଲି; କାରଣ ମୁଁ କହିଲି, "କେଜାଣି ସଦାପ୍ରଭୁ ମୋ' ପ୍ରତି କୃପା କଲେ, ମୋହର ବାଳକଟି ବଞ୍ଚି ପାରିବ ।"
|
||
\v 23 ମାତ୍ର ଏବେ ତ ସେ ମଲା, ମୁଁ କାହିଁକି ଉପବାସ କରିବି ? ମୁଁ କି ତାକୁ ଫେରାଇ ଆଣି ପାରିବି ? ମୁଁ ତାହା ନିକଟକୁ ଯିବି, ମାତ୍ର ସେ ମୋ' ନିକଟକୁ ଫେରି ଆସିବ ନାହିଁ ।"
|
||
\s ଶଲୋମନଙ୍କ ଜନ୍ମ
|
||
\p
|
||
\s5
|
||
\v 24 ଅନନ୍ତର ଦାଉଦ ଆପଣା ଭାର୍ଯ୍ୟା ବତ୍ଶେବାକୁ ସାନ୍ତ୍ୱନା କଲେ ଓ ତାହା ନିକଟକୁ ଯାଇ ତାହାର ସହବାସ କଲେ; ଏଥିଉତ୍ତାରେ ବତ୍ଶେବା ପୁତ୍ର ପ୍ରସବ କରନ୍ତେ, ଦାଉଦ ତାହାର ନାମ ଶଲୋମନ ଦେଲେ, ଆଉ ସଦାପ୍ରଭୁ ତାହାକୁ ପ୍ରେମ କଲେ ।
|
||
\v 25 ପୁଣି ସେ ନାଥନ ଭବିଷ୍ୟଦ୍ବକ୍ତାଙ୍କ ଦ୍ୱାରା କହି ପଠାନ୍ତେ, ସଦାପ୍ରଭୁଙ୍କ ସକାଶୁ ସେ ତାହାର ନାମ ଯିଦିଦୀୟ (ସଦାପ୍ରଭୁଙ୍କ ପ୍ରିୟ) ଦେଲେ ।
|
||
\s ଦାଉଦଙ୍କ ରବ୍ବା ନଗରୀ ଦଖଲ
|
||
\p
|
||
\s5
|
||
\v 26 ଏଥି ମଧ୍ୟରେ ଯୋୟାବ ଅମ୍ମୋନ ସନ୍ତାନଗଣର ରବ୍ବା ନଗର ପ୍ରତିକୂଳରେ ଯୁଦ୍ଧ କରି ରାଜନଗର ଅଧିକାର କଲା ।
|
||
\v 27 ପୁଣି ଯୋୟାବ ଦାଉଦଙ୍କ ନିକଟକୁ ଦୂତଗଣ ପଠାଇ କହିଲା, "ମୁଁ ରବ୍ବା ବିରୁଦ୍ଧରେ ଯୁଦ୍ଧ କରିଅଛି, ଆହୁରି ଜଳନଗର ଅଧିକାର କରିଅଛି ।
|
||
\v 28 ଏହେତୁ ଆପଣ ଅବଶିଷ୍ଟ ଲୋକମାନଙ୍କୁ ଏକତ୍ର କରି ନଗର ନିକଟରେ ଛାଉଣି ସ୍ଥାପନ କରି ତାହା ଅଧିକାର କରନ୍ତୁ, ନୋହିଲେ ମୁଁ ସେ ନଗର ଅଧିକାର କଲେ, ତାହା ମୋ' ନାମାନୁସାରେ ଖ୍ୟାତ ହେବ ।"
|
||
\s5
|
||
\v 29 ଏଣୁ ଦାଉଦ ସମସ୍ତ ଲୋକଙ୍କୁ ଏକତ୍ର କରି ରବ୍ବାକୁ ଗଲେ ଓ ତହିଁ ବିରୁଦ୍ଧରେ ଯୁଦ୍ଧ କରି ତାହା ଅଧିକାର କଲେ ।
|
||
\v 30 ପୁଣି ଦାଉଦ ସେମାନଙ୍କର ରାଜାର ମସ୍ତକରୁ ମୁକୁଟ କାଢ଼ି ନେଲେ; ତାହା ଏକ ମହଣ (୩, ୨୦୦ ତୋଳା) ପରିମିତ ସୁବର୍ଣ୍ଣ ଓ ତହିଁରେ ବହୁମୂଲ୍ୟ ପ୍ରସ୍ତରମାନ ଥିଲା; ଆଉ ତାହା ଦାଉଦଙ୍କର ମସ୍ତକରେ ଦିଆଗଲା । ପୁଣି ସେ ସେହି ନଗରରୁ ପ୍ରଚୁର ଲୁଟଦ୍ରବ୍ୟ ବାହାର କରି ଆଣିଲେ ।
|
||
\s5
|
||
\v 31 ଆହୁରି ଦାଉଦ ନଗର ମଧ୍ୟରୁ ଲୋକମାନଙ୍କୁ ବାହାର କରି ଆଣି ସେମାନଙ୍କୁ କରତ ଓ ଲୁହା ମଇ ଓ ଲୁହା କୁହ୍ରାଡ଼ି ଦ୍ୱାରା ଦଣ୍ଡ ଦେଲେ ଓ ସେମାନଙ୍କୁ ଇଟାଭାଟିରେ କାମ କରାଇଲେ; ସେ ଅମ୍ମୋନ-ସନ୍ତାନଗଣର ସମୁଦାୟ ନଗର ପ୍ରତି ଏହି ପ୍ରକାର କଲେ । ଏଉତ୍ତାରେ ଦାଉଦ ଓ ସମସ୍ତ ଲୋକ ଯିରୂଶାଲମକୁ ଫେରି ଆସିଲେ ।
|
||
|
||
\s5
|
||
\c 13
|
||
\s ତାମର ଓ ଅମ୍ନୋନ
|
||
\p
|
||
\v 1 ଏଥିଉତ୍ତାରେ ଏହି ଘଟନା ହେଲା; ଦାଉଦଙ୍କର ପୁତ୍ର ଅବଶାଲୋମର ତାମର ନାମରେ ଏକ ସୁନ୍ଦରୀ ଭଉଣୀ ଥିଲା; ନିଜର ସାବତ ଭଉଣୀ ପ୍ରତି ଦାଉଦଙ୍କର ପୁତ୍ର ଅମ୍ନୋନ କାମାସକ୍ତ ହେଲା ।
|
||
\v 2 ପୁଣି ଅମ୍ନୋନ ଆପଣା ଭଉଣୀ ତାମର ଲାଗି ଏପରି ଆକୁଳ ହେଲା ଯେ, ସେ ପୀଡ଼ିତ ହେଲା; କାରଣ ତାମର ଅନୂଢ଼ା ଥିଲା ଓ ତାହା ପ୍ରତି କିଛି କରିବାକୁ ଅମ୍ନୋନକୁ କଷ୍ଟକର ବୋଧ ହେଲା ।
|
||
\s5
|
||
\v 3 ମାତ୍ର ଦାଉଦଙ୍କର ଭ୍ରାତା ଶିମୀୟର ପୁତ୍ର ଯୋନାଦବ୍ ନାମରେ ଅମ୍ନୋନର ଜଣେ ବନ୍ଧୁ ଥିଲା; ସେହି ଯୋନାଦବ୍ ଅତି ଚତୁର ।
|
||
\v 4 ଏଣୁ ଯୋନାଦବ୍ ଅମ୍ନୋନକୁ କହିଲା, "ହେ ରାଜପୁତ୍ର, ତୁମ୍ଭେ କାହିଁକି ଦିନକୁ ଦିନ ଏପରି କ୍ଷୀଣ ହୋଇ ଯାଉଅଛ; ମୋତେ କ'ଣ ତାହା କହିବ ନାହିଁ ?" ଏଥିରେ ଅମ୍ନୋନ ତାହାକୁ କହିଲା, "ମୁଁ ମୋର ଭ୍ରାତା ଅବଶାଲୋମର ଭଉଣୀ ତାମର ପ୍ରତି କାମାସକ୍ତ ଅଟେ ।"
|
||
\s5
|
||
\v 5 ଏଥିରେ ଯୋନାଦବ୍ ତାହାକୁ କହିଲା, "ତୁମ୍ଭେ ଶଯ୍ୟାରେ ପଡ଼ି ରୋଗର ବାହାନା କର; ପୁଣି ତୁମ୍ଭ ପିତା ତୁମ୍ଭକୁ ଦେଖିବାକୁ ଆସିଲେ ତାଙ୍କୁ କୁହ, 'ମୋହର ଭଗିନୀ ତାମରକୁ ମୋ' ନିକଟକୁ ଆସି ମୋତେ ଖାଦ୍ୟ ଦେବାକୁ ଅନୁମତି ଦେଉନ୍ତୁ, ସେ ମୋ' ଆଗରେ ଖାଦ୍ୟ ରାନ୍ଧିବ, ତହିଁରେ ମୁଁ ତାହା ଦେଖି ତାହା ହାତରୁ ଭୋଜନ କରିବି ।'"
|
||
\v 6 ଏଣୁ ଅମ୍ନୋନ ରୋଗର ବାହାନା କରି ପଡ଼ି ରହିଲା; ପୁଣି ରାଜା ତାହାକୁ ଦେଖିବାକୁ ଆସନ୍ତେ, ଅମ୍ନୋନ ରାଜାଙ୍କୁ କହିଲା, "ଦୟାକରି ମୋ' ଭଗିନୀ ତାମରକୁ ଆସିବାକୁ ଦେଉନ୍ତୁ, ପୁଣି ମୁଁ ଦେଖିବା ସମୟରେ ସେ ମୋ’ ନିମନ୍ତେ ଦୁଇ ରୋଟୀ ପ୍ରସ୍ତୁତ କରୁ, ତହିଁରେ ମୁଁ ତାହା ହାତରୁ ଖାଇବି ।"
|
||
\s5
|
||
\v 7 ତେବେ ଦାଉଦ ତାମରର ଗୃହକୁ ଲୋକ ପଠାଇ କହିଲେ, "ତୁମ୍ଭ ଭାଇ ଅମ୍ନୋନର ଘରକୁ ଟିକିଏ ଯାଇ ତାହାର ଖାଇବା ପାଇଁ କିଛି ରାନ୍ଧିଦିଅ ।"
|
||
\v 8 ତହିଁରେ ତାମର ଆପଣା ଭାଇ ଅମ୍ନୋନର ଗୃହକୁ ଗଲା; ସେତେବେଳେ ସେ ଶଯ୍ୟାରେ ଥିଲା । ତହୁଁ ତାମର ଚକଟା ମଇଦା ନେଇ ଦଳି ତାହା ଆଗରେ ରୋଟୀ ପ୍ରସ୍ତୁତ କରି ତାହା ସେକିଲା ।
|
||
\v 9 ପୁଣି ସେ ପାତ୍ର ନେଇ ତାହା ଆଗରେ ତାହା ଦେଲା, ମାତ୍ର ସେ ଭୋଜନ କରିବାକୁ ମନା କଲା । ଆଉ ଅମ୍ନୋନ କହିଲା, "ଆମ୍ଭ ନିକଟରୁ ସମସ୍ତଙ୍କୁ ବାହାର କରିଦିଅ ।" ତହିଁରେ ସମସ୍ତେ ତାହା ନିକଟରୁ ବାହାରି ଗଲେ ।
|
||
\s5
|
||
\v 10 ତହୁଁ ଅମ୍ନୋନ ତାମରକୁ କହିଲା, "ଖାଦ୍ୟଦ୍ରବ୍ୟ ଶୟନ-ଗୃହକୁ ଆଣ, ମୁଁ ତୁମ୍ଭ ହାତରେ ଭୋଜନ କରିବି ।" ଏଥିରେ ତାମର ଆପଣା ପ୍ରସ୍ତୁତ ରୋଟୀ ନେଇ ତାହା ଭାଇ ଅମ୍ନୋନର ଶୟନ-ଗୃହକୁ ଗଲା ।
|
||
\v 11 ପୁଣି ତାହାକୁ ଖୁଆଇବା ପାଇଁ ତାହା ନିକଟକୁ ନିଅନ୍ତେ, ସେ ତାମରକୁ ଧରି କହିଲା, "ଆସ, ମୋ' ଭଉଣୀ, ମୋ' ସଙ୍ଗରେ ଶୁଅ ।"
|
||
\v 12 ତହିଁରେ ସେ ଉତ୍ତର କଲା, "ନା ନା, ମୋର ଭାଇ, ମୋତେ ଭ୍ରଷ୍ଟ ନ କର; "କାରଣ ଇସ୍ରାଏଲ ମଧ୍ୟରେ ଏହିପରି କର୍ମ ନ କରାଯିବା ଉଚିତ୍ ।", ତୁମ୍ଭେ ଏହି ମୂଢ଼କର୍ମ ନ କର !
|
||
\s5
|
||
\v 13 ମୁଁ ମଧ୍ୟ ଆପଣା କଳଙ୍କ କେଉଁଠାକୁ ନେଇଯିବି ? ପୁଣି ତୁମ୍ଭେ ମଧ୍ୟ ଇସ୍ରାଏଲର ମୂଢ଼ମାନଙ୍କ ମଧ୍ୟରେ ଜଣକ ପରି ହେବ । ଏଣୁ ମୁଁ ବିନୟ କରୁଅଛି, ରାଜାଙ୍କ ସଙ୍ଗେ କଥାବାର୍ତ୍ତା କର, ସେ ତୁମ୍ଭ ପ୍ରତି ମୋତେ ଦେବା ପାଇଁ ଅସମ୍ମତ ହେବେ ନାହିଁ ।"
|
||
\v 14 ତଥାପି ଅମ୍ନୋନ ତାହାର ରବ ଶୁଣିଲା ନାହିଁ; ମାତ୍ର ଆପେ ତାହା ଅପେକ୍ଷା ବଳବାନ ହେବାରୁ ତାହାକୁ ବଳାତ୍କାର କରି ତାହା ସଙ୍ଗେ ଶୟନ କଲା ।
|
||
\s5
|
||
\v 15 ଏଉତ୍ତାରେ ଅମ୍ନୋନ ତାହାକୁ ଅତିଶୟ ଘୃଣା କଲା; ସେ ତାହାକୁ ଯେପରି ପ୍ରେମ କରିଥିଲା, ତା'ଠାରୁ ଅଧିକ ଘୃଣା କଲା । ଏଣୁ ଅମ୍ନୋନ ତାହାକୁ କହିଲା, ଉଠ୍, ଯା ।
|
||
\v 16 ତହିଁରେ ସେ କହିଲା, "ସେପରି ନ ହେଉ! କାରଣ ତୁମ୍ଭେ ମୋ' ପ୍ରତି ଯାହା କରିଅଛ, ତା ଅପେକ୍ଷା ମୋତେ ଏପରି ବାହାର କରିଦେବା ଅଧିକ ଅନ୍ୟାୟ !" ମାତ୍ର ସେ ତାହା କଥା ଶୁଣିବାକୁ ଅସମ୍ମତ ହେଲା ।
|
||
\v 17 ଏଥିରେ ଅମ୍ନୋନ ଆପଣା ସେବାକାରୀ ଯୁବାକୁ ଡାକି କହିଲା, "ତାମରକୁ ଆମ୍ଭ ନିକଟରୁ ବାହାର କରି କବାଟରେ ଅର୍ଗଳ ଦିଅ ।"
|
||
\s5
|
||
\v 18 ତାମର ଦେହରେ ଲମ୍ବା ଅଙ୍ଗରଖା ଥିଲା, କାରଣ ଅନୂଢ଼ା ରାଜକନ୍ୟାମାନେ ସେହି ପ୍ରକାର ବସ୍ତ୍ର ପିନ୍ଧୁଥିଲେ । ଏଥିରେ ଅମ୍ନୋନର ଦାସ ତାହାକୁ ବାହାରେ ଆଣି ତାହା ପଛେ କବାଟରେ ଅର୍ଗଳ ଦେଲା ।
|
||
\v 19 ତହୁଁ ତାମର ଆପଣା ମସ୍ତକରେ ଭସ୍ମ ଦେଇ ତାହା ଦେହର ଲମ୍ବା ଅଙ୍ଗରଖା ଚିରିଲା, ପୁଣି ସେ ଆପଣା ମସ୍ତକରେ ହସ୍ତ ଦେଇ କ୍ରନ୍ଦନ କରୁ କରୁ ଚାଲିଗଲା ।
|
||
\s5
|
||
\v 20 ଏଥିରେ ତାହାର ଭାଇ ଅବଶାଲୋମ ତାହାକୁ କହିଲା, "ତୁମ୍ଭ ଭାଇ ଅମ୍ନୋନ କି ତୁମ୍ଭର ବଳାତ୍କାର କରିଅଛି ? ହେଉ, ଆମ୍ଭ ଭଉଣୀ , ଏବେ ତୁନି ହୁଅ, ସେ ତୁମ୍ଭର ଭାଇ; ଏ କଥା ମନେ ଧର ନାହିଁ ।" ତହିଁରେ ତାମର ଉଦାସିନୀ ହୋଇ ଆପଣା ସହୋଦର ଅବଶାଲୋମର ଗୃହରେ ରହିଲା ।
|
||
\v 21 ମାତ୍ର ଦାଉଦ ରାଜା ଏହିସବୁ କଥା ଶୁଣି ଅତ୍ୟନ୍ତ କ୍ରୁଦ୍ଧ ହେଲେ ।
|
||
\v 22 ପୁଣି ଅବଶାଲୋମ ଅମ୍ନୋନକୁ ଭଲ କି ମନ୍ଦ କିଛି କହିଲା ନାହିଁ; କାରଣ ତାହାର ଭଉଣୀ ତାମରକୁ ବଳାତ୍କାର କରିବାରୁ ଅବଶାଲୋମ ଅମ୍ନୋନକୁ ଘୃଣା କଲା ।
|
||
\s ଅବଶାଲୋମର ପ୍ରତିଶୋଧ
|
||
\p
|
||
\s5
|
||
\v 23 ଅନନ୍ତର ସମ୍ପୂର୍ଣ୍ଣ ଦୁଇ ବର୍ଷ ଉତ୍ତାରେ ଇଫ୍ରୟିମ ନିକଟସ୍ଥ ବାଲହାତ୍ସୋରରେ ଅବଶାଲୋମର ମେଷଲୋମ ଛେଦନ ହେଲା; ତହୁଁ ଅବଶାଲୋମ ସମସ୍ତ ରାଜପୁତ୍ରଙ୍କୁ ନିମନ୍ତ୍ରଣ କଲା ।
|
||
\v 24 ପୁଣି ଅବଶାଲୋମ ରାଜାଙ୍କ ନିକଟକୁ ଆସି କହିଲା, "ଦେଖନ୍ତୁ, ଆପଣଙ୍କ ଦାସର ମେଷଲୋମ ଛେଦନ ହେଉଅଛି, ଏଣୁ ମହାରାଜ ଓ ରାଜାଙ୍କ ଦାସମାନେ ଆପଣଙ୍କ ଏହି ଦାସର ସଙ୍ଗରେ ଆସନ୍ତୁ ।"
|
||
\s5
|
||
\v 25 ଏଥିରେ ରାଜା ଅବଶାଲୋମକୁ କହିଲେ, "ନାହିଁ, ମୋହର ପୁତ୍ର, ଆମ୍ଭେ ସମସ୍ତେ ନ ଯାଉ, ଗଲେ ତୁମ୍ଭ ପ୍ରତି ଭାର ସ୍ୱରୂପ ହେବୁ ।" ମାତ୍ର ସେ ବହୁତ ବାଧ୍ୟ କଲା; ତଥାପି ରାଜା ଯିବାକୁ ସମ୍ମତ ନୋହି ତାହାକୁ ଆଶୀର୍ବାଦ କଲେ ।
|
||
\v 26 ଏଥିରେ ଅବଶାଲୋମ କହିଲା, "ଯେବେ ଏହା ନ ହୁଏ, ତେବେ ଆପଣ ଆମ୍ଭ ଭାଇ ଅମ୍ନୋନକୁ ଆମ୍ଭମାନଙ୍କ ସଙ୍ଗରେ ଯିବାକୁ ଦିଅନ୍ତୁ ।" ତେବେ ରାଜା ତାହାକୁ କହିଲେ, "ଅମ୍ନୋନ କାହିଁକି ତୁମ୍ଭ ସଙ୍ଗେ ଯିବ ?"
|
||
\s5
|
||
\v 27 ମାତ୍ର ଅବଶାଲୋମ ବାଧ୍ୟ କରିବାରୁ ରାଜା ଅମ୍ନୋନକୁ ଓ ସବୁ ରାଜପୁତ୍ରଙ୍କୁ ତାହା ସଙ୍ଗେ ପଠାଇଲେ ।
|
||
\v 28 ଏଉତ୍ତାରେ ଅବଶାଲୋମ ଆପଣା ଯୁବାମାନଙ୍କୁ ଆଜ୍ଞା ଦେଇ କହିଲା, "ତୁମ୍ଭେମାନେ ଦେଖୁଥାଅ, ଦ୍ରାକ୍ଷାରସରେ ଅମ୍ନୋନର ଚିତ୍ତ ପ୍ରଫୁଲ୍ଲ ହେଲେ, ଯେତେବେଳେ ମୁଁ ତୁମ୍ଭମାନଙ୍କୁ କହିବି, 'ଅମ୍ନୋନକୁ ମାର,' ସେତେବେଳେ ତୁମ୍ଭେମାନେ ତାହାକୁ ବଧ କରିବ, ଭୟ କରିବ ନାହିଁ; ମୁଁ କ'ଣ ତୁମ୍ଭମାନଙ୍କୁ ଆଜ୍ଞା ଦେଇ ନାହିଁ ? ବଳ ବାନ୍ଧ ଓ ବିକ୍ରମଶାଳୀ ହୁଅ ।"
|
||
\v 29 ଏଥିରେ ଅବଶାଲୋମର ଆଜ୍ଞା ପ୍ରମାଣେ ଅବଶାଲୋମର ଯୁବାମାନେ ଅମ୍ନୋନ ପ୍ରତି କଲେ । ତହୁଁ ରାଜପୁତ୍ର ସମସ୍ତେ ଉଠି ପ୍ରତ୍ୟେକେ ଆପଣା ଆପଣା ଖଚର ଉପରେ ଚଢ଼ି ପଳାଇଲେ ।
|
||
\s5
|
||
\v 30 ସେମାନେ ବାଟରେ ଥାଉ ଥାଉ ଦାଉଦଙ୍କ ନିକଟରେ ସମ୍ବାଦ ଉପସ୍ଥିତ ହେଲା ଯେ, "ଅବଶାଲୋମ ସମସ୍ତ ରାଜପୁତ୍ରଙ୍କୁ ବଧ କରିଅଛି, ସେମାନଙ୍କ ମଧ୍ୟରୁ ଜଣେ ଅବଶିଷ୍ଟ ନାହିଁ ।"
|
||
\v 31 ତହିଁରେ ରାଜା ଉଠି ଆପଣା ବସ୍ତ୍ର ଚିରି ଭୂମିରେ ଲମ୍ବ ହୋଇ ପଡ଼ିଲେ ଓ ତାଙ୍କର ଦାସ ସମସ୍ତେ ଆପଣା ଆପଣା ବସ୍ତ୍ର ଚିରି ତାଙ୍କ ନିକଟରେ ଠିଆ ହେଲେ ।
|
||
\s5
|
||
\v 32 ସେତେବେଳେ ଦାଉଦଙ୍କର ଭ୍ରାତା ଶିମୀୟର ପୁତ୍ର ଯୋନାଦବ୍ ଉତ୍ତର ଦେଇ କହିଲା, "ସେମାନେ ରାଜକୁମାର ସମସ୍ତଙ୍କୁ ବଧ କରିଅଛନ୍ତି ବୋଲି ମୋହର ପ୍ରଭୁ ବୋଧ ନ କରନ୍ତୁ; କେବଳ ଅମ୍ନୋନ ମରିଅଛି, କାରଣ ଅବଶାଲୋମର ଭଗିନୀ ତାମରକୁ ଅମ୍ନୋନ ବଳାତ୍କାର କରିବା ଦିନାବଧି ଅବଶାଲୋମର ମୁଖରେ ଏହା ସ୍ଥିରୀକୃତ ହୋଇଥିଲା ।
|
||
\v 33 ଏହେତୁ ସମସ୍ତ ରାଜପୁତ୍ର ମରିଅଛନ୍ତି ବୋଲି ମୋହର ପ୍ରଭୁ ମହାରାଜ ମନରେ ନ ଘେନନ୍ତୁ; କାରଣ କେବଳ ଅମ୍ନୋନ ମରିଅଛି ।"
|
||
\s5
|
||
\v 34 ଏଥି ମଧ୍ୟରେ ଅବଶାଲୋମ ପଳାଇ ଯାଇଥିଲା । ଏଉତ୍ତାରେ ଯେଉଁ ଯୁବା ଲୋକ ପ୍ରହରୀକର୍ମ କରୁଥିଲା, ସେ ଅନାନ୍ତେ, ଦେଖିଲା ଯେ, ଦେଖ, ଆପଣା ପଶ୍ଚାଦ୍ଦିଗରୁ ପର୍ବତ-ପାର୍ଶ୍ୱସ୍ଥ ପଥ ଦେଇ ଅନେକ ଲୋକ ଆସୁଅଛନ୍ତି ।
|
||
\v 35 ତହିଁରେ ଯୋନାଦବ୍ ରାଜାଙ୍କୁ କହିଲା, "ଦେଖନ୍ତୁ, ରାଜପୁତ୍ରମାନେ ଆସୁଅଛନ୍ତି; ଆପଣଙ୍କ ଦାସ ଯେପରି କହିଲା, ସେପରି ହେଲା ।"
|
||
\v 36 ସେ ଏହି କଥା କହିବା ସମାପ୍ତ କଲା କ୍ଷଣେ ଦେଖ, ରାଜପୁତ୍ରମାନେ ଉପସ୍ଥିତ ହେଲେ ଓ ଆପଣା ଆପଣା ରବ ଉଠାଇ ରୋଦନ କଲେ; ଆଉ ରାଜା ଓ ତାଙ୍କ ଦାସମାନେ ମଧ୍ୟ ଅତିଶୟ ରୋଦନ କଲେ ।
|
||
\s5
|
||
\v 37 ମାତ୍ର ଅବଶାଲୋମ ପଳାଇ ଗଶୂରର ରାଜା ଅମ୍ମୀହୁରର ପୁତ୍ର ତଲ୍ମୟ ନିକଟକୁ ଗଲା । ପୁଣି ଦାଉଦ ପ୍ରତିଦିନ ଆପଣା ପୁତ୍ର ପାଇଁ ଶୋକ କଲେ ।
|
||
\v 38 ଏହିରୂପେ ଅବଶାଲୋମ ପଳାଇ ଗଶୂରକୁ ଯାଇ ସେଠାରେ ତିନି ବର୍ଷ ରହିଲା ।
|
||
\v 39 ପୁଣି ଦାଉଦ ରାଜାଙ୍କର ପ୍ରାଣ ଅବଶାଲୋମ ଆଡ଼େ ଯିବା ଆକାଂକ୍ଷାରେ ବ୍ୟାକୁଳ ହେଲା; କାରଣ ସେ ଅମ୍ନୋନକୁ ମୃତ ଜାଣି ତାହା ବିଷୟରେ ସାନ୍ତ୍ୱନାପ୍ରାପ୍ତ ହେଲେ ।
|
||
|
||
\s5
|
||
\c 14
|
||
\s ଯିରୂଶାଲମକୁ ଅବଶାଲୋମଙ୍କ ପ୍ରତ୍ୟାବର୍ତ୍ତନ
|
||
\p
|
||
\v 1 ଅନନ୍ତର ସରୁୟାର ପୁତ୍ର ଯୋୟାବ ଦେଖିଲା ଯେ, ରାଜାଙ୍କର ହୃଦୟ ଅବଶାଲୋମ ଆଡ଼େ ଅଛି ।
|
||
\v 2 ଏଣୁ ଯୋୟାବ ତକୋୟକୁ ଲୋକ ପଠାଇ ସେଠାରୁ ଏକ ଜ୍ଞାନବତୀ ସ୍ତ୍ରୀକି ଅଣାଇ ତାହାକୁ କହିଲା, "ଆଗୋ, ବିନୟ କରୁଅଛି, ତୁମ୍ଭେ ଶୋକକାରିଣୀର ବେଶ ଧର ଓ ଶୋକସୂଚକ ବସ୍ତ୍ର ପିନ୍ଧ, ତୁମ୍ଭେ ତେଲ ଲଗାଅ ନାହିଁ, ମାତ୍ର ମୃତ ଲୋକ ପାଇଁ ବହୁ କାଳରୁ ଶୋକକାରିଣୀ ସ୍ତ୍ରୀ ପରି ହୁଅ;
|
||
