translationCore-Create-BCS_.../checking/goal-checking/01.md

21 lines
6.9 KiB
Markdown
Raw Normal View History

2019-02-12 11:25:09 +00:00
### କାହିଁକି ଯାଞ୍ଚ୍ କରିବା?
ଯାଞ୍ଚ୍ କରିବାର ଲକ୍ଷ୍ୟ ହେଉଛି ଯେ, ଅନୁବାଦଟିକୁ ଉତ୍ତମ ଭାବରେ ପ୍ରସ୍ତୁତ କରିବ ପାଇଁ ଅନୁବାଦକ ଦଳକୁ ସାହାଯ୍ୟ କରିବା, ଯେପରିକି ଏହା ନିର୍ଭୁଲତା, ସ୍ଵାଭାବିକ, ସ୍ପଷ୍ଟ ଓ ମଣ୍ଡଳୀ ଦ୍ଵାରା ଗ୍ରହଣଯୋଗ୍ୟ ହେବ। ଅନୁବାଦକ ଦଳ ମଧ୍ୟ ଏହି ଲକ୍ଷ୍ୟକୁ ହାସିଲ କରିବାକୁ ଚାହାଁନ୍ତି । ଏହା ସହଜ ବୋଧ ହୋଇପାରେ, କିନ୍ତୁ ଏହା କରିବା ବାସ୍ତବରେ କଷ୍ଟକର ଅଟେ, ଆଉ ଅନୁବାଦକୁ ସମ୍ପୂର୍ଣ୍ଣ କରିବା ପାଇଁ ଅନେକ ଲୋକ ଓ ଅନେକ ସଂଶୋଧନର ଆବଶ୍ୟକ ହୋଇଥାଏ । ଏହି କାରଣ ହେତୁ, ଯାଞ୍ଚ୍ କାରୀମାନେ ଅନୁବାଦଟିକୁ ନିର୍ଭୁଲ, ସ୍ଵାଭାବିକ, ସ୍ପଷ୍ଟ ଓ ମଣ୍ଡଳୀ ଦ୍ଵାରା ଗ୍ରହଣଯୋଗ୍ୟ କରି ପ୍ରସ୍ତୁତ କରିବା ପାଇଁ ଅନୁବାଦକ ଦଳକୁ ସାହାଯ୍ୟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକାର ଅଭିନୟ କରିଥାନ୍ତି।
### ନିର୍ଭୁଲତା
ଯାଞ୍ଚ୍ କାରୀମାନେ ଯେଉଁମାନେକି ପାଳକ, ମଣ୍ଡଳୀର ନେତାଗଣ ଓ ମଣ୍ଡଳୀ ସମ୍ମିଳନୀର ନେତାଗଣ ଅଟନ୍ତି, ସେମାନେ ଅନୁବାଦଟିକୁ ନିର୍ଭୁଲ ଭାବେ ପ୍ରସ୍ତୁତ କରିବା ପାଇଁ ଅନୁବାଦକ ଦଳକୁ ସାହାଯ୍ୟ କରିବେ । ସେମାନେ ଅନୁବାଦକୁ ମୂଳ ଭାଷା ସହିତ ତୁଳନା କରିବେ, ଯଦି ସମ୍ଭବ ହୁଏ, ତେବେ ବାଇବଲର ମୂଳ ଭାଷା ସହିତ ତୁଳନା କରି ଏହି କାର୍ଯ୍ୟ କରିବେ । (ନିର୍ଭୁଲ ଅନୁବାଦ ସମ୍ଵନ୍ଧୀୟ ଅଧିକ ସୂଚନା ନିମନ୍ତେ ଦେଖନ୍ତୁ [ନିର୍ଭୁଲ ଅନୁବାଦକୁ ସୃଷ୍ଟି କରିବା](../../translate/guidelines-accurate/01.md)।)
### ସ୍ପଷ୍ଟତା
ଯାଞ୍ଚ୍ କାରୀମାନେ, ଯେଉଁମାନେକି ଭାଷା ସଂପ୍ରଦାୟର ସଭ୍ୟମାନେ, ସେମାନେ ଅନୁବାଦଟିକୁ ସୁସ୍ପଷ୍ଟ କରି ପ୍ରସ୍ତୁତ କରିବାରେ ଅନୁବାଦକ ଦଳକୁ ସାହାଯ୍ୟ କରିବେ । ସେମାନେ ଅନୁବାଦକୁ ଶୁଣିବା ସମୟରେ ଯେଉଁଠାରେ ଅନୁବାଦଟି ଦ୍ଵନ୍ଦ ମନେ ହେଉଥିବ କିମ୍ବା ବୁଝି ହେଉ ନଥିବ, ସେହି ସ୍ଥାନମାନଙ୍କରେ ସେମାନେ ଚିହ୍ନଟ କରିବେ । ତା’ପରେ ଅନୁବାଦକ ଦଳ ସେହି ଶବ୍ଦଗୁଡିକୁ ସଠିକ୍ କରି ଲେଖିବେ, ଯଦ୍ୱାରା ସେଗୁଡ଼ିକ ସୁସ୍ପଷ୍ଟ ହେବ । (ସ୍ପଷ୍ଟ ଅନୁବାଦ ସମ୍ବନ୍ଧୀୟ ଅଧିକ ସୂଚନା ନିମନ୍ତେ [ସୁସ୍ପଷ୍ଟ ଅନୁବାଦକୁ ସୃଷ୍ଟି କରିବା](../../translate/guidelines-clear/01.md) ପାଠକୁ ଦେଖନ୍ତୁ ।)
