### ଚାରିଟି ବିଶେଷ ଗୁଣ ଗୁଡିକ ଭଲ ଅନୁବାଦ ନିମନ୍ତେ ଚାରିଟି ଉତ୍ତମ ଗୁଣର ଆବଶ୍ୟକ ଅଛି ଏହା ନିଶ୍ଚିତ ରୁପେ : * ସ୍ପଷ୍ଟ – ଦେଖ [ସ୍ପଷ୍ଟ ଅନୁବାଦ କରିବା](../guidelines-clear/01.md) * ସ୍ବାଭାବିକ – ଦେଖ [ସ୍ବାଭାବିକ ଅନୁବାଦ କରିବା](../guidelines-natural/01.md) * ସଠିକ – ଦେଖ [ସଠିକ ଅନୁବାଦ କରିବା](../guidelines-accurate/01.md) * ମଣ୍ଡଳୀ ସ୍ବୀକୃତି – ଦେଖ [ମଣ୍ଡଳୀ ସ୍ବୀକୃତ ଅନୁବାଦ](../guidelines-church-approved/01.md) ଆମ୍ଭେ ମାନେ ଏହି ଚାରିଟି ଗୁଣ ଅନୁବାଦ ଗୋଟିଏ ମେଜର ଚାରିଟି ଗୋଡ ପରି ଭାବିପାରୁ । ପ୍ରତ୍ୟେକଟି ଆବଶ୍ୟକ ଅଟେ। ଯଦି ଏଥିରୁ ଗୋଟିଏ ବାଦ ପଡିବ, ମେଜ ଠିଆ ହୋଇପାରିବ ନାହିଁ । ସେହିପରି, ଏହି ଚାରିଟି ଗୁଣ ପ୍ରତ୍ୟକ ଅନୁବାଦରେ ଉପସ୍ଥିତ ଥିବା ଆବଶ୍ୟକ ଯେପରି ଆମ୍ଭେ ମଣ୍ଡଳୀର ବିଶ୍ବସ୍ତ ସହକାରେ ବ୍ୟବହାର କରିପାରିବା । #### ସ୍ପଷ୍ଟ ଯେ କୌଣସି ଭାଷାର ଆକାର ଆବଶ୍ୟକ ବ୍ୟବହାର କରି ଉନ୍ନତ ମାନର ଅନୁବାଦ କରନ୍ତୁ । ଅର୍ଥାତ ଚିନ୍ତାଧାରାକୁ ସରଳ କରନ୍ତୁ, ପାଠ ଗୁଡିକୁ ସଜାଡି ରଖନ୍ତୁ, ଓ ଯେତେ ସମ୍ଭବ ହୋଇପାରିବ ସଠିକ ମୂଳ ଭାବାନକୁ ଯୋଗାଯୋଗ କରନ୍ତୁ । କିପରି ସ୍ପଷ୍ଟ ଅନୁବାଦ କରିବେ ଜାଣିବା ନିମନ୍ତେ, ଦେଖନ୍ତୁ [ସ୍ପଷ୍ଟ ଅନୁବାଦ କରିବା](../guidelines-clear/01.md) । #### ସ୍ବାଭାବିକ ଭାଷାରେ ଯେଉଁ ଶବ୍ଦ ଗୁଡିକ ଆକର୍ଷଣ କରେ ଓ ଯେଉଁ ଉପାୟରେ ପରିସ୍ଥିତିର ଭାବନାକୁ ପ୍ରକାଶ କରିପାରୁଥିବ ସେହି ବାକ୍ୟ ଗୁଡିକୁ ବ୍ୟବହାର କରନ୍ତୁ । ସ୍ବାଭାବିକ ଅନୁବାଦ କିପରି କରିବେ ଦେଖନ୍ତୁ [ସ୍ବାଭାବିକ ଅନୁବାଦ କରିବା](../guidelines-natural/01.md) । #### ସଠିକ ସଠିକ କରି ଅନୁବାଦ କରନ୍ତୁ, ବାକ୍ୟ ଗଠନର ଏଣେତେଣେ ନକରି, ପରିବର୍ତ୍ତନ, କିମ୍ବା