\v 3 ପୁଣି ରାଜାଙ୍କ ନିକଟକୁ ଯାଇ ଏହି ପ୍ରକାରେ ତାଙ୍କୁ କୁହ ।
|
||
\s5
|
||
\v 4 ତହୁଁ ତକୋୟର ସେହି ସ୍ତ୍ରୀ ରାଜାଙ୍କୁ କଥା କହିବା ବେଳେ ଭୂମିରେ ମୁହଁ ମାଡ଼ି ପ୍ରଣାମ କରି କହିଲା, "ମହାରାଜ, ରକ୍ଷା କରନ୍ତୁ ।"
|
||
\v 5 ତହିଁରେ ରାଜା ତାହାକୁ କହିଲେ, "ତୁମ୍ଭର କଅଣ ହେଲା ?" ସେ ଉତ୍ତର କଲା, "ମୁଁ ସତ୍ୟ କହୁଛି, ମୁଁ ବିଧବା ସ୍ତ୍ରୀ, ମୋ' ସ୍ୱାମୀ ମରିଯାଇଅଛି ।
|
||
\v 6 ଆପଣଙ୍କ ଏହି ଦାସୀର ଦୁଇ ପୁତ୍ର ଥିଲେ, ସେ ଦୁହେଁ କ୍ଷେତ୍ରରେ ଝଗଡା କଲେ, ସେତେବେଳେ ସେମାନଙ୍କୁ ଛଡ଼ାଇ ଦେବାକୁ କେହି ନ ଥିବାରୁ ଜଣେ ଅନ୍ୟ ଜଣକୁ ମାରି ବଧ କଲା ।
|
||
\s5
|
||
\v 7 ଏବେ ଦେଖନ୍ତୁ, ସମୁଦାୟ ଗୋଷ୍ଠୀ ଆପଣଙ୍କ ଦାସୀ ବିରୁଦ୍ଧରେ ଉଠି କହୁଛନ୍ତି,' ଆପଣା ଭାଇକୁ ଯେ ମାରିଲା, ତାହାକୁ ସମର୍ପଣ କର, ତହିଁରେ ଆମ୍ଭେମାନେ ତାହାର ହତ ଭାଇର ପ୍ରାଣ ବଦଳେ ତାହାର ପ୍ରାଣ ନେବୁ,' ପୁଣି ଉତ୍ତରାଧିକାରୀଙ୍କୁ ମଧ୍ୟ ଉଚ୍ଛିନ୍ନ କରିବୁ; ଏହା କଲେ ସେମାନେ ମୋର ବାକୀ ଥିବା ନିଆଁ ଲିଭାଇ ଦେବେ ଓ ପୃଥିବୀରୁ ମୋ' ସ୍ୱାମୀର ନାମ ଓ ଅବଶିଷ୍ଟ କିଛି ରଖିବେ ନାହିଁ ।"
|
||
\s5
|
||
\v 8 ଏଥିରେ ରାଜା ସେହି ସ୍ତ୍ରୀଙ୍କୁ କହିଲେ, "ଘରକୁ ଯାଅ, ମୁଁ ତୁମ୍ଭ ବିଷୟରେ ଆଜ୍ଞା ଦେବି ।"
|
||
\v 9 ତହୁଁ ତକୋୟର ସେହି ସ୍ତ୍ରୀ ରାଜାଙ୍କୁ କହିଲା, "ହେ ମୋହର ପ୍ରଭୁ, ମହାରାଜ, ଏ ଅପରାଧଟି ମୋ' ଉପରେ ଓ ମୋ' ପିତୃଗୃହ ଉପରେ ଥାଉ; ମାତ୍ର ମହାରାଜ ଓ ତାଙ୍କ ସିଂହାସନ ଦୋଷରହିତ ହେଉନ୍ତୁ ।"
|
||
\s5
|
||
\v 10 ତହିଁରେ ରାଜା କହିଲେ, "କେହି ଯେବେ ତୁମ୍ଭକୁ କିଛି କହେ, ତାଙ୍କୁ ମୋ' ନିକଟକୁ ଆଣ, ତେବେ ସେ ତୁମ୍ଭକୁ ଆଉ ଛୁଇଁବ ନାହିଁ ।"
|
||
\v 11 ତହିଁରେ ସେ ସ୍ତ୍ରୀ କହିଲେ, "ରକ୍ତର ପ୍ରତିହନ୍ତା (ନାଶକ) ଯେପରି ଆଉ ବିନାଶ ନ କରେ, ଏଥିପାଇଁ ମହାରାଜ ଆପଣା ସଦାପ୍ରଭୁ ପରମେଶ୍ୱରଙ୍କୁ ସ୍ମରଣ କରନ୍ତୁ, ନୋହିଲେ, ସେମାନେ ମୋ' ପୁତ୍ରକୁ ଉଚ୍ଛିନ୍ନ କରିବେ । ତହୁଁ ରାଜା କହିଲେ, "ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ତୁମ୍ଭ ପୁତ୍ରର ଏକ କେଶ ହିଁ ତଳେ ପଡ଼ିବ ନାହିଁ ।"
|
||
\s5
|
||
\v 12 ସେତେବେଳେ ସେ ସ୍ତ୍ରୀ କହିଲା, "ଆପଣଙ୍କ ଦାସୀଙ୍କୁ ମୋର ପ୍ରଭୁ ମହାରାଜଙ୍କ ନିକଟରେ ଗୋଟିଏ କଥା କହିବାକୁ ଦେଉନ୍ତୁ;" ସେ କହିଲେ, "କୁହ" ।
|
||
\v 13 ତହୁଁ ସେ ସ୍ତ୍ରୀ କହିଲା, "ତେବେ ଆପଣ କାହିଁକି ପରମେଶ୍ୱରଙ୍କ ଲୋକମାନଙ୍କ ବିରୁଦ୍ଧରେ ଏରୂପ ସଙ୍କଳ୍ପ କରିଅଛନ୍ତି ?" ମହାରାଜ ଯାହା କହିଲେ, ତଦ୍ଦ୍ୱାରା ଦୋଷୀ ଲୋକ ପରି ହୋଇଅଛନ୍ତି, କାରଣ ମହାରାଜ ଆପଣା ନିର୍ବାସିତ ଲୋକଙ୍କୁ ଫେରାଇ ଆଣୁ ନାହାନ୍ତି ।
|
||
\v 14 ଆମ୍ଭେମାନେ ତ ନିତାନ୍ତ ମରିବା, ପୁଣି ଭୂମିରେ ଢଳାଗଲା ଉତ୍ତାରେ ଯାହା ପୁନର୍ବାର ସଂଗୃହୀତ ହୋଇ ନ ପାରେ, ଏପରି ଜଳ ତୁଲ୍ୟ ହେବା; କିନ୍ତୁ ପରମେଶ୍ୱର ଜୀବନ ହରଣ କରନ୍ତି ନାହିଁ; ମାତ୍ର ନିର୍ବାସିତ ଲୋକ ଯେପରି ତାହାଙ୍କଠାରୁ ନିର୍ବାସିତ ନ ହୁଏ, ଏପରି ଉପାୟର ସଙ୍କଳ୍ପ କରନ୍ତି ।
|
||
\s5
|
||
\v 15 ଏବେ ମୁଁ ଯେ ମୋର ପ୍ରଭୁ ମହାରାଜଙ୍କ ନିକଟରେ ଏହି କଥା ନିବେଦନ କରିବାକୁ ଆସିଲି, ତହିଁର କାରଣ ଏହି ଯେ, ଲୋକମାନେ ମୋର ଭୟ ଜନ୍ମାଇଲେ; ତହିଁରେ ଆପଣଙ୍କ ଦାସୀ କହିଲା, 'ମୁଁ ଏବେ ମହାରାଜଙ୍କୁ କହିବି; ହୋଇପାରେ, ମହାରାଜ ଆପଣା ଦାସୀର ନିବେଦନାନୁସାରେ କରିବେ ।
|
||
\v 16 ଯେଉଁ ଲୋକ ମୋତେ ଓ ମୋ' ପୁତ୍ରକୁ ଏକତ୍ର ପରମେଶ୍ୱରଙ୍କ ଅଧିକାରରୁ ଉଚ୍ଛିନ୍ନ କରିବାକୁ ଇଚ୍ଛା କରେ, ତାହା ହସ୍ତରୁ ମହାରାଜ ଆପଣା ଦାସୀଙ୍କୁ ରକ୍ଷା କରିବାକୁ ମନୋଯୋଗ କରିବେ ।'
|
||
\v 17 ଆପଣଙ୍କ ଦାସୀ ଆହୁରି କହିଲା, 'ମୋର ପ୍ରଭୁ ମହାରାଜଙ୍କ ବାକ୍ୟ ଅବଶ୍ୟ ଶାନ୍ତିଦାୟକ ହେବ, କାରଣ ଭଲ ମନ୍ଦ ଶୁଣିବାକୁ ମୋର ପ୍ରଭୁ ମହାରାଜ ପରମେଶ୍ୱରଙ୍କ ଦୂତ ତୁଲ୍ୟ,' ପୁଣି ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ଆପଣଙ୍କ ସଙ୍ଗେ ଥାଉନ୍ତୁ ।"
|
||
\s5
|
||
\v 18 ଏଥିରେ ରାଜା ଉତ୍ତର ଦେଇ ସେହି ସ୍ତ୍ରୀକୁ କହିଲେ, "ଭଲ, ମୁଁ ତୁମ୍ଭକୁ ଯାହା ପଚାରିବି, ତାହା ମୋ'ଠାରୁ ଗୋପନ କରିବ ନାହିଁ ।" ତହୁଁ ସେହି ସ୍ତ୍ରୀ କହିଲା, "ମୋର ପ୍ରଭୁ ମହାରାଜ କହନ୍ତୁ ।"
|
||
\v 19 ଏଥିରେ ରାଜା କହିଲେ, "ଏସମସ୍ତ କଥାରେ କି ତୁମ୍ଭ ସଙ୍ଗେ ଯୋୟାବର ହାତ ନାହିଁ ?" ସେ ସ୍ତ୍ରୀ ଉତ୍ତର ଦେଇ କହିଲା, "ହେ ମୋର ପ୍ରଭୁ, ମହାରାଜ, ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ କହୁଛି, ମୋ' ପ୍ରଭୁ ମହାରାଜ ଯାହା କହିଅଛନ୍ତି, ତହିଁର ଦକ୍ଷିଣରେ କି ବାମରେ ଫେରିବାକୁ କାହାରି ଆୟତ୍ତ ନାହିଁ; କାରଣ ଆପଣଙ୍କ ଦାସ ଯୋୟାବ ମୋତେ ଆଦେଶ କରି ଆପଣଙ୍କ ଦାସୀଙ୍କୁ ଏସମସ୍ତ କଥା ଶିଖାଇଅଛନ୍ତି ।
|
||
\v 20 କଥାକୁ ଏପରି ବୁଲାଇ କହିବାକୁ ଆପଣଙ୍କ ଦାସ ଯୋୟାବ ଏହା କରିଅଛନ୍ତି; ଯାହା ହେଉ, ମୋର ପ୍ରଭୁ ପୃଥିବୀର ସମସ୍ତ ବିଷୟ ଜାଣିବା ପାଇଁ ପରମେଶ୍ୱରଙ୍କ ଦୂତଙ୍କ ଜ୍ଞାନ ପ୍ରମାଣେ ଜ୍ଞାନବାନ ଅଟନ୍ତି ।"
|
||
\s5
|
||
\v 21 ଏଥିଉତ୍ତାରେ ରାଜା ଯୋୟାବକୁ କହିଲେ, "ଆଚ୍ଛା, ଦେଖ, ମୁଁ ଏହି କଥା କରିବି, ଏଣୁ ଯାଅ, ସେ ଯୁବା ଅବଶାଲୋମକୁ ପୁନର୍ବାର ଆଣ ।"
|
||
\v 22 ତହିଁରେ ଯୋୟାବ ମୁହଁ ମାଡ଼ି ପ୍ରଣାମ କରି ରାଜାଙ୍କର ଧନ୍ୟବାଦ କଲା; ଆଉ ଯୋୟାବ କହିଲା, "ହେ ମୋହର ପ୍ରଭୁ, ମହାରାଜ, ମୁଁ ଯେ ଆପଣଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଅଛି, ଏହା ଆପଣଙ୍କ ଦାସ ଆଜି ଜାଣିଲା, ଯେହେତୁ ମହାରାଜ ଆପଣା ଦାସର ନିବେଦନାନୁସାରେ କଲେ " ।
|
||
\s5
|
||
\v 23 ତହୁଁ ଯୋୟାବ ଉଠି ଗଶୂରକୁ ଯାଇ ଅବଶାଲୋମକୁ ଯିରୂଶାଲମକୁ ଆଣିଲା ।
|
||
\v 24 ଆଉ ରାଜା କହିଲେ, "ସେ ଫେରି ଆପଣା ଘରକୁ ଯାଉ, ମାତ୍ର ସେ ମୋହର ମୁଖ ନ ଦେଖୁ ।" ତହିଁରେ ଅବଶାଲୋମ ଆପଣା ଗୃହକୁ ଫେରିଗଲା ଓ ରାଜାଙ୍କର ମୁଖ ଦେଖିଲା ନାହିଁ ।
|
||
\s5
|
||
\v 25 ସମୁଦାୟ ଇସ୍ରାଏଲ ମଧ୍ୟରେ ଅବଶାଲୋମ ପରି ଅତି ପ୍ରଶଂସନୀୟ ସୌନ୍ଦର୍ଯ୍ୟ ପୁରୁଷ କେହି ନ ଥିଲା; ତାହାର ତଳିପାରୁ ମସ୍ତକର ଅଗ୍ରଭାଗ ପର୍ଯ୍ୟନ୍ତ ତାହାଠାରେ କୌଣସି ଖୁଣ ନ ଥିଲା ।
|
||
\v 26 ତାହାର ମସ୍ତକର କେଶ ଭାରୀ ହେବାରୁ ପ୍ରତି ବର୍ଷର ଶେଷରେ ସେ ତାହା କଟାଏ । ପୁଣି ସେ ଆପଣା ମସ୍ତକର କେଶ କଟାଇବା ବେଳେ ରାଜପରିମାଣାନୁସାରେ ତାହା ଦୁଇ ଶହ ଶେକଲ (ଦୁଇ କିଲୋ ଦୁଇ ଶହ ଗ୍ରାମ) ପରିମିତ ହୁଏ ।
|
||
\v 27 ସେହି ଅବଶାଲୋମର ତିନି ପୁତ୍ର ଓ ଗୋଟିଏ କନ୍ୟା ଜାତ ହୋଇଥିଲେ; କନ୍ୟାର ନାମ ତାମର ଥିଲା, ସେ ପରମାସୁନ୍ଦରୀ ।
|
||
\s5
|
||
\v 28 ଅବଶାଲୋମ ଯିରୂଶାଲମରେ ସମ୍ପୂର୍ଣ୍ଣ ଦୁଇ ବର୍ଷ ବାସ କଲା; ମାତ୍ର ରାଜାଙ୍କର ମୁଖ ଦେଖିଲା ନାହିଁ ।
|
||
\v 29 ଏଣୁ ଅବଶାଲୋମ ରାଜାଙ୍କ ନିକଟକୁ ପଠାଇବା ପାଇଁ ଯୋୟାବଙ୍କୁ ଡକାଇଲା; ମାତ୍ର ସେ ଆସିଲା ନାହିଁ; ତହୁଁ ସେ ଦ୍ୱିତୀୟ ଥର ପୁଣି ଲୋକ ପଠାଇଲା, ମାତ୍ର ସେ ଆସିଲା ନାହିଁ ।
|
||
\s5
|
||
\v 30 ଏହେତୁ ସେ ଆପଣା ଦାସମାନଙ୍କୁ କହିଲା, "ଦେଖ, ଆମ୍ଭ କ୍ଷେତ୍ର ପାଖରେ ଯୋୟାବର କ୍ଷେତ୍ର ଅଛି, ସେ ତହିଁରେ ଯବ କରିଅଛି; ଯାଅ, ତହିଁରେ ନିଆଁ ଲଗାଇ ଦିଅ ।" ତହୁଁ ଅବଶାଲୋମର ଦାସମାନେ ସେହି କ୍ଷେତ୍ରରେ ନିଆଁ ଲଗାଇ ଦେଲେ ।
|
||
\v 31 ଏଥିରେ ଯୋୟାବ ଉଠି ଅବଶାଲୋମ ପାଖକୁ ତାହାର ଗୃହକୁ ଆସି ତାହାକୁ କହିଲା, "ତୁମ୍ଭ ଦାସମାନେ କାହିଁକି ମୋ' କ୍ଷେତ୍ରରେ ନିଆଁ ଲଗାଇଲେ ?"
|
||
\s5
|
||
\v 32 ତହୁଁ ଅବଶାଲୋମ ଯୋୟାବଙ୍କୁ ଉତ୍ତର କଲା, "ଦେଖ ମୁଁ ତୁମ୍ଭ ନିକଟକୁ ଲୋକ ପଠାଇ କହିଲି, 'ତୁମ୍ଭେ ଏଠାକୁ ଆସ, "ମୁଁ କାହିଁକି ଗଶୂରରୁ ଆସିଲି ? ଏକଥା ପଚାରିବା ପାଇଁ ମୁଁ ରାଜାଙ୍କ ନିକଟକୁ ତୁମ୍ଭକୁ ପଠାଇବି । ଆଜି ପର୍ଯ୍ୟନ୍ତ ସେଠାରେ ଥିଲେ, ମୋହର ଭଲ ହୋଇଥା'ନ୍ତା; ଏବେ ମୋତେ ରାଜାଙ୍କ ମୁଖ ଦେଖିବାକୁ ଦିଅ, ଯେବେ ମୋ'ଠାରେ ଅପରାଧ ଥାଏ, ତେବେ ସେ ମୋତେ ବଧ କରନ୍ତୁ ।'"
|
||
\v 33 ତହୁଁ ଯୋୟାବ ଯାଇ ରାଜାଙ୍କୁ ଏହା ଜଣାଇଲା; ତହିଁରେ ରାଜା ଅବଶାଲୋମକୁ ଡକାନ୍ତେ, ସେ ରାଜାଙ୍କ ନିକଟକୁ ଆସି ତାଙ୍କ ସମ୍ମୁଖରେ ଭୂମିରେ ମୁହଁ ମାଡ଼ି ପ୍ରଣାମ କଲା, ପୁଣି ରାଜା ଅବଶାଲୋମକୁ ଚୁମ୍ବନ କଲେ ।
|
||
|
||
\s5
|
||
\c 15
|
||
\s ଅବଶାଲୋମଙ୍କ ବିଦ୍ରୋହ
|
||
\p
|
||
\v 1 ଏଥିଉତ୍ତାରେ ଅବଶାଲୋମ ଆପଣା ନିମନ୍ତେ ଏକ ରଥ ଓ ଅଶ୍ୱମାନ ଓ ଆପଣା ଆଗେ ଆଗେ ଦୌଡ଼ିବା ନିମନ୍ତେ ପଚାଶ ଜଣ ରଖିଲା ।
|
||
\v 2 ପୁଣି ଅବଶାଲୋମ ପ୍ରଭାତରେ ଉଠି ରାଜଦ୍ୱାରର ପଥ ପାର୍ଶ୍ୱରେ ଠିଆ ହୁଏ; ଆଉ ଏପରି କରେ ଯେ, କାହାରି ବିଚାରାର୍ଥେ ରାଜାଙ୍କ ନିକଟକୁ ଆସିବାଯୋଗ୍ୟ କୌଣସି ବିବାଦ ଥିଲେ, ଅବଶାଲୋମ ତାହାକୁ ଡାକି କହେ, "ତୁମ୍ଭେ କେଉଁ ନଗରର ଲୋକ ?" ତହିଁରେ ଆପଣଙ୍କ ଦାସ ଆମ୍ଭେ ଇସ୍ରାଏଲର ଗୋଟିଏ ବଂଶର ଲୋକ ବୋଲି କହିଲେ,
|
||
\s5
|
||
\v 3 'ଅବଶାଲୋମ ତାହାକୁ କହେ, "ଦେଖ, ତୁମ୍ଭ କଥା ଉତ୍ତମ ଓ ଯଥାର୍ଥ; ମାତ୍ର ତୁମ୍ଭ କଥା ଶୁଣିବାକୁ ରାଜାଙ୍କର କୌଣସି ଲୋକ ନିଯୁକ୍ତ ନାହିଁ ।"
|
||
\v 4 ଅବଶାଲୋମ ଆହୁରି କହେ, "ଆଃ, ମୁଁ ଯେବେ ଦେଶର ବିଚାରକର୍ତ୍ତା ହୁଅନ୍ତି ଓ କାହାରି କୌଣସି ବିବାଦ ବା କୌଣସି କଥା ଥିଲେ ଯେବେ ସେ ମୋ' ନିକଟକୁ ଆସନ୍ତା, ତେବେ ମୁଁ ତାହାର ଯଥାର୍ଥ ବିଚାର କରନ୍ତି ।"
|
||
\s5
|
||
\v 5 ଆହୁରି କେହି ପ୍ରଣାମ କରିବା ପାଇଁ ତାହା ନିକଟକୁ ଆସିଲେ, ସେ ଆପଣା ହାତ ବଢ଼ାଇ ତାହାକୁ ଧରି ଚୁମ୍ବନ କରେ ।
|
||
\v 6 ଇସ୍ରାଏଲର ଯେତେ ଲୋକ ବିଚାରାର୍ଥେ ରାଜାଙ୍କ ନିକଟକୁ ଆସନ୍ତି, ଅବଶାଲୋମ ସେସମସ୍ତଙ୍କ ପ୍ରତି ଏହିପରି କରେ; ଏହି ପ୍ରକାରେ ଅବଶାଲୋମ ଇସ୍ରାଏଲ ଲୋକମାନଙ୍କ ମନ ହରଣ କଲା ।
|
||
\s5
|
||
\v 7 ଅନନ୍ତର ଚାରି ବର୍ଷ ଶେଷରେ ଅବଶାଲୋମ ରାଜାଙ୍କୁ କହିଲା, "ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମାନତ କରି ଅଛି, ତାହା ପୂର୍ଣ୍ଣ କରିବା ପାଇଁ ମୋତେ ହିବ୍ରୋଣକୁ ଯିବାକୁ ଦେଉନ୍ତୁ ।
|
||
\v 8 କାରଣ ଆପଣଙ୍କ ଦାସ ଅରାମ ଦେଶସ୍ଥ ଗଶୂରରେ ଥିବା ବେଳେ ମାନତ କରି କହିଅଛି, 'ଯେବେ ସଦାପ୍ରଭୁ ନିଶ୍ଚୟ ମୋତେ ପୁନର୍ବାର ଯିରୂଶାଲମକୁ ଆଣିବେ, ତେବେ ମୁଁ ସଦାପ୍ରଭୁଙ୍କର ସେବା କରିବି' "।
|
||
\s5
|
||
\v 9 ତହିଁରେ ରାଜା ତାହାକୁ କହିଲେ, "କୁଶଳରେ ଯାଅ" । ତହୁଁ ସେ ଉଠି ହିବ୍ରୋଣକୁ ଗଲା ।
|
||
\v 10 ମାତ୍ର ଅବଶାଲୋମ ସମୁଦାୟ ଇସ୍ରାଏଲ ବଂଶ ନିକଟକୁ ଗୁପ୍ତଚର ପଠାଇ କହିଥିଲା, "ତୁମ୍ଭେମାନେ ତୂରୀଧ୍ୱନି ଶୁଣିବା କ୍ଷଣେ ଅବଶାଲୋମ ହିବ୍ରୋଣରେ ରାଜା ହେଲେ ବୋଲି କହିବ ।"
|
||
\s5
|
||
\v 11 ଆଉ ଅବଶାଲୋମ ସଙ୍ଗେ ଯିରୂଶାଲମରୁ ଦୁଇ ଶହ ଲୋକ ଗଲେ; ସେମାନେ ନିମନ୍ତ୍ରିତ ହୋଇ ସରଳ ମନରେ ଗଲେ; ସେମାନେ କୌଣସି କଥା ଜାଣି ନ ଥିଲେ ।
|
||
\v 12 ପୁଣି ଅବଶାଲୋମ ବଳିଦାନ କରିବା ସମୟରେ ଲୋକ ପଠାଇ ଦାଉଦଙ୍କର ମନ୍ତ୍ରୀ ଗୀଲୋନୀୟ ଅହୀଥୋଫଲକୁ ତାହାର ନଗର ଗୀଲୋରୁ ଡକାଇଲା । ତାଙ୍କର ଚକ୍ରାନ୍ତ ଦୃଢ଼ ହେଲା; କାରଣ ଅବଶାଲୋମର ସପକ୍ଷ ଲୋକ ଆହୁରି ଆହୁରି ଅନେକ ବୃଦ୍ଧି ପାଇଲେ ।
|
||
\s ଯିରୂଶାଲମରୁ ଦାଉଦଙ୍କ ପଳାୟନ
|
||
\p
|
||
\s5
|
||
\v 13 ଅନନ୍ତର ଜଣେ ଦାସ ଦାଉଦଙ୍କ ନିକଟକୁ ଆସି କହିଲା, "ଇସ୍ରାଏଲ ଲୋକମାନଙ୍କର ମନ ଅବଶାଲୋମ ଆଡ଼େ ଅଛି ।"
|
||
\v 14 ତହିଁରେ ଦାଉଦ ଆପଣା ସଙ୍ଗେ ଯିରୂଶାଲମରେ ଥିବା ସମସ୍ତ ଦାସଙ୍କୁ କହିଲେ, "ଉଠ, ଆମ୍ଭେମାନେ ପଳାଉ; ନୋହିଲେ ଆମ୍ଭେମାନେ କେହି ଅବଶାଲୋମଠାରୁ ରକ୍ଷା ପାଇବୁ ନାହିଁ; ଏଣୁ ଚଞ୍ଚଳ ଚାଲ, କେଜାଣି ସେ ଶୀଘ୍ର ଆମ୍ଭମାନଙ୍କୁ ଧରି ଆମ୍ଭମାନଙ୍କୁ ବିପଦଗ୍ରସ୍ତ କରିବ ଓ ଖଡ଼୍ଗଧାରରେ ନଗର ଆଘାତ କରିବ ।"
|
||
\v 15 ତହୁଁ ରାଜାଙ୍କ ଦାସମାନେ ରାଜାଙ୍କୁ କହିଲେ, "ଦେଖନ୍ତୁ, ଆମ୍ଭମାନଙ୍କ ପ୍ରଭୁ ମହାରାଜ ଯାହା ପସନ୍ଦ କରନ୍ତି, ତାହା କରିବାକୁ ଆପଣଙ୍କ ଦାସମାନେ ପ୍ରସ୍ତୁତ ଅଛନ୍ତି ।"
|
||
\s5
|
||
\v 16 ତହୁଁ ରାଜା ଓ ତାଙ୍କ ପଛେ ପଛେ ତାଙ୍କର ସମସ୍ତ ପରିବାର ପ୍ରସ୍ଥାନ କଲେ । କିନ୍ତୁ ରାଜା ଗୃହ ଜଗିବା ନିମନ୍ତେ ଦଶ ଜଣ ଉପପତ୍ନୀ ଛାଡ଼ିଗଲେ ।
|
||
\v 17 ଏରୂପେ ରାଜା ଓ ତାଙ୍କ ପଛେ ତାଙ୍କର ସମସ୍ତ ଲୋକ ପ୍ରସ୍ଥାନ କରି ବୈଥ୍-ହମ୍ମିର୍ହକରେ (ଦୁର ସ୍ଥାନରେ ) ରହିଲେ ।
|
||
\v 18 ପୁଣି ତାଙ୍କର ସମସ୍ତ ଦାସ ଅଗ୍ରସର ହେଲେ ଓ ଗାଥ୍ ନଗରରୁ ତାଙ୍କ ପଛେ ଯେଉଁ ଛଅ ଶହ ଲୋକ ଆସିଥିଲେ, ସେହି କରେଥୀୟ ଓ ପଲେଥୀୟ ଓ ଗାଥୀୟ ଲୋକ ସମସ୍ତେ ରାଜାଙ୍କ ସମ୍ମୁଖରେ ପାର ହୋଇଗଲେ ।
