Edit 'translate/figs-metaphor/01.md' using 'tc-create-app'

This commit is contained in:
manash12d 2020-10-28 11:18:02 +00:00
parent ca852a0f7f
commit 49849c1741
1 changed files with 26 additions and 1 deletions

View File

@ -6,6 +6,10 @@
ଗୋଟେ ଝିଅ ଏବଂ ଗୋଲାପ ସମ୍ପୁର୍ଣ୍ଣ ଅଲଗା ବିଷୟ ଅଟେ, କିନ୍ତୁ ବକ୍ତା ମନେ କରନ୍ତି ଯେ ସେଗୁଡ଼ିକ କୌଣସି ଭାବରେ ସମାନ ଅଟନ୍ତି। ସେଗୁଡ଼ିକ କିପରି ଭାବରେ ସମାନ ଶ୍ରୋତାମାନେ ବୁଝିବା ଉପରେ ଅଧିକ ନିର୍ଭର କରେ।
### ଏକ ଉପମାର ଅଂଶ
ଏକ ଉପମାର ତିନିଟି ଅଂଶ ଅଛି ବୋଲି ଉପରେ ଦିଆଯାଇଥିବା ଉଦାହରଣ ଆମ୍ଭମାନଙ୍କୁ ଦର୍ଶାଏ। ଏହି ଉପମାରେ, "ମୁଁ ଯେଉଁ ଝିଅକୁ ପ୍ରେମ କରେ" ଏହି ବିଷୟରେ ବକ୍ତା କହୁଛନ୍ତି। ଏହା ହିଁ **ଆଲୋଚନା** ଅଟେ। ଝିଅ ଏବଂ "ନାଲି ଗୋଲାପ" ମଧ୍ୟରେ କ'ଣ ସମାନତା ଅଛି ସେ ବିଷୟରେ ଶ୍ରୋତାମାନେ ଚିନ୍ତା କରନ୍ତୁ ବୋଲି ବକ୍ତା ଚାହାଁନ୍ତି। ନାଲି ଗୋଲାପ ଏକ **ପ୍ରତିଛବି** ଅଟେ ଯେଉଁଥିରେ ସେ ଝିଅ ସହିତ ତୁଳନା କରନ୍ତି। ସର୍ବାଧିକ ସମ୍ଭବତଃ, ସେ ଉଭୟକୁ ଶ୍ରୋତାମାନେ ସୁନ୍ଦର ମନେ କରନ୍ତୁ ବୋଲି ଚାଁହାନ୍ତି। ଏହି ହେଉଛି **ଉଦ୍ଦେଶ୍ୟ** ସେ ଝିଅ ଏବଂ ଗୋଲାପ ଉଭୟ ଅଂଶଗ୍ରହଣ କରିଛନ୍ତି, ଏବଂ ଏଣୁ ଆମ୍ଭେମାନେ **ଅଭିପ୍ରାୟର ତୁଳନା** ବୋଲି ମଧ୍ୟ କହିପାରିବା।
@ -13,21 +17,36 @@
ପ୍ରତ୍ୟେକ ଉପମାର ତିନିଟି ଭାଗ ଅଛି:
* **ଆଲୋଚନା**, ଲେଖକ/ବକ୍ତା ଦ୍ଵାରା ଅଭିଲମ୍ଭେ ଆଲୋଚାନ କରା ଯାଇଥିବା ସ୍ୱତନ୍ତ୍ର ସମ୍ବାଦ।