ମୂଳ ପାଠରେ ଯୋଗ ନକରି ଯାହା ମୂଳ ଶ୍ରୋତା ମାନେ ବୁଝି ପାରୁଥିଲେ ସେହିପରି କରନ୍ତୁ । ମନରେ ପାଠର ଅର୍ଥ କରି ଅନୁବାଦ କରନ୍ତୁ ଓ ଅନ୍ତର୍ନିହିତ ତଥ୍ୟ, ଅଜଣା ଚିନ୍ତାଧାରା, ଓ ଅଳଙ୍କାର ଗୁଡିକର ସଠିକ ଭାବେ ଯୋଗାଯୋଗ କରନ୍ତୁ । ସଠିକ ଅନୁବାଦ କିପରି କରିବେ ଜାଣିବା ନିମନ୍ତେ, ଦେଖାନ୍ତୁ [ସଠିକ ଅନୁବାଦ କରିବା](../guidelines-accurate/01.md) । #### ମଣ୍ଡଳୀ ସ୍ବୀକୃତି ଯଦି ଅନୁବାଦ ସ୍ପଷ୍ଟ, ସ୍ବାଭାବିକ ଓ ସଠିକ ହୋଇଥାଏ କିନ୍ତୁ ମଣ୍ଡଳୀ ସ୍ବୀକୃତ କିମ୍ବା ଗ୍ରହଣ କରେ ନାହିଁ, ତେବେ ମଣ୍ଡଳୀର ନିଷ୍ଠା ଆଣିବା ଉଦ୍ଦେଶ୍ୟ ସଫଳ ହେବନାହିଁ । ଏହା ଅତି ଗୁରୁତ୍ବପୁର୍ଣ୍ଣ ଯେ ମଣ୍ଡଳୀ ଅନୁବାଦ, ଯାଞ୍ଚ, ଓ ଅନୁବାଦ ବିତରଣ କାର୍ଯ୍ୟରେ ଅଂଶୀଦାର ହୁଏ । ଆପଣ କିପରି ମଣ୍ଡଳୀ ସ୍ବୀକୃତି ଅନୁବାଦ କରିବେ ଜାଣିବା ନିମନ୍ତେ, ଦେଖାନ୍ତୁ [ମଣ୍ଡଳୀ ସ୍ବକୃତି ଅନୁବାଦ](../guidelines-church-approved/01.md) । ### ଅନ୍ୟ ଆଉ ଛଅ ଗୋଟି ଗୁଣ ଗୁଡିକ ସ୍ପଷ୍ଟ, ସ୍ବାଭାବିକ, ସଠିକ ଓ ମଣ୍ଡଳୀ ସ୍ବୀକୃତ ଯୋଗ ସହିତ, ଗୋଟିଏ ଉତ୍ତମ ଅନୁବାଦ ଗୁଡିକ ମଧ୍ୟ ରହିବ: * ବିସ୍ବସ୍ତତା – ଦେଖ [ବିସ୍ବସ୍ଥ ଅନୁବାଦ ଗୁଡିକ କରିବା](../guidelines-faithful/01.md) * ଅଧିକାର ସହିତ – ଦେଖ [ଅଧିକାର ସହିତ ଅନୁବାଦ କରିବା](../guidelines-authoritative/01.md) * ଐତିହାସିକ – ଦେଖ [ଐତିହାସିକ ଅନୁବାଦ କରିବା](../guidelines-historical/01.md) * ସମାନତା – ଦେଖ [ଅନୁବାଦରେ ସମାନତା ଆଣିବା](../guidelines-equal/01.md) * ସଂଗୃହିତ – ଦେଖ [ମିଳି ମିଶି ଅନୁବାଦ କରିବା](../guidelines-collaborative/01.md) * ଜାରି ରଖିବା – ଦେଖ [ଅନୁବାଦ କାର୍ଯ୍ୟକୁ ଚାଲୁ ରଖିବା](../guidelines-ongoing/01.md)