|
||
\s5
|
||
\v 19 ସେତେବେଳେ ରାଜା ଗାଥୀୟ ଇତ୍ତୟକୁ କହିଲେ, "ତୁମ୍ଭେ କାହିଁକି ଆମ୍ଭମାନଙ୍କ ସଙ୍ଗେ ଯାଉଅଛ ? ଫେରି ଯାଅ, ରାଜାଙ୍କ ସଙ୍ଗେ ରୁହ; କାରଣ ତୁମ୍ଭେ ତ ଜଣେ ବିଦେଶୀ, ମଧ୍ୟ ନିର୍ବାସିତ ଲୋକ; ତୁମ୍ଭେ ନିଜ ସ୍ଥାନକୁ ଫେରିଯାଅ ।
|
||
\v 20 ଆମ୍ଭେ ଯେଉଁଆଡ଼େ ପାରିବୁ, ସେହିଆଡ଼େ ଯିବୁ, ତୁମ୍ଭେ ତ କେବଳ କାଲି ଆସିଲ, ଆଜି ଆମ୍ଭେ କି ତୁମ୍ଭକୁ ଆମ୍ଭମାନଙ୍କ ସଙ୍ଗେ ନେଇ ଏଣେତେଣେ ବୁଲାଇବା ? ତୁମ୍ଭେ ଫେରିଯାଅ, ତୁମ୍ଭ ଭାଇମାନଙ୍କୁ ଫେରାଇ ନିଅ; ଦୟା ଓ ସତ୍ୟତା ତୁମ୍ଭ ସହବର୍ତ୍ତୀ ହେଉ ।"
|
||
\s5
|
||
\v 21 ଏଥିରେ ଇତ୍ତୟ ରାଜାଙ୍କୁ ଉତ୍ତର କରି କହିଲା, " ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ମୋର ପ୍ରଭୁ ମହାରାଜ ଜୀବିତ ଥିବା ପ୍ରମାଣେ, ଜୀବନ ପାଇଁ ହେଉ ବା ମରଣ ପାଇଁ ହେଉ, ଅବଶ୍ୟ ମୋହର ପ୍ରଭୁ ମହାରାଜ ଯେଉଁଠାରେ ରହିବେ, ସେଠାରେ ମଧ୍ୟ ଆପଣଙ୍କ ଦାସ ରହିବ ।"
|
||
\v 22 ତହୁଁ ଦାଉଦ ଇତ୍ତୟକୁ କହିଲେ, " ତେବେ ଯାଅ, ଅଗ୍ରସର ହୁଅ । ତହିଁରେ ଗାଥୀୟ ଇତ୍ତୟ ଓ ତାହାର ସମସ୍ତ ଲୋକ ଓ ତାହା ସହିତ ଥିବା ସମସ୍ତ ବାଳକ ଅଗ୍ରସର ହୋଇଗଲେ ।
|
||
\v 23 ତେଣୁ ଦେଶଯାକ ଉଚ୍ଚୈଃସ୍ୱର କରି ରୋଦନ କଲେ ଓ ସମସ୍ତ ଲୋକ ଅଗ୍ରସର ହେଲେ; ରାଜା ମଧ୍ୟ ଆପେ କିଦ୍ରୋଣ ନଦୀ ପାର ହୋଇ ଗଲେ ଓ ସମସ୍ତ ଲୋକ ପାର ହୋଇ ପ୍ରାନ୍ତରପଥ ଆଡ଼େ ଗଲେ ।
|
||
\s5
|
||
\v 24 ଆଉ ଦେଖ, ସାଦୋକ ମଧ୍ୟ ଓ ତାହା ସଙ୍ଗେ ସମସ୍ତ ଲେବୀୟ ଲୋକ ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ବହି ଆସିଲେ, ପୁଣି ନଗରରୁ ସମସ୍ତ ଲୋକ ବାହାର ହୋଇ ଯିବା ପର୍ଯ୍ୟନ୍ତ ସେମାନେ ପରମେଶ୍ୱରଙ୍କ ସିନ୍ଦୁକ ଓହ୍ଲାଇ ରଖିଲେ ଓ ଅବୀୟାଥର ଉପରକୁ ଗଲା ।
|
||
\v 25 ତହୁଁ ରାଜା ସାଦୋକଙ୍କୁ କହିଲେ, "ପରମେଶ୍ୱରଙ୍କ ସିନ୍ଦୁକ ନଗରକୁ ଫେରାଇ ନିଅ; ଯେବେ ମୁଁ ସଦାପ୍ରଭୁଙ୍କ ଦୃଷ୍ଟିରେ ଅନୁଗ୍ରହ ପାଏ, ତେବେ ସେ ମୋତେ ପୁନର୍ବାର ଆଣିବେ, ପୁଣି ଏହା ଓ ଆପଣା ନିବାସସ୍ଥାନ ମୋତେ ଦେଖାଇବେ ।
|
||
\v 26 'ମାତ୍ର ତୁମ୍ଭଠାରେ ଆମ୍ଭର ସନ୍ତୋଷ ନାହିଁ,' ଯେବେ ସେ ଏପରି କହିବେ, ତେବେ ଦେଖ, ମୁଁ ଉପସ୍ଥିତ ଅଛି, ଯାହା ତାହାଙ୍କୁ ଭଲ ଦିଶେ, ତାହା ସେ ମୋ' ପ୍ରତି କରନ୍ତୁ ।"
|
||
\s5
|
||
\v 27 ରାଜା ସାଦୋକ ଯାଜକକୁ ଆହୁରି କହିଲେ, "ତୁମ୍ଭେ କି ଦର୍ଶକ ନୁହଁ ? ତୁମ୍ଭେ ଓ ତୁମ୍ଭ ସହିତ ତୁମ୍ଭ ପୁତ୍ର ଅହୀମାସ୍ ଓ ଅବୀୟାଥରର ପୁତ୍ର ଯୋନାଥନ, ତୁମ୍ଭମାନଙ୍କର ଏହି ଦୁଇ ପୁତ୍ର କୁଶଳରେ ନଗରକୁ ଫେରିଯାଅ ।
|
||
\v 28 ଦେଖ, ତୁମ୍ଭମାନଙ୍କଠାରୁ ମୋ'ଠାକୁ ତଥ୍ୟ-ବାର୍ତ୍ତା ଆସିବା ପର୍ଯ୍ୟନ୍ତ ମୁଁ ପ୍ରାନ୍ତରସ୍ଥ ଘାଟୀ ପାଖରେ ଅପେକ୍ଷା କରିବି ।"
|
||
\v 29 ଏଣୁ ସାଦୋକ ଓ ଅବୀୟାଥର ପୁନର୍ବାର ଯିରୂଶାଲମକୁ ପରମେଶ୍ୱରଙ୍କ ସିନ୍ଦୁକ ନେଇ ଗଲେ ଓ ସେମାନେ ସେଠାରେ ରହିଲେ ।
|
||
\s5
|
||
\v 30 ଅନନ୍ତର ଦାଉଦ ଜୈତୁନ ପର୍ବତର ଉଠାଣି ଦେଇ ଗଲେ ଓ ଉପରକୁ ଯିବା ବେଳେ ରୋଦନ କରି କରି ଉପରକୁ ଗଲେ; ସେସମୟରେ ତାଙ୍କର ମସ୍ତକ ଆଚ୍ଛାଦିତ ଥିଲା ଓ ସେ ଖାଲି ପାଦରେ ଚାଲୁଥିଲେ; ପୁଣି ତାଙ୍କର ସଙ୍ଗୀ ଲୋକମାନେ ପ୍ରତ୍ୟେକେ ଆପଣା ଆପଣା ମସ୍ତକ ଆଚ୍ଛାଦନ କରିଥିଲେ ଓ ସେମାନେ ଉପରକୁ ଯିବା ବେଳେ ରୋଦନ କରୁ କରୁ ଉପରକୁ ଗଲେ ।
|
||
\v 31 ଏଥି ମଧ୍ୟରେ ଜଣେ ଦାଉଦଙ୍କୁ କହିଲା, "ଅବଶାଲୋମ ସଙ୍ଗେ ଚକ୍ରାନ୍ତକାରୀମାନଙ୍କ ମଧ୍ୟରେ ଅହୀଥୋଫଲ ଅଛି । ତହିଁରେ ଦାଉଦ କହିଲେ, ହେ ସଦାପ୍ରଭୁ, ବିନୟ କରୁଅଛି, ଅହୀଥୋଫଲର ମନ୍ତ୍ରଣାକୁ ମୂର୍ଖତା କର ।"
|
||
\s5
|
||
\v 32 ଏଉତ୍ତାରେ ଲୋକେ ଯେଉଁଠାରେ ପରମେଶ୍ୱରଙ୍କର ଆରାଧନା କରନ୍ତି, ଉଠାଣିର ସେହି ଶୃଙ୍ଗ ନିକଟରେ ଦାଉଦ ଉପସ୍ଥିତ ହୁଅନ୍ତେ, ଦେଖ, ଅର୍କୀୟ ହୁଶୟ ଆପଣା ଚିରା ଜାମା ପିନ୍ଧି ଓ ମସ୍ତକରେ ମୃତ୍ତିକା ଦେଇ ତାଙ୍କୁ ଭେଟିବା ପାଇଁ ଉପସ୍ଥିତ ହେଲା ।
|
||
\v 33 ତହିଁରେ ଦାଉଦ ତାହାଙ୍କୁ କହିଲେ, "ଯେବେ ତୁମ୍ଭେ ମୋ' ସଙ୍ଗେ ଅଗ୍ରସର ହୁଅ, ତେବେ ତୁମ୍ଭେ ମୋ' ପ୍ରତି ଭାର ସ୍ୱରୂପ ହେବ ।
|
||
\v 34 ମାତ୍ର ଯେବେ ତୁମ୍ଭେ ନଗରକୁ ଫେରି ଯାଇ ଅବଶାଲୋମକୁ କହିବ, ' ହେ ମହାରାଜ, ମୁଁ ଆପଣଙ୍କର ଦାସ ହେବି; ମୁଁ ପୂର୍ବରେ ଯେପରି ଆପଣଙ୍କ ପିତାଙ୍କର ଦାସ ଥିଲି, ସେପରି ଏବେ ମୁଁ ଆପଣଙ୍କର ଦାସ ହେବି;' ତେବେ ତୁମ୍ଭେ ଆମ୍ଭ ପକ୍ଷରେ ଅହୀଥୋଫଲର ମନ୍ତ୍ରଣା ବ୍ୟର୍ଥ କରି ପାରିବ "।
|
||
\s5
|
||
\v 35 ସେଠାରେ ତୁମ୍ଭ ସଙ୍ଗେ କି ସାଦୋକ ଓ ଅବୀୟାଥର ଯାଜକମାନେ ନ ଥିବେ ? ଏଣୁ ତୁମ୍ଭେ ରାଜଗୃହରୁ ଯାହା କିଛି ଶୁଣିବ, ତାହା ସାଦୋକ ଓ ଅବୀୟାଥର ଯାଜକମାନଙ୍କୁ ଜଣାଇବ ।
|
||
\v 36 ଦେଖ, ସେସ୍ଥାନରେ ସେମାନଙ୍କ ସଙ୍ଗେ ସେମାନଙ୍କର ଦୁଇ ପୁତ୍ର, ଅର୍ଥାତ୍, ସାଦୋକର ପୁତ୍ର ଅହୀମାସ୍ ଓ ଅବୀୟାଥରର ପୁତ୍ର ଯୋନାଥନ ଅଛନ୍ତି, ତୁମ୍ଭେମାନେ ଯାହା ଯାହା ଶୁଣିବ, ସେସବୁ କଥା ସେମାନଙ୍କ ହାତରେ ମୋ' ନିକଟକୁ କହି ପଠାଇବ ।"
|
||
\v 37 ତହୁଁ ଦାଉଦଙ୍କର ମିତ୍ର ହୂଶୟ ନଗରକୁ ଆସିଲା; ପୁଣି ଅବଶାଲୋମ ଯିରୂଶାଲମକୁ ଆସିଲା ।
|
||
|
||
\s5
|
||
\c 16
|
||
\s ଦାଉଦ ଓ ସୀବଃ
|
||
\p
|
||
\v 1 ଅନନ୍ତର ଦାଉଦ ଉଠାଣି ଶୃଙ୍ଗ ପାର ହୋଇ ଅଳ୍ପ ବାଟ ଅଗ୍ରସର ହେଲା ଉତ୍ତାରେ ଦେଖ, ମଫୀବୋଶତର ଦାସ ସୀବଃ ସଜ୍ଜିତ ଦୁଇ ଗର୍ଦ୍ଦଭ ସଙ୍ଗେ ନେଇ ତାଙ୍କୁ ଭେଟିଲା, ସେହି ଗର୍ଦ୍ଦଭମାନଙ୍କ ଉପରେ ଦୁଇ ଶହ ରୋଟୀ, ଶହେ ପେନ୍ଥା ଦ୍ରାକ୍ଷାଫଳ ଓ ଶହେ ଗ୍ରୀଷ୍ମକାଳୀନ ଫଳ ଓ ଏକ କୁମ୍ପା (ବୋତୋଲ୍) ଦ୍ରାକ୍ଷାରସ ଥିଲା ।
|
||
\v 2 ତହିଁରେ ରାଜା ସୀବଃକୁ କହିଲେ, "ଏସବୁରେ ତୁମ୍ଭର ଅଭିପ୍ରାୟ କଅଣ ?" ତହୁଁ ସୀବଃ କହିଲା, "ଏ ଗର୍ଦ୍ଦଭ ଦୁଇଟି ରାଜପରିବାରଙ୍କ ଚଢ଼ିବା ନିମନ୍ତେ; ପୁଣି ଏହି ରୋଟୀ ଓ ଗ୍ରୀଷ୍ମକାଳୀନ ଫଳ ଯୁବାମାନଙ୍କ ଆହାର ନିମନ୍ତେ, ଆଉ ଦ୍ରାକ୍ଷାରସ ପ୍ରାନ୍ତରରେ କ୍ଳାନ୍ତ ହେବା ଲୋକମାନେ ପାନ କରିବେ ।"
|
||
\s5
|
||
\v 3 ତେବେ ରାଜା କହିଲେ, "ତୁମ୍ଭ ପ୍ରଭୁର ପୁତ୍ର କାହିଁ ?" ତହିଁରେ ସୀବଃ ରାଜାଙ୍କୁ କହିଲା, "ଦେଖନ୍ତୁ, ସେ ଯିରୂଶାଲମରେ ଅଛନ୍ତି, କାରଣ ସେ କହିଲେ, 'ଇସ୍ରାଏଲ ବଂଶ ଆଜି ଆମ୍ଭ ପୈତୃକ ରାଜ୍ୟ ଆମ୍ଭକୁ ଫେରାଇ ଦେବେ ।'"
|
||
\v 4 ଏଥିରେ ରାଜା ସୀବଃକୁ କହିଲେ, "ଦେଖ, ମଫୀବୋଶତର ସର୍ବସ୍ୱ ତୁମ୍ଭର ହେଲା ।" ତହୁଁ ସୀବଃ କହିଲା, "ମୁଁ ପ୍ରଣାମ କରୁଅଛି, ହେ ମୋହର ପ୍ରଭୁ, ମହାରାଜ, ମୁଁ ଆପଣଙ୍କ ଦୃଷ୍ଟିରେ ଯେପରି ଅନୁଗ୍ରହ ପାଏ ।"
|
||
\s ଦାଉଦଙ୍କୁ ଶିମୀୟିର ଅଭିଶାପ
|
||
\p
|
||
\s5
|
||
\v 5 ଏଥିଉତ୍ତାରେ ଦାଉଦ ରାଜା ବହୁରୀମରେ ଉପସ୍ଥିତ ହୁଅନ୍ତେ, ଦେଖ, ଶାଉଲ ବଂଶର ପରିବାରଭୁକ୍ତ ଏକ ବ୍ୟକ୍ତି ସେଠାରୁ ବାହାର ହୋଇ ଆସିଲା, ତାହାର ନାମ ଶିମୀୟି, ସେ ଗେରାର ପୁତ୍ର; ସେ ବାହାରି ଆସିବା ବେଳେ ଅଭିଶାପ ଦେଉ ଦେଉ ଆସିଲା ।
|
||
\v 6 ଆଉ ସେ ଦାଉଦଙ୍କୁ ଓ ଦାଉଦ ରାଜାଙ୍କର ସବୁ ଦାସଙ୍କୁ ପଥର ମାରିଲା; ସେତେବେଳେ ସମସ୍ତ ଲୋକ ଓ ସମସ୍ତ ବୀର ତାଙ୍କର ଦକ୍ଷିଣରେ ଓ ବାମରେ ଥିଲେ ।
|
||
\s5
|
||
\v 7 ପୁଣି ଶିମୀୟି ଅଭିଶାପ ଦେଉ ଦେଉ ଏପରି କହିଲା, "ଆରେ ରକ୍ତପାତୀ ମନୁଷ୍ୟ, ଆରେ ପାପାଧମ ଲୋକ, ଦୁର୍ ହୁଅ, ଚାଲି ଯାଅ!
|
||
\v 8 ଯାହାର ପଦରେ ତୁ ରାଜ୍ୟ କରୁଥିଲୁ, ସେହି ଶାଉଲ ବଂଶର ସମସ୍ତ ରକ୍ତପାତର ପ୍ରତିଫଳ ତୋତେ ସଦାପ୍ରଭୁ ଦେଉଅଛନ୍ତି; ପୁଣି ସଦାପ୍ରଭୁ ତୋର ପୁତ୍ର ଅବଶାଲୋମ ହସ୍ତରେ ରାଜ୍ୟ ସମର୍ପଣ କରିଅଛନ୍ତି; ଆଉ ଦେଖ୍, ତୁ ତୋ' ନିଜ ଦୁଷ୍ଟତାରେ ଧରା ପଡ଼ିଅଛୁ, କାରଣ ତୁ ରକ୍ତପାତୀ ମନୁଷ୍ୟ ।"
|
||
\s5
|
||
\v 9 ସେତେବେଳେ ସରୁୟାର ପୁତ୍ର ଅବିଶୟ ରାଜାଙ୍କୁ କହିଲା, "ଏ ମଲା କୁକୁରଟା କାହିଁକି ମୋ' ପ୍ରଭୁ ମହାରାଜାଙ୍କୁ ଅଭିଶାପ ଦେବ ? ଅନୁମତି ଦେଉନ୍ତୁ, ମୁଁ ପାର ହୋଇ ଯାଇ ତାହାର ମୁଣ୍ଡ କାଟି ପକାଏ ।"
|
||
\v 10 ତହିଁରେ ରାଜା କହିଲେ, "ହେ ସରୁୟାର ପୁତ୍ରମାନେ, ତୁମ୍ଭମାନଙ୍କ ସଙ୍ଗେ ମୋହର କି କଥା ? ସେ ତ ଅଭିଶାପ ଦେଉଅଛି, ପୁଣି ଦାଉଦକୁ 'ଅଭିଶାପ ଦିଅ' ବୋଲି ସଦାପ୍ରଭୁ ତାହାକୁ କହିଅଛନ୍ତି ? 'ଏଥିପାଇଁ କିଏ କହିବ, ତୁମ୍ଭେ କାହିଁକି ଏପରି କଲ ?'"
|
||
\s5
|
||
\v 11 ଆହୁରି ଦାଉଦ ଅବିଶୟକୁ ଓ ଆପଣାର ଦାସ ସମସ୍ତଙ୍କୁ କହିଲେ, "ଦେଖ, ମୋହର ଔରସରୁ ଜାତ ମୋର ପୁତ୍ର ମୋର ପ୍ରାଣ ନେବାକୁ ଚାହୁଁଅଛି, ତେବେ ଏ ବିନ୍ୟାମୀନୀୟ ଲୋକ କି ଏବେ ତତୋଧିକ ନ କରିବ ? ତାଙ୍କୁ ଛାଡ଼, ସେ ଅଭିଶାପ ଦେଉ; କାରଣ ସଦାପ୍ରଭୁ ତାହାକୁ ଅନୁମତି ଦେଇଅଛନ୍ତି ।
|
||
\v 12 ହୋଇପାରେ, ମୋ' ପ୍ରତି କୃତ ଏ ଅପରାଧକୁ ସଦାପ୍ରଭୁ ଦୃଷ୍ଟିପାତ କରିବେ ଓ ଆଜି ତାହାର ଦତ୍ତ ଅଭିଶାପ ପରିବର୍ତ୍ତେ ସଦାପ୍ରଭୁ ମୋହର ମଙ୍ଗଳ କରିବେ ।"
|
||
\s5
|
||
\v 13 ଏହିରୂପେ ଦାଉଦ ଓ ତାଙ୍କର ଲୋକମାନେ ପଥ ଦେଇ ଗଲେ; ପୁଣି ଶିମୀୟି ତାଙ୍କ ପାଖେ ପାଖେ ପର୍ବତ ପାର୍ଶ୍ୱ ଦେଇ ଚାଲିଲା, ପୁଣି ଚାଲୁ ଚାଲୁ ଅଭିଶାପ ଦେଲା ଓ ତାଙ୍କ ଅପରେ ପଥର ଓ ଧୂଳି ପକାଇଲା ।
|
||
\v 14 ଏଉତ୍ତାରେ ରାଜା ଓ ତାଙ୍କର ସଙ୍ଗୀ ଲୋକ ସମସ୍ତେ କ୍ଳାନ୍ତ ହୋଇ ଆସିଲେ; ପୁଣି ସେଠାରେ ସେମାନେ ରାତିରେ ବିଶ୍ରାମ କଲେ ।
|
||
\s ଯିରୂଶାଲମରେ ଅବଶାଲୋମ
|
||
\p
|
||
\s5
|
||
\v 15 ଏଥି ମଧ୍ୟରେ ଅବଶାଲୋମ ଓ ତାହା ସଙ୍ଗେ ଅହୀଥୋଫଲ ଓ ସମସ୍ତ ଇସ୍ରାଏଲୀୟ ଲୋକ ଯିରୂଶାଲମକୁ ଆସିଲେ ।
|
||
\v 16 ପୁଣି ଦାଉଦଙ୍କର ମିତ୍ର ଅର୍କୀୟ ହୂଶୟ ଅବଶାଲୋମ ନିକଟକୁ ଆସନ୍ତେ, ହୂଶୟ ଅବଶାଲୋମଙ୍କୁ କହିଲା, "ମହାରାଜ ଚିରଜୀବୀ ହେଉନ୍ତୁ, ମହାରାଜ ଚିରଜୀବୀ ହେଉନ୍ତୁ !"
|
||
\s5
|
||
\v 17 ତହିଁରେ ଅବଶାଲୋମ ହୂଶୟକୁ କହିଲା, "ତୁମ୍ଭ ମିତ୍ର ପ୍ରତି ତୁମ୍ଭର କି ଏହି ଦୟା ? ତୁମ୍ଭେ କାହିଁକି ଆପଣା ମିତ୍ର ସଙ୍ଗରେ ଗଲ ନାହିଁ ?"
|
||
\v 18 ହୂଶୟ ଅବଶାଲୋମଙ୍କୁ କହିଲା, "ତାହା ନୁହେଁ! ମାତ୍ର ସଦାପ୍ରଭୁ ଓ ଏହି ଲୋକମାନେ ଓ ସମୁଦାୟ ଇସ୍ରାଏଲ ଲୋକ ଯାହାଙ୍କୁ ମନୋନୀତ କଲେ, ମୁଁ ତାଙ୍କରି ହେବି ଓ ତାଙ୍କ ସଙ୍ଗେ ମୁଁ ରହିବି ।
|
||
\s5
|
||
\v 19 ପୁନଶ୍ଚ ମୁଁ କାହାର ସେବା କରିବି ? ମୁଁ କି ତାଙ୍କ ପୁତ୍ର ସାକ୍ଷାତରେ ସେବା କରିବି ନାହିଁ ? ମୁଁ ଯେପରି ତୁମ୍ଭ ପିତାଙ୍କ ସାକ୍ଷାତରେ ସେବା କରିଅଛି, ସେପରି ଆପଣଙ୍କ ସାକ୍ଷାତରେ ମଧ୍ୟ କରିବି ।"
|
||
\s5
|
||
\v 20 ସେତେବେଳେ ଅବଶାଲୋମ ଅହୀଥୋଫଲକୁ କହିଲା, "ଏବେ ଆମ୍ଭମାନଙ୍କର କି କର୍ତ୍ତବ୍ୟ, ଏ ବିଷୟରେ ତୁମ୍ଭେ ଉପଦେଶ ଦିଅ ।"
|
||
\v 21 ତହିଁରେ ଅହୀଥୋଫଲ ଅବଶାଲୋମଙ୍କୁ କହିଲା, "ତୁମ୍ଭ ପିତା ଗୃହ ଜଗିବା ନିମନ୍ତେ ଆପଣାର ଯେଉଁ ଉପପତ୍ନୀମାନଙ୍କୁ ଛାଡ଼ି ଯାଇଅଛନ୍ତି, ତୁମ୍ଭେ ସେମାନଙ୍କ ସହିତ ସହବାସ କର; ତହିଁରେ ତୁମ୍ଭେ ଆପଣା ପିତାର ଦୁର୍ଗନ୍ଧ ସ୍ୱରୂପ ହେବ, ଏହା ସମୁଦାୟ ଇସ୍ରାଏଲ ଶୁଣିବେ; ତହୁଁ ତୁମ୍ଭ ସଙ୍ଗୀ ସମସ୍ତ ଲୋକଙ୍କ ହସ୍ତ ସବଳ ହେବ ।"
|
||
\s5
|
||
\v 22 ଏଉତ୍ତାରେ ଲୋକମାନେ ଅବଶାଲୋମ ନିମନ୍ତେ ଗୃହର ଛାତ ଉପରେ ଏକ ତମ୍ବୁ ପ୍ରସାରିଲେ; ତହୁଁ ଅବଶାଲୋମ ସମସ୍ତ ଇସ୍ରାଏଲ ସାକ୍ଷାତରେ ଆପଣା ପିତାଙ୍କ ଉପପତ୍ନୀମାନଙ୍କ ସହିତ ସହବାସ କଲା ।
|
||
\v 23 ସେସମୟରେ ଅହୀଥୋଫଲ ଯେଉଁ ମନ୍ତ୍ରଣା ଦିଏ, ସେହି ମନ୍ତ୍ରଣା ପରମେଶ୍ୱରଙ୍କ ବାକ୍ୟ ଦ୍ୱାରା ଉତ୍ତର ପାଇବା ତୁଲ୍ୟ ଥିଲା; ଦାଉଦ ଓ ଅବଶାଲୋମ ଉଭୟଙ୍କ ପ୍ରତି ଅହୀଥୋଫଲର ସମସ୍ତ ମନ୍ତ୍ରଣା ଏହି ପ୍ରକାର ଥିଲା ।
|
||
|
||
\s5
|
||
\c 17
|
||
\s ଦାଉଦଙ୍କ ପ୍ରତି ହୂଶୟଙ୍କ ଉପକାର
|
||
\p
|
||
\v 1 ଆହୁରି ଅହୀଥୋଫଲ ଅବଶାଲୋମଙ୍କୁ କହିଲା, "ମୁଁ ବାର ହଜାର ଲୋକ ବାଛି ଆଜି ରାତ୍ରି ଉଠି ଦାଉଦଙ୍କର ପଛେ ଗୋଡ଼ାଇବି ।
|
||
\v 2 ପୁଣି ସେ କ୍ଳାନ୍ତ ଓ ଶିଥିଳହସ୍ତ ଥିବା ବେଳେ ମୁଁ ତାଙ୍କୁ ଆକ୍ରମଣ କରି ଭୟ ଦେଖାଇବି; ତହିଁରେ ତାଙ୍କର ସମସ୍ତ ସଙ୍ଗୀ ଲୋକ ପଳାଇବେ; ପୁଣି ମୁଁ କେବଳ ରାଜାଙ୍କୁ ଆଘାତ କରିବି ।
|
||
\v 3 ଆଉ ମୁଁ ସମସ୍ତ ଲୋକଙ୍କୁ ତୁମ୍ଭ ନିକଟକୁ ଫେରାଇ ଆଣିବି; ଯେପରି ସ୍ତ୍ରୀ ସ୍ୱାମୀଙ୍କ ନିକଟକୁ ଫେରି ଆସିବା ତୁଲ୍ୟ; ତହିଁରେ ସମସ୍ତ ଲୋକ ତୁମ ଅଧିନରେ ଶାନ୍ତିରେ ରହିବେ ।"
|
||
\v 4 ସେତେବେଳେ ଏହି କଥା ଅବଶାଲୋମର ଓ ଇସ୍ରାଏଲୀୟ ସମସ୍ତ ପ୍ରାଚୀନବର୍ଗର ଦୃଷ୍ଟିରେ ପସନ୍ଦ ହେଲା ।
|
||
\s5
|
||
\v 5 ତେବେ ଅବଶାଲୋମ କହିଲା, "ଅର୍କୀୟ ହୂଶୟକୁ ମଧ୍ୟ ଡାକ, ଆଉ ସେ କ'ଣ କହେ, ତାହା ମଧ୍ୟ ଶୁଣିବା ।"
|
||
