### ପ୍ରଥମ ସ୍ତର ଯାଞ୍ଚ୍ - ଅନୁବାଦ ଦଳ ଯାଞ୍ଚ୍ ଭାଷା ସଂପ୍ରଦାୟରେ ଥିବା ଅନ୍ୟମାନଙ୍କଠାରୁ କିଛି ସାହାଯ୍ୟ ସହିତ, ପ୍ରଥମ ସ୍ତରର ଯାଞ୍ଚ୍ ସାଧାରଣତଃ ଅନୁବାଦ ଦଳ ଦ୍ଵାରା କରାଯିବ । ଅନୁବାଦକ ବା ଅନୁବାଦ ଦଳ ବାଇବେଲର ଅନେକ କାହାଣୀଗୁଡିକ ବା ଅଧ୍ୟାୟଗୁଡିକ ଅନୁବାଦ କରିବା ପୂର୍ବରୁ ସେମାନଙ୍କ ଅନୁବାଦର ଯାଞ୍ଚ୍ କରିବା ଆବଶ୍ୟକ, ଯଦ୍ୱାରା ସେମାନେ ଯେତେ ଶୀଘ୍ର ହୋଇପାରିବ ଅନୁବାଦ ପ୍ରକ୍ରିୟାରେ ଥିବା ଭୁଲଗୁଡିକର ସଂଶୋଧନ କରିପାରିବେ । ଅନୁବାଦକୁ ସାରିବା ପୂର୍ବରୁ ଏହି ପ୍ରକ୍ରିୟାରେ ଥିବା ଅନେକ ସୋପାନଗୁଡିକୁ ବାରମ୍ବାର କାର୍ଯ୍ୟକାରୀ କରିବା ଆବଶ୍ୟକ ଅଟେ । unfoldingWord ଯୋଜନାର ଉଦ୍ଦେଶ୍ୟ ପାଇଁ, ବାଇବଲ ଗ୍ରନ୍ଥଗୁଡିକର ଓ ବାଇବଲ ଭିତ୍ତିକ ବିଷୟବସ୍ତୁର ଅନୁବାଦଗୁଡିକ ଯାଞ୍ଚ୍ ସ୍ତର ଏକକୁ ପହଞ୍ଚିବା ପରେ ପ୍ରକାଶନ କରିବାରେ ସକ୍ଷମ ହେବ । ଏଠାରେ ଅନୁବାଦକୁ ଉନ୍ନତିମୂଳକ ସାହାଯ୍ୟ କରିବା ନିମନ୍ତେ ଭାଷା ସଂପ୍ରଦାୟ (ସୂଚିତ ବା ପ୍ରତ୍ୟକ୍ଷ) ରେ ଅନ୍ୟମାନଙ୍କୁ ଖୋଲା ନିମନ୍ତ୍ରଣ ସହ ଏକ ସକ୍ରିୟ ଯୋଜନାର ବିଷୟବସ୍ତୁକୁ ପହଞ୍ଚିବା ପାଇଁ ବ୍ୟାପକ ଭାବରେ ସକ୍ଷମ ଅଟେ । ### ସ୍ତର ଏକରେ ଯାଞ୍ଚ୍ କରିବା ନିମନ୍ତେ ଥିବା ସୋପାନଗୁଡିକ: ପ୍ରଥମ ସ୍ତର ଯାଞ୍ଚ୍ କୁ ହାସଲ କରିବା ପାଇଁ ଅନୁବାଦ ଦଳ ଏହି ସୋପାନଗୁଡ଼ିକୁ ପାଳନ କରିବା ଅବଶ୍ୟକ: 1. *** ସଂଯୋଗ ସ୍ଥାପନ କରିବା*** unfoldingWord network ର ଅନ୍ୟ ଗୋଟିଏ ଉପାଦାନ ସହିତ ସଂଯୋଗ ସ୍ଥାପନ କରନ୍ତୁ, ଆପଣ ଅନୁବାଦକୁ ଆରମ୍ଭ କରିବା ପାଇଁ ଆଗ୍ରହୀ ଥିବା ବିଷୟ unfoldingWord କୁ ଜଣାନ୍ତୁ । ଏହାକୁ କିପରି କରିବେ ତହିଁ ବିଷୟରେ ତଥ୍ୟ ପାଇବା ପାଇଁ, ଦେଖନ୍ତୁ [ଉତ୍ତରଗୁଡ଼ିକ ଖୋଜି ପାଇବା] 1. **ସମୀକ୍ଷା କରିବା।