translationCore-Create-BCS_.../translate/translate-manuscripts/01.md

13 lines
3.5 KiB
Markdown
Raw Normal View History

2019-02-12 11:25:09 +00:00
### ମୁଳ ପାଣ୍ଡୁଲିପି ଲେଖିବା
ବାଇବଲ ବହୁ ଶହସ୍ର ବର୍ଷ ଆଗରୁ ଲେଖା ହୋଇଛି ପରମେଶ୍ବରଙ୍କ ଭାବବାଦୀ ଓ ପ୍ରେରିତ ମାନଙ୍କ ଦ୍ବାରା ଯେପରି ପରମେଶ୍ବର ସେମାନଙ୍କୁ ନିର୍ଦ୍ଦେଶ ଦେଲେ ଲେଖିବା ପାଇଁ ଇସ୍ରାଏଲ ଲୋକମାନେ ହିବ୍ରୁ କହୁଥିଲେ, ତେଣୁ ଅଧିକାଂଶ ପୁରାତନ ପୁସ୍ତକ ଗୁଡିକ ହିବ୍ରୁ ରେ ଲେଖା ହୋଇଛି
ସେମାନେ ଅସୁରିୟ ଓ ବାବିଲୋନରେ ଅଜଣା ହୋଇ ବାସ କରୁଥିଲେ, ସେମାନେ ଅରାମିକରେ କହିବାକୁ ଶିଖିଲେ, ତେଣୁ ପୁରାତନ ନିୟମର ଶେଷ ଅଂଶ ଗୁଡିକ ଆରମିକରେ ଲେଖା ହୋଇଛି ଖ୍ରୀଷ୍ଟ ଆସିବା ତିନି ଶହ ବର୍ଷ ପୁର୍ବେ, ଗ୍ରୀକ ଭାଷା ବ୍ୟାପକ ଭାବେ ଯୋଗାଯୋଗ କରିବା ଭାଷା ହେଲା
ଅଧିକାଂଶ ୟୁରୋପ ଓ ମଧ୍ୟ ପ୍ରାଚ୍ୟ ଦେଶ ଗୁଡିକର ଲୋକମାନେ ଗ୍ରୀକ୍ କୁ ଦ୍ବିତୀୟ ଭାଷା ଭାବେ କହିବାକୁ ଲାଗିଲେ ଏଣୁ ପୁରାତନ ନିୟମ ଗ୍ରୀକ ଭାଷାରେ ଅନୁବାଦ କରାଗଲା ଯେତେବେଳେ ଖ୍ରୀଷ୍ଟ ଆସିଲେ, ପୃଥିବୀର ସେହି ଅଞ୍ଚଳର ଅଧିକାଂଶ ଲୋକମାନେ ଗ୍ରୀକ ଭାଷା କୁ ଦ୍ବିତୀୟ ଭାଷାଭାବେ କହୁଥିଲେ ଓ ନୁତନ ନିୟମ ସମସ୍ତ ପୁସ୍ତକ ଗ୍ରୀକ ଭାଷାରେ ଲେଖା ଗଲା
ସେହି ସମୟରେ ମୁଦ୍ରକ ନଥିଲା, ଏଣୁ ଲେଖକ ମାନେ ହାତରେ ସମସ୍ତ ବହି ଗୁଡିକ ଲେଖିଲେ ସେଗୁଡିକ ହେଉଛି ମୁଳ ପାଣ୍ଡୁଲିପି ଯେଉଁମାନେ ସେହି ପାଣ୍ଡୁଲିପି କୁ ନକଲ ମଧ୍ୟ ହାତରେ କଲେ ସେଗୁଡିକ ମଧ୍ୟ ପାଣ୍ଡୁଲିପି ସେହି ପୁସ୍ତକ ଗୁଡିକ ଅତି ଆବଶ୍ୟକୀୟ, ତେଣୁ ନକଲକାରୀ ମାନଙ୍କୁ ବିଶେଷ ତାଲିମ ଦେଲେ ଓ ସେଗୁଡିକୁ ସଠିକ ଭାବେ ଯତ୍ନ ସହକାରେ ନକଲ କରିବାରେ ସଫଳ ହେଲେ ସହସ୍ର ବର୍ଷ ହେବ, ଲୋକମାନେ ହଜାର ହଜାର ବାଇବଲ ପୁସ୍ତକ ଗୁଡିକର ନକଲ ବାହାର କଲେ ମୁଳ ଭାଷାରେ ଲେଖକ ମାନେ ପାଣ୍ଡୁଲିପି ହାତରେ ଲେଖିଥିଲେ ତାହା ହରେଇଲେ ବା କିଛି ଅଂଶ ନଷ୍ଟ ହୋଇଗଲା ଏଣୁ ଆମ୍ଭ ନିକଟରେ ତାହା ନାହିଁ
କିନ୍ତୁ ଆମ୍ଭ ମାନଙ୍କ ନିକଟରେ ତାହାର ନକଲ ଗୁଡିକ ଅଛି ଯେଉଁ ଗୁଡିକ ବହୁ ଆଗରୁ ହାତରେ ଲେଖା ଯାଇଥିଲା ସେହି ଗୁଡିକ ମଧ୍ୟରୁ କିଛି ନକଲ ବହୁ ବର୍ଷ ଏପରିକି ହଜାର ବର୍ଷ ଧରି ଉପଲବ୍ଧ ଅଛି