* **ପ୍ରତିଛବି**, ଭୌତିକ ବସ୍ତୁ (ବସ୍ତୁ, ଘଟଣା, କାର୍ଯ୍ୟ, ଇତ୍ୟାଦି) ଯାହା ଆଲୋଚନା ବିଷୟରେ ବର୍ଣ୍ଣନା କରିବାକୁ ବକ୍ତା ବ୍ୟବହାର କରନ୍ତି।
* **ଉଦ୍ଦେଶ୍ୟ**, ବିସ୍ତୃତ ଅବଧାରଣା ବା ଗୁଣବତ୍ତା ଯାହା ଶାରୀରିକ **ପ୍ରତିଛବି** ଶ୍ରୋତାମାନଙ୍କ ମନକୁ ଆଣିଥାଏ ଯେତେବେଳେ ସେ ଭାବନ୍ତି ଯେ **ପ୍ରତିଛବି** ଏବଂ **ଆଲୋଚନା** କିପରି ସମାନ। ଅଧିକାଂଶ ସମୟରେ, ଉପମାର **ଉଦ୍ଦେଶ୍ୟ** ବାଇବଲରେ ସ୍ପଷ୍ଟ ରୂପେ ଦେଖାଯାଇ ନାହି, କିନ୍ତୁ ଏହା କେବଳ ପ୍ରସଙ୍ଗରୁ ସୂଚିତ। ସାଧାରଣତ ଶ୍ରୋତା କିମ୍ବା ପାଠକ ନିଜେ ଚିନ୍ତା କରିବା ଆବଶ୍ୟକ।
ଏହି ଭାବପ୍ରକାଶର ଭଙ୍ଗୀ ଗୁଡ଼ିକୁ ବ୍ୟବହାର କରି, ଆମ୍ଭେମାନେ କହିପାରିବା ଯେ ଉପମା ଗୋଟିଏ ଅଳଙ୍କାରିକ ଶବ୍ଦ ଅଟେ ଯାହା ବକ୍ତାର **ଆଲୋଚନା** ଏକ ବିସ୍ତୃତ **ଉଦ୍ଦେଶ୍ୟ** ବ୍ୟବହାର କରିବା ପାଇଁ ଏକ ଭୌତିକ **ପ୍ରତିଛବି** ବ୍ୟବହାର କରନ୍ତି।
ସାଧାରଣତ, ଜଣେ ଲେଖକ କି ବକ୍ତା **ଆଲୋଚନା** ବିଷୟରେ ପ୍ରକାଶ କରିବାକୁ ଉପମାରେ କିଛି ବ୍ୟବହାର କରନ୍ତି, ସହ **ଆଲୋଚନା** ଏବଂ **ପ୍ରତିଛବି** ମଧ୍ୟରେ ଅତି କମରେ ଏକ **ଅଭିପ୍ରାୟର ତୁଳନା** (**ଉଦ୍ଦେଶ୍ୟ**)। ଅଧିକାଂଶ ସମୟରେ ବିଷୟରେ ଉପମାରେ, **ଆଲୋଚନା** ଏବଂ **ପ୍ରତିଛବି** ସୁସ୍ପଷ୍ଟ ରୂପରେ ଦର୍ଶାଯାଇଥାଏ, କିନ୍ତୁ କେବଳ **ଉଦ୍ଦେଶ୍ୟ**ସୂଚିତ କରାଯାଏ। ଲେଖକ/ବକ୍ତା ପ୍ରାୟତ ପାଠକ/ଶ୍ରୋତାମାନଙ୍କୁ **ଆଲୋଚନା** ଏବଂ **ପ୍ରତିଛବି** ମଧ୍ୟରେ ଥିବା ସମାନତା ବିଷୟରେ ଚିନ୍ତା କରିବାକୁ ଏବଂ ଯାହା ଯୋଗାଯୋଗ କରାଯାଇଅଛି ସେହି **ଉଦ୍ଦେଶ୍ୟ**ର ତର୍କ ସାହାଯ୍ୟରେ ସେମାନେ ନିଜ ପାଇଁ ଫଳ ପ୍ରକାଶ କରନ୍ତୁ ବୋଲି ଆମନ୍ତ୍ରଣ କରନ୍ତି।