** [ଅନୁବାଦ ନିର୍ଦ୍ଧେଶାବଳୀ] ସମୀକ୍ଷା କର । 1. **ସହମତି ପ୍ରକାଶ କରିବା** ସହମତ ହେବା ଯେ ବିଶ୍ଵାସର ବକ୍ତବ୍ୟ ଆପଣଙ୍କର ନିଜ ବିଶ୍ଵାସର ନିର୍ଭୁଲ ପ୍ରତିଫଳନ ଅଟେ ଏବଂ ଆପଣ ଏହି ବିଷୟବସ୍ତୁକୁ ଐକ୍ୟବଦ୍ଧତାରେ ଓ ଅନୁବାଦ ନିର୍ଦ୍ଧେଶାବଳୀ ଅନୁଯାଇ ଫର୍ମରେ ହସ୍ତାକ୍ଷର କରି ଅନୁବାଦ କରିବାକୁ ଇଚ୍ଛା କରନ୍ତି । (http: //ufw.io/forms/ କୁ ଦେଖନ୍ତୁ) 1. **ଚିଠା** କିଛି ଲେଖାଂଶର ଚିଠା ଅନୁବାଦ ପ୍ରସ୍ତୁତ କର । ଏକ ଚିଠା ଅନୁବାଦକୁ କିପରି ପ୍ରସ୍ତୁତ କରିବେ, ସେଥିର ନିର୍ଦ୍ଦେଶଗୁଡିକ ନିମନ୍ତେ, [ପ୍ରଥମ ଚିଠା] ପାଠକୁ ଦେଖନ୍ତୁ 1. **ସ୍ଵୟଂ ଯାଞ୍ଚ୍** ଆପଣଙ୍କ ଚିଠା ଅନୁବାଦର ସ୍ଵୟଂ ଯାଞ୍ଚ୍ କୁ କିପରି କରିବେ ସେଥିର ନିର୍ଦ୍ଦେଶଗୁଡିକ ନିମନ୍ତେ, ଦେଖନ୍ତୁ [ସ୍ଵୟଂ ଯାଞ୍ଚ୍]। 1. **ଅନୁସନ୍ଧାନ ଯାଞ୍ଚ୍** । ଆପଣଙ୍କ ଚିଠା ଅନୁବାଦର ଅନୁସନ୍ଧାନ ଯାଞ୍ଚ୍ କୁ କିପରି କରିବେ, ସେଥିର ନିର୍ଦ୍ଦେଶଗୁଡିକ ନିମନ୍ତେ, ଦେଖନ୍ତୁ [ଅନୁସନ୍ଧାନ ଯାଞ୍ଚ୍]। 1. **ଅନୁବାଦ ଶବ୍ଦ ଯାଞ୍ଚ୍** । ଆପଣଙ୍କ ଚିଠା ଅନୁବାଦର ଅନୁବାଦ ଶବ୍ଦ ଯାଞ୍ଚ୍ କୁ କିପରି କରିବେ, ସେଥିର ନିର୍ଦ୍ଦେଶଗୁଡିକ ନିମନ୍ତେ, ଦେଖନ୍ତୁ [ଅନୁବାଦ ଶବ୍ଦ ଯାଞ୍ଚ୍]। 1. ନିର୍ଭୁଲତା ଯାଞ୍ଚ୍ ଆପଣଙ୍କ ଚିଠା ଅନୁବାଦର ନିର୍ଭୁଲତା ଯାଞ୍ଚ୍ କୁ କିପରି କରିବେ ସେଥିର ନିର୍ଦ୍ଦେଶଗୁଡିକ ନିମନ୍ତେ, ଦେଖନ୍ତୁ [ନିର୍ଭୁଲତା ଯାଞ୍ଚ୍]।