\v 6 ତହୁଁ ହୂଶୟ ଅବଶାଲୋମ ନିକଟକୁ ଆସନ୍ତେ, ଅବଶାଲୋମ ତାହାକୁ କହିଲା, "ଅହୀଥୋଫଲ ଏପରି ଏପରି କହୁଅଛି; ଆମ୍ଭେମାନେ ତାହା କଥାନୁସାରେ କରିବା କି ? ଯେବେ ନ କରିବା, ତେବେ ତୁମ୍ଭେ କୁହ ।"
|
||
\v 7 ତହିଁରେ ହୂଶୟ ଅବଶାଲୋମଙ୍କୁ କହିଲା, "ଅହୀଥୋଫଲ ଯେଉଁ ମନ୍ତ୍ରଣା ଦେଇଅଛି, ତାହା ଭଲ ନୁହେଁ ।"
|
||
\s5
|
||
\v 8 ହୂଶୟ ଆହୁରି କହିଲା, "ଆପଣ ଆପଣା ପିତାଙ୍କୁ ଓ ତାଙ୍କ ଲୋକମାନଙ୍କୁ ଜାଣନ୍ତି, ସେମାନେ ତ ବୀର ଓ କ୍ଷେତ୍ରରେ ଛୁଆହରା ଭଲ୍ଲୁକୀ ପରି ସେମାନେ ଉଗ୍ର ହୋଇଥିବେ, ପୁଣି ଆପଣଙ୍କ ପିତା ଯୋଦ୍ଧା ଓ ସେ ରାତ୍ରିରେ ଲୋକମାନଙ୍କ ସଙ୍ଗରେ ରହିବେ ନାହିଁ ।
|
||
\v 9 ଦେଖନ୍ତୁ, ସେ ଏବେ କୌଣସି ଗର୍ତ୍ତରେ କି ଅନ୍ୟ କୌଣସି ସ୍ଥାନରେ ଲୁଚି କରି ଅଛନ୍ତି; ଆଉ ପ୍ରଥମେ ଏମାନଙ୍କ ମଧ୍ୟରୁ କେତେକ ପତିତ ହେଲେ ବୋଲି କେହି ଶୁଣିଲେ କହିବ ଯେ, 'ଅବଶାଲୋମର ଅନୁଗାମୀ ଲୋକମାନଙ୍କ ମଧ୍ୟରେ ସଂହାର ହେଉଅଛି ।'
|
||
\v 10 ତାହାହେଲେ, ଯେଉଁ ବିକ୍ରମଶାଳୀର ହୃଦୟ ସିଂହର ହୃଦୟ ତୁଲ୍ୟ, ସେ ମଧ୍ୟ ନିତାନ୍ତ ତରଳି ଯିବ; କାରଣ ଆପଣଙ୍କ ପିତା ଯେ ବୀର ଓ ତାଙ୍କ ସଙ୍ଗୀମାନେ ଯେ ବିକ୍ରମଶାଳୀ ଲୋକ, ଏହା ସମୁଦାୟ ଇସ୍ରାଏଲ ଜାଣନ୍ତି ।
|
||
\s5
|
||
\v 11 ମାତ୍ର ମୋହର ମନ୍ତ୍ରଣା ଏହି ଯେ, ଦାନ୍ଠାରୁ ବେରଶେବା ପର୍ଯ୍ୟନ୍ତ ସମୁଦାୟ ଇସ୍ରାଏଲ ସମୁଦ୍ରତୀରସ୍ଥ ବାଲୁକା ତୁଲ୍ୟ ଅସଂଖ୍ୟ ହୋଇ ଆପଣଙ୍କ ନିକଟରେ ସଂଗୃହୀତ ହେଉନ୍ତୁ; ପୁଣି ଆପଣ ସ୍ୱୟଂ ଯୁଦ୍ଧକୁ ଯାଉନ୍ତୁ ।
|
||
\v 12 ତହିଁରେ ଯେଉଁ ସ୍ଥାନରେ ତାଙ୍କର ସନ୍ଧାନ ମିଳିବ, ସେସ୍ଥାନରେ ଆମ୍ଭେମାନେ ତାଙ୍କ ନିକଟରେ ଉପସ୍ଥିତ ହେବୁ ଓ ଭୂମିରେ ଶିଶିର ପଡ଼ିବା ପରି ତାଙ୍କ ଉପରେ ପଡ଼ିବୁ; ପୁଣି ତାଙ୍କର ଓ ତାଙ୍କ ସଙ୍ଗୀମାନଙ୍କ ମଧ୍ୟରୁ ଜଣକୁ ହିଁ ଅବଶିଷ୍ଟ ରଖିବୁ ନାହିଁ ।
|
||
\s5
|
||
\v 13 ଆହୁରି ଯେବେ ସେ କୌଣସି ନଗରକୁ ଯାଇଥିବେ, ତେବେ ସମସ୍ତ ଇସ୍ରାଏଲ ସେହି ନଗରକୁ ଦଉଡ଼ି ଆଣିବେ ଓ ତହିଁରେ ଗୋଟିଏ ଗୋଡ଼ି ନ ରହିବା ପର୍ଯ୍ୟନ୍ତ ଆମ୍ଭେମାନେ ତାହା ନଦୀକି ଟାଣି ନେବୁ ।"
|
||
\v 14 ତହିଁରେ ଅବଶାଲୋମ ଓ ସମୁଦାୟ ଇସ୍ରାଏଲ ଲୋକ କହିଲେ, "ଅହୀଥୋଫଲର ମନ୍ତ୍ରଣା ଅପେକ୍ଷା ଅର୍କୀୟ ହୂଶୟର ମନ୍ତ୍ରଣା ଉତ୍ତମ ।" ଯେହେତୁ ସଦାପ୍ରଭୁ ଅବଶାଲୋମ ପ୍ରତି ଅମଙ୍ଗଳ ଘଟାଇବା ଅଭିପ୍ରାୟରେ ଅହୀଥୋଫଲର ଉତ୍ତମ ମନ୍ତ୍ରଣା ବ୍ୟର୍ଥ କରିବା ପାଇଁ ସ୍ଥିର କରିଥିଲେ ।
|
||
\s5
|
||
\v 15 ଅନନ୍ତର ସାଦୋକ ଓ ଅବୀୟାଥର ଯାଜକମାନଙ୍କୁ ହୂଶୟ କହିଲା, "ଅବଶାଲୋମଙ୍କୁ ଓ ଇସ୍ରାଏଲର ପ୍ରାଚୀନଗଣଙ୍କୁ ଅହୀଥୋଫଲ ଏପରି ଏପରି ମନ୍ତ୍ରଣା ଦେଇଥିଲା, ମାତ୍ର ମୁଁ ଏପରି ଏପରି ମନ୍ତ୍ରଣା ଦେଲି ।
|
||
\v 16 ଏହେତୁ ଏବେ ଶୀଘ୍ର ଲୋକ ପଠାଇ ଦାଉଦଙ୍କୁ ଜଣାଇ କୁହ, 'ପ୍ରାନ୍ତରସ୍ଥ ଘାଟୀ ନିକଟରେ ଆଜି ରାତ୍ରି ଯାପନ କର ନାହିଁ, ମାତ୍ର କୌଣସି-ମତେ ପାର ହୋଇ ଚାଲିଯାଅ; ନୋହିଲେ ମହାରାଜା ଓ ତାଙ୍କ ସଙ୍ଗୀ ଲୋକ ସମସ୍ତେ ସଂହାରିତ ହେବେ ।'"
|
||
\s5
|
||
\v 17 ସେସମୟରେ ଯୋନାଥନ ଓ ଅହୀମାସ୍ ଐନ୍-ରୋଗେଲରେ ରହିଥିଲେ; ଆଉ ସେମାନେ ଯେପରି ନଗରକୁ ଆସିବାର ଦେଖା ନ ଯିବେ, ଏଥିପାଇଁ ଏକ ଦାସୀ ଯାଇ ସେମାନଙ୍କୁ ସମ୍ବାଦ ଦେଉଥାଏ; ଆଉ ସେମାନେ ଯାଇ ଦାଉଦ ରାଜାଙ୍କୁ ସମ୍ବାଦ ଦେଉଥା'ନ୍ତି।
|
||
\v 18 ମାତ୍ର ଏକ ଯୁବା ସେମାନଙ୍କୁ ଦେଖି ଅବଶାଲୋମଙ୍କୁ ଜଣାଇଲା; ତହୁଁ ସେ ଦୁହେଁ ଶୀଘ୍ର ଯାଇ ବହୁରୀମରେ ଜଣକର ଗୃହରେ ପ୍ରବେଶ କଲେ ଓ ତାହାର ପ୍ରାଙ୍ଗଣ ମଧ୍ୟରେ ଏକ କୂପ ଥିବାରୁ, ସେମାନେ ତହିଁ ଭିତରକୁ ଗଲେ ।
|
||
\s5
|
||
\v 19 ତହିଁରେ ଗୃହିଣୀ ଗୋଟିଏ ଢାଙ୍କୁଣୀ ନେଇ କୂପ ମୁଖରେ ଦେଇ ତହିଁ ଉପରେ ମର୍ଦ୍ଦିତ ଶସ୍ୟ ବିଛାଇ ଦେଲା; ଏଣୁ କିଛି ଜଣା ପଡ଼ିଲା ନାହିଁ ।
|
||
\v 20 ଏଉତ୍ତାରେ ଅବଶାଲୋମର ଦାସମାନେ ସେହି ସ୍ତ୍ରୀର ଗୃହକୁ ଆସି ପଚାରିଲେ, "ଅହୀମାସ୍ ଓ ଯୋନାଥନ କାହାନ୍ତି ?" ତହିଁରେ ସେ ସ୍ତ୍ରୀ ସେମାନଙ୍କୁ କହିଲା, "ସେମାନେ ନଦୀ ପାର ହୋଇ ଗଲେଣି ।" ତହୁଁ ସେମାନେ ଖୋଜି ନ ପାଇବାରୁ ଯିରୂଶାଲମକୁ ଫେରି ଗଲେ ।
|
||
\s5
|
||
\v 21 ଏଣୁ ସେମାନେ ଗଲା ଉତ୍ତାରେ ସେ ଦୁଇ ଜଣ କୂପରୁ ବାହାରି ଦାଉଦ ରାଜାଙ୍କ ନିକଟକୁ ଯାଇ ଜଣାଇଲେ; ଆଉ ସେମାନେ ଦାଉଦଙ୍କୁ କହିଲେ, "ତୁମ୍ଭେମାନେ ଉଠ, ଶୀଘ୍ର ଜଳ ପାର ହୋଇ ଯାଅ, କାରଣ ଅହୀଥୋଫଲ ତୁମ୍ଭମାନଙ୍କ ବିରୁଦ୍ଧରେ ଏପରି ଏପରି ମନ୍ତ୍ରଣା ଦେଇଅଛି ।"
|
||
\v 22 ଏଥିରେ ଦାଉଦ ଓ ତାଙ୍କ ସଙ୍ଗୀ ସମସ୍ତ ଲୋକ ଉଠି ଯର୍ଦ୍ଦନ ପାର ହୋଇଗଲେ; ପ୍ରଭାତ ଆଲୁଅ ସମୟ ପୁର୍ବରୁ ଯେ ଯର୍ଦ୍ଦନ ପାର ହୋଇ ଯାଇ ନ ଥିଲା, ଏପରି ଜଣେ ଅବଶିଷ୍ଟ ରହିଲା ନାହିଁ ।
|
||
\s5
|
||
\v 23 ଏଉତ୍ତାରେ ଅହୀଥୋଫଲ ଆପଣା ମନ୍ତ୍ରଣାନୁସାରେ କର୍ମ କରା ନ ଯିବାର ଦେଖି ଆପଣା ଗର୍ଦ୍ଦଭ ସଜାଇ ଉଠି ନିଜ ଗୃହ ଓ ନିଜ ନଗରକୁ ଗଲା ଓ ଆପଣା ଗୃହ ସମସ୍ତ ବିଷୟ ସଜାଡ଼ି ଆପଣାକୁ ଫାଶୀ ଦେଲା; ଏରୂପେ ସେ ମଲା, ପୁଣି ଆପଣା ପିତାର କବରରେ କବର ପାଇଲା ।
|
||
\s5
|
||
\v 24 ଏଥି ମଧ୍ୟରେ ଦାଉଦ ମହନୟିମରେ ଉପସ୍ଥିତ ହେଲେ । ପୁଣି ଅବଶାଲୋମ ଓ ତାହାର ସଙ୍ଗୀ ସମସ୍ତ ଇସ୍ରାଏଲ ଲୋକ ଯର୍ଦ୍ଦନ ପାର ହେଲେ ।
|
||
\v 25 ଆଉ ଅବଶାଲୋମ ଯୋୟାବ ବଦଳରେ ଅମାସାକୁ ସୈନ୍ୟ ଉପରେ ନିଯୁକ୍ତ କଲା । ଏହି ଅମାସା ଇସ୍ରାଏଲୀୟ ଯେଥର ନାମକ ଏକ ବ୍ୟକ୍ତିର ପୁତ୍ର, ସେ ବ୍ୟକ୍ତି ଯୋୟାବର ମାତା ସରୁୟାର ଭଗିନୀ, ନାହଶର କନ୍ୟା ଅବୀଗଲ ସହିତ ସହବାସ କରିଥିଲା ।
|
||
\v 26 ପୁଣି ଇସ୍ରାଏଲ ଓ ଅବଶାଲୋମ ଗିଲୀୟଦ ଦେଶରେ ଛାଉଣି ସ୍ଥାପନ କଲେ ।
|
||
\s5
|
||
\v 27 ଅନନ୍ତର ଦାଉଦ ମହନୟିମରେ ଉପସ୍ଥିତ ହୁଅନ୍ତେ, ଅମ୍ମୋନ୍-ସନ୍ତାନଗଣର ରବ୍ବା ନିବାସୀ ନାହଶର ପୁତ୍ର ଶୋବି ଓ ଲୋ-ଦବାର ନିବାସୀ ଅମ୍ମୀୟେଲର ପୁତ୍ର ମାଖୀର, ଆଉ ରୋଗଲୀମ ନିବାସୀ ଗିଲୀୟଦୀୟ ବର୍ସିଲ୍ଲୟ ଦାଉଦ ଓ ତାଙ୍କର ସଙ୍ଗୀ ଲୋକମାନଙ୍କ ନିମନ୍ତେ
|
||
\v 28 ଶଯ୍ୟା ଓ ପାନପାତ୍ର ଓ ମୃତ୍ତିକା ପାତ୍ର, ପୁଣି ଆହାରାର୍ଥେ ଗହମ ଓ ଯବ ଓ ମଇଦା ଓ ଭଜାଶସ୍ୟ ଓ ଶିମ ଓ ମସୁର ଓ ଭଜା ବିରି
|
||
\v 29 ଓ ମଧୁ ଓ ଦହୀ ଓ ମେଷ ଓ ଗୋ-ଛେନା ଆଣିଲେ;ତହୁଁ ଦାଉଦ ଓ ତାଙ୍କ ସହିତ ଥିବା ଲୋକ ମାନେ ଖାଇଲେ; କାରଣ ସେମାନେ କହିଲେ, "ଲୋକମାନେ ପ୍ରାନ୍ତରରେ କ୍ଷୁଧିତ ଓ କ୍ଳାନ୍ତ ଓ ତୃଷିତ ହୋଇଥିବେ । "
|
||
|
||
\s5
|
||
\c 18
|
||
\s ଅବଶାଲୋମଙ୍କ ପରାଜୟ ଓ ହତ୍ୟା
|
||
\p
|
||
\v 1 ଅନନ୍ତର ଦାଉଦ ଆପଣା ସୈନ୍ୟ ମାନଙ୍କୁ ଗଣନା କରି ସେମାନଙ୍କ ଉପରେ ସହସ୍ରପତି ଓ ଶତପତିଗଣଙ୍କୁ ନିଯୁକ୍ତ କଲେ ।
|
||
\v 2 ପୁଣି ଦାଉଦ ଯୋୟାବ ହସ୍ତରେ ସୈନ୍ୟମାନଙ୍କର ତୃତୀୟାଂଶ ଓ ଯୋୟାବର ଭ୍ରାତା, ସରୁୟାର ପୁତ୍ର ଅବୀଶୟ ହସ୍ତରେ ତୃତୀୟାଂଶ ଓ ଗାଥୀୟ ଇତ୍ତୟ ହସ୍ତରେ ତୃତୀୟାଂଶ ସମର୍ପଣ କରି ପଠାଇଲେ । ଆଉ ରାଜା ଲୋକମାନଙ୍କୁ କହିଲେ, "ମୁଁ ନିଜେ ମଧ୍ୟ ତୁମ୍ଭମାନଙ୍କ ସଙ୍ଗେ ନିଶ୍ଚୟ ଯିବି ।"
|
||
\s5
|
||
\v 3 ମାତ୍ର ଲୋକମାନେ କହିଲେ, "ଆପଣ ଆମ ସଙ୍ଗେ ଯୁଦ୍ଧକୁ ଯିବେ ନାହିଁ; କାରଣ ଆମ୍ଭେମାନେ ପଳାଇଲେ ସେମାନେ ଆମ୍ଭମାନଙ୍କ ନିମନ୍ତେ ଚିନ୍ତା କରିବେ ନାହିଁ; କିଅବା ଆମ୍ଭମାନଙ୍କର ଅର୍ଦ୍ଧେକ ମଲେ ହେଁ ଆମ୍ଭମାନଙ୍କ ନିମନ୍ତେ ଚିନ୍ତା କରିବେ ନାହିଁ; ମାତ୍ର ଆପଣ ଆମ୍ଭମାନଙ୍କ ଦଶ ସହସ୍ରର ସମାନ; ଏହେତୁ ନଗରରୁ ଆମ୍ଭମାନଙ୍କୁ ସାହାଯ୍ୟ କରିବା ପାଇଁ ଆପଣ ପ୍ରସ୍ତୁତ ରହିଲେ ଭଲ ।"
|
||
\v 4 ତହିଁରେ ରାଜା ସେମାନଙ୍କୁ କହିଲେ, "ତୁମ୍ଭମାନଙ୍କୁ ଯାହା ଭଲ ଦିଶେ, ତାହା ମୁଁ କରିବି ।" ଏଉତ୍ତାରେ ରାଜା ନଗର ଦ୍ୱାର-ପାଶ୍ୱର୍ରେ ଠିଆ ହେଲା ସମୟରେ ସମସ୍ତ ଲୋକ ଶହ ଶହ ଓ ହଜାର ହଜାର ହୋଇ ବାହାରି ଗଲେ ।
|
||
\s5
|
||
\v 5 ସେତେବେଳେ ରାଜା ଯୋୟାବକୁ ଓ ଅବୀଶୟକୁ ଓ ଇତ୍ତୟକୁ ଆଜ୍ଞା ଦେଇ କହିଲେ, "ମୋ' ଲାଗି ସେହି ଯୁବା ଅବଶାଲୋମ ପ୍ରତି କୋମଳ ବ୍ୟବହାର କର ।" ପୁଣି ରାଜା ଅବଶାଲୋମ ବିଷୟରେ ସମସ୍ତ ସେନାପତିଙ୍କୁ ଏହି ଆଜ୍ଞା ଦେବା ବେଳେ ସମସ୍ତ ଲୋକ ଶୁଣିଲେ ।
|
||
\s5
|
||
\v 6 ଏହିରୂପେ ସୈନ୍ୟଦଳ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧକ୍ଷେତ୍ରକୁ ଗଲେ ଓ ଇଫ୍ରୟିମ ବନରେ ଯୁଦ୍ଧ ହେଲା ।
|
||
\v 7 ତହିଁରେ ସୈନ୍ୟଦଳ ସେଠାରେ ଦାଉଦଙ୍କର ଦାସମାନଙ୍କ ସମ୍ମୁଖରେ ପରାସ୍ତ ହେଲେ ଓ ସେଦିନ ସେଠାରେ ମହାସଂହାର ହେଲା, ପୁଣି କୋଡ଼ିଏ ହଜାର ଲୋକ ହତ ହେଲେ ।
|
||
\v 8 ଦେଶଯାକ ଯୁଦ୍ଧ ବ୍ୟାପିଗଲା; ପୁଣି ସେଦିନ ଖଡ଼୍ଗ ଗ୍ରାସ କରିବା ଅପେକ୍ଷା ବନ ଅଧିକ ଲୋକକୁ ଗ୍ରାସ କଲା ।
|
||
\s5
|
||
\v 9 ଆଉ ଅବଶାଲୋମ ଅକସ୍ମାତ୍ ଦାଉଦଙ୍କର ସୈନ୍ୟମାନଙ୍କୁ ଭେଟିଲା । ସେ ସମୟରେ ଅବଶାଲୋମ ଖଚର ଉପରେ ଚଢ଼ିଥିଲା, ସେହି ଖଚର ଏକ ବଡ଼ ଅଲୋନ ବୃକ୍ଷର ଛନ୍ଦାଛନ୍ଦି ଶାଖା ତଳେ ଯିବାରୁ ଅବଶାଲୋମର ମସ୍ତକ ସେହି ଅଲୋନ ବୃକ୍ଷରେ ଅଟକି ରହିଲା, ତହିଁରେ ସେ ଆକାଶ ଓ ପୃଥିବୀ ମଧ୍ୟରେ ଝୁଲିଲା ଓ ଖଚର ତାହା ତଳୁ ଚାଲିଗଲା ।
|
||
\v 10 ସେତେବେଳେ ଜଣେ ତାହା ଦେଖି ଯୋୟାବକୁ କହିଲା, "ଦେଖ, ମୁଁ ଅବଶାଲୋମଙ୍କୁ ଅଲୋନ ବୃକ୍ଷରେ ଟଙ୍ଗାଥିବାର ଦେଖିଲି !"
|
||
\v 11 ତହୁଁ ଯୋୟାବ ତାହା ଜଣାଇବା ଲୋକଙ୍କୁ କହିଲା, "ଦେଖ ! ତୁମ୍ଭେ ଏହା ଦେଖିଲ, ମାତ୍ର କାହିଁକି ତୁମ୍ଭେ ସେଠାରେ ତାଙ୍କୁ ମାରି ଭୂମିରେ ପକାଇ ନ ଦେଲ ? ତାହା କରିଥିଲେ, ମୁଁ ତୁମ୍ଭକୁ ଦଶ ଖଣ୍ଡ ରୂପା ଓ ଏକ କଟିବନ୍ଧନ ଦେଇଥା'ନ୍ତି ।"
|
||
\s5
|
||
\v 12 ତହିଁରେ ସେହି ବ୍ୟକ୍ତି ଯୋୟାବକୁ କହିଲା, "ମୁଁ ଆପଣା ଅଞ୍ଜଳିରେ ସହସ୍ର ଖଣ୍ଡ ରୂପା ପ୍ରାପ୍ତ ହେଲେ ହେଁ ସେହି ରାଜପୁତ୍ର ବିରୁଦ୍ଧରେ ଆପଣା ହସ୍ତ ପ୍ରସାର କରନ୍ତି ନାହିଁ, କାରଣ ଆମ୍ଭମାନଙ୍କ କର୍ଣ୍ଣଗୋଚରରେ ରାଜା ତୁମ୍ଭକୁ ଓ ଅବୀଶୟକୁ ଓ ଇତ୍ତୟକୁ ଏହି ଆଜ୍ଞା ଦେଇଥିଲେ, 'ତୁମ୍ଭେମାନେ କେହି ଯୁବା ଅବଶାଲୋମକୁ ସ୍ପର୍ଶ କରିବ ନାହିଁ ।'
|
||
\v 13 ଯେବେ ମୁଁ ତାହାର ପ୍ରାଣ ବିରୁଦ୍ଧରେ ବିଶ୍ୱାସଘାତକତା କରିଥା'ନ୍ତି, ତେବେ ତୁମ୍ଭେ ନିଜେ ତ ଅଲଗା ହୋଇ ଠିଆ ହୋଇଥା'ନ୍ତ; କାରଣ ରାଜାଙ୍କଠାରୁ କୌଣସି ବିଷୟ ଗୁପ୍ତ ରହେ ନାହିଁ ।"
|
||
\s5
|
||
\v 14 ତେବେ ଯୋୟାବ କହିଲା, "ମୁଁ ଏପରି ବିଳମ୍ବ କରି ନ ପାରେ ।" ତହୁଁ ସେ ଆପଣା ହସ୍ତରେ ତିନୋଟି ବର୍ଚ୍ଛା ନେଇ ଅବଶାଲୋମ ଅଲୋନ ବୃକ୍ଷରେ ଜୀବିତ ଥାଉ ଥାଉ ତାହା ଦେହରେ ବିନ୍ଧିଲା ।
|
||
\v 15 ଏଉତ୍ତାରେ ଯୋୟାବର ଅସ୍ତ୍ରବାହକ ଦଶ ଜଣ ଯୁବା ଅବଶାଲୋମଙ୍କୁ ଚାରିଆଡ଼େ ଘେରି ତାହାକୁ ଆଘାତ କରି ବଧ କଲେ ।
|
||
\s5
|
||
\v 16 ତହୁଁ ଯୋୟାବ ତୂରୀ ବଜାନ୍ତେ, ସୈନ୍ୟମାନେ ଇସ୍ରାଏଲର ପଶ୍ଚାତ୍ଗମନରୁ ବାହୁଡ଼ି ଆସିଲେ; କାରଣ ଯୋୟାବ ସୈନ୍ୟମାନଙ୍କୁ ଅଟକାଇଲା ।
|
||
\v 17 ଆଉ ସୈନ୍ୟମାନେ ଅବଶାଲୋମଙ୍କୁ ନେଇ ବନ ମଧ୍ୟରେ ଥିବା ଗର୍ତ୍ତରେ ପକାଇ ତାହା ଉପରେ ଏକ ବଡ଼ ପ୍ରସ୍ତରରାଶି କଲେ; ତହୁଁ ସମସ୍ତ ଇସ୍ରାଏଲ ଆପଣା ତମ୍ବୁକୁ ଗଲେ ।
|
||
\s5
|
||
\v 18 ଅବଶାଲୋମ ବଞ୍ଚିଥିବା ବେଳେ ରାଜାଙ୍କର ତଳଭୂମିରେ ଏକ ସ୍ତମ୍ଭ ନିର୍ମାଣ କରି ଆପଣା ପାଇଁ ସ୍ଥାପନ କରିଥିଲା; କାରଣ ସେ କହିଥିଲା, "ମୋ' ନାମ ସ୍ମରଣରେ ରଖିବାକୁ ମୋହର ପୁତ୍ର ନାହିଁ;" ଏହେତୁ ସେ ଆପଣା ନାମାନୁସାରେ ସେହି ସ୍ତମ୍ଭର ନାମ ରଖିଲା; ସେହି ଦିନ ଠାରୁ ଅାଜି ପର୍ଯ୍ୟନ୍ତ ଅବଶାଲୋମର ସ୍ମରଣାର୍ଥକ ସ୍ତମ୍ଭ ବୋଲି ତହିଁର ନାମ ରହିଅଛି ।
|
||
\s ଅବଶାଲୋମର ମୃତ୍ୟୁ ସମ୍ବାଦ
|
||
\p
|
||
\s5
|
||
\v 19 ଏଉତ୍ତାରେ ସାଦୋକର ପୁତ୍ର ଅହୀମାସ୍ କହିଲା, "ସଦାପ୍ରଭୁ କିରୂପେ ରାଜାଙ୍କର ଶତ୍ରୁମାନଙ୍କଠାରୁ ସୁରକ୍ଷା ଦେଇଅଛନ୍ତି, ଏହି ସୁସମ୍ବାଦ ତାଙ୍କ ନିକଟକୁ ନେବା ପାଇଁ ମୁଁ ଏବେ ଦୌଡ଼ିଯାଏ । "
|
||
\v 20 ତହିଁରେ ଯୋୟାବ ତାହାଙ୍କୁ କହିଲା, "ଆଜି ତୁମ୍ଭେ ସୁସମ୍ବାଦବାହକ ହେବ ନାହିଁ, ମାତ୍ର ଅନ୍ୟ ଦିନ ସୁସମ୍ବାଦ ନେବ; ରାଜାଙ୍କ ପୁତ୍ର ମରିଅଛି, ଏହେତୁ ଆଜି ତୁମ୍ଭେ ସୁସମ୍ବାଦ ନେବ ନାହିଁ ।"
|
||
\s5
|
||
\v 21 ତେବେ ଯୋୟାବ କୂଶୀୟଙ୍କୁ କହିଲା, "ତୁମ୍ଭେ ଯାହା ଦେଖିଅଛ, ତାହା ତୁମ୍ଭେ ରାଜାଙ୍କୁ ଯାଇ ଜଣାଅ ।" ଏଥିରେ କୂଶୀୟ ଯୋୟାବକୁ ପ୍ରଣାମ କରି ଦୌଡ଼ିଲା ।
|
||
\v 22 ତହୁଁ ସାଦୋକର ପୁତ୍ର ଅହୀମାସ୍ ପୁନବାର୍ର ଯୋୟାବଙ୍କୁ କହିଲା, "ଯାହାହେଉ, ବିନୟ କରୁଅଛି, ମୁଁ ମଧ୍ୟ ସେହି କୂଶୀୟର ପଛେ ଦୌଡ଼େ ।" ତହିଁରେ ଯୋୟାବ କହିଲା, "ମୋ' ପୁତ୍ର, ତୁମ୍ଭେ କାହିଁକି ଦୌଡ଼ିବ, କାରଣ ସେହି ସମ୍ବାଦ ପାଇଁ ତୁମ୍ଭେ ତ କୌଣସି ପୁରସ୍କାର ପାଇବ ନାହଁ ?"