ବକ୍ତାମାନେ ଅଧିକାଂଶ ସମୟରେ ଆପଣା ସମ୍ବାଦକୁ ଶକ୍ତଶାଳୀ, ଆପଣା ଭାଷାକୁ ଅଧିକ ଜୀବନ୍ତ, ଆପଣା ଭାବକୁକୁ ଅଧିକ ଭଲଭାବରେ ପ୍ରକାଶ କରିବା ପାଇଁ, ଭିନ୍ନ ମାଧ୍ୟମରେ ପ୍ରକାଶ କରିବାକୁ କଠିନ ଥିବା ବିଷୟକୁ କହିବା ପାଇଁ କିମ୍ବା ଆପଣା ସମ୍ବାଦକୁ ସ୍ମରଣଯୋଗ୍ୟ କରାଇବା ପାଇଁ ରୂପକ ଶବ୍ଦଗୁଡ଼ିକୁ ବ୍ୟବହାର କରନ୍ତି।
କେତେବେଳେ କେମିତି ବକ୍ତାମାନେ ଉପମା ଗୁଡ଼ିକର ବ୍ୟବହାର କରନ୍ତି ଯାହା ସେମାନଙ୍କ ଭାଷାରେ ଅତି ସାଧାରଣ ଅଟେ। ତଥାପି, ବେଳେବେଳେ ବକ୍ତାମାନେ ଉପମା ଗୁଡ଼ିକର ବ୍ୟବହାର କରନ୍ତି ଯାହା ଅସାଧାରଣ ଅଟେ, ଏବଂ କେତେକ ଉପମା ଗୁଡ଼ିକ ରୂପାନ୍ତର ମଧ୍ୟ ଅଟେ। ଯେତେବେଳେ ଏକ ଭାଷାରେ ଏକ ଉପମା ଅତି ସାଧାରଣ ହୋଇଯାଏ, ଅଧିକାଂଶ ସମୟରେ ଏହା ଏକ “କର୍ମବାଚ୍ୟସୂଚକ” ଉପମାରେ ପରିଣତ ହୁଏ, ଅସାଧାରଣ ଉପମାର ତୁଳନାରେ, ଯାହାକୁ ଆମ୍ଭେମାନେ “କ୍ରିୟାଶୀଳ” ଭାବରେ ବର୍ଣ୍ଣନା କରୁ। କର୍ମବାଚ୍ୟସୂଚକ ଉପମା ଏବଂ କ୍ରିୟାଶୀଳ ଉପମା ପ୍ରତେକ ଏକ ଭିନ୍ନ ପ୍ରକାର ଅନୁବାଦର ସମସ୍ୟା ଉତ୍ପନ୍ନ କରନ୍ତି, ଯାହା ଆମ୍ଭେମାନେ ନିମ୍ନରେ ଆଲୋଚନା କରିବା।
### କର୍ମବାଚ୍ୟସୂଚକ ଉପମାଗୁଡ଼ିକ
ଏକ କର୍ମବାଚ୍ୟସୂଚକ ଉପମା ହେଉଛି ଏକ ଉପମା ଯାହା ଭାଷାରେ ବିଶେଷ ପରିମାଣରେ ବ୍ୟବହୃତ ହୋଇଛି ଯେ ଏହାର ବକ୍ତାମାନେ ଏହାକୁ ଆଉ ଗୋଟିଏ ଧାରଣା ଭାବରେ ଅନ୍ୟ ଧାରଣା ପାଇଁ ଗ୍ରହଣ କରନ୍ତି ନାହିଁ। ଭାଷାବିତ୍ମାନେ ବହୁବାର ଏହି “ମୃତ ଉପମା” ବୋଲି ଡାକନ୍ତି। କର୍ମବାଚ୍ୟସୂଚକ ଉପମା ଗୁଡ଼ିକ ଅତ୍ୟଧିକ ସାଧାରଣ। ଇଂରାଜୀରେ ଉଦାହରଣଗୁଡିକ “ମେଜ **ଗୋଡ**," "ପରିବାର **ଗଛ**," "ବହି **ପତ୍ର**" (ଯାହାର ଅର୍ଥ ପୁସ୍ତକ ଏକ ପ୍ରଭୃତିର ପୃଷ୍ଠା), କିମ୍ବା "କ୍ରେନ୍" (ଯାହାର ଅର୍ଥ ଭାରୀ ଜିନିଷ ଗୁଡ଼ିକୁ ଉଠାଇବା ନିମନ୍ତେ ବ୍ୟବହାର କରାଯାଉଥିବା ଯନ୍ତ୍ର)। ଏହି ଶବ୍ଦମାନଙ୍କର ଗୋଟିଏରୁ ଅଧିକ ଅର୍ଥ ରହିଛି ବୋଲି ଇଂରାଜୀ ବକ୍ତାମାନେ ଭାବନ୍ତି। ଏବ୍ରୀ ବାଇବଲରେ ଅନ୍ତର୍ଭୁକ୍ତକରାଯାଇଥିବା ଥିବା କେତେକ ଉଦାହରଣ “ହାତ” ଅର୍ଥ “ଅଧିକାର” “ମୁଖ” ଅର୍ଥ “ଉପସ୍ଥିତି ରହିବା” ଏବଂ ଆବେଗ କିମ୍ବା ନୈତିକ ଗୁଣଗୁଡ଼ିକୁ କହିଲେ ଯେପରି ସେଗୁଡ଼ିକ“ପୋଷାକ ପରିଚ୍ଛଦ”।
#### ଉପମା ରୂପରେ କାର୍ଯ୍ୟ କରୁଥିବା ଧାରଣାର ଦୁଇ ନମୁନା ଯୁଗଳ
ଉପମା ରୂପରେ କହିବାର ଅନେକ ଧାରଣାଗୁଡ଼ିକର ମାଧ୍ୟମ ଦୁଇ ଅନୁରୂପ ଅଂଶ ଉପରେ ନିର୍ଭର କରେ, ଯେଉଁଠାରେ ଗୋଟିଏ ଶବ୍ଦ ତଳେ ଗାର ଦିଆଯାଇଥିବା ଧାରଣାଟି ବାରମ୍ବାର ଭିନ୍ନ ଶବ୍ଦ ତଳେ ଗାର ଦିଆଯାଇଥିବା ଧାରଣାକୁ ଅର୍ଥ ସୁଚିତ କରିଥାଏ। ଉଦାହରଣ ସ୍ଵରୂପେ, ଇଂରାଜୀରେ, ଅଧିକାଂଶ ସମୟରେ, "ଉପରକୁ" (ପ୍ରତିଛବି) ଅଧିକ କିମ୍ବା "ଉତ୍ତମ" (ଉଦ୍ଦେଶ୍ୟ) ଅନେକ ଧାରଣାକୁ ଅର୍ଥ ସୂଚିତ କରିଥାଏ। କାରଣ ଏହି ଶବ୍ଦ ତଳେ ଗାର ଦିଆଯାଇଥିବା ଧାରଣା ଯୁଗଳକୁ ନେଇ, ଆମଭେମାନେ ବାକ୍ୟଗୁଡ଼ିକର ଗଠନ କରି ପାରିବା ଯଥା, “ପେଟ୍ରୋଲ ର ଦାମ **ଅଧିକ** ବୃଦ୍ଧି ପାଉଅଛି”, “ଜଣେ **ଅତ୍ୟଧିକ** ବୁଦ୍ଧିମାନ ବ୍ୟକ୍ତି”, ଏବଂ ବିପରିତାର୍ଥବୋଧକ ଧାରଣା ମଧ୍ୟ ଅଟେ: “ତାପମାତ୍ରା **ନିମ୍ନ****ତର** ହେଉଅଛି," ଏବଂ "ମୁଁ ବହୁତ **ନିମ୍ନ** ମନେ କରୁଛି।"
@ -39,12 +58,18 @@
* “ଗରମକୁ **ଅଧିକ** କର।" ଅଧିକକୁ ଉପରକୁ ରୂପେ କୁହାଯାଇଥାଏ।
* “ଆସନ୍ତୁ ଆମ୍ଭେମାନେ ଆମ୍ଭମାନଙ୍କ ଆଲୋଚନା ସହ **ଆଗକୁ ବଡ଼ିବା**।” ଚାଲିବା ବା ପ୍ରଗତି କରିବା ରୂପେ ଯାହା ଯୋଜନା କରାଯାଇଥିଲା ତାହା କରିବା କୁହାଯାଇଥାଏ।