### ସ୍ଵାଭାବିକ
ଯାଞ୍ଚ୍ କାରୀମାନେ ଯେଉଁମାନେକି ଭାଷା ସଂପ୍ରଦାୟର ସଭ୍ୟମାନେ ଅଟନ୍ତି, ସେମାନେ ଅନୁବାଦଟିକୁ ସ୍ଵାଭାବିକ ଭାବେ ପ୍ରସ୍ତୁତ କରିବା ପାଇଁ ଅନୁବାଦକ ଦଳକୁ ସାହାଯ୍ୟ କରିବେ । ସେମାନେ ଅନୁବାଦକୁ ଶୁଣିବା ସମୟରେ ଯେଉଁଠାରେକି ଅନୁବାଦର ଉଚ୍ଚାରଣ ଅଜଣା ଓ ସେମାନଙ୍କର ଭାଷାର ଉଚ୍ଚାରଣ ପରି ହେଉ ନାହିଁ, ତେବେ ସେଗୁଡିକୁ ଚିହ୍ନଟ କରନ୍ତୁ । ତା’ପରେ ଅନୁବାଦକ ଦଳ ସେଗୁଡିକୁ ସଠିକ୍ କରି ଲେଖିବେ, ଯଦ୍ୱାରା ସେଗୁଡିକ ସ୍ଵାଭାବିକ ଦେଖାଯିବ । (ସ୍ଵାଭାବିକ ଅନୁବାଦକ ସମ୍ବନ୍ଧୀୟ ଅଧିକ ସୂଚନା ନିମନ୍ତେ ଦେଖନ୍ତୁ [ସ୍ଵାଭାବିକ ଅନୁବାଦକୁ ସୃଷ୍ଟି କରିବା](../../translate/guidelines-natural/01.md)।)
### ମଣ୍ଡଳୀ ଦ୍ଵାରା ଅନୁମୋଦିତ
ଯାଞ୍ଚ୍ କାରୀମାନେ, ଯେଉଁମାନେକି ଭାଷା ସଂପ୍ରଦାୟର ଅଟନ୍ତି, ସେମାନେ ଅନୁବାଦକୁ ଉତ୍ତମ ରୁପେ ପ୍ରସ୍ତୁତ କରିବାରେ ଅନୁବାଦକ ଦଳକୁ ସାହାଯ୍ୟ କରିବେ, ଯେପରିକି ଏହା ଉକ୍ତ ସଂପ୍ରଦାୟରେ ଥିବା ମଣ୍ଡଳୀ ଦ୍ଵାରା ଅନୁମୋଦନ ଓ ଗ୍ରହଣଯୋଗ୍ୟ ହେବ। ସେମାନେ ନିର୍ଦ୍ଧିଷ୍ଟ ଭାଷା ସଂପ୍ରଦାୟରୁ ଆଗତ ଅନ୍ୟାନ୍ୟ ମଣ୍ଡଳୀର ସଭ୍ୟ ଓ ନେତାଗଣଙ୍କ ସହିତ ଏକତ୍ର ମିଳିତ ହୋଇ କାର୍ଯ୍ୟ କରି ଏହାକୁ ସମ୍ପୂର୍ଣ୍ଣ କରିବେ । ଯେବେ ଭାଷା ସଂପ୍ରଦାୟର ମଣ୍ଡଳୀଗୁଡିକ ପ୍ରତିନିଧିତ୍ଵ କରୁଥିବା ସଭ୍ୟ ଓ ନେତାଗଣ ଏକତ୍ର ମିଳିତ ହୋଇ କାର୍ଯ୍ୟ କରିବେ ଓ ଅନୁବାଦଟି ଉତ୍ତମ ଥିବା ବିଷୟ ପ୍ରତି ସମ୍ମତ ପ୍ରଦାନ କରିବେ, ତେବେ ଏହାକୁ ଉକ୍ତ ସଂପ୍ରଦାୟରେ ଥିବା ମଣ୍ଡଳୀଗୁଡିକ ଦ୍ଵାରା ଗୃହିତ ହୋଇ ବ୍ୟବହାର କରାଯିବ ।(ମଣ୍ଡଳୀ ଦ୍ଵାରା ଅନୁମୋଦିତ ହୋଇଥିବା ଅନୁବାଦ ସମ୍ବନ୍ଧୀୟ ଅଧିକ ସୂଚନା ନିମନ୍ତେ, ଦେଖନ୍ତୁ [ମଣ୍ଡଳୀ ଅନୁମୋଦିତ ଅନୁବାଦକୁ ସୃଷ୍ଟି କରିବା](../../translate/guidelines-church-approved/01.md)।)