|
||
\v 23 ମାତ୍ର ସେ କହିଲା, "ଯାହାହେଉ, ମୁଁ ଦୌଡ଼ୁଅଛି ।" ତହିଁରେ ଯୋୟାବ ତାହାକୁ କହିଲା, "ଦୌଡ଼ ।" ତହୁଁ ଅହୀମାସ୍ ପ୍ରାନ୍ତର ପଥ ଦେଇ ଦୌଡ଼ି କୂଶୀୟକୁ ପଛରେ ପକାଇ ଗଲା ।
|
||
\s5
|
||
\v 24 ଏହି ସମୟରେ ନଗରର ଦ୍ୱାରଦ୍ୱୟର ମଧ୍ୟ ସ୍ଥାନରେ ଦାଉଦ ବସିଥିଲେ; ଏଥିରେ ପ୍ରହରୀ ଦ୍ୱାରଛାତର କାନ୍ଥ ଉପରକୁ ଯାଇ ଅନାଇ ଦେଖନ୍ତେ, ଦେଖ, ଜଣେ ଲୋକ ଏକାକୀ ଦୌଡ଼ି ଆସୁଅଛି ।
|
||
\v 25 ତହୁଁ ପ୍ରହରୀ ଉଚ୍ଚୈଃସ୍ୱରରେ ରାଜାଙ୍କୁ ତାହା ଜଣାନ୍ତେ, ରାଜା କହିଲେ, "ଯେବେ ସେ ଏକାକୀ ଅଛି, ତେବେ ତାହା ମୁଖରେ ସୁସମ୍ବାଦ ଅଛି ।" ଏଥିରେ ସେ ଆସୁ ଆସୁ ସହରର ର୍ନିକଟବର୍ତ୍ତୀ ହେଲା ।
|
||
\s5
|
||
\v 26 ଏଉତ୍ତାରେ ପ୍ରହରୀ ଆଉ ଜଣକୁ ଦୌଡ଼ି ଆସୁଥିବାର ଦେଖିଲା; ତହିଁରେ ପ୍ରହରୀ ଉଚ୍ଚୈଃସ୍ୱରରେ ଦ୍ୱାରୀକି ଡାକି କହିଲା, "ଦେଖ, ଆଉ ଜଣେ ଏକାକୀ ଦୌଡ଼ି ଆସୁଅଛି ।" ତହିଁରେ ରାଜା କହିଲେ, "ସେ ମଧ୍ୟ ସୁସମ୍ବାଦ ଆଣୁଅଛି ।"
|
||
\v 27 ଏଥିରେ ପ୍ରହରୀ କହିଲା, "ପ୍ରଥମ ଲୋକର ଦୌଡ଼ ସାଦୋକର ପୁତ୍ର ଅହୀମାସ୍ର ଦୌଡ଼ ପରି ମୋହର ବୋଧ ହୁଏ ।" ତେବେ ରାଜା କହିଲେ, "ସେ ଭଲ ଲୋକ, ସେ ଭଲ ସମ୍ବାଦ ନେଇ ଆସୁଅଛି ।"
|
||
\s5
|
||
\v 28 ସେତେବେଳେ ଅହୀମାସ୍ ଡାକ ପକାଇ ରାଜାଙ୍କୁ କହିଲା, "ସବୁ ମଙ୍ଗଳ ।" ତହୁଁ ସେ ରାଜାଙ୍କର ସମ୍ମୁଖରେ ମୁହଁ ମାଡ଼ି ପ୍ରଣାମ କରି କହିଲା, "ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ଧନ୍ୟ, ମୋହର ପ୍ରଭୁ ମହାରାଜଙ୍କ ବିରୁଦ୍ଧରେ ଯେଉଁ ମନୁଷ୍ୟମାନେ ହସ୍ତ ଉଠାଇଥିଲେ, ସେମାନଙ୍କୁ ସେ ସମର୍ପଣ କରି ଦେଇଅଛନ୍ତି ।"
|
||
\v 29 ତହିଁରେ ରାଜା କହିଲେ, "ସେ ଯୁବାଲୋକ ଅବଶାଲୋମର ମଙ୍ଗଳ ତ ? " ତହୁଁ ଅହୀମାସ୍ ଉତ୍ତର କଲା, "ଯୋୟାବ ମହାରାଜଙ୍କ ଦାସକୁ, ଅର୍ଥାତ୍, ଆପଣଙ୍କ ଦାସ ମୋତେ ପଠାଇବା ବେଳେ ମହାଲୋକ ଗହଳି ଦେଖିଲି, ମାତ୍ର କଅଣ ହେଲା, ତାହା ଜାଣି ନାହିଁ ।"
|
||
\v 30 ଏଥିରେ ରାଜା କହିଲେ, "ଏଆଡ଼େ ଆସି ରହ ।" ତହୁଁ ସେ ଏଆଡ଼େ ଯାଇ ଠିଆ ହେଲା ।
|
||
\s5
|
||
\v 31 ଏଥି ମଧ୍ୟରେ ଦେଖ, ସେହି କୂଶୀୟ ପହଞ୍ଚି କହିଲା, "ମୋ' ପ୍ରଭୁ ମହାରାଜଙ୍କ ପାଇଁ ସୁସମ୍ବାଦ ଅଛି; କାରଣ ଯେଉଁମାନେ ଆପଣଙ୍କ ବିରୁଦ୍ଧରେ ଉଠିଥିଲେ, ସଦାପ୍ରଭୁ ଆଜି ସେ ସମସ୍ତଙ୍କଠାରୁ ପରିଶୋଧ ନେଇଅଛନ୍ତି ।"
|
||
\v 32 ତହିଁରେ ରାଜା ସେହି କୂଶୀୟଙ୍କୁ ପଚାରିଲେ, "ସେ ଯୁବାଲୋକ ଅବଶାଲୋମର ମଙ୍ଗଳ ତ ?" ତହିଁରେ କୂଶୀୟ ଉତ୍ତର କଲା, "ମୋ' ପ୍ରଭୁ ମହାରାଜଙ୍କ ଶତ୍ରୁଗଣ ଓ ଆପଣଙ୍କର ଅମଙ୍ଗଳ କରିବା ପାଇଁ ଯେଉଁମାନେ ଆପଣଙ୍କ ବିରୁଦ୍ଧରେ ଉଠନ୍ତି, ସେସମସ୍ତେ ସେହି ଯୁବାଲୋକ ପରି ହେଉନ୍ତୁ ।"
|
||
\v 33 ତହିଁରେ ରାଜା ଅତି କମ୍ପିତ ହୋଇ ନଗରଦ୍ୱାର- ଉପରିସ୍ଥ କୋଠରିକୁ ଯାଇ ରୋଦନ କଲେ; ପୁଣି ସେ ଯାଉ ଯାଉ ଏପରି କହିଲେ, "ହାୟ ଆମ୍ଭର ପୁତ୍ର ଅବଶାଲୋମ ! ଆମ୍ଭର ପୁତ୍ର, ଆମ୍ଭ ପୁତ୍ର ଅବଶାଲୋମ ! ହୁଏତ ତୁମ୍ଭ ବଦଳେ ଆମ୍ଭେ ମରିଥା'ନ୍ତୁ, ହାୟ ଅବଶାଲୋମ! ଆମ୍ଭର ପୁତ୍ର, ଆମ୍ଭର ପୁତ୍ର!"
|
||
|
||
\s5
|
||
\c 19
|
||
\s ଦାଉଦଙ୍କୁ ଯୋୟାବଙ୍କ ଅନୁଯୋଗ
|
||
\p
|
||
\v 1 ଅନନ୍ତର କେହି ଯୋୟାବକୁ କହିଲା, "ଦେଖ, ରାଜା ଅବଶାଲୋମ ନିମନ୍ତେ ରୋଦନ ଓ ଶୋକ କରୁଅଛନ୍ତି ।"
|
||
\v 2 ଏଣୁ ସେହି ଦିବସର ଜୟ ସକଳ ସୈନ୍ୟମାନଙ୍କପ୍ରତି ଶୋକଜନକ ହେଲା; କାରଣ ରାଜା ଆପଣା ପୁତ୍ର ବିଷୟରେ ରୋଦନ କରୁଅଛନ୍ତି, ଏହା ଲୋକମାନେ ସେହି ଦିନ ଶୁଣିଲେ ।
|
||
\s5
|
||
\v 3 ପୁଣି ଯୁଦ୍ଧକ୍ଷେତ୍ରରୁ ପଳାଇବା ବେଳେ ଲୋକମାନେ ଯେପରି ଲଜ୍ଜିତ ହୋଇ ଚୋର ପରି ଚାଲନ୍ତି, ସେପରି ସେହି ଦିନ ଚୋର ପରି ସୈନ୍ୟମାନେ ନଗରରେ ପ୍ରବେଶ କଲେ ।
|
||
\v 4 ଆଉ ରାଜା ମଧ୍ୟ ଆପଣା ମୁଖ ଢାଙ୍କିଲେ, ପୁଣି ରାଜା ଉଚ୍ଚୈଃସ୍ୱରରେ କାନ୍ଦି କହିଲେ, "ହାୟ ଆମ୍ଭ ପୁତ୍ର ଅବଶାଲୋମ, ହାୟ ଅବଶାଲୋମ, ଆମ୍ଭ ପୁତ୍ର, ଆମ୍ଭ ପୁତ୍ର ।"
|
||
\s5
|
||
\v 5 ଏଉତ୍ତାରେ ଯୋୟାବ ଗୃହ ଭିତରକୁ ରାଜାଙ୍କ ନିକଟକୁ ଆସି କହିଲା, "ଯେଉଁମାନେ ଆଜି ଆପଣଙ୍କ ଜୀବନ ଓ ଆପଣଙ୍କ ପୁତ୍ରକନ୍ୟାଗଣର ଜୀବନ ଓ ଭାର୍ଯ୍ୟାମାନଙ୍କ ଜୀବନ ଓ ଆପଣଙ୍କ ଉପପତ୍ନୀମାନଙ୍କ ଜୀବନ ରକ୍ଷା କଲେ, ଆପଣ ଆଜି ନିଜର ସେହି ସମସ୍ତ ଦାସଙ୍କୁ ଲଜ୍ଜିତ କରିଅଛନ୍ତି;
|
||
\v 6 କାରଣ ଯେଉଁମାନେ ଆପଣଙ୍କୁ ଘୃଣା କରୁଅଛନ୍ତି, ଆପଣ ସେମାନଙ୍କୁ ପ୍ରେମ କରୁଅଛନ୍ତି ଓ ଯେଉଁମାନେ ଆପଣଙ୍କୁ ପ୍ରେମ କରୁଅଛନ୍ତି, ଆପଣ ସେମାନଙ୍କୁ ଘୃଣା କରୁଅଛନ୍ତି । ଯେହେତୁ ଆପଣ ଆଜି ଜଣାଇଅଛନ୍ତି ଯେ, ଅଧିପତିମାନେ ଓ ଦାସମାନେ ଆପଣଙ୍କ ପ୍ରତି କିଛି ନୁହନ୍ତି; କାରଣ ମୁଁ ଆଜି ଦେଖୁଅଛି ଯେ, ଯେବେ ଅବଶାଲୋମ ବଞ୍ଚିଥା'ନ୍ତା ଓ ଆମ୍ଭେ ସମସ୍ତେ ଆଜି ମରିଥା'ନ୍ତୁ, ତେବେ ଆପଣଙ୍କ ଦୃଷ୍ଟିରେ ଭଲ ହୋଇଥା'ନ୍ତା ।
|
||
\s5
|
||
\v 7 ଏଣୁ ଏବେ ଉଠି ବାହାରକୁ ଯାଇ ଆପଣା ଦାସମାନଙ୍କୁ ଦୟାରେ କଥା କହନ୍ତୁ; କାରଣ ମୁଁ ସଦାପ୍ରଭୁଙ୍କ ନାମରେ ଶପଥ କରୁଅଛି, ଯେବେ ଆପଣ ବାହାରକୁ ନ ଯା'ନ୍ତି, ତେବେ ଏହି ରାତ୍ରି ଆପଣଙ୍କ ସହିତ ଜଣେ ହେଁ ରହିବ ନାହିଁ; ଆଉ ଆପଣଙ୍କ ଯୌବନକାଳ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଯେତେ ଅମଙ୍ଗଳ ଆପଣଙ୍କୁ ଘଟିଅଛି, ସେ ସବୁରୁ ହିଁ ଏହି ଅମଙ୍ଗଳ ଆପଣଙ୍କ ପ୍ରତି ଅଧିକ ହେବ ।"
|
||
\v 8 ତହିଁରେ ରାଜା ଉଠି ନଗର ଦ୍ୱାରରେ ବସିଲେ । ସେତେବେଳେ ସମସ୍ତ ଲୋକଙ୍କୁ କୁହାଗଲା, "ଦେଖ, ରାଜା ନଗର ଦ୍ୱାରରେ ବସିଅଛନ୍ତି;" ତହୁଁ ସମସ୍ତ ଲୋକ ରାଜାଙ୍କ ସମ୍ମୁଖକୁ ଆସିଲେ । ଏଥି ମଧ୍ୟରେ ଇସ୍ରାଏଲର ପ୍ରତ୍ୟେକ ଲୋକ ଆପଣା ଆପଣା ତମ୍ବୁକୁ ପଳାଇ ଯାଇଥିଲେ ।
|
||
\s ଦାଉଦଙ୍କ ଯିରୂଶାଲମ ପ୍ରତ୍ୟାବର୍ତ୍ତନ
|
||
\p
|
||
\s5
|
||
\v 9 ଆଉ ଇସ୍ରାଏଲର ସମୁଦାୟ ବଂଶ ମଧ୍ୟରେ ସମସ୍ତ ଲୋକ ପରସ୍ପର କଳହ କରି କହୁଥିଲେ, "ରାଜା ଆମ୍ଭମାନଙ୍କ ଶତ୍ରୁମାନଙ୍କ ହସ୍ତରୁ ଆମ୍ଭମାନଙ୍କୁ ରକ୍ଷା କରିଥିଲେ ଓ ପଲେଷ୍ଟୀୟମାନଙ୍କ ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କରିଥିଲେ ଏବେ ସେ ଅବଶାଲୋମ ଭୟରେ ଦେଶରୁ ପଳାଇଅଛନ୍ତି ।
|
||
\v 10 ପୁଣି ଆମ୍ଭେମାନେ ଯେଉଁ ଅବଶାଲୋମକୁ ଆପଣାମାନଙ୍କ ଉପରେ ଅଭିଷିକ୍ତ କରିଥିଲୁ, ସେ ଯୁଦ୍ଧରେ ମରିଅଛି । ଏହେତୁ ତୁମ୍ଭେମାନେ ଏବେ ରାଜାଙ୍କୁ ଫେରାଇ ଆଣିବା ବିଷୟରେ କାହିଁକି ତୁନି ହୋଇ ରହିଅଛ ?"
|
||
\s5
|
||
\v 11 ଏଉତ୍ତାରେ ଦାଉଦ ରାଜା ସାଦୋକ ଓ ଅବୀୟାଥର ଯାଜକମାନଙ୍କ ନିକଟକୁ ଦୂତ ପଠାଇ କହିଲେ, "ତୁମ୍ଭେମାନେ ଯିହୁଦାର ପ୍ରାଚୀନବର୍ଗଙ୍କୁ କୁହ, 'ରାଜାଙ୍କୁ ତାଙ୍କ ଗୃହକୁ ଆଣିବା ପାଇଁ ସମସ୍ତ ଇସ୍ରାଏଲର କଥା ତାଙ୍କ ନିକଟରେ ଉପସ୍ଥିତ ହେଲାଣି, ଏନିମନ୍ତେ ରାଜାଙ୍କୁ ତାଙ୍କ ଗୃହକୁ ଫେରାଇ ଆଣିବା ପାଇଁ ତୁମ୍ଭେମାନେ କାହିଁକି ପଛଘୁଞ୍ଚା ହେଉଅଛ ?
|
||
\v 12 ତୁମ୍ଭେମାନେ ଆମ୍ଭର ଭ୍ରାତା, ତୁମ୍ଭେମାନେ ଆମ୍ଭର ଅସ୍ଥି ଓ ଆମ୍ଭର ମାଂସ; ତେବେ ତୁମ୍ଭେମାନେ କାହିଁକି ରାଜାଙ୍କୁ ଫେରାଇ ଆଣିବା ପାଇଁ ପଛଘୁଞ୍ଚା ହେଉଅଛ ?'
|
||
\s5
|
||
\v 13 ପୁଣି ତୁମ୍ଭେମାନେ ଅମାସାଙ୍କୁ କୁହ, 'ତୁମ୍ଭେ କି ଆମ୍ଭର ଅସ୍ଥି ଓ ଆମ୍ଭର ମାଂସ ନୁହଁ ?' ଯେବେ ତୁମ୍ଭେ ଯୋୟାବ ପଦରେ ନିତ୍ୟ ଆମ୍ଭ ସାକ୍ଷାତରେ ସେନାପତି ନ ହୁଅ, ତେବେ ପରମେଶ୍ୱର ଆମ୍ଭକୁ ସେହି ଦଣ୍ଡ, ମଧ୍ୟ ତହିଁରୁ ଅଧିକ ଦେଉନ୍ତୁ ।'"
|
||
\v 14 ଏହିରୂପେ ସେ ଯିହୁଦାର ସମସ୍ତ ଲୋକଙ୍କ ହୃଦୟକୁ ଜଣକର ହୃଦୟ ତୁଲ୍ୟ ଜୟ କଲେ; ତହିଁରେ ସେମାନେ ରାଜାଙ୍କ ନିକଟକୁ ଲୋକ ପଠାଇ କହିଲେ, "ଆପଣ ଓ ଆପଣଙ୍କ ସମସ୍ତ ଦାସ ଫେରି ଆସନ୍ତୁ ।"
|
||
\v 15 ତହୁଁ ରାଜା ଫେରି ଯର୍ଦ୍ଦନ ପର୍ଯ୍ୟନ୍ତ ଗଲେ, ତହିଁରେ ଯିହୁଦାର ଲୋକମାନେ ରାଜାଙ୍କୁ ଭେଟିବା ନିମନ୍ତେ ଗିଲ୍ଗଲ୍କୁ ଯାଇ ଯର୍ଦ୍ଦନ ପାର କରି ରାଜାଙ୍କୁ ଆଣିଲେ ।
|
||
\s5
|
||
\v 16 ସେତେବେଳେ ଦାଉଦ ରାଜାଙ୍କୁ ଭେଟିବା ପାଇଁ ବହୁରୀମ ନିବାସୀ ଗେରାର ପୁତ୍ର ବିନ୍ୟାମୀନୀୟ ଶିମୀୟି ଶୀଘ୍ର ଯିହୁଦାର ଲୋକମାନଙ୍କ ସଙ୍ଗରେ ଆସିଲା ।
|
||
\v 17 ପୁଣି ତାହା ସଙ୍ଗେ ବିନ୍ୟାମୀନୀୟ ଏକ ସହସ୍ର ଲୋକ ଥିଲେ, ଆଉ ଶାଉଲଙ୍କ ଗୃହର ଦାସ ସୀବଃ ଓ ତାଙ୍କର ପନ୍ଦର ପୁତ୍ର ଓ କୋଡ଼ିଏ ଦାସ ତାଙ୍କ ସଙ୍ଗରେ ଥିଲେ । ସେମାନେ ରାଜାଙ୍କ ସାକ୍ଷାତରେ ଯର୍ଦ୍ଦନରେ ପଶି ପାର ହୋଇଗଲେ ।
|
||
\s ଶତ୍ରୁ ନିମନ୍ତେ ରାଜକ୍ଷମା
|
||
\p
|
||
\v 18 ସେତେବେଳେ ସେମାନେ ରାଜାଙ୍କର ପରିବାରବର୍ଗଙ୍କୁ ପାର କରିବା ପାଇଁ ଓ ତାଙ୍କ ଦୃଷ୍ଟିରେ ଯାହା ଭଲ ଦିଶେ ତାହା କଲେ । ଏଣୁ ରାଜା ଯର୍ଦ୍ଦନ ପାର ହେବା ସମୟରେ ଗେରାର ପୁତ୍ର ଶିମୀୟି ରାଜାଙ୍କ ସମ୍ମୁଖରେ ମୁହଁ ମାଡ଼ି ପଡ଼ିଲା ।
|
||
\s5
|
||
\v 19 ଆଉ ଶିମୀୟି ରାଜାଙ୍କୁ କହିଲା, "ମୋ' ପ୍ରଭୁ, ମୋହର ଅପରାଧ ଗଣନା ନ କରନ୍ତୁ, ଅବା ମୋ' ପ୍ରଭୁ ମହାରାଜ ଯିରୂଶାଲମରୁ ବାହାରି ଯିବା ଦିନ ଆପଣଙ୍କ ଦାସ ଅବାଧ୍ୟତାପୂର୍ବକ ଯାହା କରିଅଛି, ତାହା ଆପଣ ସ୍ମରଣ ନ କରନ୍ତୁ, ମହାରାଜ ତାହା ଆପଣା ମନକୁ ନ ନେଉନ୍ତୁ ।
|
||
\v 20 କାରଣ ଆପଣଙ୍କ ଦାସ ମୁଁ ଯେ ପାପ କରିଅଛି, ଏହା ଜାଣେ; ଏହେତୁ ଦେଖନ୍ତୁ, ଯୋଷେଫର ସମୁଦାୟ ବଂଶ ମଧ୍ୟରେ ପ୍ରଥମେ ମୁଁ ଆଜି ମୋ' ପ୍ରଭୁ ମହାରାଜାଙ୍କୁ ଭେଟିବା ପାଇଁ ଆସିଲି ।"
|
||
\s5
|
||
\v 21 ମାତ୍ର ସରୁୟାର ପୁତ୍ର ଅବୀଶୟ ଉତ୍ତର କରି କହିଲା, "ଶିମୀୟି ସଦାପ୍ରଭୁଙ୍କ ଅଭିଷିକ୍ତଙ୍କୁ ଶାପ ଦେଇଅଛି, ଏହି କାରଣରୁ କି ତାହାର ପ୍ରାଣଦଣ୍ଡ ହେବ ନାହିଁ ?"
|
||
\v 22 ଏଥିରେ ଦାଉଦ କହିଲେ, "ହେ ସରୁୟାର ପୁତ୍ରଗଣ, ତୁମ୍ଭମାନଙ୍କ ସହିତ ଆମ୍ଭର ବିଷୟ କ'ଣ ଯେ, ତୁମ୍ଭେମାନେ ଆଜି ମୋର ବିପକ୍ଷ ହେଉଅଛ ? ଆଜି ଇସ୍ରାଏଲ ମଧ୍ୟରେ କ'ଣ କାହାରି ପ୍ରାଣଦଣ୍ଡ ହେବ ? ଆଜି ମୁଁ ଇସ୍ରାଏଲ ଉପରେ ରାଜା ଅଟେ, ଏହା କ'ଣ ମୁଁ ଜାଣୁ ନାହିଁ ?"
|
||
\v 23 ତହୁଁ ରାଜା ଶିମୀୟିଙ୍କୁ କହିଲେ, "ତୁମ୍ଭେ ମରିବ ନାହିଁ ।" ପୁଣି ରାଜା ତାହା ନିକଟରେ ଶପଥ କଲେ ।
|
||
\s5
|
||
\v 24 ଏଉତ୍ତାରେ ଶାଉଲଙ୍କ ପୌତ୍ର ମଫୀବୋଶତ୍ ରାଜାଙ୍କୁ ଭେଟିବା ପାଇଁ ଆସିଲା; ଆଉ ରାଜା ପ୍ରସ୍ଥାନ କରିବା ଦିନଠାରୁ କୁଶଳରେ ଗୃହକୁ ଆସିବା ଦିନ ପର୍ଯ୍ୟନ୍ତ ମଫୀବୋଶତ୍ ଆପଣା ପାଦ ପରିଷ୍କାର କରି ନ ଥିଲା, କି ଦାଢ଼ି କ୍ଷୌର ହୋଇ ନ ଥିଲା, କିଅବା ଆପଣା ବସ୍ତ୍ର ଧୌତ କରି ନ ଥିଲା ।
|
||
\v 25 ପୁଣି ସେ ରାଜାଙ୍କୁ ଭେଟିବା ପାଇଁ ଯିରୂଶାଲମକୁ ଆସନ୍ତେ, ରାଜା ତାହାକୁ କହିଲେ, "ମଫୀବୋଶତ୍, ତୁମ୍ଭେ କାହିଁକି ମୋ' ସଙ୍ଗରେ ଗଲ ନାହିଁ ?"
|
||
\s5
|
||
\v 26 ତହିଁରେ ସେ ଉତ୍ତର କଲା, "ହେ ମୋହର ପ୍ରଭୁ, ମହାରାଜ, ଆପଣଙ୍କ ଦାସ ତ ଛୋଟା, ଗର୍ଦ୍ଦଭ ସଜାଇ ତାହା ଉପରେ ଚଢ଼ି ମହାରାଜଙ୍କ ନିକଟକୁ ଯିବା ପାଇଁ ମୋହର ମନସ୍ଥ ଥିଲା, ମାତ୍ର ମୋହର ଦାସ ମୋତେ ପ୍ରବଂଚନା କଲା ।
|
||
\v 27 ଆହୁରି ମୋହର ପ୍ରଭୁ ମହାରାଜଙ୍କ ନିକଟରେ ସେ ଆପଣଙ୍କ ଏହି ଦାସର ଅପମାନ କରିଅଛି; ମାତ୍ର ମୋହର ପ୍ରଭୁ ମହାରାଜ ପରମେଶ୍ୱରଙ୍କ ଦୂତ ତୁଲ୍ୟ; ଏଣୁ ଆପଣଙ୍କ ଦୃଷ୍ଟିରେ ଯାହା ଭଲ, ତାହା କରନ୍ତୁ ।
|
||
\v 28 ମୋହର ପ୍ରଭୁ ମହାରାଜଙ୍କ ସାକ୍ଷାତରେ ମୋ' ପିତୃବଂଶ ସମସ୍ତେ ନିତାନ୍ତ ମୃତ୍ୟୁଯୋଗ୍ୟ ଥିଲେ; ତଥାପି ଆପଣ ଆପଣଙ୍କର ଏହି ଦାସକୁ ନିଜ ମେଜରେ ଭୋଜନକାରୀ ଲୋକମାନଙ୍କ ସଙ୍ଗରେ ସ୍ଥାନ ଦେଲେ । ଏହେତୁ ଏବେ ମହାରାଜଙ୍କ ନିକଟରେ ଆଉ କ୍ରନ୍ଦନ କରିବା ପାଇଁ ମୋହର କେଉଁ ଅଧିକାର ଅଛି ?"
|
||
\s5
|
||
\v 29 ତହିଁରେ ରାଜା ତାହାକୁ କହିଲେ, "ତୁମ୍ଭେ ଆପଣା ବିଷୟ ଆଉ କାହିଁକି କହୁଅଛ ? ମୁଁ କହୁଅଛି, ତୁମ୍ଭେ ଓ ସୀବଃ ସେହି ଭୂମି ବାଣ୍ଟି ନିଅ ।"
|
||
\v 30 ତହୁଁ ମଫୀବୋଶତ୍ ରାଜାଙ୍କୁ କହିଲା, "ହେଉ, ମୋହର ପ୍ରଭୁ ମହାରାଜ ତ କୁଶଳରେ ଆପଣା ଗୃହକୁ ଆସିଲେଣି, ତେବେ ସେ ସବୁ ନେଉ ।"
|
||
\s5
|
||
\v 31 ଏଉତ୍ତାରେ ଗିଲୀୟଦୀୟ ବର୍ସିଲ୍ଲୟ ରୋଗଲୀମରୁ ଆସିଲା ଓ ସେ ରାଜାଙ୍କୁ ଯର୍ଦ୍ଦନ ପାର କରାଇ ନେବା ପାଇଁ ତାଙ୍କ ସଙ୍ଗେ ଯର୍ଦ୍ଦନକୁ ପାର ହୋଇଗଲା ।
|
||
\v 32 ସେହି ବର୍ସିଲ୍ଲୟ ଅଶୀ ବର୍ଷ ବୟସ୍କ ଅତି ବୃଦ୍ଧ ଲୋକ ଥିଲା; ଆଉ ସେ ଅତି ଧନୀ ଲୋକ ଥିବାରୁ ରାଜା ମହନୟିମରେ ଥିବା ବେଳେ ତାଙ୍କୁ ଖାଦ୍ୟସାମଗ୍ରୀ ଯୋଗାଇଥିଲା ।
|
||
\v 33 ପୁଣି ରାଜା ବର୍ସିଲ୍ଲୟକୁ କହିଲେ, "ତୁମ୍ଭେ ମୋ' ସଙ୍ଗେ ପାର ହୋଇ ଆସ, ମୁଁ ତୁମ୍ଭକୁ ଯିରୂଶାଲମରେ ଆପଣା ସଙ୍ଗେ ପ୍ରତିପାଳନ କରିବି ।"
|
||
\s5
|
||
\v 34 ଏଥିରେ ବର୍ସିଲ୍ଲୟ ରାଜାଙ୍କୁ କହିଲା, "ମୋହର ପରମାୟୁ ବର୍ଷର ଆଉ କେତେ ଦିନ ଅଛି ଯେ, ମୁଁ ମହାରାଜଙ୍କ ସଙ୍ଗେ ଯିରୂଶାଲମକୁ ଯିବି ?
|
||
\v 35 ଆଜି ମୁଁ ଅଶୀ ବର୍ଷ ବୟସ୍କ; ମୁଁ କ'ଣ ଭଲ ଓ ମନ୍ଦର ପ୍ରଭେଦ କରିପାରେ ? ଆପଣଙ୍କ ଦାସ ମୁଁ ଯାହା ଭୋଜନ କି ପାନ କରେ, କ'ଣ ତହିଁର ଆସ୍ୱାଦ ପାଇ ପାରେ ? ମୁଁ କି ଗାୟକ ଓ ଗାୟିକାମାନଙ୍କ ସ୍ୱର ଆଉ ଶୁଣି ପାରେ ? ତେବେ କାହିଁକି ଆପଣଙ୍କ ଦାସ ମୋହର ପ୍ରଭୁ ମହାରାଜଙ୍କ ପ୍ରତି ଭାର ସ୍ୱରୂପ ହେବ ?
|
||
\v 36 ଆପଣଙ୍କ ଦାସ କେବଳ ଯର୍ଦ୍ଦନ ପାର ହୋଇ ମହାରାଜଙ୍କ ସଙ୍ଗେ ଯିବ; ଆଉ ମହାରାଜ ତହିଁ ପାଇଁ କାହିଁକି ମୋତେ ଏପରି ପୁରସ୍କାର ଦେବେ ?
|
||
\s5
|
||
\v 37 ମୁଁ ଯେପରି ନିଜ ନଗରରେ ମୋର ପିତା ଓ ମୋ' ମାତାଙ୍କ କବର ନିକଟରେ ମରିବି, ଏଥିପାଇଁ ଆପଣଙ୍କ ଏହି ଦାସକୁ ଫେରିଯିବାକୁ ଅନୁମତି ଦେଉନ୍ତୁ । ମାତ୍ର ଆପଣଙ୍କ ଦାସ କିମ୍ହମ୍କୁ ଦେଖନ୍ତୁ; ସେ ମୋହର ପ୍ରଭୁ ମହାରାଜଙ୍କ ସଙ୍ଗେ ପାର ହୋଇଯାଉ, ଆଉ ଆପଣଙ୍କ ଦୃଷ୍ଟିରେ ଯାହା ଭଲ ଦିଶେ, ତାହା ପ୍ରତି ତାହା କରନ୍ତୁ ।"
|
||
\s5
|
||
\v 38 ଏଥିରେ ରାଜା ଉତ୍ତର କଲେ, "କିମ୍ହମ୍ ମୋ' ସଙ୍ଗେ ପାର ହୋଇ ଯିବ, ଯାହା ତୁମ୍ଭକୁ ଭଲ ଦିଶେ, ତାହା ମୁଁ ତାହା ପ୍ରତି କରିବି; ପୁଣି ତୁମ୍ଭେ ମୋ' ଉପରେ ଯେଉଁ ଭାର ଦେବାକୁ ମନୋନୀତ କରିବ, ତାହା ମୁଁ ତୁମ୍ଭ ନିମନ୍ତେ କରିବି ।"
|
||
\v 39 ଏଉତ୍ତାରେ ସମସ୍ତ ଲୋକ ଯର୍ଦ୍ଦନ ପାର ହେଲେ, ଏବଂ ରାଜା ମଧ୍ୟ ପାର ହେଲେ; ପୁଣି ରାଜା ବର୍ସିଲ୍ଲୟଙ୍କୁ ଚୁମ୍ବନ କରି ଆଶୀର୍ବାଦ କଲେ; ତହୁଁ ବର୍ସିଲ୍ଲୟ ଆପଣା ସ୍ଥାନକୁ ଫେରିଗଲା ।
|
||
\s5
|
||
\v 40 ଏହିରୂପେ ରାଜା ପାର ହୋଇ ଗିଲ୍ଗଲ୍କୁ ଗଲେ ଓ କିମ୍ହମ୍ ତାଙ୍କ ସଙ୍ଗେ ପାର ହୋଇଗଲା; ପୁଣି ଯିହୁଦାର ସମସ୍ତ ସୈନ୍ୟ, ଏବଂ ଇସ୍ରାଏଲର ଅର୍ଦ୍ଧେକ ସୈନ୍ୟ ମଧ୍ୟ ରାଜାଙ୍କୁ ଘେନି ଆସିଲେ ।
|
||
\v 41 ଏଥିରେ ଦେଖ, ସମୁଦାୟ ଇସ୍ରାଏଲ-ଲୋକ ରାଜାଙ୍କ ନିକଟକୁ ଆସି ରାଜାଙ୍କୁ କହିଲେ, "ଆମ୍ଭମାନଙ୍କ ଭ୍ରାତୃବର୍ଗ ଯିହୁଦା-ଲୋକେ କିହେତୁ ଆପଣଙ୍କୁ ଚୋରି କରି ନେଲେ, ଆଉ ମହାରାଜଙ୍କୁ ଓ ତାଙ୍କ ପରିଜନବର୍ଗଙ୍କୁ ଓ ଦାଉଦଙ୍କ ସଙ୍ଗେ ତାଙ୍କର ସମସ୍ତ ଲୋକଙ୍କୁ ଯର୍ଦ୍ଦନ ପାର କରି ଆଣିଲେ ? ସେତେବେଳେ ଦାଉଦଙ୍କର ସମସ୍ତ ଲୋକ ତାଙ୍କ ସଙ୍ଗରେ ଥିଲେ ।"
|
||
\s5
|
||
\v 42 ତହୁଁ ଯିହୁଦାର ସମସ୍ତ ଲୋକ ଇସ୍ରାଏଲ-ଲୋକମାନଙ୍କୁ ଉତ୍ତର କଲେ, "ରାଜା ତ ଆମ୍ଭମାନଙ୍କର ନିକଟ-କୁଟୁମ୍ବ; ତେବେ ତୁମ୍ଭେମାନେ କାହିଁକି ଏ ବିଷୟରେ କ୍ରୋଧ କରୁଅଛ ? ଆମ୍ଭେମାନେ କ'ଣ ରାଜାଙ୍କର କିଛି ଖାଇଅଛୁ ? ଅବା ସେ କ'ଣ ଆମ୍ଭମାନଙ୍କୁ କିଛି ଭେଟୀ ଦେଇଅଛନ୍ତି ?"