* “ଆପଣ ଆପଣମାନଙ୍କ ସିଦ୍ଧାନ୍ତକୁ ଉତ୍ତମ ରୂପେ **ପ୍ରତିରକ୍ଷା** କରିଥାଅ।” ଯୁକ୍ତିକୁ ଯୁଦ୍ଧ ରୂପେ କୁହାଯାଇଥାଏ।
* “ ଏକ ଶବ୍ଦଗୁଡ଼ିକର **ବ୍ୟାପିଯିବା**," ଯାହାକି ଶବ୍ଦଗୁଡ଼ିକୁ ତରଳ ପଦାର୍ଥ ରୂପେ କୁହାଯାଇଥାଏ।”
* “ ଏକ ଶବ୍ଦଗୁଡ଼ିକର **ବ୍ୟାପିଯିବା**," ଯାହାକି ଶବ୍ଦଗୁଡ଼ିକୁ ତରଳ ପଦାର୍ଥ ରୂପେ କୁହାଯାଇଥାଏ।”
ଇଂରାଜୀ ବକ୍ତାମାନେ ଏଗୁଡିକୁ ଅସାଧାରଣ କିମ୍ବା ଉପମା ରୂପକ ପ୍ରକାଶ ରୂପେ ଦେଖାନ୍ତି ନାହିଁ, ଯଦି ଏହା ଲୋକମାନଙ୍କୁ ଆଳଙ୍କାରିକ ଶବ୍ଦ ଭାବେ ସ୍ଵତନ୍ତ୍ର ଧ୍ୟାନ ଆକର୍ଷଣ କରିବାକୁ ଚାଳିତ କରେ, ତେବେ ଏହା ଅନ୍ୟ ଭାଷାରେ ଏପରି ଭାବରେ ଅନୁବାଦ କରିବା ସେମାନଙ୍କ ପ୍ରତି ଭୁଲ ଯାହା ଲୋକମାନଙ୍କୁ ଆଳଙ୍କାରିକ ବକ୍ତବ୍ୟ ଭାବରେ ସେଗୁଡ଼ିକ ପ୍ରତି ବିଶେଷ ଧ୍ୟାନ ଦେବେ। ବାଇବଲ ଭିତ୍ତିକ ଭାଷାରେ ଏହି ପ୍ରକାର ରୂପକ ଶବ୍ଦର ଗୁରୁତ୍ୱପୂର୍ଣ୍ଣ ଢାଞ୍ଚାର ବିବରଣ ନିମନ୍ତେ [ବାଇବଲ ଭିତ୍ତିକ ରୂପକ ଶବ୍ଦ ସାଧାରଣ ଢାଞ୍ଚା](../bita-part1/01.md)ଏବଂ ଏହି ପୃଷ୍ଠାଗୁଡ଼ିକ ଆପଣମାନଙ୍କୁ ନିର୍ଦ୍ଦେଶ ଦେବ।
ଯେତେବେଳେ ଅନ୍ୟ ଏକ ଭାଷାରେ ଏକ କର୍ମବାଚ୍ୟସୂଚକ ଉପମା ଅନୁବାଦ କରେ, ଏହାକୁ ଉପମା ଭାବରେ ବ୍ୟବହାର କର ନାହିଁ। ଏହା ପରିବର୍ତ୍ତେ, ସେହି ବିଷୟ ନିମନ୍ତେ ଉତ୍ତମ ଅଭିବ୍ୟକ୍ତି କିମ୍ବା ଲକ୍ଷ୍ୟ ଭାଷାରେ ଧାରଣାକୁ ବ୍ୟବହାର କରନ୍ତୁ।
### ଉପମାଗୁଡ଼ିକ କ୍ରିୟାଶୀଳ
#### ବିଭିନ୍ନ ପ୍ରକାର ରୂପକ ଶବ୍ଦଗୁଡ଼ିକ
ଦୁଇ ପ୍ରକାରର ରୂପକ ଶବ୍ଦଗୁଡ଼ିକ ରହିଛି: “ଜୀବନ୍ତ” ରୂପକ ଶବ୍ଦ, “ମୃତ” ରୂପକ ଶବ୍ଦ।