ଆପଣ ବାଇବଲ ପୁସ୍ତକର ଅନୁବାଦ କରିବା ପୂର୍ବରୁ, ଅନୁବାଦ କରିବା ସମୟରେ ଓ ଅନୁବାଦ କରିବା ପରେ ଯାଞ୍ଚ୍ କରିପାରିବେ, ଯାହାକି ଅନୁବାଦକୁ ସରଳ, ଦେଖାଯିବାକୁ ଭଲ ଓ ଯଥା ସମ୍ଭବ ପଠନଯୋଗ୍ୟ କରିବ।ଏହି ଭାଗରେ ଥିବା ଶିକ୍ଷା ଅଂଶ ନିମ୍ନରେ ପ୍ରଦତ୍ତ ବିଷୟଗୁଡ଼ିକ ସମ୍ଭନ୍ଧରେ ଅଧିକ ସୂଚନା ପ୍ରଦାନ କରିବ। ### ଅନୁବାଦ କରିବା ପୂର୍ବରୁ ଅନୁବାଦକ ଦଳ ଅନୁବାଦକୁ ଆରମ୍ଭ କରିବା ପୂର୍ବରୁ ନିମ୍ନରେ ପ୍ରଦତ୍ତ ସମସ୍ୟାଗୁଡ଼ିକର ନିଷ୍ପତି ନେବା ଉଚିତ୍। ୧. ବର୍ଣ୍ଣମାଳା (ଦେଖନ୍ତୁ [ଉପଯୁକ୍ତ ବର୍ଣ୍ଣମାଳା](../alphabet/01.md)) ୧. ଶବ୍ଦର ସଠିକ୍ ବନାନ (ଦେଖନ୍ତୁ [ଅପରିବର୍ତ୍ତନୀୟ ଶବ୍ଦ ବନାନ](../spelling/01.md)) ୧. ବିରାମ ଚିହ୍ନ (ଦେଖନ୍ତୁ [ ଅପରିବର୍ତ୍ତନୀୟ ବିରାମ ଚିହ୍ନ ](../punctuation/01.md)) ### ଅନୁବାଦ କରିବା ସମୟରେ ଆପଣ କେତେକ ଅଧ୍ୟାୟ ଅନୁବାଦ କରିବା ପରେ, ଅନୁବାଦକ ଦଳ ଅନୁବାଦ କରିବା ସମୟରେ ଯେଉଁ ସମସ୍ୟାଗୁଡ଼ିକ ଆବିଷ୍କାର କରିଥିଲେ, ସେଗୁଡ଼ିକର ସମାଧାନ ନିମନ୍ତେ ନେଉଥିବା କେତେକ ନିଷ୍ପତିକୁ ସେମାନେ ସଂଶୋଧନ କରିପାରିବେ। ଆପଣ ଅନୁବାଦର ଶବ୍ଦ ବନାନ ଓ ବିରାମ ଚିହ୍ନ ବିଷୟରେ କଣ ଅଧିକ ନିଷ୍ପତି ନେବାର ଆବଶ୍ୟକ ମନେ କରୁଛନ୍ତିକି ତହିଁ ପ୍ରତି ଦୃଷ୍ଟିପାତ କରିବାକୁ, ଶବ୍ଦର ସ୍ଥିରତାକୁ ପାରାଟେକ୍ସଟ୍ ରେ ଆପଣ ଯାଞ୍ଚ୍ କରିପାରିବେ। ### ଗୋଟିଏ ପୁସ୍ତକକୁ ସମାପ୍ତ କରିବା ପରେ ଗୋଟିଏ ପୁସ୍ତକକୁ ସମାପ୍ତ କରିବା ପରେ, ସମସ୍ତ ପଦଗୁଡ଼ିକ ସଠିକ୍ ଅଛି କି ନୁହେଁ ତାହା ନିଶ୍ଚିତ କରିବା ପାଇଁ ଯାଞ୍ଚ୍ କରି ମୁଖ୍ୟ ଭାଗ ବିଷୟରେ ନିଷ୍ପତି କରିପାରିବେ । ଏହା ମଧ୍ୟ ଆପଣ ଅନୁବାଦ କରିବା ସମୟରେ ଭାଗର ମୁଖ୍ୟ ବିଷୟ ନିମନ୍ତେ ଥିବା ଚିନ୍ତାଧାରାକୁ ଲେଖିବାରେ ସାହାଯ୍ୟ କରିବ। ୧. ପଦ ରଚନା (ଦେଖନ୍ତୁ [ସମ୍ପୂର୍ଣ୍ଣ ପଦ ରଚନା](../verses/01.md)) ୧. ମୁଖ୍ୟ ପାଠ୍ୟାଂଶ (ଦେଖନ୍ତୁ [ମୁଖ୍ୟ ପାଠ୍ୟାଂଶ](../headings/01.md))