|
||
\v 43 ତହିଁରେ ଇସ୍ରାଏଲ-ଲୋକମାନେ ଯିହୁଦା- ଲୋକମାନଙ୍କୁ ଉତ୍ତର କରି କହିଲେ, "ରାଜାଙ୍କଠାରେ ଆମ୍ଭମାନଙ୍କର ଦଶ ଅଂଶ ଅଧିକାର ଅଛି, କାରଣ ଦଶ ଗୋଷ୍ଠୀର ସମ୍ପର୍କ ରାଜାଙ୍କ ସହିତ ଅଛି ଏବଂ ଦାଉଦଙ୍କଠାରେ ତୁମ୍ଭମାନଙ୍କ ଅପେକ୍ଷା ମଧ୍ୟ ଆମ୍ଭମାନଙ୍କ ଅଧିକାର ଅଧିକ; ତେବେ ଆମ୍ଭମାନଙ୍କ ରାଜାଙ୍କୁ ଫେରାଇ ଆଣିବା ପାଇଁ ଆମ୍ଭମାନଙ୍କ ପରାମର୍ଶ ପ୍ରଥମେ ନ ନେଇ ତୁମ୍ଭେମାନେ କାହିଁକି ଆମ୍ଭମାନଙ୍କୁ ତୁଚ୍ଛ କଲ ?" ତହୁଁ ଇସ୍ରାଏଲ-ଲୋକମାନଙ୍କ ବାକ୍ୟ ଅପେକ୍ଷା ଯିହୁଦା ଲୋକମାନଙ୍କ ବାକ୍ୟ ଅଧିକ କଠୋର ହେଲା ।
|
||
|
||
\s5
|
||
\c 20
|
||
\s ଶେବଃର ବିଦ୍ରୋହ
|
||
\p
|
||
\v 1 ସେସମୟରେ ବିନ୍ୟାମୀନୀୟ ବିଖ୍ରିିର ପୁତ୍ର ଶେବଃ ନାମରେ ଜଣେ ଅସୁବିଧା ସୃଷ୍ଟିକାରୀ ଲୋକ ସେଠାରେ ଥିଲା; ପୁଣି ସେ ତୂରୀ ବଜାଇ କହିଲା, "ଦାଉଦଠାରେ ଆମ୍ଭମାନଙ୍କର କୌଣସି ଅଂଶ ନାହିଁ, କିଅବା ଯିଶୀର ପୁତ୍ରଠାରେ ଆମ୍ଭମାନଙ୍କର ଅଧିକାର ନାହିଁ; ହେ ଇସ୍ରାଏଲ, ପ୍ରତ୍ୟେକେ ଆପଣା ଆପଣା ତମ୍ବୁକୁ ଚାଲ ।"
|
||
\v 2 ତହିଁରେ ସମଗ୍ର ଇସ୍ରାଏଲ-ଲୋକ ଦାଉଦଙ୍କର ପଶ୍ଚାତ୍ଗମନରୁ ଫେରି ବିଖ୍ରିିର ପୁତ୍ର ଶେବଃର ପଶ୍ଚାତ୍ଗମନ କଲେ; ମାତ୍ର ଯର୍ଦ୍ଦନଠାରୁ ଯିରୂଶାଲମ ପର୍ଯ୍ୟନ୍ତ ଯିହୁଦା-ଲୋକମାନେ ଆପଣା ରାଜାଙ୍କଠାରେ ଆସକ୍ତ ରହିଲେ ।
|
||
\s5
|
||
\v 3 ଏଉତ୍ତାରେ ଦାଉଦ ଯିରୂଶାଲମର ଆପଣା ପ୍ରସାଦକୁ ଆସିଲେ; ପୁଣି ରାଜା ଆପଣାର ଯେଉଁ ଦଶ ଉପପତ୍ନୀଙ୍କୁ ପ୍ରସାଦ ଜଗିବାକୁ ଛାଡ଼ି ଯାଇଥିଲେ, ସେମାନଙ୍କୁ ପ୍ରହରୀ-ଗୃହରେ ରଖି ଖାଦ୍ୟ ଯୋଗାଇଲେ, ମାତ୍ର ସେମାନଙ୍କ ସହିତ ସହବାସ କଲେ ନାହିଁ । ଏଣୁ ସେମାନେ ମରଣ ଦିନ ପର୍ଯ୍ୟନ୍ତ ରୁଦ୍ଧ ହୋଇ ବିଧବା ପରି ରହିଲେ ।
|
||
\s5
|
||
\v 4 ଏଉତ୍ତାରେ ରାଜା ଅମାସାଙ୍କୁ କହିଲେ, "ତିନି ଦିନ ମଧ୍ୟରେ ଯିହୁଦାର ଲୋକମାନଙ୍କୁ ଡକାଇ ମୋ' ଠାରେ ଏକତ୍ର କର ଓ ତୁମ୍ଭେ ମଧ୍ୟ ଉପସ୍ଥିତ ହୁଅ ।"
|
||
\v 5 ତହିଁରେ ଅମାସା ଯିହୁଦାର ଲୋକମାନଙ୍କୁ ଡାକି ଏକତ୍ର କରିବାକୁ ଗଲା; ମାତ୍ର ସେ ରାଜାଙ୍କ ଦତ୍ତ ନିରୂପିତ ସମୟରୁ ଅଧିକ ବିଳମ୍ବ କଲା ।
|
||
\s5
|
||
\v 6 ତହିଁରେ ଦାଉଦ ଅବୀଶୟକୁ କହିଲେ, "ଏବେ ଅବଶାଲୋମ ଅପେକ୍ଷା ବିଖ୍ରିିର ପୁତ୍ର ଶେବଃ ଆମ୍ଭମାନଙ୍କର ଅଧିକ ଅନିଷ୍ଟ କରିବ; ତୁମ୍ଭେ ଆପଣା ପ୍ରଭୁଙ୍କ ଦାସମାନଙ୍କୁ ଓ ସୈନ୍ୟମାନଙ୍କୁ ନେଇ ତାହାର ପଛେ ପଛେ ଗୋଡ଼ାଅ, ନୋହିଲେ ସେ ପ୍ରାଚୀରବେଷ୍ଟିତ କୌଣସି କୌଣସି ନଗରକୁ ଯାଇ ଆମ୍ଭମାନଙ୍କ ଦୃଷ୍ଟିରୁ ପଳାଇବ ।"
|
||
\v 7 ଏଣୁ ଯୋୟାବର ଲୋକ ଓ କରେଥୀୟ ଓ ପଲେଥୀୟ ଲୋକ ଓ ସମସ୍ତ ବୀର ଲୋକମାନେ ତାହା ପଛରେ ବାହାରିଲେ, ଆଉ ସେମାନେ ଯିରୂଶାଲମରୁ ବାହାରି ବିଖ୍ରିିର ପୁତ୍ର ଶେବଃର ପଛେ ପଛେ ଗୋଡ଼ାଇଲେ ।
|
||
\s5
|
||
\v 8 ସେମାନେ ଗିବୀୟୋନସ୍ଥ ବୃହତ ପ୍ରସ୍ତର ନିକଟରେ ଉପସ୍ଥିତ ହୁଅନ୍ତେ, ଅମାସା ସେମାନଙ୍କର ନିକଟକୁ ଆସିଲେ । ସେସମୟରେ ଯୋୟାବ ଆପଣା ପରିହିତ ଯୁଦ୍ଧବସ୍ତ୍ର ଭିଡ଼ି ପିନ୍ଧିଥିଲା, ତହିଁ ଉପରେ ଏକ କଟିବନ୍ଧନ ଓ କୋଷାବଦ୍ଧ ଖଡ଼୍ଗ ତାହାର କଟିଦେଶରେ ବନ୍ଧା ଥିଲା; ପୁଣି ସେ ଯାଉ ଯାଉ ତାହା ବାହାରି ପଡ଼ିଲା ।
|
||
\s5
|
||
\v 9 ଏଥିରେ ଯୋୟାବ ଅମାସାଙ୍କୁ ପଚାରିଲା, "କି ଭାଇ, ସବୁ ମଙ୍ଗଳ ତ ?" ତହୁଁ ଯୋୟାବ ଅମାସାଙ୍କୁ ଚୁମ୍ବନ କରିବା ପାଇଁ ଆପଣା ଦକ୍ଷିଣ ହସ୍ତରେ ତାହାର ଦାଢ଼ି ଧରିଲା ।
|
||
\v 10 ମାତ୍ର ଯୋୟାବର ବାମ ହସ୍ତରେ ଥିବା ଖଡ଼୍ଗ ପ୍ରତି ଅମାସା କିଛି ମନୋଯୋଗ କଲା ନାହିଁ; ତହୁଁ ଯୋୟାବ ସେହି ଖଡ଼୍ଗରେ ତାହାର ଉଦରକୁ ଆଘାତ କରି ତାହାର ଅନ୍ତବୁଜୁଳି କାଢ଼ି ଭୂମିରେ ପକାଇ ଦେଲା, ସେ ଦ୍ୱିତୀୟ ଥର ଆଘାତ କଲା ନାହିଁ; ତହିଁରେ ହିଁ ସେ ମଲା । ଏଉତ୍ତାରେ ଯୋୟାବ ଓ ତାହାର ଭ୍ରାତା ଅବୀଶୟ ବିଖ୍ରିିର ପୁତ୍ର ଶେବଃର ପଛେ ଗୋଡ଼ାଇଲେ ।
|
||
\s5
|
||
\v 11 ଏଥି ମଧ୍ୟରେ ଯୋୟାବର ଜଣେ ଲୋକ ତାହା ନିକଟରେ ଠିଆ ହୋଇ କହିଲା, "ଯେ ଯୋୟାବକୁ ଭଲ ପାଏ ଓ ଯେ ଦାଉଦଙ୍କର ପକ୍ଷ, ସେ ଯୋୟାବର ପଛେ ଯାଉ ।"
|
||
\v 12 ସେସମୟରେ ଅମାସା ରାସ୍ତା ମଧ୍ୟରେ ଆପଣା ରକ୍ତରେ ଲଟ୍ପଟ୍ ହୋଇ ପଡ଼ିଥିଲା । ପୁଣି ସେହି ମନୁଷ୍ୟ ସମସ୍ତ ଲୋକଙ୍କୁ ଠିଆ ହେବାର ଦେଖି ଅମାସାଙ୍କୁ ରାସ୍ତାରୁ କ୍ଷେତ୍ରକୁ ନେଇଗଲା, ଆଉ ଯେତେ ଲୋକ ତାହା ନିକଟ ଦେଇ ଆସିଲେ, ପ୍ରତ୍ୟେକଙ୍କୁ ଠିଆ ହେବାର ଦେଖନ୍ତେ, ସେ ତାହା ଉପରେ ଖଣ୍ଡେ ବସ୍ତ୍ର ପକାଇଦେଲା ।
|
||
\v 13 ଅମାସା ରାସ୍ତାରୁ ବାହର କରାଯା'ନ୍ତେ, ସମସ୍ତ ଲୋକ ବିଖ୍ରିିର ପୁତ୍ର ଶେବଃର ପଛେ ଗୋଡ଼ାଇବା ପାଇଁ ଯୋୟାବର ଅନୁଗାମୀ ହେଲେ ।
|
||
\s5
|
||
\v 14 ଏଉତ୍ତାରେ ଯୋୟାବ ଇସ୍ରାଏଲର ସମସ୍ତ ବଂଶ ମଧ୍ୟଦେଇ ଆବେଲ୍ ଓ ବୈଥ୍ମାଖା ଓ ସମସ୍ତ ବେରୀମ୍ ଅଞ୍ଚଳ ପର୍ଯ୍ୟନ୍ତ ଗମନ କଲା; ତହିଁରେ ଲୋକମାନେ ଏକତ୍ରିତ ହେଲେ, ମଧ୍ୟ ତାହାର ପଛେ ପଛେ ଗମନ କଲେ ।
|
||
\v 15 ପୁଣି ସେମାନେ ଆସି ବୈଥ୍ମାଖାସ୍ଥିତ ଆବେଲ୍ରେ ଶେବଃଙ୍କୁ ଆକ୍ରମଣ କଲେ ଓ ନଗର ନିକଟରେ ଓ ଗଡ଼ପାଚେରୀ ନିକଟରେ ଏକ ଢିପିନିର୍ମିତ ହେଲା; ତହିଁରେ ଯୋୟାବର ସହିତ ଥିବା ସମସ୍ତ ସୈନ୍ୟ ପାଚେରୀ ଭୂମିସାତ୍ କରିବା ପାଇଁ ଭାଙ୍ଗିବାକୁ ଲାଗିଲେ ।
|
||
\v 16 ସେତେବେଳେ ନଗର ମଧ୍ୟରୁ ଏକ ବୁଦ୍ଧିମତୀ ସ୍ତ୍ରୀ ଡାକି କହିଲା, "ଶୁଣ, ଶୁଣ ! ମୁଁ ବିନୟ କରୁଅଛି, ଯୋୟାବକୁ ଏସ୍ଥାନକୁ (ଏଠାକୁ) ଆସିବାକୁ କୁହ, ଯେପରି ମୁଁ ତାଙ୍କ ସହିତ କଥାବାର୍ତ୍ତା କରିପାରେ ।"
|
||
\s5
|
||
\v 17 ତହୁଁ ସେ ତାହା ନିକଟକୁ ଆସନ୍ତେ, ସେ ସ୍ତ୍ରୀ ପଚାରିଲା, "ଆପଣ କ'ଣ ଯୋୟାବ ?" ସେ ଉତ୍ତର କଲା, "ହଁ ।" ତେବେ ସେ ସ୍ତ୍ରୀ ତାହାକୁ କହିଲା, "ଆପଣା ଦାସୀର କଥା ଶୁଣନ୍ତୁ ।" ସେ ଉତ୍ତର କଲା, "ମୁଁ ଶୁଣୁଅଛି ।"
|
||
\v 18 ତହୁଁ ସେ କହିଲା, "ପୂର୍ବକାଳରେ ଲୋକମାନେ କହୁଥା'ନ୍ତି, 'ଲୋକେ ଆବେଲ୍ରେ ଅବଶ୍ୟ ପରାମର୍ଶ ପଚାରିବେ,' ଆଉ ଏହିରୂପେ କାର୍ଯ୍ୟ ସମାପ୍ତ ହେବ ।
|
||
\v 19 ମୁଁ ଇସ୍ରାଏଲର ଶାନ୍ତ ଓ ବିଶ୍ୱସ୍ତ ଲୋକମାନଙ୍କ ମଧ୍ୟରୁ ଜଣେ; ଆପଣ ଏକ ନଗରକୁ ଓ ଇସ୍ରାଏଲ ମଧ୍ୟରେ ଏକ ମାତାକୁ ବିନାଶ କରିବା ପାଇଁ ଚେଷ୍ଟା କରୁଅଛନ୍ତି; ଆପଣ ସଦାପ୍ରଭୁଙ୍କ ଅଧିକାରକୁ କାହିଁକି ଗ୍ରାସ କରିବେ ?"
|
||
\s5
|
||
\v 20 ଏଥିରେ ଯୋୟାବ ଉତ୍ତର କରି କହିଲା, "ଏହା ଦୂର ହେଉ, ମୁଁ ଯେ ଗ୍ରାସ କରିବି କି ବିନାଶ କରିବି, ତାହା ମୋ'ଠାରୁ ଦୂର ହେଉ ।
|
||
\v 21 କଥା ସେପରି ନୁହେଁ; ମାତ୍ର ବିଖ୍ରିିର ପୁତ୍ର ଶେବଃ ନାମରେ ଜଣେ ଇଫ୍ରୟିମ-ପର୍ବତମୟ ଦେଶୀୟ ଲୋକ ଦାଉଦ ରାଜାଙ୍କ ପ୍ରତିକୂଳରେ ଆପଣା ହସ୍ତ ଉଠାଇଅଛି; କେବଳ ତାଙ୍କୁ ସମର୍ପି ଦିଅ, ତହିଁରେ ମୁଁ ଏ ନଗରରୁ ପ୍ରସ୍ଥାନ କରିବି ।" ତହୁଁ ସେ ସ୍ତ୍ରୀ ଯୋୟାବକୁ କହିଲା, "ଦେଖନ୍ତୁ, ପ୍ରାଚୀର ଦେଇ ତାହାର ମସ୍ତକ ଆପଣଙ୍କ ନିକଟକୁ ପକାଯିବ ।"
|
||
\v 22 ଏଉତ୍ତାରେ ସେ ସ୍ତ୍ରୀ ଆପଣା ବୁଦ୍ଧିରେ ସମସ୍ତ ଲୋକଙ୍କ ନିକଟକୁ ଗଲା । ତହୁଁ ଲୋକମାନେ ବିଖ୍ରିିର ପୁତ୍ର ଶେବଃର ମସ୍ତକ କାଟି ଯୋୟାବ ନିକଟକୁ ବାହାରେ ପକାଇଦେଲେ । ତହିଁରେ ସେ ତୂରୀ ବଜାନ୍ତେ, ଲୋକମାନେ ନଗରରୁ ଛିନ୍ନଭିନ୍ନ ହୋଇ ପ୍ରତ୍ୟେକ ଲୋକ ଆପଣା ଆପଣା ତମ୍ବୁକୁ ଗଲେ । ପୁଣି ଯୋୟାବ ଯିରୂଶାଲମକୁ ରାଜାଙ୍କ ନିକଟକୁ ଫେରିଗଲା ।
|
||
\s5
|
||
\v 23 ସେସମୟରେ ଯୋୟାବ ଇସ୍ରାଏଲର ସମସ୍ତ ସୈନ୍ୟଦଳର ଉପରେ ଥିଲା; ପୁଣି ଯିହୋୟାଦାର ପୁତ୍ର ବନାୟ କରେଥୀୟ ଓ ପଲେଥୀୟମାନଙ୍କ ଉପରେ ଥିଲା ।
|
||
\v 24 ଆଉ ଅଦୋରାମ୍ ବେଠି-କର୍ମକାରୀଙ୍କ ଅଧ୍ୟକ୍ଷ ଥିଲା ଓ ଅହୀଲୂଦର ପୁତ୍ର ଯିହୋଶାଫଟ ଇତିହାସ-ଲେଖକ,
|
||
\v 25 ଶିବା ଲେଖକ ଥିଲା; ପୁଣି ସାଦୋକ୍ ଓ ଅବୀୟାଥର ଯାଜକ ଥିଲେ;
|
||
\v 26 ପୁଣି ଯାୟୀରୀୟ ଈରା ମଧ୍ୟ ଦାଉଦଙ୍କର ମୁଖ୍ୟ ଦାସ ଥିଲା ।
|
||
|
||
\s5
|
||
\c 21
|
||
\s ଶାଉଲଙ୍କ ବଂଶଧରଙ୍କ ନିଧନ
|
||
\p
|
||
\v 1 ଦାଉଦଙ୍କର ସମୟରେ କ୍ରମାଗତ ତିନି ବର୍ଷ ଦୁର୍ଭିକ୍ଷ ହେଲା; ତହିଁରେ ଦାଉଦ ସଦାପ୍ରଭୁଙ୍କ ମୁଖ ଅନ୍ୱେଷଣ କରନ୍ତେ, ସଦାପ୍ରଭୁ କହିଲେ, "ଶାଉଲ ଓ ତାହାର ରକ୍ତପାତୀ ବଂଶ ସକାଶୁ ଏହା ହେଉଅଛି, ଯେହେତୁ ସେ ଗିବୀୟୋନୀୟ ଲୋକମାନଙ୍କୁ ବଧ କରିଥିଲା ।"
|
||
\s5
|
||
\v 2 ତହୁଁ ରାଜା ଗିବୀୟୋନୀୟ ଲୋକମାନଙ୍କୁ ଡକାଇ ସେମାନଙ୍କୁ କହିଲେ । (ଏହି ଗିବୀୟୋନୀୟ ଲୋକମାନେ ଇସ୍ରାଏଲ-ସନ୍ତାନ ନ ଥିଲେ, ମାତ୍ର ଇମୋରୀୟମାନଙ୍କର ଅବଶିଷ୍ଟାଂଶ ମଧ୍ୟରେ ଥିଲେ; ପୁଣି ଇସ୍ରାଏଲ-ସନ୍ତାନମାନେ ସେମାନଙ୍କୁ ବଧ ନ କରିବା ପାଇଁ ଶପଥ କରିଥିଲେ; ତଥାପି ଶାଉଲ ଇସ୍ରାଏଲ ଓ ଯିହୁଦା-ସନ୍ତାନଗଣ ପକ୍ଷରେ ଉଦ୍ଯୋଗୀ ହୋଇ ସେମାନଙ୍କୁ ବଧ କରିବାକୁ ଚେଷ୍ଟା କରିଥିଲେ ।)
|
||
\v 3 ଏଣୁ ଦାଉଦ ଏହି ଗିବୀୟୋନୀୟମାନଙ୍କୁ ଡାକି କହିଲେ, "ମୁଁ ତୁମ୍ଭମାନଙ୍କ ପାଇଁ କଅଣ କରିବି ? ଓ ତୁମ୍ଭେମାନେ ଯେପରି ସଦାପ୍ରଭୁଙ୍କ ଠାରୁ ପ୍ରାପ୍ତ ଦୟା ଓ ପ୍ରତିଜ୍ଞା ପ୍ରାପ୍ତ ଲୋକମାନଙ୍କୁ ଆଶୀର୍ବାଦ କରିବ, ଏଥିପାଇଁ ମୁଁ କଅଣ ଦେଇ ପ୍ରାୟଶ୍ଚିତ୍ତ କରିବି ?"
|
||
\s5
|
||
\v 4 ତହିଁରେ ଗିବୀୟୋନୀୟମାନେ ତାଙ୍କୁ କହିଲେ, "ଆମ୍ଭମାନଙ୍କର ପୁଣି ଶାଉଲ କିଅବା ତାହା ବଂଶର ମଧ୍ୟରେ ରୂପା କି ସୁନା ସମ୍ବନ୍ଧୀୟ କିଛି କଥା ନାହିଁ; କିଅବା ଇସ୍ରାଏଲ ମଧ୍ୟରେ କୌଣସି ମନୁଷ୍ୟର ପ୍ରାଣଦଣ୍ଡ କରିବା ଆମ୍ଭମାନଙ୍କର ଉଚିତ୍ ନୁହେଁ ।" ତହୁଁ ଦାଉଦ କହିଲେ, "ତୁମ୍ଭେମାନେ ଯାହା କହିବ, ମୁଁ ତୁମ୍ଭମାନଙ୍କ ପାଇଁ ତାହା କରିବି ।"
|
||
\s5
|
||
\v 5 ତହିଁରେ ସେମାନେ ରାଜାଙ୍କୁ କହିଲେ, "ଯେଉଁ ଲୋକ ଆମ୍ଭମାନଙ୍କୁ ସଂହାର କରିଅଛି ଓ ଆମ୍ଭେମାନେ ଯେପରି ବିନଷ୍ଟ ହୋଇ ଇସ୍ରାଏଲର କୌଣସି ସୀମାରେ ରହି ନ ପାରିବୁ, ଏଥିପାଇଁ କୁମନ୍ତ୍ରଣା କରିଅଛି,
|
||
\v 6 ତାହାରି ସନ୍ତାନମାନଙ୍କ ମଧ୍ୟରୁ ସାତ ଜଣ ପୁରୁଷ ଆମ୍ଭମାନଙ୍କ ହସ୍ତରେ ସମର୍ପିତ ହେଉନ୍ତୁ, ତହିଁରେ ଆମ୍ଭେମାନେ ସଦାପ୍ରଭୁଙ୍କ ମନୋନୀତ ଶାଉଲର ଗିବୀୟାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେମାନଙ୍କୁ ଟଙ୍ଗାଇ ଦେବା ।" ଏଥିରେ ରାଜା କହିଲେ, "ମୁଁ ସେମାନଙ୍କୁ ସମର୍ପି ଦେବି ।"
|
||
\s5
|
||
\v 7 ମାତ୍ର ଶାଉଲଙ୍କର ପୌତ୍ର, ଯୋନାଥନର ପୁତ୍ର ମଫୀବୋଶତ୍ଙ୍କୁ ରାଜା ରକ୍ଷା କଲେ, ଯେହେତୁ ସେମାନଙ୍କ ମଧ୍ୟରେ, ଅର୍ଥାତ୍, ଦାଉଦ ଓ ଶାଉଲଙ୍କର ପୁତ୍ର ଯୋନାଥନ ମଧ୍ୟରେ ସଦାପ୍ରଭୁଙ୍କର ଶପଥ ଥିଲା ।
|
||
\v 8 ମାତ୍ର ଅୟାର କନ୍ୟା, ରିସ୍ପା- ଅମୌଣି ଓ ମଫୀବୋଶତ୍ ନାମରେ ଶାଉଲଙ୍କର ଯେଉଁ ଦୁଇ ପୁତ୍ର ପ୍ରସବ କରିଥିଲା, ପୁଣି ଶାଉଲଙ୍କର କନ୍ୟା ମୀଖଲ ମହୋଲାତୀୟ ବର୍ସିଲ୍ଲୟର ପୁତ୍ର ଅଦ୍ରୀୟେଲର ଯେଉଁ ପାଞ୍ଚ ପୁତ୍ର ପ୍ରସବ କରିଥିଲା, ସେମାନଙ୍କୁ ରାଜା ନେଇ
|
||
\v 9 ଗିବୀୟୋନୀୟମାନଙ୍କ ହସ୍ତରେ ସମର୍ପଣ କଲେ, ତହୁଁ ସେମାନେ ପର୍ବତରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କୁ ଟାଙ୍ଗିଦେଲେ, ପୁଣି ସେ ସାତ ଜଣଯାକ ଏକାବେଳେ ମଲେ; ସେମାନେ ପ୍ରଥମ ଶସ୍ୟଚ୍ଛେଦନ ସମୟରେ, ଅର୍ଥାତ୍, ଯବଚ୍ଛେଦନର ଆରମ୍ଭ ସମୟରେ ହତ ହେଲେ ।
|
||
\s5
|
||
\v 10 ଏଉତ୍ତାରେ ଅୟାର କନ୍ୟା ରିସ୍ପା ଅଖା ନେଇ ଶସ୍ୟଚ୍ଛେଦନର ଆରମ୍ଭାବଧି ଆକାଶରୁ ସେମାନଙ୍କ ଉପରେ ଜଳ ବର୍ଷିବା ପର୍ଯ୍ୟନ୍ତ ସେହି ଶୈଳ ଉପରେ ଓ ଶବ ନିକଟରେ ଆପଣା ପାଇଁ ତାହା ପ୍ରସାରିଲା; ଆଉ ସେ ଦିନ ବେଳେ ଆକାଶ- ପକ୍ଷୀଗଣକୁ ସେମାନଙ୍କ ଉପରେ ବସିବାକୁ, କିଅବା ରାତ୍ରି ବେଳେ ବନପଶୁଗଣକୁ ଆସିବାକୁ ଦେଲା ନାହିଁ ।
|
||
\v 11 ଏଥିରେ ଶାଉଲଙ୍କର ଉପପତ୍ନୀ ଅୟାର କନ୍ୟା ରିସ୍ପାର ଏହି କର୍ମ ଦାଉଦଙ୍କୁ ଜ୍ଞାତ କରାଗଲା ।
|
||
\s5
|
||
\v 12 ସେତେବେଳେ ଦାଉଦ ଯାଇ ଯାବେଶ୍-ଗିଲୀୟଦ ନିବାସୀମାନଙ୍କ ନିକଟରୁ ଶାଉଲଙ୍କର ଅସ୍ଥି ଓ ତାହାଙ୍କର ପୁତ୍ର ଯୋନାଥନର ଅସ୍ଥି ନେଲେ, କାରଣ ଗିଲବୋୟରେ ପଲେଷ୍ଟୀୟମାନେ ଶାଉଲଙ୍କୁ ବଧ କରିବା ଦିନ ସେମାନଙ୍କ ଶବ ପଲେଷ୍ଟୀୟମାନଙ୍କ ଦ୍ୱାର ବୈଥ୍ଶାନ୍ ଛକରେ ଟଙ୍ଗାଗଲା ଉତ୍ତାରେ ଯାବେଶ୍-ଗିଲୀୟଦୀୟମାନେ ସେହି ସ୍ଥାନରୁ ତାହା ଚୋରି କରି ନେଇଥିଲେ ।
|
||
\v 13 ଏନିମନ୍ତେ ସେ ସେଠାରୁ ଶାଉଲଙ୍କର ଅସ୍ଥି ଓ ତାଙ୍କର ପୁତ୍ର ଯୋନାଥନର ଅସ୍ଥି ଆଣିଲେ; ପୁଣି ଲୋକମାନେ ଟଙ୍ଗାଯିବା ଲୋକମାନଙ୍କ ଅସ୍ଥି ସଂଗ୍ରହ କଲେ ।
|
||
\s5
|
||
\v 14 ଏଉତ୍ତାରେ ସେମାନେ ଶାଉଲଙ୍କର ଓ ତାଙ୍କ ପୁତ୍ର ଯୋନାଥନର ଅସ୍ଥି ବିନ୍ୟାମୀନ ଦେଶସ୍ଥ ସେଲାରେ ତାହାର ପିତା କୀଶ୍ର କବର ମଧ୍ୟରେ ପୋତିଲେ; ରାଜା ଯାହା ଆଜ୍ଞା କଲେ, ଲୋକମାନେ ତାହାସବୁ କଲେ । ତହିଁ ଉତ୍ତାରେ ପରମେଶ୍ୱର ପ୍ରାର୍ଥନା ଶୁଣି ଦେଶ ପ୍ରତି ପ୍ରସନ୍ନ ହେଲେ ।
|
||
\s ପଲେଷ୍ଟୀୟ ସହ ଯୁଦ୍ଧ
|
||
\p
|
||
\s5
|
||
\v 15 ଅନନ୍ତର ପଲେଷ୍ଟୀୟମାନଙ୍କର ଇସ୍ରାଏଲ ସହିତ ପୁନର୍ବାର ଯୁଦ୍ଧ ହେଲା; ପୁଣି ଦାଉଦ ଓ ତାଙ୍କ ସଙ୍ଗେ ତାଙ୍କର ସୈନ୍ୟମାନେ ଯାଇ ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ କଲେ; ତହିଁରେ ଦାଉଦ କ୍ଳାନ୍ତ ହେଲେ ।
|
||
\v 16 ସେସମୟରେ ଇଶ୍ବୀ ବନୋବ୍ ନାମରେ ତିନି ଶହ (ଶେକଲ) ପରିମିତ ପିତ୍ତଳମୟ ବର୍ଚ୍ଛାଧାରୀ ଦୀର୍ଘକାୟ ବଂଶଜାତ ଜଣେ ନୂତନ ଖଡ଼୍ଗରେ ସସଜ୍ଜ ହୋଇ ଦାଉଦଙ୍କୁ ଆଘାତ କରିବାକୁ ମନସ୍ଥ କଲା ।
|
||
\v 17 ମାତ୍ର ସରୁୟାର ପୁତ୍ର ଅବୀଶୟ ଦାଉଦଙ୍କର ସାହାଯ୍ୟ କଲା ଓ ସେହି ପଲେଷ୍ଟୀୟକୁ ଆଘାତ କରି ବଧ କଲା । ସେତେବେଳେ ଦାଉଦଙ୍କର ଲୋକମାନେ ତାଙ୍କ ନିକଟରେ ଶପଥ କରି କହିଲେ, "ଯେପରି ତୁମ୍ଭେ ଇସ୍ରାଏଲର ପ୍ରଦୀପ ନ ଲିଭାଅ, ଏଥିପାଇଁ ତୁମ୍ଭେ ଆମ୍ଭମାନଙ୍କ ସଙ୍ଗରେ ଆଉ ଯୁଦ୍ଧକୁ ଯିବ ନାହିଁ ।"
|
||
\s5
|
||
\v 18 ଏଥିଉତ୍ତାରେ ପୁନର୍ବାର ଗୋବ୍ରେ ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ ହେଲା; ତହିଁରେ ହୂଶାତୀୟ ସିବ୍ବଖୟ ଦୀର୍ଘକାୟ ବଂଶଜାତ ସଫକୁ ବଧ କଲା ।
|
||
\v 19 ଏଉତ୍ତାରେ ପୁନର୍ବାର ପଲେଷ୍ଟୀୟମାନଙ୍କ ସହିତ ଗୋବ୍ରେ ଯୁଦ୍ଧ ହେଲା; ତହିଁରେ ବେଥ୍ଲିହିମୀୟ ଯାରେଓରଗୀମର ପୁତ୍ର ଇଲ୍ହାନନ୍, ତନ୍ତୀ ନରାଜ ତୁଲ୍ୟ ବର୍ଚ୍ଛାଧାରୀ ଗାଥୀୟ ଗଲୀୟାତକୁ ବଧ କଲା ।
|
||
\s5
|
||
\v 20 ଏହାପରେ ପୁନର୍ବାର ଗାଥ୍ରେ ଯୁଦ୍ଧ ହେଲା; ସେଠାରେ ଅତି ଦୀର୍ଘକାୟ, ପୁଣି ପ୍ରତି ହସ୍ତ ଓ ପାଦରେ ଛଅ ଛଅ ଅଙ୍ଗୁଳି, ସର୍ବସୁଦ୍ଧା ଚବିଶ ଅଙ୍ଗୁଳିବିଶିଷ୍ଟ ଏକ ଜଣ ଥିଲା; ସେ ମଧ୍ୟ ଦୀର୍ଘକାୟ ବଂଶଜାତ ।
|
||
\v 21 ପୁଣି ସେ ଇସ୍ରାଏଲକୁ ତୁଚ୍ଛ କରନ୍ତେ, ଦାଉଦଙ୍କର ଭ୍ରାତା ଶିମୀୟିର ପୁତ୍ର ଯୋନାଥନ ତାହାକୁ ବଧ କଲା ।
|
||
\v 22 ଏହି ଚାରି ଜଣ ଗାଥ୍ରେ ଦୀର୍ଘକାୟ ବଂଶରେ ଜନ୍ମିଥିଲେ; ଏମାନେ ଦାଉଦଙ୍କ ଓ ତାଙ୍କ ଦାସମାନଙ୍କ ହସ୍ତରେ ଦ୍ୱାରା ବଧ ହୋଇଥିଲେ ।
|
||
|
||
\s5
|
||
\c 22
|
||
\s ଦାଉଦଙ୍କ ବିଜୟ ଗୀତ
|
||
\p
|
||
\v 1 ଯେଉଁ ସମୟରେ ସଦାପ୍ରଭୁ ସମସ୍ତ ଶତ୍ରୁ ହସ୍ତରୁ ଓ ଶାଉଲଙ୍କର ହସ୍ତରୁ ଦାଉଦଙ୍କୁ ଉଦ୍ଧାର କଲେ, ସେସମୟରେ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ଗୀତ ଗାନ କଲେ;
|
||
\v 2 ସେ କହିଲେ, "ସଦାପ୍ରଭୁ ମୋହର ଶୈଳ ଓ ମୋହର ଗଡ଼ ଓ ମୋହର ରକ୍ଷାକର୍ତ୍ତା,
|
||
\s5
|
||
\v 3 ମୋହର ଶୈଳ ସ୍ୱରୂପ ପରମେଶ୍ୱର, ମୁଁ ତାହାଙ୍କଠାରେ ଆଶ୍ରୟ ନେବି । ମୋହର ଢାଲ ଓ ମୋହର ପରିତ୍ରାଣ ସ୍ୱରୂପ ଶୃଙ୍ଗ, ମୋହର ଉଚ୍ଚ ଦୁର୍ଗ ଓ ମୋହର ଆଶ୍ରୟ; ମୋହର ତ୍ରାଣକର୍ତ୍ତା, ତୁମ୍ଭେ ମୋତେ ଦୌରାତ୍ମ୍ୟରୁ ଉଦ୍ଧାର କରିଥାଅ ।
|
||
\v 4 ମୁଁ ସଦାପ୍ରଭୁଙ୍କୁ ଆହ୍ୱାନ କରିବି, ସେ ପ୍ରଶଂସିତ ହେବା ଯୋଗ୍ୟ; ତହିଁରେ ମୁଁ ଆପଣା ଶତ୍ରୁଗଣଠାରୁ ଉଦ୍ଧାର ପାଇବି ।
|
||
\s5
|
||
\v 5 କାରଣ ମୃତ୍ୟୁରୂପ ଲହରୀ ମୋତେ ବେଷ୍ଟନ କଲା, ଦୁଷ୍ଟମାନଙ୍କ ପ୍ଲାବନ(ଜୁଆର) ମୋତେ ଭୀତ କଲା ।
|
||
\v 6 ପାତାଳର ବନ୍ଧନ ମୋତେ ବେଷ୍ଟନ କଲା, ମୃତ୍ୟୁର ଫାନ୍ଦ ମୋହର ସମ୍ମୁଖବର୍ତ୍ତୀ ହେଲା ।
|
||
\s5
|
||
\v 7 ମୋହର ସଙ୍କଟ ବେଳେ ମୁଁ ସଦାପ୍ରଭୁଙ୍କୁ ଡାକିଲି, ହଁ, ମୁଁ ଆପଣା ପରମେଶ୍ୱରଙ୍କୁ ଡାକିଲି; ତହୁଁ ସେ ଆପଣା ମନ୍ଦିରରେ ଥାଇ ମୋହର ରବ ଶୁଣିଲେ ଓ ମୋହର ଆର୍ତ୍ତନାଦ ତାହାଙ୍କ କର୍ଣ୍ଣରେ ଉପସ୍ଥିତ ହେଲା ।
|
||
\s5
|
||
\v 8 ସେତେବେଳେ ପୃଥିବୀ ଟଳମଳ ଓ କମ୍ପିତ ହେଲା, ଗଗନମଣ୍ଡଳର ମୂଳସକଳ ଉଦ୍ବିଗ୍ନ ଓ ଟଳମଳ ହେଲା, କାରଣ ସଦାପ୍ରଭୁ ପ୍ରଜ୍ୱଳିତ ହୋଇ ଉଠିଲେ ।
|
||
\v 9 ତାହାଙ୍କ ନାସାରନ୍ଧ୍ରରୁ ଧୂମ ନିର୍ଗତ ହେଲା ଓ ତାହାଙ୍କ ମୁଖରୁ ନିର୍ଗତ ଅଗ୍ନି ଗ୍ରାସ କଲା; ତଦ୍ଦ୍ୱାରା ଅଙ୍ଗାର ପ୍ରଜ୍ୱଳିତ ହେଲା ।
|
||
\s5
|
||
\v 10 ମଧ୍ୟ ସେ ଆକାଶମଣ୍ଡଳକୁ ମେଲା କରି ଓହ୍ଲାଇ ଆସିଲେ ଓ ନିବିଡ଼ ଅନ୍ଧକାର ତାହାଙ୍କ ପାଦ ତଳେ ଥିଲା ।
|
||
\v 11 ପୁଣି ସେ କିରୂବ ଉପରେ ଆରୋହଣ କରି ଉଡ୍ଡୀୟମାନ ହେଲେ; ହଁ, ସେ ବାୟୁର ପକ୍ଷ ଉପରେ ଦେଖାଗଲେ ।
|
||
\v 12 ସେ ଅନ୍ଧକାରକୁ, ଅର୍ଥାତ୍, ଜଳରାଶି ଓ ଆକାଶର ନିବିଡ଼ ମେଘକୁ ଆପଣା ଚତୁର୍ଦ୍ଦିଗସ୍ଥ କୁଟୀର ସ୍ୱରୂପ କଲେ ।
|
||
\s5
|
||
\v 13 ତାହାଙ୍କ ସମ୍ମୁଖବର୍ତ୍ତୀ ତେଜରେ ଆଗ୍ନେୟ-ଅଙ୍ଗାର ପତିତ ହେଲା ।
|
||
\v 14 ସଦାପ୍ରଭୁ ଆକାଶରୁ ଗର୍ଜନ କଲେ ଓ ସର୍ବୋପରିସ୍ଥ ଯେ, ସେ ଆପଣା ରବ ଉଚ୍ଚାରଣ କଲେ ।
|
||
\v 15 ପୁଣି ସେ ବାଣ ନିକ୍ଷେପ କରି ସେମାନଙ୍କୁ ଛିନ୍ନଭିନ୍ନ କଲେ; ବିଜୁଳି ଦ୍ୱାରା ସେମାନଙ୍କୁ ବିଛିନ କଲେ ।
|
||
\s5
|
||
\v 16 ସେତେବେଳେ ସଦାପ୍ରଭୁଙ୍କ ତର୍ଜ୍ଜନରେ ଓ ତାହାଙ୍କ ନାସିକାର ପ୍ରଶ୍ୱାସ ବାୟୁରେ ସମୁଦ୍ରର ଗର୍ଭ ପ୍ରକାଶ ପାଇଲା ଓ ଭୂମଣ୍ଡଳର ମୂଳସକଳ ଦେଖାଗଲା ।
|
||
\s5
|
||
\v 17 ସେ ଉର୍ଦ୍ଧରୁ (ହାତ) ବଢ଼ାଇଲେ, ସେ ମୋତେ ଧରିଲେ; ସେ ଅପାର ଜଳ ମଧ୍ୟରୁ ମୋତେ ଟାଣି ନେଲେ ।
|
||
\v 18 ସେ ମୋହର ବଳବାନ ଶତ୍ରୁଠାରୁ ଓ ମୋହର ଘୃଣାକାରୀମାନଙ୍କଠାରୁ ମୋତେ ରକ୍ଷା କଲେ; କାରଣ ସେମାନେ ମୋର ଠାରୁ ଅତି ବଳବାନ ଥିଲେ ।
|
||
\s5
|
||
\v 19 ସେମାନେ ମୋହର ବିପଦ ଦିନରେ ମୋର ସମ୍ମୁଖବର୍ତ୍ତୀ ହେଲେ; ମାତ୍ର ସଦାପ୍ରଭୁ ମୋର ସହାୟ ହେଲେ ।
|
||
\v 20 ସେ ମଧ୍ୟ ମୋତେ ବାହାର କରି ପ୍ରଶସ୍ତ ସ୍ଥାନକୁ ଆଣିଲେ; ସେ ମୋତେ ରକ୍ଷା କଲେ, କାରଣ ସେ ମୋ'ଠାରେ ସନ୍ତୁଷ୍ଟ ହେଲେ ।
|
||
\v 21 ସଦାପ୍ରଭୁ ମୋର ଧାର୍ମିକତାନୁସାରେ ମୋତେ ପୁରସ୍କାର ଦେଲେ; ମୋର ହସ୍ତର ପବିତ୍ରତାନୁସାରେ ମୋତେ ଫଳ ଦେଲେ ।
|
||
\s5
|
||
\v 22 କାରଣ ମୁଁ ସଦାପ୍ରଭୁଙ୍କ ପଥ ଧରିଲି ଓ ଦୁଷ୍ଟତାପୂର୍ବକ ମୁଁ ଆପଣା ପରମେଶ୍ୱରଙ୍କୁ ତ୍ୟାଗ କଲି ନାହିଁ ।
|
||
\v 23 ଯେହେତୁ ତାହାଙ୍କର ସମସ୍ତ ଶାସନ ମୋହର ସମ୍ମୁଖରେ ଥିଲା ଓ ତାହାଙ୍କର ବିଧିସକଳ ମୁଁ ପରିତ୍ୟାଗ କଲି ନାହିଁ ।
|
||
\s5
|
||
\v 24 ମୁଁ ମଧ୍ୟ ତାହାଙ୍କ ପ୍ରତି ସିଦ୍ଧ ଥିଲି ଓ ମୁଁ ଆପଣା ଅଧର୍ମରୁ ଆପଣାକୁ ରକ୍ଷା କଲି ।
|
||
\v 25 ଏହେତୁ ସଦାପ୍ରଭୁ ମୋର ଧାର୍ମିକତାନୁସାରେ ଓ ତାହାଙ୍କ ଦୃଷ୍ଟିରେ ମୋହର ପବିତ୍ରତାନୁସାରେ ମୋତେ ଫଳ ଦେଲେ ।
|
||
\s5
|
||
\v 26 ତୁମ୍ଭେ ଦୟାଳୁ ପ୍ରତି ଆପଣାକୁ ଦୟାଳୁ ଓ ସିଦ୍ଧ ଲୋକ ପ୍ରତି ତୁମ୍ଭେ ଆପଣାକୁ ସିଦ୍ଧ ଦେଖାଇବ ।
|
||
\v 27 ଶୁଚି ଲୋକ ପ୍ରତି ତୁମ୍ଭେ ଆପଣାକୁ ଶୁଚି ଦେଖାଇବ ଓ କୁଟିଳ ଲୋକ ପ୍ରତି ତୁମ୍ଭେ ଆପଣାକୁ ଚତୁର ଦେଖାଇବ ।
|
||
\s5
|
||
\v 28 ତୁମ୍ଭେ ଦୁଃଖୀ ଲୋକମାନଙ୍କୁ ଉଦ୍ଧାର କରିଥାଅ; ମାତ୍ର ଉଦ୍ଧତ ଲୋକମାନଙ୍କୁ ନତ କରିବାକୁ ସେମାନଙ୍କ ଉପରେ ତୁମ୍ଭର ଦୃଷ୍ଟି ଥାଏ ।
|
||
\v 29 ହେ ସଦାପ୍ରଭୁ, ତୁମ୍ଭେ ମୋହର ପ୍ରଦୀପ; ପୁଣି ସଦାପ୍ରଭୁ ମୋହର ଅନ୍ଧକାର ଆଲୋକମୟ କରିବେ ।
|
||
\s5
|
||
\v 30 କାରଣ ମୁଁ ତୁମ୍ଭ ଦ୍ୱାରା ସୈନ୍ୟ ଉପରେ ଦୌଡ଼େ; ମୁଁ ଆପଣା ପରମେଶ୍ୱରଙ୍କ ଦ୍ୱାରା ପାଚେରୀ ଡିଏଁ ।
|
||
\v 31 ସେ ପରମେଶ୍ୱର, ତାହାଙ୍କ ପଥ ଯଥାର୍ଥ; ସଦାପ୍ରଭୁଙ୍କ ବାକ୍ୟ ପରୀକ୍ଷାସିଦ୍ଧ; ସେ ଆପଣା ଆଶ୍ରିତ ସମସ୍ତଙ୍କର ଢାଲ ।
|
||
\s5
|
||
\v 32 ସଦାପ୍ରଭୁଙ୍କ ବିନା ଆଉ କିଏ ପରମେଶ୍ୱର ? ଆମ୍ଭମାନଙ୍କ ପରମେଶ୍ୱରଙ୍କ ଛଡ଼ା ଆଉ କିଏ ଶୈଳ ?
|
||
\v 33 ପରମେଶ୍ୱର ମୋହର ଦୃଢ଼ ଆଶ୍ରୟ; ସେ ସିଦ୍ଧ ଲୋକଙ୍କୁ ଆପଣା ପଥରେ କଢ଼ାଇ ନିଅନ୍ତି ।
|
||
\s5
|
||
\v 34 ସେ ମୋର ପାଦକୁ ହରିଣୀର ପାଦ ତୁଲ୍ୟ କରନ୍ତି ଓ ସେ ମୋତେ ମୋର ଉଚ୍ଚସ୍ଥଳୀରେ ବସାନ୍ତି ।
|
||
\v 35 ସେ ମୋ' ହସ୍ତକୁ ଯୁଦ୍ଧ କରିବା ପାଇଁ ଶିଖାନ୍ତି; ତହିଁରେ ମୋହର ବାହୁ ପିତ୍ତଳ ଧନୁ ବଙ୍କା କରେ ।
|
||
\s5
|
||
\v 36 ତୁମ୍ଭେ ମଧ୍ୟ ମୋତେ ନିଜ ପରିତ୍ରାଣରୂପ ଢାଲ ଦେଇଅଛ; ତୁମ୍ଭର ନମ୍ରତା (ଦୟା) ମୋତେ ବୃଦ୍ଧିପ୍ରାପ୍ତ କରିଅଛି ।
|
||
\v 37 ତୁମ୍ଭେ ମୋ' ତଳେ ମୋର ପାଦ-ରଖିବା ସ୍ଥାନ ପ୍ରଶସ୍ତ କରିଅଛ ଓ ମୋହର ଗୋଇଠି ଖସି ଯାଇ ନାହିଁ ।
|
||
\s5
|
||
\v 38 ମୁଁ ଆପଣା ଶତ୍ରୁମାନଙ୍କ ପଛେ ପଛେ ଗୋଡ଼ାଇ ସେମାନଙ୍କୁ ବିନାଶ କରିଅଛି ଓ ସେମାନେ ସଂହାରିତ ହେବା ପର୍ଯ୍ୟନ୍ତ ମୁଁ ଫେରିଲି ନାହିଁ ।
|
||
\v 39 ମୁଁ ସେମାନଙ୍କୁ ଏପରି ସଂହାର ଓ ଚୂର୍ଣ୍ଣ କରିଅଛି ଯେ, ସେମାନେ ଆଉ ଉଠି ନ ପାରନ୍ତି; ହଁ, ସେମାନେ ମୋର ପାଦ ତଳେ ପତିତ ହୋଇଅଛନ୍ତି ।
|
||
\s5
|
||
\v 40 ତୁମ୍ଭେ ଯୁଦ୍ଧ ନିମନ୍ତେ ବଳରୂପ ବନ୍ଧନୀରେ କଟି ପରି ବଳ ଦେଇଅଛ; ମୋ' ବିରୁଦ୍ଧରେ ଉତ୍ଥିତ ଲୋକମାନଙ୍କୁ ମୋହର ବଶୀଭୂତ କରିଅଛ ।
|
||
\v 41 ତୁମ୍ଭେ ମଧ୍ୟ ମୋହର ଶତ୍ରୁମାନଙ୍କ ପିଠି ମୋ' ଆଡ଼େ ଫେରାଇଲ, ତହିଁରେ ମୁଁ ଆପଣା ଘୃଣାକାରୀମାନଙ୍କୁ ଉଚ୍ଛିନ୍ନ କଲି ।
|
||
\s5
|
||
\v 42 ସେମାନେ କ୍ରନ୍ଦନ କଲେ, ମାତ୍ର ଉଦ୍ଧାରକର୍ତ୍ତା କେହି ନ ଥିଲା; ସଦାପ୍ରଭୁଙ୍କ ପ୍ରତି ମଧ୍ୟ (ଅନାଇଲେ), ମାତ୍ର ସେ ସେମାନଙ୍କୁ ଉତ୍ତର ଦେଲେ ନାହିଁ ।
|
||
\v 43 ତହୁଁ ମୁଁ ପୃଥିବୀର ଧୂଳି ପରି ସେମାନଙ୍କୁ ଚୂର୍ଣ୍ଣ କଲି, ମୁଁ ସଡ଼କର କାଦୁଅ ପରି ସେମାନଙ୍କୁ ଦଳିଲି ଓ ସେମାନଙ୍କୁ ଛିନ୍ନଭିନ୍ନ କଲି ।
|
||
\s5
|
||
\v 44 ତୁମ୍ଭେ ମଧ୍ୟ ମୋ' ଲୋକମାନଙ୍କ ବିବାଦରୁ ମୋତେ ରକ୍ଷା କରିଅଛ; ତୁମ୍ଭେ ମୋତେ ଅନ୍ୟ ଦେଶୀୟମାନଙ୍କ ମସ୍ତକ ହେବା ପାଇଁ ରଖିଅଛ; ମୋହର ଅପରିଚିତ ଲୋକମାନେ ମୋହର ସେବା କରିବେ ।
|
||
\v 45 ବିଦେଶୀୟମାନେ ଆପଣାମାନଙ୍କୁ ମୋହର ବଶୀଭୂତ କଲେ; ସେମାନେ ମୋ' ବିଷୟ ଶୁଣିବା ମାତ୍ରେ ମୋହର ଆଜ୍ଞାବହ ହେଲେ ।
|
||
\v 46 ବିଦେଶୀୟମାନେ ଆପଣାମାନଙ୍କ ଗୁପ୍ତ ସ୍ଥାନରୁ ଥରହର ହୋଇ ବାହାରି ଆସିଲେ ।
|
||
\s5
|
||
\v 47 ସଦାପ୍ରଭୁ ନିତ୍ୟଜୀବୀ; ମୋହର ଶୈଳ ଧନ୍ୟ ହେଉନ୍ତୁ ଓ ମୋ' ପରିତ୍ରାଣର ଶୈଳ ସ୍ୱରୂପ ପରମେଶ୍ୱର ଉନ୍ନତ ହେଉନ୍ତୁ ।
|
||
\v 48 ସେହି ପରମେଶ୍ୱର ମୋ' ପକ୍ଷରେ ପରିଶୋଧ ନିଅନ୍ତି ଓ ଗୋଷ୍ଠୀୟମାନଙ୍କୁ ମୋ' ତଳେ ନତ କରନ୍ତି ।
|
||
\v 49 ପୁଣି ସେ ମୋ' ଶତ୍ରୁଗଣଠାରୁ ମୋତେ ବାହାର କରି ଆଣନ୍ତି; ହଁ, ତୁମ୍ଭେ ମୋ' ବିରୁଦ୍ଧରେ ଉତ୍ଥିତ ଲୋକମାନଙ୍କ ଉପରେ ମୋତେ ଉଚ୍ଚୀକୃତ କରୁଅଛ; ତୁମ୍ଭେ ଉପଦ୍ରବୀ ଲୋକଠାରୁ ମୋତେ ରକ୍ଷା କରୁଅଛ ।
|
||
\s5
|
||
\v 50 ଏହେତୁ ହେ ସଦାପ୍ରଭୁ, ମୁଁ ଗୋଷ୍ଠୀୟମାନଙ୍କ ମଧ୍ୟରେ ତୁମ୍ଭର ଧନ୍ୟବାଦ କରିବି ଓ ତୁମ୍ଭ ନାମର ପ୍ରଶଂସାଗାନ କରିବି ।
|
||
\v 51 ସେ ଆପଣା ରାଜାକୁ ମହାପରିତ୍ରାଣ ପ୍ରଦାନ କରନ୍ତି; ସେ ଆପଣା ଅଭିଷିକ୍ତ ପ୍ରତି, ଦାଉଦ ଓ ତାହାର ବଂଶ ପ୍ରତି ଅନନ୍ତ କାଳ ଦୟା ପ୍ରକାଶ କରନ୍ତି ।"
|
||
|
||
\s5
|
||
\c 23
|
||
\s ଦାଉଦଙ୍କ ଶେଷ କଥା
|
||
\p
|
||
\v 1 ଯିଶୀର ପୁତ୍ର ଦାଉଦ, ଯେ ବ୍ୟକ୍ତି ଉଚ୍ଚୀକୃତ, ଯେ ଯାକୁବର ପରମେଶ୍ୱରଙ୍କ ଅଭିଷିକ୍ତ ଓ ଇସ୍ରାଏଲର ମଧୁର ଗାୟକ,ଦାଉଦଙ୍କର ଶେଷ କଥା ଏହି;
|
||
\v 2 "ମୋ' ଦ୍ୱାରା ସଦାପ୍ରଭୁଙ୍କ ଆତ୍ମା କହିଲେ ଓ ତାହାଙ୍କର ବାକ୍ୟ ମୋ' ଜିହ୍ୱାରେ ଥିଲା ।
|
||
\s5
|
||
\v 3 ଇସ୍ରାଏଲର ପରମେଶ୍ୱର କହିଲେ, ଇସ୍ରାଏଲର ଶୈଳ ମୋତେ କହିଲେ; 'ଯେଉଁ ବ୍ୟକ୍ତି ଧର୍ମରେ ଲୋକମାନଙ୍କ ଉପରେ ରାଜତ୍ୱ କରିବ, ସେ ପରମେଶ୍ୱରଙ୍କ ଭୟରେ ରାଜତ୍ୱ କରିବ ।
|
||
\v 4 ସେ ସୂର୍ଯ୍ୟୋଦୟ ସମୟର ପ୍ରାତଃକାଳୀନ ଦୀପ୍ତି ତୁଲ୍ୟ, ମେଘରହିତ ପ୍ରଭାତ ତୁଲ୍ୟ ହେବ; ସେସମୟରେ ବୃଷ୍ଟି ଉତ୍ତାରୁ ନିର୍ମଳ କିରଣ ଦ୍ୱାରା ଭୂମିରୁ କୋମଳ ତୃଣ ଅଙ୍କୁରିତ ହୁଏ ।
|
||
\s5
|
||
\v 5 ସତ୍ୟ, ମୋହର ବଂଶ ପରମେଶ୍ୱରଙ୍କ ନିକଟରେ ସେପରି ନୁହେଁ କି ? ସେ ମୋ' ସହିତ ସର୍ବ ବିଷୟରେ ସୁସମ୍ପନ୍ନ ଓ ସୁରକ୍ଷିତ ଏକ ଅନନ୍ତକାଳୀନ ନିୟମ କରି ନାହାନ୍ତି କି ? ସେ କି ମୋର ରକ୍ଷା କରିବେ ନାହିଁ ?
|
||
\s5
|
||
\v 6 ମାତ୍ର ପାପାଧମ ସମସ୍ତେ ଉତ୍ପାଟନୀୟ କଣ୍ଟକ ସ୍ୱରୂପ, କାରଣ ସେମାନେ ହସ୍ତରେ ଧରା ଯାଇ ନ ପାରନ୍ତି;
|
||
\v 7 ମାତ୍ର ଯେଉଁ ଲୋକ ସେମାନଙ୍କୁ ସ୍ପର୍ଶ କରିବ, ଲୌହ ଓ ବର୍ଚ୍ଛାଦଣ୍ଡରେ ତାହାକୁ ସଜ୍ଜିତ ହେବାକୁ ହେବ; ସେମାନେ ଆପଣା ଆପଣା ସ୍ଥାନରେ ସମ୍ପୁର୍ଣ୍ଣ ରୂପେ ଅଗ୍ନିରେ ଦଗ୍ଧ ହେବେ ।"
|
||
\s ଦାଉଦଙ୍କ ପ୍ରଖ୍ୟାତ ଯୋଦ୍ଧାଗଣ
|
||
\p
|
||
\s5
|
||
\v 8 ଦାଉଦଙ୍କର ବୀରମାନଙ୍କ ନାମାବଳୀ ଏହି; ତଖମୋନୀୟ ଯୋଶେବ୍-ବଶେବତ୍, ସେନାପତିମାନଙ୍କର ପ୍ରଧାନ ଥିଲା; ସେ ଏକକାଳୀନ ଆଠ ଶହ ଲୋକର ହତ୍ୟା କଲା ।
|
||
\s5
|
||
\v 9 ପୁଣି ତାହା ଉତ୍ତାରେ ଅହୋହୀୟ ବଂଶଜ ଦୋଦୟର ପୁତ୍ର ଇଲୀୟାସର, ଦାଉଦଙ୍କ ସଙ୍ଗେ ଥିବା ତିନି ବୀରଙ୍କ ମଧ୍ୟରେ ଜଣେ ଥିଲା, ସେମାନେ ଯୁଦ୍ଧାର୍ଥେ ଏକତ୍ରିତ ପଲେଷ୍ଟୀୟମାନଙ୍କୁ ଧିକ୍କାର କରନ୍ତେ ଓ ଇସ୍ରାଏଲ- ଲୋକମାନେ ପଳାନ୍ତେ,
|
||
\v 10 ସେ ଉଠି ଆପଣା ହସ୍ତ କ୍ଳାନ୍ତ ଓ ଆପଣା ହସ୍ତ ଖଡ଼୍ଗରେ ଜଡ଼ିତ ହେବା ପର୍ଯ୍ୟନ୍ତ ପଲେଷ୍ଟୀୟମାନଙ୍କୁ ବଧ କଲା; ପୁଣି ସେଦିନ ସଦାପ୍ରଭୁ ମହା ଜୟ ସାଧନ କଲେ; ଆଉ ସୈନ୍ୟଦଳ କେବଳ ଲୁଟିବାକୁ ତାହାର ପଶ୍ଚାତ୍ଗାମୀ ହେଲେ ।
|
||
\s5
|
||
\v 11 ପୁଣି ତାହା ଉତ୍ତାରେ ହରାରୀୟ ଆଗିର ପୁତ୍ର ଶମ୍ମ । ଏକ ସମୟରେ ପଲେଷ୍ଟୀୟମାନେ କୌଣସି ମସୂରପୂର୍ଣ୍ଣ କ୍ଷେତ୍ର ନିକଟରେ ଏକତ୍ର ଦଳବଦ୍ଧ ହୁଅନ୍ତେ, ଲୋକମାନେ ପଲେଷ୍ଟୀୟମାନଙ୍କ ଆଗରୁ ପଳାଇଲେ ।
|
||
\v 12 ମାତ୍ର ଶମ୍ମ ସେହି କ୍ଷେତ୍ର ମଧ୍ୟରେ ଠିଆ ହୋଇ ତାହା ରକ୍ଷା କଲା ଓ ପଲେଷ୍ଟୀୟମାନଙ୍କୁ ବଧ କଲା; ତହିଁରେ ସଦାପ୍ରଭୁ ମହା ଜୟ ସାଧନ କଲେ ।
|
||
\s5
|
||
\v 13 ଆଉ ତିରିଶ ଜଣ ପ୍ରଧାନ ସୈନ୍ୟମାନଙ୍କ ମଧ୍ୟରୁ ତିନି ଜଣ ଶସ୍ୟଚ୍ଛେଦନ ସମୟରେ ଅଦୁଲ୍ଲମ ଗୁମ୍ଫାକୁ ଦାଉଦଙ୍କ ନିକଟକୁ ଆସିଥିଲେ; ସେତେବେଳେ ପଲେଷ୍ଟୀୟମାନଙ୍କ ସୈନ୍ୟ ରଫାୟୀମ ତଳଭୂମିରେ ଛାଉଣି ସ୍ଥାପନ କରିଥିଲେ ।
|
||
\v 14 ସେସମୟରେ ଦାଉଦ ଦୁର୍ଗମ ସ୍ଥାନରେ ଥିଲେ ଓ ପଲେଷ୍ଟୀୟମାନଙ୍କ ପ୍ରହରୀ-ସୈନ୍ୟଦଳ ବେଥ୍ଲିହିମ୍ରେ ଥିଲେ ।
|
||
\s5
|
||
\v 15 ଏଉତ୍ତାରେ ଦାଉଦ ତୃଷାର୍ତ୍ତ ହୋଇ କହିଲେ, "ଆଃ, କେହି ବେଥ୍ଲିହିମ୍-ନଗରଦ୍ୱାର ନିକଟସ୍ଥ କୂପ-ଜଳ ପାନ କରିବାକୁ ମୋତେ ଦିଅନ୍ତା କି !"
|
||
\v 16 ତହିଁରେ ସେହି ତିନି ବୀର ପଲେଷ୍ଟୀୟମାନଙ୍କ ସୈନ୍ୟ ମଧ୍ୟ ଦେଇ ପଶି ଯାଇ ବେଥ୍ଲିହିମ୍-ନଗରଦ୍ୱାର ନିକଟସ୍ଥ କୂପରୁ ଜଳ କାଢ଼ି ଦାଉଦଙ୍କ ନିକଟକୁ ତାହା ଆଣିଲେ; ମାତ୍ର ସେ ତହିଁରୁ ପାନ କରିବାକୁ ସମ୍ମତ ନୋହି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହା ଢାଳି ଦେଲେ ।
|
||
\v 17 ପୁଣି ସେ କହିଲେ, "ହେ ସଦାପ୍ରଭୁ, ମୁଁ ଯେ ଏ କର୍ମ କରିବି, ଏହା ମୋ'ଠାରୁ ଦୂର ହେଉ; ପ୍ରାଣପଣରେ ଗମନକାରୀ ମନୁଷ୍ୟମାନଙ୍କ ରକ୍ତ କି ମୁଁ ପାନ କରିବି ? ଏଣୁ ସେ ତାହା ପାନ କରିବାକୁ ସମ୍ମତ ନୋହିଲେ ।" ଏହି ସକଳ କର୍ମ ସେହି ତିନି ବୀର କରିଥିଲେ ।
|
||
\s5
|
||
\v 18 ସେହି ତିନି ଜଣଙ୍କ ମଧ୍ୟରେ ସରୁୟାର ପୁତ୍ର ଯୋୟାବର ଭ୍ରାତା ଅବୀଶୟ ପ୍ରଧାନ ଥିଲା । ସେ ତିନି ଶହ ଲୋକ ବିରୁଦ୍ଧରେ ଆପଣା ବର୍ଚ୍ଛା ଉଠାଇ ସେମାନଙ୍କୁ ବଧ କରିଥିଲା, ଏଣୁ ସେ ଏହି ତିନିଙ୍କ ମଧ୍ୟରେ ନାମ ପାଇଲା ।
|
||
\v 19 ଏହି ତିନିଙ୍କ ମଧ୍ୟରେ ସେ କ'ଣ ଅତ୍ୟନ୍ତ ମର୍ଯ୍ୟାଦାପନ୍ନ ନ ଥିଲା ? ଏହେତୁ ସେ ସେମାନଙ୍କର ସେନାପତି ହେଲା; ତଥାପି ସେ ପ୍ରଥମ ତିନି ଜଣଙ୍କ ତୁଲ୍ୟ ନ ଥିଲା ।
|
||
\s5
|
||
\v 20 ଆଉ ପରାକ୍ରାନ୍ତ କର୍ମକାରୀ କବ୍ସେଲୀୟ ଏକ ବିକ୍ରମୀ ପୁରୁଷର ପୌତ୍ର, ଯିହୋୟାଦାର ପୁତ୍ର ଯେ ବନାୟ, ସେ ମୋୟାବୀୟ ଅରୀୟଲର ଦୁଇ ପୁତ୍ରଙ୍କୁ ବଧ କଲା; ମଧ୍ୟ ସେ ହିମପାତ ସମୟରେ ଯାଇ ଗର୍ତ୍ତ ମଧ୍ୟରେ ଏକ ସିଂହକୁ ବଧ କଲା ।
|
||
\v 21 ଆହୁରି ସେ ଏକ ଜଣ ମିସ୍ରୀୟ ବଳବାନ ପୁରୁଷକୁ ବଧ କଲା ଓ ସେହି ମିସ୍ରୀୟ ଆପଣା ହସ୍ତରେ ବର୍ଚ୍ଛା ଧରିଥିଲା; ତଥାପି ବନାୟ ଏକ ଯଷ୍ଟି ନେଇ ତାହା ନିକଟକୁ ଗଲା ଓ ସେହି ମିସ୍ରୀୟ ହସ୍ତରୁ ବର୍ଚ୍ଛା ଛଡ଼ାଇ ତାହାରି ବର୍ଚ୍ଛାରେ ତାହାକୁ ବଧ କଲା ।
|
||
\s5
|
||
\v 22 ଯିହୋୟାଦାର ପୁତ୍ର ବନାୟ ଏହି ସକଳ କର୍ମ କଲା, ଏଣୁ ସେ ଏହି ତିନି ବୀରଙ୍କ ମଧ୍ୟରେ ନାମ ପାଇଲା ।
|
||
\v 23 ସେ ତିରିଶ ଜଣ ଅପେକ୍ଷା ଅଧିକ ମର୍ଯ୍ୟାଦାପନ୍ନ ଥିଲା, ତଥାପି ସେ ପ୍ରଥମ ତିନି ଜଣଙ୍କ ତୁଲ୍ୟ ନ ଥିଲା; ଆଉ ଦାଉଦ ତାହାକୁ ଆପଣା ପ୍ରହରୀ ଦଳ ଉପରେ ନିଯୁକ୍ତ କଲେ ।
|
||
\s5
|
||
\v 24 ଯୋୟାବର ଭ୍ରାତା ଅସାହେଲ ଉକ୍ତ ତିରିଶ ଜଣ ମଧ୍ୟରେ ଜଣେ ଥିଲା; ବେଥ୍ଲିହିମ୍ସ୍ଥ ଦୋଦୟର ପୁତ୍ର ଇଲ୍ହାନନ୍;
|
||
\v 25 ହରୋଦୀୟ ଶମ୍ମ, ହରୋଦୀୟ ଇଲୀକା;
|
||
\v 26 ପଲ୍ଟୀୟ ହେଲସ, ତକୋୟୀୟ ଇକ୍କୋଶର ପୁତ୍ର ଈରା;
|
||
\v 27 ଅନାଥୋତୀୟ ଅବୀୟେଷର, ହୂଶାତୀୟ ମବୁନ୍ନୟ;
|
||
\v 28 ଅହୋହୀୟ ସଲ୍ମୋନ୍, ନଟୋଫାତୀୟ ମହରୟ;
|
||
\s5
|
||
\v 29 ନଟୋଫାତୀୟ ବାନାର ପୁତ୍ର ହେଲବ, ବିନ୍ୟାମୀନ ବଂଶୀୟ ଗିବୀୟା ନିବାସୀ ରୀବୟର ପୁତ୍ର ଇତ୍ତୟ;
|
||
\v 30 ପିରୀୟାଥୋନୀୟ ବନାୟ, ଗାଶ୍-ନଦୀତୀର ନିବାସୀ ହିଦ୍ଦୟ;
|
||
\v 31 ଅର୍ବତୀୟ ଅବିୟେଲ୍ବୋନ, ବରହୂମୀୟ ଅସ୍ମାବତ୍;
|
||
\v 32 ଶାଲ୍ବୋନୀୟ ଇଲୀୟହବା, ଯାଶେନ୍ର ପୁତ୍ରଗଣ, ଯୋନାଥନ;
|
||
\s5
|
||
\v 33 ହରାରୀୟ ଶମ୍ମ, ହରାରୀୟ ଶାରରର ପୁତ୍ର ଅହୀୟାମ;
|
||
\v 34 ମାଖାତୀୟର ପୌତ୍ର ଅହସ୍ବୟର ପୁତ୍ର ଇଲୀଫେଲଟ୍, ଗୀଲୋନୀୟ ଅହୀଥୋଫଲର ପୁତ୍ର ଇଲୀୟାମ;
|
||
\v 35 କର୍ମିଲୀୟ ହିଷ୍ରୟ, ଅର୍ବୀୟ ପାରୟ;
|
||
\v 36 ସୋବା ନିବାସୀ ନାଥନର ପୁତ୍ର ଯିଗାଲ, ଗାଦୀୟ ବାନୀ;
|
||
\s5
|
||
\v 37 ଅମ୍ମୋନୀୟ ସେଲକ, ସରୁୟାର ପୁତ୍ର ଯୋୟାବର ଅସ୍ତ୍ରବାହକ ବରୋତୀୟ ନହରୟ ;
|
||
\v 38 ଯିତ୍ରୀୟ ଈରା, ଯିତ୍ରୀୟ ଗାରେବ୍ ;
|
||
\v 39 ହିତ୍ତୀୟ ଊରୀୟ; ସର୍ବସୁଦ୍ଧା ସଇଁତିରିଶ ଜଣ ।
|
||
|
||
\s5
|
||
\c 24
|
||
\s ଦାଉଦଙ୍କ ଜନଗଣନା
|
||
\p
|
||
\v 1 ଅନନ୍ତର ଇସ୍ରାଏଲ ବିରୁଦ୍ଧରେ ସଦାପ୍ରଭୁଙ୍କ କ୍ରୋଧ ପୁନର୍ବାର ପ୍ରଜ୍ଜଳିତ ହେଲା, ଆଉ ସେ ଦାଉଦଙ୍କୁ ପ୍ରବର୍ତ୍ତାଇ କହିଲେ, "ଯାଅ, ଇସ୍ରାଏଲ ଓ ଯିହୁଦାକୁ ଗଣନା କର ।"
|
||
\v 2 ତହିଁରେ ରାଜା ଆପଣା ନିକଟସ୍ଥ ସେନାପତି ଯୋୟାବଙ୍କୁ କହିଲେ; "ତୁମ୍ଭେମାନେ ଦାନ୍ଠାରୁ ବେର୍ଶେବା ପର୍ଯ୍ୟନ୍ତ ଇସ୍ରାଏଲର ସମୁଦାୟ ବଂଶ ମଧ୍ୟ ଦେଇ ଭ୍ରମଣ କରି ଲୋକମାନଙ୍କୁ ଗଣନା କର, ତାହାହେଲେ ମୁଁ ଲୋକମାନଙ୍କର ସଂଖ୍ୟା ଜାଣି ପାରିବି ।"
|
||
\s5
|
||
\v 3 ଏଥିରେ ଯୋୟାବ ରାଜାଙ୍କୁ କହିଲା, "ଏବେ ଯେତେ ଲୋକ ଅଛନ୍ତି; ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ସେମାନଙ୍କୁ ଶତଗୁଣ ବୃଦ୍ଧି କରନ୍ତୁ ଓ ମୋ' ପ୍ରଭୁ ମହାରାଜଙ୍କ ଚକ୍ଷୁ ତାହା ଦେଖୁ; ମାତ୍ର ମୋ' ପ୍ରଭୁ ମହାରାଜ ଏପରି କରିବା ପାଇଁ କାହିଁକି ଚାହୁଁଅଛନ୍ତି ?"
|
||
\v 4 ତଥାପି ଯୋୟାବ ଉପରେ ଓ ସେନାପତିମାନଙ୍କ ଉପରେ ରାଜାଙ୍କ ବାକ୍ୟ ଶେଷ ଥିଲା । ତହୁଁ ଯୋୟାବ ଓ ସେନାପତିମାନେ ଇସ୍ରାଏଲ ଲୋକମାନଙ୍କୁ ଗଣନା କରିବା ପାଇଁ ରାଜାଙ୍କ ସାକ୍ଷାତରୁ ଗମନ କଲେ ।
|
||
\s5
|
||
\v 5 ଏଉତ୍ତାରେ ସେମାନେ ଯର୍ଦ୍ଦନ ପାର ହୋଇ ଅରୋୟେରରେ ଗାଦ୍ ଉପତ୍ୟକାର ମଧ୍ୟବର୍ତ୍ତୀ ନଗରର ଦକ୍ଷିଣ ପାଖରେ ଛାଉଣି ସ୍ଥାପନ କଲେ, ଓ ଗାଦ୍ରୁ ଯାସେର ପର୍ଯ୍ୟନ୍ତ ଯାତ୍ରା କଲେ;
|
||
\v 6 ତହିଁ ଉତ୍ତାରୁ ସେମାନେ ଗିଲୀୟଦକୁ ଓ ତହତୀମ୍ହଦ୍ଶି ଦେଶକୁ ଆସିଲେ; ତହୁଁ ସେମାନେ ଦାନ୍-ଯାନକୁ ଓ ସେଠାରୁ ବୁଲି ସୀଦୋନକୁ ଆସିଲେ ।
|
||
\v 7 ତହୁଁ ସୋର ଗଡ଼ରେ ଓ ହିବ୍ବୀୟମାନଙ୍କର ଓ କିଣାନୀୟମାନଙ୍କ ସମସ୍ତ ନଗରରେ ଉପସ୍ଥିତ ହେଲେ; ପୁଣି ସେମାନେ ବେରଶେବାରେ ଯିହୁଦାର ଦକ୍ଷିଣାଞ୍ଚଳକୁ ବାହାରି ଗଲେ ।
|
||
\s5
|
||
\v 8 ଏହିରୂପେ ସେମାନେ ସମୁଦାୟ ଦେଶ ଦେଇ ଭ୍ରମଣ କଲା ଉତ୍ତାରେ ନଅ ମାସ କୋଡ଼ିଏ ଦିନର ଶେଷରେ ଯିରୂଶାଲମରେ ଉପସ୍ଥିତ ହେଲେ ।
|
||
\v 9 ତହିଁରେ ଯୋୟାବ ଗଣିତ ଯୋଦ୍ଧାମାନଙ୍କ ସଂଖ୍ୟା ରାଜାଙ୍କ ନିକଟରେ ସମର୍ପଣ କଲା; ଇସ୍ରାଏଲର ଖଡ଼୍ଗଧାରୀ ଆଠ ଲକ୍ଷ ବଳବାନ ଲୋକ ଓ ଯିହୁଦାର ପାଞ୍ଚ ଲକ୍ଷ ଲୋକ ଥିଲେ ।
|
||
\s5
|
||
\v 10 ଏହିରୂପେ ଦାଉଦ ଲୋକମାନଙ୍କୁ ଗଣନା କରାଇଲା ଉତ୍ତାରେ ତାଙ୍କ ହୃଦୟ ତାଙ୍କୁ ଆଘାତ କଲା । ତହୁଁ ଦାଉଦ ସଦାପ୍ରଭୁଙ୍କୁ କହିଲେ, "ଏହି କର୍ମ କରିବାରେ ମୁଁ ମହା ପାପ କରିଅଛି; ମାତ୍ର ଏବେ ହେ ସଦାପ୍ରଭୋ, ବିନୟ କରୁଅଛି, ନିଜ ଦାସର ଅପରାଧ କ୍ଷମା କର; କାରଣ ମୁଁ ଅତି ମୂର୍ଖର କର୍ମ କରିଅଛି ।"
|
||
\s5
|
||
\v 11 ଏଥିଉତ୍ତାରେ ଦାଉଦ ପ୍ରଭାତରେ ଉଠନ୍ତେ, ଦାଉଦଙ୍କ ଦର୍ଶକ ଗାଦ୍ ଭବିଷ୍ୟଦ୍ବକ୍ତା ନିକଟରେ ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହେଲା, ଯଥା,
|
||
\v 12 "ଦାଉଦ ନିକଟକୁ ଯାଇ ତାହାକୁ କୁହ, 'ସଦାପ୍ରଭୁ ଏହି କଥା କହନ୍ତି, "ଆମ୍ଭେ ତୁମ୍ଭ ଆଗରେ ତିନି କଥା ରଖୁଅଛୁ; ତହିଁ ମଧ୍ୟରୁ ଆପଣା ପାଇଁ ଗୋଟିଏ ମନୋନୀତ କର, ତାହା ହିଁ ଆମ୍ଭେ ତୁମ୍ଭ ପ୍ରତି କରିବୁ ।"'"
|
||
\s5
|
||
\v 13 ତହୁଁ ଗାଦ୍ ଦାଉଦଙ୍କ ନିକଟକୁ ଆସି ତାଙ୍କୁ ଜଣାଇ କହିଲା, "ତୁମ୍ଭ ଦେଶରେ ତିନି ବର୍ଷ ଦୁର୍ଭିକ୍ଷ ହେବ ? କି ତୁମ୍ଭ ଶତ୍ରୁମାନେ ତୁମ୍ଭ ପଛେ ପଛେ ଗୋଡ଼ାଇବା ବେଳେ ତୁମ୍ଭେ ସେମାନଙ୍କ ଆଗେ ଆଗେ ତିନି ମାସ ପର୍ଯ୍ୟନ୍ତ ପଳାଇବ ? କିଅବା ତିନି ଦିନ ପର୍ଯ୍ୟନ୍ତ ତୁମ୍ଭ ଦେଶରେ ମହାମାରୀ ହେବ ? ଏହା ବୁଝ, ଆଉ ମୋ' ପ୍ରେରଣା କର୍ତ୍ତାଙ୍କୁ ମୁଁ ଫେରି କି ଉତ୍ତର ଦେବି, ତାହା ବିବେଚନା କର ।"
|
||
\v 14 ତହିଁରେ ଦାଉଦ ଗାଦ୍କୁ କହିଲେ, "ମୁଁ ବଡ଼ ଅକଳରେ ପଡ଼ିଲି, ଆସ, ଆମ୍ଭେମାନେ ସଦାପ୍ରଭୁଙ୍କ ହସ୍ତରେ ପଡ଼ୁ; କାରଣ ତାହାଙ୍କ ଦୟା ପ୍ରଚୁର; ମାତ୍ର ମୁଁ ମନୁଷ୍ୟ ହସ୍ତରେ ନ ପଡ଼େ ।"
|
||
\s5
|
||
\v 15 ତହୁଁ ସଦାପ୍ରଭୁ ପ୍ରାତଃକାଳ ଅବଧି ନିରୂପିତ ସମୟ ପର୍ଯ୍ୟନ୍ତ ଇସ୍ରାଏଲ ଉପରେ ମହାମାରୀ ପଠାଇଲେ; ତହିଁରେ ଦାନ୍ଠାରୁ ବେର୍ଶେବା ପର୍ଯ୍ୟନ୍ତ ଲୋକମାନଙ୍କ ମଧ୍ୟରୁ ସତୁରି ହଜାର ଲୋକ ମଲେ ।
|
||
\v 16 ଆଉ ଦୂତ ଯିରୂଶାଲମକୁ ବିନାଶ କରିବା ପାଇଁ ତହିଁ ଆଡ଼କୁ ହସ୍ତ ବିସ୍ତାର କରନ୍ତେ, ସଦାପ୍ରଭୁ ସେହି ବିପଦ ସକାଶୁ ଦୁଃଖିତ ହୋଇ ସେହି ବିନାଶକ ଦୂତକୁ କହିଲେ, "ଯଥେଷ୍ଟ ହେଲା; ଏବେ ତୁମ୍ଭ ହସ୍ତ ସଙ୍କୁଚିତ କର ।" ଏହି ସମୟରେ ସଦାପ୍ରଭୁଙ୍କ ସେହି ଦୂତ ଯିବୂଷୀୟ ଅରୌଣାର ଶସ୍ୟମର୍ଦ୍ଦନ ସ୍ଥାନ ନିକଟରେ ଥିଲା ।
|
||
\s5
|
||
\v 17 ପୁଣି ଦାଉଦ ସେହି ବିନାଶକ ଦୂତଙ୍କୁ ଦେଖି ସଦାପ୍ରଭୁଙ୍କୁ କହିଲେ, "ଦେଖ, ମୁଁ ପାପ କଲି ଓ ମୁଁ ହିଁ ଅପରାଧୀ ହେଲି; ମାତ୍ର ଏହି ମେଷଗଣ କଅଣ କଲେ ? ବିନୟ କରୁଅଛି, ତୁମ୍ଭ ହସ୍ତ ମୋ' ବିରୁଦ୍ଧରେ ଓ ମୋ' ପିତୃଗୃହର ବିରୁଦ୍ଧରେ ହେଉ ।"
|
||
\s5
|
||
\v 18 ସେହି ଦିନ ଗାଦ୍ ଦାଉଦଙ୍କ ନିକଟକୁ ଯାଇ ତାଙ୍କୁ କହିଲା, "ଯାଅ, ଯିବୂଷୀୟ ଅରୌଣାର ଶସ୍ୟମର୍ଦ୍ଦନ ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ସ୍ଥାପନ କର ।"
|
||
\v 19 ତେଣୁ ଦାଉଦ ସଦାପ୍ରଭୁଙ୍କ ଆଜ୍ଞା ପ୍ରମାଣେ ଗାଦ୍ର ବାକ୍ୟାନୁସାରେ ଉଠିଗଲେ ।
|
||
\v 20 ସେତେବେଳେ ଅରୌଣା ଅନାଇ ଦେଖିଲା ଯେ, ରାଜା ଓ ତାଙ୍କର ଦାସମାନେ ତାହା ଆଡ଼କୁ ଆସୁଅଛନ୍ତି; ତହିଁରେ ଅରୌଣା ବାହାରେ ଆସି ରାଜାଙ୍କ ନିକଟରେ ମୁହଁ ମାଡ଼ି ଭୂମିଷ୍ଠ ପ୍ରଣାମ କଲା ।
|
||
\s5
|
||
\v 21 ପୁଣି ଅରୌଣା ପଚାରିଲା, "ମୋ' ପ୍ରଭୁ ମହାରାଜ ଆପଣା ଦାସ ନିକଟକୁ କି ନିମନ୍ତେ ଆସିଲେ ?" ତହିଁରେ ଦାଉଦ କହିଲେ, "ଲୋକମାନଙ୍କ ମଧ୍ୟରୁ ଯେପରି ମହାମାରୀ ନିବୃତ୍ତ ହେବ, ଏଥିପାଇଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରିବା, ତେଣୁ ତୁମ୍ଭଠାରୁ ଶସ୍ୟମର୍ଦ୍ଦନ ସ୍ଥାନ କିଣିବାକୁ ଆସିଲି ।"
|
||
\v 22 ତହୁଁ ଅରୌଣା ଦାଉଦଙ୍କୁ କହିଲା, "ମୋ' ପ୍ରଭୁ ମହାରାଜଙ୍କୁ ଯାହା ଭଲ ଦିଶେ, ତାହା ନେଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରନ୍ତୁ; ଦେଖନ୍ତୁ, ହୋମବଳି ନିମନ୍ତେ ଏହି ବୃଷସବୁ ଓ କାଷ୍ଠ ନିମନ୍ତେ ଏହି ମର୍ଦ୍ଦନ ଯନ୍ତ୍ର ଓ ବୃଷମାନଙ୍କ ସାଜ ଅଛି;
|
||
\v 23 ହେ ମହାରାଜ, ଅରୌଣା ଏସମସ୍ତ ମହାରାଜଙ୍କୁ ଦେଉଅଛି । ଆହୁରି ଅରୌଣା ରାଜାଙ୍କୁ କହିଲା, ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ଆପଣଙ୍କୁ ଗ୍ରହଣ କରନ୍ତୁ ।"
|
||
\s5
|
||
\v 24 ତହିଁରେ ରାଜା ଅରୌଣାକୁ କହିଲେ, "ନା, ମାତ୍ର ମୁଁ ଅବଶ୍ୟ ମୂଲ୍ୟ ଦେଇ ତୁମ୍ଭଠାରୁ ଏସବୁ କିଣିବି; ଆଉ ମୁଁ ସଦାପ୍ରଭୁ ମୋ' ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବିନାମୂଲ୍ୟର ହୋମବଳି ଉତ୍ସର୍ଗ କରିବି ନାହିଁ ।" ତହୁଁ ଦାଉଦ ପଚାଶ ଶେକଲ (ଏକ ଶେକଲ ୧୨ ଗ୍ରାମ୍) ରୂପାରେ ସେହି ଶସ୍ୟମର୍ଦ୍ଦନ ସ୍ଥାନ ଓ ବୃଷସବୁ କିଣିଲେ ।
|
||
\v 25 ପୁଣି ଦାଉଦ ସେହି ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରି ହୋମବଳି ଓ ମଙ୍ଗଳାର୍ଥକବଳି ଉତ୍ସର୍ଗ କଲେ । ତହିଁରେ ସଦାପ୍ରଭୁ ପ୍ରାର୍ଥନା ଶୁଣି ଦେଶ ପ୍ରତି ପ୍ରସନ୍ନ ହେଲେ, ପୁଣି ଇସ୍ରାଏଲ ମଧ୍ୟରୁ ମହାମାରୀ ନିବୃତ୍ତ ହେଲା । |